ପେଟ୍ରୋଲ ୨୫, ଡିଜେଲ ୨୮ ପଇସା ବଢ଼ିଲା

ଭୁବନେଶ୍ୱର,୧୦ା୬(ବ୍ୟୁରୋ): ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ନିୟନ୍ତ୍ରଣକୁ ଆସିପାରୁନାହିଁ। ବୁଧବାର ପେଟ୍ରୋଲ ଲିଟର ପିଛା ୨୫ ପଇସା ବଢ଼ି ୯୬.୩୦ ଟଙ୍କା ଛୁଇଁଛି। ସେହିଭଳି ଡିଜେଲ ୨୮ ପଇସା ବଢ଼ିବା ଯୋଗୁ ୯୪.୨୩ ଟଙ୍କା ରହିଛି। ସାରା ଦେଶ କଥା ବିଚାର କଲେ ପେଟ୍ରୋଲ ୨୩ରୁ ୨୫ ପଇସା ବଢ଼ିଛି। ସେହିଭଳି ଡିଜେଲ ଦର ୨୩ରୁ ୨୭ ପଇସା ଊର୍ଦ୍ଧ୍ୱରେ ରହିଛି। ନୂଆଦିଲ୍ଲୀରେ ପେଟ୍ରୋଲ ୯୫.୫୬ ଟଙ୍କା ରହିଛି। ଏଠାରେ ଡିଜେଲ ଦର ୮୬.୪୭ ଟଙ୍କାରେ ବିକ୍ରି ହେଉଛି। ଇଣ୍ଡିଆନ ଅଏଲ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଚଳିତ ମାସରେ ପେଟ୍ରୋଲ ୧.୦୭ ଟଙ୍କା ଏବଂ ଡିଜେଲ ୧.୦୯ ଟଙ୍କାରୁ ଊର୍ଦ୍ଧ୍ୱ ବୃଦ୍ଧି ପାଇଲାଣି। ଦେଶର ଅନ୍ୟ ପ୍ରମୁଖ ମେଟ୍ରୋ ସହର ଯଥା କୋଲକାତା, ଚେନ୍ନାଇ ଏବଂ ମୁମ୍ବାଇରେ ପେଟ୍ରୋଲ ଯଥାକ୍ରମେ ୯୫.୫୨ ଟଙ୍କା, ୯୬.୯୪ ଟଙ୍କା ଏବଂ ୧୦୧.୭୬ ଟଙ୍କା ରହିଛି। ଏହି ୩ ସହରରେ ଡିଜେଲ ଦର ଯଥାକ୍ରମେ ୮୯.୩୨ ଟଙ୍କା, ୯୧.୧୫ ଟଙ୍କା ଏବଂ ୯୩.୮୫ ଟଙ୍କାକୁ ବୃଦ୍ଧି ଘଟିଛି। ଉଲ୍ଲେଖଯୋଗ୍ୟ, ରାଜସ୍ଥାନର ଶ୍ରୀଗଙ୍ଗା ନଗରରେ ପେଟ୍ରୋଲ ଏବଂ ଡିଜେଲ ଦର ଯଥାକ୍ରମେ ୧୦୬.୦୪ ଟଙ୍କା ଏବଂ ୯୯.୫୦ ଟଙ୍କାରେ ବିକ୍ରି ହେଉଛି। ଏହା ସାରା ଦେଶରେ ସର୍ବାଧିକ ବୋଲି ଜଣାପଡ଼ିଛି। ଦେଶର ରାଜସ୍ଥାନ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା ଏବଂ ଲଦାଖ ଭଳି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ପେଟ୍ରୋଲ ଦର ୧୦୦ ଟଙ୍କାରୁ ଊର୍ଦ୍ଧ୍ୱରେ ରହିଛି।
ଚଳିତ ବର୍ଷ ମେ ୪ ପରଠାରୁ ଇନ୍ଧନ ଦର ୨୨ ଥର ବଢ଼ିଲାଣି।ଏହି ଅବଧିରେ ପେଟ୍ରୋଲ ୫.୧୫ ଟଙ୍କା ଏବଂ ଡିଜେଲ ୫.୭୪ ଟଙ୍କାରୁ ଉର୍ଦ୍ଧ୍ୱ ବଢିଥିବା ଜଣାପଡିଛି। ତେଲ ଦର ବଢିବା ଯୋଗୁ ଲୋକମାନେ କରୋନା କାଳରେ ସମସ୍ୟା ସାମ୍ନା କରୁଛନ୍ତି। କେନ୍ଦ୍ର ଏବଂ ରାଜ୍ୟ ସ୍ତରରେ ଲାଗୁ ହେଉଥିବା ବର୍ଦ୍ଧିତ ଟିକସ ଯୋଗୁ ଦର ଖସୁ ନ ଥିବା କୁହାଯାଉଛି। ସେହିଭଳି କରୋନା କଟକଣା ହଟୁଥିବାରୁ ତେଲ ଚାହିଦା ବଢୁଛି। ଅଶୋଧିତ ତେଳ ଦର ବଢୁଥିବାରୁ ଅଗାମୀ ଦିନଗୁଡିକରେ ମଧ୍ୟ ତେଲ ଦରରୁ ଆଶ୍ୱସ୍ତି ମିଳି ନ ପାରେ। ଦେଶର ବିଭିନ୍ନ ରାଜ୍ୟରେ ବିଧାନ ସଭା ନିର୍ବାଚନ ପାଇଁ ତେଲ ଦର ସ୍ଥିର ରହିଥିଲା। ଏହା ପରଠାରୁ ଦରରେ ଲଗାତର ବୃଦ୍ଧି ପରିଲକ୍ଷିତ ହେଉଛି। ଏପଟେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବର୍ତ୍ତମାନ ବ୍ୟାରେଲ ପିଛା ୭୧ ଡଲାର ଟପିଛି। ଏହାର ପ୍ରଭାବ ଭାରତରେ ସିଧାସଳଖ ପଡୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୨।୩(ବ୍ୟୁରୋ): ରାଜ୍ୟରେ ପୁଣି ଆଉ ଏକ ମୁଣ୍ଡ ନେଇଛି କରୋନା। ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ଭୁବନେଶ୍ୱରର ଜଣେ ୫୪ ବର୍ଷୀୟ ବ୍ୟକ୍ତିଙ୍କ ପ୍ରାଣହାନୀ...

ଅଟକିଛି ଶିଖରଚଣ୍ଡୀର ବିକାଶ : ସୁଧୁରିନି ଫନୀ ପରର ସ୍ଥିତି

ଭୁବନେଶ୍ୱର,୧୩।୯ : ବାତ୍ୟା ଫନୀରେ ଶିଖରଚଣ୍ଡୀ ପାହାଡ ବିଶେଷଭାବେ କ୍ଷତିଗସ୍ତ ହୋଇଥିଲା। ବହୁ ଗଛ ଭାଙ୍ଗି ଯାଇଥିବାବେଳେ ବିଦ୍ୟୁତ ଖୁଣ୍ଟଗୁଡ଼ିକ କ୍ଷତିଗ୍ରସ୍ତ ହୋଇଥିଲା। ଏହାମଧ୍ୟରେ ୪ମାସ...

ଆଧାର ନ ଥିଲେ କୃଷି ଋଣ ନାହିଁ

ଭୁବନେଶ୍ୱର, ୫ା୧୦ (ବ୍ୟୁରୋ): ଧାନ ବିକ୍ରି କରିବାକୁ ଆଧାର କାର୍ଡ ବାଧ୍ୟତାମୂଳକ କରାଯାଇଥିବା ବେଳେ ଖରିଫ ଋଣ ପାଇବା ପାଇଁ ଆଧାରକୁ ବାଧ୍ୟତାମୂଳକ କରାଯାଇଛି। ଯେଉଁ...

ସୀମା ଚେକ୍‌ ପଏଣ୍ଟରେ ସମନ୍ବିତ ପରିଚାଳନା, ଏସ୍‌ଓପି ଜାରି

ଭୁବନେଶ୍ୱର,୩।୫(ବ୍ୟୁରୋ): ଦେଶର ବିଭିନ୍ନ ଭାଗରେ ଅଟକି ରହିଥିବା ଓଡ଼ିଆ ମାନେ ରାଜ୍ୟକୁ ଫେରିବା ଆରମ୍ଭ କରିଛନ୍ତି। ସେମାନଙ୍କୁ ସମନ୍ବିତ ଢଙ୍ଗରେ ଫେରାଇ ଆଣିବା ପାଇଁ ରାଜ୍ୟ...

୩୦ ତାରିଖ ମଧ୍ୟରେ ୟୁଜି, ପିଜି ଶେଷବର୍ଷ ସେମିଷ୍ଟର ପରୀକ୍ଷା

ଭୁବନେଶ୍ୱର,୩୧।୮(ବ୍ୟୁରୋ) – ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ମାର୍ଗଦର୍ଶିକା ଅନୁସାରେ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଓ ସ୍ବୟଂଶାସିତ ମହାବିଦ୍ୟାଳୟର ଅଣ୍ଡର ଗ୍ରାଜୁଏଟ୍‌(ୟୁଜି) ଏବଂ ପୋଷ୍ଟ ଗ୍ରାଜୁଏଟ୍‌(ପିଜି)...

ପୋଖରୀରେ ପଶିଲା ଟ୍ରକ୍‌, ଡ୍ରାଇଭରଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି

ଭଣ୍ଡାରିପୋଖରୀ,୨୩।୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ୧୬ନଂ ଜାତୀୟ ରାଜପଥ ତୋରତ ନିକଟରେ ଗୁରୁବାର ପୂର୍ବାହ୍ନରେ ଏକ ଆଇରନ୍‌ ବୋଝେଇ ଟ୍ରକ୍‌ ପୋଖରୀରେ ପଶିଯାଇଛି। ଟ୍ରକ୍‌ଟି...

ଦାଦାବଟି ମାଗି ୬ ସାମ୍ବାଦିକ ଗିରଫ

ଭୁବନେଶ୍ୱର,୨୮ ା୧୦ (ବ୍ୟୁରୋ): ରାଜଧାନୀରେ ଛାଇ ଗଲେଣି ନକଲି ସାମ୍ବାଦିକ। ଛତୁ ଫୁଟିଲା ପରି ଓ୍ବେବ୍‌ ପୋଟାଲ ଖୋଲି ବସିଛନ୍ତି। ବେକରେ ଆଇକାର୍ଡ ପକାଇ, ଗାଡ଼ିର...

ପ୍ରବାସୀ ଜାଣିପାରିବେ ନିଜ ଅଞ୍ଚଳର କ୍ୱାରାଣ୍ଟାଇନ ସେଣ୍ଟର ସମ୍ପର୍କିତ ତଥ୍ୟ

ଭୁବନେଶ୍ୱର,୧୮ା୫(ବ୍ୟୁରୋ): କରୋନାର ସଠିକ୍‌ ତଥ୍ୟ ଓ ପରିଚାଳନା ପାଇଁ ଓଡିଶା ସ୍ପେଶ ଆପ୍ଲିକେସନସ୍‌ ସେଣ୍ଟର ତରଫରୁ ଏକ ଭୌଗୋଳିକ ତଥ୍ୟ ବ୍ୟବସ୍ଥା ଜିଆଇଏସ୍‌ ପ୍ରସ୍ତୁତ କରିଛି।...

Advertisement
Archives

Model This Week