ପିଜିଆଇ ରିପୋର୍ଟ ସରକାରଙ୍କ ମୁଖା ଖୋଲିଦେଇଛି: ଭାଜପା

ଭୁବନେଶ୍ବର, ୧୧ା୭(ସୁନିତ୍‌ ମିଶ୍ର):ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ନେଇ ପର୍‌ଫର୍‌ମାନ୍ସ ଗ୍ରେଡିଂ ଇଣ୍ଡେକ୍ସ (ପିଜିଆଇ) ରିପୋର୍ଟ ଆସିବା ପରେ ରାଜ୍ୟ ସରକାରଙ୍କ ଅସଲ ମୁଖା ଖୋଲିଯାଇଛି। ସର୍ବଭାରତୀୟ ସ୍ତରରେ ଓଡ଼ିଶାର ମାନ ୧୦ରୁ ଯାଇ ୨୪ରେ ପହଞ୍ଚିଛି। ଶିକ୍ଷା ବ୍ୟବସ୍ଥା ପ୍ରତି ୨୩ ବର୍ଷର ବିଜେଡି ସରକାର ଆଦୌ ଗୁରୁତ୍ୱ ଦେଉ ନ ଥିବାର ଏହି ରିପୋର୍ଟରେ ସ୍ପଷ୍ଟ ପରିଲକ୍ଷିତ ହେଉଛି ା ୫-ଟି ସ୍କୁଲକୁ ନେଇ ରାଜ୍ୟ ସରକାର ବହୁ ପ୍ରଚାର ପ୍ରସାର କରିବା ସହ ବିଜ୍ଞାପନ ନଁାରେ କୋଟି କୋଟି ଟଙ୍କା ବାଟମାରଣା କରୁଛନ୍ତି। ହେଲେ ୫-ଟି ଅଧୀନରେ ନିର୍ମାଣ ହେଉଥିବା ସ୍କୁଲର ବର୍ଷକ ଭିତରେ ପାଚେରି ଭୁଶୁଡ଼ିଯିବା, କାନ୍ଥ ଭାଙ୍ଗିଯିବା, ସିଲିଂ ଖସିପଡ଼ିବା ଏବଂ ସାମାନ୍ୟ ବର୍ଷାପାଣିରେ ଛାତରୁ ପାଣି ଗଳିବା ଆଦି ଘଟଣାର ଦୃଶ୍ୟ ବିଜେଡି ଶାସନରେ ବିକାଶର ନଗ୍ନ ଚିତ୍ରକୁ ସ୍ପଷ୍ଟ କରୁଛି ବୋଲି ଭାଜପା ରାଜ୍ୟ ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି।
ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ସୋମବାର ଖବରଦାତା ସମ୍ମିଳନୀରେ ଲେଖାଶ୍ରୀ କହିଛନ୍ତି ଯେ, ୫-ଟି ଦାୟିତ୍ୱ ନେବା ପରେ ଶିକ୍ଷାର ଠିକାଦାରି ବ୍ୟବସ୍ଥା ହେଉଛି ଏବଂ ଏହି ବିଭାଗର ଅସ୍ତିତ୍ୱ ସମାପ୍ତ ହେବାକୁ ଯାଉଛି ା ରାଜ୍ୟ ସରକାର ଶାସନ ନୁହେଁ ବରଂ କ୍ଷମତା ଲୋଭରେ ଛାତ୍ରୀଛାତ୍ରଙ୍କ ଭବିଷ୍ୟତକୁ ମଧ୍ୟ ବଳି ପକାଇବାକୁ ପଛଘୁଞ୍ଚା ଦେଉନାହାନ୍ତି। ପିଜିଆଇ ରିପୋର୍ଟ ପ୍ରକାଶ ପାଇବା ପରେ ନିଜ ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ ଶାସକ ଦଳର ଏମ୍‌ପି ସସ୍ମିତ ପାତ୍ର ଆଗଭରା ହୋଇ ଗଣମାଧ୍ୟମରେ ବିବୃତି ଦେଲେ, ଯାହାକି ସମ୍ପୂର୍ଣ୍ଣ ଅବାସ୍ତବ ଓ ଅଯୌକ୍ତିକ ା ରାଜ୍ୟ ସରକାରଙ୍କ ଦ୍ୱାରା ଦିଆଯାଇଥିବା ତଥ୍ୟ ଆଧାରରେ ଏହି ରିପୋର୍ଟ ପ୍ରକାଶ ପାଇଛି ା ୟୁଡିଆଇଏସଇ ପୋର୍ଟାଲ ଜରିଆରେ ଦାଖଲ କରାଯାଉଥିବା ଏହାର ଆଇଡି ଏବଂ ପାସଓ୍ବାର୍ଡ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣରେ ରହିଛି। ୭୩ଟି ସୂଚକାଙ୍କ ଆଧାରରେ ହଜାରେ ପଏଣ୍ଟ(ସ୍କୋର)କୁ ନେଇ ୬ଟି ବର୍ଗରେ ମୂଲ୍ୟାୟନ ହୋଇଥିଲା। ସେଥିରୁ ଓଡ଼ିଶା ୫୧୭.୧ ସ୍କୋର ହାସଲ କରି ଦେଶର ୩୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରୁ ୨୪ ତମ ସ୍ଥାନରେ ‘ଆକାଂକ୍ଷୀ-୨’ କ୍ୟାଟେଗୋରିରେ ରହିଛି। କେନ୍ଦ୍ର ଓ ରାଜ୍ୟର ମିଳିତ ଉଦ୍ୟମରେ ପିଜିଆଇ ରିପୋର୍ଟ ପ୍ରସ୍ତୁତ ହୋଇଛି। ଯଦି ସସ୍ମିତଙ୍କ ସମେତ ଶାସକ ଦଳ ନେତା, ମନ୍ତ୍ରୀ ଓ ବିଧାୟକମାନେ ନ ଜାଣି ରିପୋର୍ଟ ଉପରେ ତଥ୍ୟ ରଖୁଛନ୍ତି ତେବେ ସେମାନେ ଆସନ୍ତୁ ଆମେ ବୁଝାଇଦେବୁ ବୋଲି ଲେଖାଶ୍ରୀ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri