ପିଜି ନାମଲେଖା: ଆଜି ପ୍ରକାଶ ପାଇବ ସିଟ୍‌ ଆବଣ୍ଟନ ତାଲିକା

ଭୁବନେଶ୍ୱର, ୧୫।୯(ବ୍ୟୁରୋ): ୨୦୨୨-୨୩ ଶିକ୍ଷାବର୍ଷ ପାଇଁ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପିଜି ନାମଲେଖା ନିମନ୍ତେ ଗୁରୁବାର ଅପରାହ୍ନ ୪ଟାରେ ପ୍ରଥମ ପର୍ଯ୍ୟାୟ ସିଟ୍‌ ଆବଣ୍ଟନ ତାଲିକା ପ୍ରକାଶ ପାଇବ। ଏଥିରେ ମନୋନୀତ ଛାତ୍ରୀଛାତ୍ରଙ୍କର ୧୬ ଓ ୧୭ ତାରିଖରେ ନାମଲେଖା ଅନୁଷ୍ଠିତ ହେବ। ସେହିଭଳି ଦ୍ୱିତୀୟ ପର୍ଯ୍ୟାୟ ସିଟ୍‌ ଆବଣ୍ଟନ ତାଲିକା ୨୩ ତାରିଖ ଅପରାହ୍ନ ୨ଟାରେ ପ୍ରକାଶ ପାଇବ। ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ୨୪ ଓ ୨୫ ତାରିଖ ସନ୍ଧ୍ୟା ୫ଟା ଭିତରେ ହେବ। ଦୁଇଟି ପର୍ଯ୍ୟାୟ ନାମଲେଖା ପରେ ୨୯ ତାରିଖରେ ବଳକା ସିଟ୍‌ ତାଲିକା ପ୍ରକାଶ ପାଇବ। ଅକ୍ଟୋବର ୧୦ ତାରିଖ ଅପରାହ୍ନ ୪ଟାରେ ସ୍ପଟ ନାମଲେଖା ଲାଗି ମେଧା ତାଲିକା ପ୍ରକାଶ ପାଇବ। ୧୧ ଓ ୧୨ତାରିଖରେ ଛାତ୍ରୀଛାତ୍ରମାନେ ମନୋନୀତ ହୋଇଥିବା ସମ୍ପୃକ୍ତ ଶିକ୍ଷାନୁଷ୍ଠାନରେ ରିପୋର୍ଟ କରିବେ। ୧୪ ତାରିଖ ଅପରାହ୍ନ ୧୨ଟାରେ ସ୍ପଟ୍‌ ନାମଲେଖା ଲାଗି ଚୂଡ଼ାନ୍ତ ମେଧା ତାଲିକା ପ୍ରକାଶ ପାଇବ। ୧୫ ଓ ୧୭ ତାରିଖରେ ସ୍ପଟ୍‌ ନାମଲେଖା ହେବ। ସୂଚନାଯୋଗ୍ୟ, ପିଜି ନାମଲେଖା ଲାଗି ରାଜ୍ୟରେ ଗତ ଅଗଷ୍ଟ ୧ରୁ ୧୩ ତାରିଖ ମଧ୍ୟରେ ଏକକ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆପାର୍ଟମେଣ୍ଟରୁ ଖସି ଛାତ୍ରୀ ମୃତ୍ୟୁ ଘଟଣା: ମୃତ୍ୟୁ ପୂର୍ବରୁ କୃତ୍ତିକାଙ୍କ ଦେହରେ ଥିଲା ବିଷ

ଭୁବନେଶ୍ୱର,୨୧।୨(ବ୍ୟୁରୋ): ବଡଗଡ ଥାନା ଅନ୍ତର୍ଗତ ବିଜେବିନଗରସ୍ଥିତ ଏକ ଆପାର୍ଟମେଣ୍ଟର ଚତୁର୍ଥ ମହଲାରୁ ଖସି ଅଷ୍ଟମଶ୍ରେଣୀ ଛାତ୍ରୀ କୃତ୍ତିକା ମିଶ୍ରଙ୍କ ରବିବାର ଅପରାହ୍ନରେ ମୃତ୍ୟୁ ଘଟିଥିଲା। ମୃତ୍ୟୁ...

୫ଜଣଙ୍କୁ ମିଳିଲା ‘ଧର୍ମପଦ ପୁରସ୍କାର’

ଭୁବନେଶ୍ୱର,୩୦ା୧୧(ବ୍ୟୁରୋ):ଓଡ଼ିଶା ଲଳିତ କଳା ଏକାଡେମୀର ସର୍ବୋଚ୍ଚ ତଥା ମର୍ଯ୍ୟାଦାଜନକ ସମ୍ମାନ ‘ଧର୍ମପଦ ପୁରସ୍କାର’ ୫ବର୍ଷ ପାଇଁ ୫ଜଣଙ୍କୁ ପ୍ରଦାନ କରାଯାଇଛି। ସେହିଭଳି ୨୫ଜଣ ବୟୋଜ୍ୟେଷ୍ଠ ଶିଳ୍ପୀଙ୍କୁ...

ରାଜ୍ୟ ଖଣି ରାଜସ୍ବକୁ ଜେଏସ୍‌ଡବ୍ଲ୍ୟର ସର୍ବାଧିକ ଯୋଗଦାନ

କୁଜଙ୍ଗ,୨ା୪(ଡି.ଏନ୍‌.ଏ.): ଚଳିତ ବର୍ଷ ଓଡ଼ିଶା ସରକାରଙ୍କ ଦ୍ୱାରା ଆଦାୟ ହୋଇଥିବା ମୋଟ ଖଣି ରାଜସ୍ବରେ ଜେଏସ୍‌ଡବ୍ଲ୍ୟୁ ପୁଣି ସର୍ବାଧିକ ଯୋଗଦାନକାରୀ ହୋଇପାରିଛି। ଚଳିତ ଆର୍ଥିକ ବର୍ଷରେ...

ଚାଲି ପାରିଲାନି ଯାତ୍ରୀବାହୀ ଟ୍ରେନ୍‌

ଚଣ୍ଡିଖୋଲ,(ଡି.ଏନ୍‌.ଏ.)/ ଭୁବନେଶ୍ୱର, (ବ୍ୟୁରୋ) ୩ା୧: ହରିଦାସପୁର-ପାରାଦୀପ ରେଳପଥ ନିର୍ମାଣ କାର୍ଯ୍ୟ ୨୦୨୦ ମାର୍ଚ୍ଚରୁ ଶେଷ କରାଯାଇ ପୂର୍ବତଟ ରେଳପଥକୁ ହସ୍ତାନ୍ତର କରାଯାଇଛି। ଏହାପରେ ବିଭାଗ ପକ୍ଷରୁ...

୨୧ରୁ ଏକାଦଶ, ୨୫ରୁ ୮ମ ଶ୍ରେଣୀ ପାଠପଢ଼ା

ଭୁବନେଶ୍ୱର,୧୫।୧୦(ବ୍ୟୁରୋ): ରାଜ୍ୟରେ ଆସନ୍ତା ୨୧ରୁ ଏକାଦଶ ଓ ୨୫ରୁ ଅଷ୍ଟମ ଶ୍ରେଣୀ ଖୋଲିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ଓ ଗଣଶିକ୍ଷା ବିଭାଗ। ପିଲାମାନେ ଅଫଲାଇନ୍‌...

ଆଜି ମନ୍ତ୍ରୀ ପରିଷଦ ବୈଠକ

ଭୁବନେଶ୍ୱର, ୧୭ା୬(ବ୍ୟୁରୋ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ମ ପାଳିର ଦ୍ୱିତୀୟ ଥର ମନ୍ତ୍ରିମଣ୍ଡଳ ଗଠନ କରିସାରିଛନ୍ତି। ଇତିମଧ୍ୟରେ ସବୁ ମନ୍ତ୍ରୀ ଦାୟିତ୍ୱ ନେଇ ସାରିଥିବାବେଳେ ଶୁକ୍ରବାର ପ୍ରଥମ...

ଗିରଫ ହେଲେ ସୈତାନ ବାପା

ଟେନ୍‌ସା,୨ା୫(ଡି.ଏନ୍‌.ଏ.): ମଦନିଶାରେ ତିନି ୩ ନିଷ୍ପାପ ସନ୍ତାନଙ୍କୁ ହତ୍ୟା କରି ଜଙ୍ଗଲରେ ଲୁଚି ରହିଥିବା ସୈତାନ ବାପାଙ୍କୁ ଜଙ୍ଗଲ ଭିତରୁ ଗିରଫ କରିଛି କୋଇଡା ପୋଲିସ।...

ଆସିଲା ମୌସୁମୀ, ଘାରିଲା ଜଳବନ୍ଦୀ ଚିନ୍ତା: କଣ୍ଟ ପୂରିଲା, କାମ ସରିଲାନି

ଭୁବନେଶ୍ୱର, ୨୨ା୬(ବ୍ୟୁରୋ): ବର୍ଷରେ ଥରେ ଡ୍ରେନ ସଫା କରିବାକୁ ମନେପଡ଼େ। ପ୍ରତ୍ୟେକ ବର୍ଷ ମୌସୁମୀ ଆସିବା ପୂର୍ବରୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ଡ୍ରେନେଜ୍‌ ବିଭାଗୀୟ...

Advertisement
Archives

Model This Week