Posted inଜାତୀୟ

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ରୋକିଲା ହାତୀ…

ଡେରାଡୁନ୍‌, ୧୫।୯ : ପୂର୍ବତନ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତଙ୍କ ଦଳକୁ ଏକ ହାତୀ ରୋକିଛି। ମୁଖ୍ୟମନ୍ତ୍ରୀ ଦଳ ସମ୍ମୁଖରେ ଏକ ହାତୀ ଆସିଥିଲା। ହାତୀ ଆଗକୁ ଆସି ଦଳକୁ ଅଟକାଇଥିଲା। ସୁରକ୍ଷା ଦୃଷ୍ଟିରୁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ନିକଟରେ ଥିବା ଉଚ୍ଚ ପଥର ଉପରେ ଚଢ଼ିବାକୁ ସୁରକ୍ଷାକର୍ମୀ ପରାମର୍ଶ ଦେଇଥିଲେ। ହାତୀ ଦୀର୍ଘ ସମୟ ବାଟ ଓଗାଳି ରହିଥିଲା।

ପରେ ହାତୀ ଚାଲିଯିବା ପରେ ପଥରରୁ ଓହ୍ଲାଇ ଗନ୍ତବ୍ୟ ପଥରେ ମୁଖ୍ୟମନ୍ତ୍ରୀଙ୍କ ଦଳ ଯାତ୍ରା ଆରମ୍ଭ କରିଥିଲେ। ଏହାର ୪୧ ସେକେଣ୍ଡର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

ଦୁଗଡ୍ଡାରୁ କୋଟୱାର୍‌ ଯାଉଥିବା ପୂର୍ବତନ ତ୍ରିବେନ୍ଦ୍ର ରାୱତଙ୍କ ଦଳ ସମ୍ମୁଖରେ ଏକ ହାତୀ ଆସିଥିଲା। ଗୋଟିଏ ପରେ ଗୋଟିଏ ୨୫ ରୁ ୩୦ ଗାଡି ସେମାନଙ୍କ ପଛରେ ଅଟକି ଗଲା। ଏହି ସମୟରେ ତ୍ରିବେନ୍ଦ୍ର କାର ଛାଡି ପଥର ଉପରକୁ ଚଢ଼ିଥିଲେ।

ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଜଙ୍ଗଲ କର୍ମଚାରୀମାନେ ଫାଙ୍କା ଗୁଳି ଚଳାଇ ହାତୀକୁ ସେଠାରୁ ତଡ଼ି ଦେଇଥିଲେ। ବୁଧବାର ଭୋର୍‌ ପ୍ରାୟ ସାଢ଼େ ୫ଟା ସମୟରେ ଏହି ଘଟଣା ଘଟିଛି। ପ୍ରାୟ ଅଧା ଘଣ୍ଟା ପର୍ଯ୍ୟନ୍ତ ସମସ୍ତେ ବାଟରେ ଅଟକି ରହିଥିଲେ।

ହାତୀ ରାସ୍ତା ଓଗାଳିବା ସମୟରେ ପରେ ତ୍ରିବେନ୍ଦ୍ର ରାୱତ ତାଙ୍କ କାରରେ ବସିଥିଲେ। କିନ୍ତୁ, ଯେତେବେଳେ ହାତୀ ଆକ୍ରମଣାତ୍ମକ ଭାବରେ ସେମାନଙ୍କ ଆଡକୁ ଆସିବାକୁୁ ଲାଗିଲା, ସେତେବେଳେ ତ୍ରିବେନ୍ଦ୍ରଙ୍କ ସମେତ ଅନ୍ୟମାନେ କାରରୁ ଓହ୍ଲାଇ ନିକଟରେ ଥିବା ଉଚ୍ଚା ଉପରକୁ ଚଢ଼ି ଯାଇଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଇଂଲଣ୍ଡକୁ ଜିତାଇଲେ ବେଥେଲ, ୧-୦ରେ ସିରିଜ୍‌ ଆଗୁଆ

ମାଞ୍ଚେଷ୍ଟର,୪ା୭: ଜେକବ ବେଥେଲଙ୍କ ଅପରାଜିତ ଅର୍ଦ୍ଧଶତକୀୟ ପାଳି ବଳରେ ଶନିବାର ଖେଳାଯାଇଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଇଂଲଣ୍ଡ ୪ ଉଇକେଟରେ ଭାରତକୁ ପରାସ୍ତ କରିଛି। ସିରିଜ୍‌ର ପ୍ରଥମ…

ଦେଶୀ, ବିଦେଶୀ ମଦ ଜବତ, ମହିଳାଙ୍କ ସମେତ ଅନ୍ୟ ଜଣେ ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୪ା୭(ଅଶେଷ ନାଥ ମିଶ୍ର): ଦେଶୀ ଓ ବିଦେଶୀ ମଦ କାରବାର ଅଭିଯୋଗରେ ପୋଲିସ ଜଣେ ମହିଳା ଓ ଜଣେ ପୁରୁଷଙ୍କୁ ଗିରଫ କରିଛି। ସେମାନେ ହେଲେ ସାନୁ…

ବଦ୍ରିନାଥ, କେଦାରନାଥ ମନ୍ଦିରରୁ ଦାନ ଟଙ୍କା ଚୋରି ଅଭିଯୋଗ

ଡେରାଡୁନ୍‌,୪ା୭, ଅଯୋଧ୍ୟା ରାମମନ୍ଦିରରୁ ବହୁ କୋଟି ଟଙ୍କାର ଦାନ ଚୋରି ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିବାବେଳେ ଏବେ ଉତ୍ତରାଖଣ୍ଡର ବଦ୍ରିନାଥ ଓ କେଦାରନାଥ ମନ୍ଦିରରେ…

ବୀରମହାରାଜପୁର ପ୍ରବଳ ବର୍ଷା, ପୂର୍ବତନ ସରପଞ୍ଚଙ୍କ ଘରେ ପସିଲା ପାଣି

ବୀରମହାରାଜପୁର,୪।୭(ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳର ଶନିବାର ସାରୁ ତୁହାକୁ ତୁହା ବର୍ଷା ଲାଗି ରହିଛି। ଫଳରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ପ୍ରବଳ…

ଦଶମନ୍ତପୁରରେ ରେକର୍ଡ ଭାଙ୍ଗିଲା ବର୍ଷା

କୋରାପୁଟ/ନନ୍ଦପୁର,୪ା୭(ଅମିତାଭ ବେହେରା/ତୁଷାରକାନ୍ତ ମହାନ୍ତି)-କୋରାପୁଟ ଜିଲାରେ ଲଗାଣ ବର୍ଷା ଜାରି ରହିଛି। ବର୍ଷା ଯୋଗୁ ସହରର ମିଶନ କମ୍ପାଉଣ୍ଡ ଛକରେ ଗଛ ପଡ଼ି ୨୬ ନଂ. ଜାତୀୟ ରାଜପଥ…

ଚିକିତ୍ସାରେ ଅବହେଳା, ପ୍ରସୂତିଙ୍କ ମୃତ୍ୟୁର ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲାପାଳ

ବରଗଡ଼,୪।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁରସ୍ଥିତ ଏକ ଘରୋଇ ନର୍ସିଂହୋମ୍‌ରେ ଚିକିତ୍ସାରେ ଅବହେଳା କରାଯାଇଥିବା ଯୋଗୁ ପ୍ରସୂତିଙ୍କ ମୃତ୍ୟୁ ଅଭିଯୋଗ ଘଟଣାକୁ ଜିଲାପାଳ ଆଦିତ୍ୟ ଗୋୟଲ ଗୁରୁତ୍ୱର…

ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୫ ଅସୁସ୍ଥ, ମେଡିକାଲରେ ଭର୍ତ୍ତୀ

କଲ୍ୟାଣସିଂହପୁର,୪।୭(ଦୀପକ କୁମାର ପରିଡା): କଲ୍ୟାଣସିଂହପୁର ବ୍ଲକ ସୀମାନ୍ତ କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ବିଜେପୁର ପଞ୍ଚାୟତ ଫୁକେର ଗାଁରେ ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର…

ତାମିଲନାଡୁରୁ କେନ୍ଦୁଝର ଫେରିଲେ ୧୦ ଶ୍ରମିକ

କେନ୍ଦୁଝର,୨୭ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ତାମିଲନାଡୁ ରାଜ୍ୟ ତିରୁଭାଲ୍ଲୁର ଜିଲା ଅନ୍ତର୍ଗତ ପେରୀୟାପାଲ୍ୟମ ଅଞ୍ଚଳରେ ଥିବା ସାମୁଦ୍ରିକ ଖାଦ୍ୟ (ଚିଙ୍ଗୁଡି) ପ୍ରକ୍ରିୟାକରଣ କାରଖାନାରେ ଆମୋନିଆ ଗ୍ୟାସ୍‌ ଲିକ୍‌ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri