Posted inଜାତୀୟ

ଫାଇଜର ଟିକା ଭାରତ ଲାଗି ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୧୨।୧୧: ଆମେରିକାର ଔଷଧ କମ୍ପାନୀ ଫାଇଜର ଟିକା ନେଇ ବେଶ୍‌ ଆଶାବାଦୀ ରହିଛି। କରୋନା ଭାଇରସ୍‌ ରୋକିବାରେ ଏହା ୯୦%ରୁ ଅଧିକ ସଫଳ ବୋଲି ଜଣାପଡ଼ିବା ପରେ ବିଶ୍ୱବ୍ୟାପୀ ଆଶା ସଞ୍ଚାର ହୋଇଛି। ହେଲେ ଟିକା ପ୍ରସ୍ତୁତ ସହ ଏହାର ସୁରକ୍ଷା, ବିତରଣ, ଟିକାକରଣ ଦିଗ ପ୍ରତି ଅଧିକ ଯତ୍ନବାନ ହେବା ଜରୁରୀ। ଫାଇଜର ଟିକାକୁ ୭୦ ଡିଗ୍ରୀ ତାପମାତ୍ରାରେ ସୁରକ୍ଷିତ ଭାବେ ରଖାଯିବା ଜରୁରୀ। ଏଥିସହ ଫାଇଜର କୋଭିଡ୍‌ ଟିକାର ମୂଲ୍ୟ ଢେର୍‌ ଅଧିକ ହୋଇଥିବାରୁ ଭାରତ ଭଳି ବିକାଶୋନ୍ନୁମୁଖୀ ରାଷ୍ଟ୍ର କ୍ଷେତ୍ରରେ ଏହା ସବୁ ଲୋକଙ୍କୁ ପ୍ରଦାନ କରାଯିବା କଷ୍ଟକର ବ୍ୟାପାର ବୋଲି କୁହାଯାଉଛି। ଏମ୍ସର ନିର୍ଦ୍ଦେଶକ ଡା. ରଣଦୀପ ଗୁଲେରିଆ ମଧ୍ୟ ସମାନ କଥା କହିଛନ୍ତି। ଫାଇଜର ଟିକାର ତୃତୀୟ ପର୍ଯ୍ୟାୟ ପରିଣାମ ବେଶ୍‌ ଉତ୍ସାହଜନକ ହୋଇଥିଲେ ହେଁ ଭାରତ ଭଳି ଦେଶଗୁଡ଼ିକରେ ୭୦ ଡିଗ୍ରୀ ତାପମାନରେ ଏହାକୁ ଷ୍ଟୋରକରିବା କଷ୍ଟକର ବ୍ୟାପାର। ବିଶେଷକରି ଛୋଟ ସହର ଓ ଗ୍ରାମାଞ୍ଚଳରେ ଏହି ଟିକା ଷ୍ଟୋରକରି ରଖାଯିବା ଅସମ୍ଭବ ମନେହେଉଛି।
ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି, ଏନେଇ କେନ୍ଦ୍ର ସରକାର ନୀତି ସ୍ପଷ୍ଟ କରିବା ଦରକାର। ଫାଇଜର ଟିକା ବେଶ୍‌ ଫଳପ୍ରଦ ହେବ ବୋଲି କୁହାଯାଇଛି। ଏହାର ଷ୍ଟୋରେଜ୍‌ ଭିତ୍ତିଭୂମି ବିକାଶ କରିବା ଓ ଟିକା ବିତରଣ ସମ୍ପର୍କରେ ସରକାର ରୋଡ୍‌ମ୍ୟାପ୍‌ ଯଥାଶୀଘ୍ର ପ୍ରସ୍ତୁତ କରିବା ଅନିବାର୍ଯ୍ୟ। ଆମେରିକା, ଜାପାନ, ବ୍ରିଟେନ୍‌ ଭଳି ଧନୀ ରାଷ୍ଟ୍ରଗୁଡ଼ିକ ଫାଇଜର ଟିକାର ସୁଫଳ ପାଇବା ସମ୍ଭାବନା ଉଜ୍ଜ୍ୱଳ ହୋଇଥିବାବେଳେ ଭାରତ ଭିତ୍ତିଭୂମି ବିକାଶକୁ ଅଧିକ ଗୁରୁତ୍ୱ ଦେବା ଜରୁରୀ।
ରୁଷିଆ ପ୍ରସ୍ତୁତ କରିଥିବା କରୋନା ଟିକା ‘ସ୍ଫୁଟିନିକ୍‌ ଭି’ ୯୨% ସଫଳ ବୋଲି ଜଣାପଡ଼ିଛି। ଏନେଇ ବୁଧବାର ରୁଷିଆର ନ୍ୟାଶନାଲ ରିସର୍ଚ୍ଚ ସେଣ୍ଟର ଫର୍‌ ଇପିମେଡିଓଲୋଜି ଆଣ୍ଡ ମାଇକ୍ରୋବାୟୋଲୋଜି ପକ୍ଷରୁ ବୁଧବାର ଏହି ଦାବି କରାଯାଇଛି। ଏହି ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷା ଶେଷ ହୋଇଛି। ମାନବ ପରୀକ୍ଷଣ ପରେ ରୁଷିଆ ଟିକା ୯୨% ସଫଳ ବୋଲି ଘୋଷଣା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?