Posted inଜାତୀୟ

ଦେଶୀ ଘିଅକୁ ପଛରେ ପକାଇଲାଣି ପେଟ୍ରୋଲ

ନୂଆଦିଲ୍ଲୀ,୧୬।୭: ଦେଶୀ ଘିଅଠାରୁ ପେଟ୍ରୋଲ ଦର ଅଧିକ ହେଲାଣି। ଡେରାଡୁନ ସ୍ଥିତ ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ କେନ୍ଦ୍ର ସରକାରଙ୍କୁ ଏଭଳି କଡ଼ା ସମାଲୋଚନା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ରାଜସ୍ଥାନର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ। ତାଙ୍କ ସହ ଉତ୍ତରାଖଣ୍ଡ ରାଜ୍ୟ ଶାଖା ସଭାପତି ପ୍ରିତମ ସିଂ ଓ ଅନ୍ୟ ନେତା ଉପସ୍ଥିତ ଥିଲେ।

୨୦୧୪ରେ ଭାଜପା ଆସିବା ପରେ ଦେଶବାସୀ ବିଭିନ୍ନ ସମସ୍ୟାରେ ସଂଘର୍ଷ କରୁଛନ୍ତି। ସେଥି ମଧ୍ୟରୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଲା ଦ୍ରୁତଗତିରେ ବୃଦ୍ଧି ପାଉଥିବା ପେଟ୍ରୋଲ ଓ ଡିଜେଲ ଦର। ଏବେ ତୈଳ ଦର ଦେଶୀ ଘିଅକୁ ପଛରେ ପକାଇ ଦେଲାଣି। ଦେଶର ୨୫୦ ସହରରେ ୧୦୦ ଟଙ୍କା ଅତିକ୍ରମ କଲାଣି ପେଟ୍ରୋଲ। ଏହାର କଳ୍ପନା କେହି କେବେ କରି ନ ଥିଲେ। ଚଳିତ ବର୍ଷ ଏପର୍ଯ୍ୟନ୍ତ ୬୬ ଥର ତୈଳ ଦର ବୃଦ୍ଧି ହେଲାଣି। ସରକାରଙ୍କ ରିପୋର୍ଟ ଅନୁଯାୟୀ, ପେଟ୍ରୋଲ ଉପରେ ୨୫୦ ପ୍ରତିଶତ ଓ ଡିଜେଲ୍‌ କ୍ଷେତ୍ରରେ ୮୦୦ ପ୍ରତିଶତ ଟ୍ୟାକ୍ସ ଲଗାଯାଇଛି। ଫଳରେ ଗତ ୭ ବର୍ଷ ମଧ୍ୟରେ କେନ୍ଦ୍ରକୁ ୨୫ ଲକ୍ଷ କୋଟି ଟଙ୍କା ରାଜସ୍ବ ମିଳିଛି। ଏହା ଆଉ କିଛି ନୁହେଁ, ଜନସାଧାରଣଙ୍କୁ ସିଧାସଳଖ ଲୁଟାଯାଉଛି ବୋଲି ସଚିନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅହମଦାବାଦ୍‌ରେ ୩୩୪ ସୁପର ସ୍ପ୍ରେଡର: ମେ ୧୫ ପର୍ଯ୍ୟନ୍ତ ସମସ୍ତ ଦୋକାନ ବନ୍ଦ

ଅହମଦାବାଦ୍‌,୧୦।୫: ଗୁଜରାଟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଇତିମଧ୍ୟରେ ଅହମଦାବାଦ୍‌ରେ କରୋନା ସଂକ୍ରମଣ ବଢ଼ାଇଥିବା ୩୩୪ ଜଣ ସୁପର ସ୍ପ୍ରେଡରଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ଦ୍ୱାରା...

୧୧ଲକ୍ଷରୁ ଊର୍ଦ୍ଧ୍ୱ ପ୍ରବାସୀ ଶ୍ରମିକଙ୍କ ମଧ୍ୟରୁ ୧,୦୩୬ ଜଣଙ୍କଠାରେ ଥିଲା କରୋନା ଲକ୍ଷଣ

ଲକ୍ଷ୍ନୌ,୨।୬: ଉତ୍ତରପ୍ରଦେଶକୁ ଏପର୍ଯ୍ୟନ୍ତ ସାଢେ ୧୧ ଲକ୍ଷରୁ ଊର୍ଦ୍ଧ୍ୱ ପ୍ରବାସୀ ଶ୍ରମିକ ଫେରି ଆସିଲେଣି। ହେଲେ ଏମାନଙ୍କ ମଧ୍ୟରୁ ପ୍ରାୟ ୧ହଜାରରୁ ସାମାନ୍ୟ ଅଧିକ ଲୋକଙ୍କ...

କରୋନାକୁ ନେଇ ସରକାର ତତ୍ପର: ପ୍ରଧାନମନ୍ତ୍ରୀ ଡାକିଲେ ଉଚ୍ଚସ୍ତରୀୟ ବୈଠକ

ନୂଆଦିଲ୍ଲୀ,୨୨।୧୨: ଚାଇନା-ଆମେରିକା ସମେତ ବିଶ୍ୱର ଅନେକ ଦେଶରେ କରୋନାର ନୂତନ ମାମଲା ବୃଦ୍ଧି ସହିତ ଭାରତରେ ମଧ୍ୟ ମହାମାରୀ ସମ୍ପର୍କରେ ଏକ ସତର୍କ ସୂଚନା ଜାରି...

ସିଏଏକୁ ରୋକିପାରିବେନି ଦିଦି

କୋଲକାତା,୨ା୩(ପି.ଟି.): ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ରୋକି ପାରିବେନି। ଶରଣାର୍ଥୀମାନଙ୍କୁ ଭାରତର ନାଗରିକତ୍ୱ ଦେବାରେ ସେ କେନ୍ଦ୍ର ସରକାରଙ୍କୁ ଅଟକାଇ...

ଦିଲ୍ଲୀ ଗୁରୁଦ୍ୱାରରେ ପ୍ରସାଦ ବଦଳରେ ବଣ୍ଟାଯିବ ଚାରା

ନୂଆଦିଲ୍ଲୀ, ୧୩।୮:ଦିଲ୍ଲୀରେ ଥିବା ଗୁରୁଦ୍ୱାରରେ ଭକ୍ତଙ୍କୁ ପ୍ରସାଦ ବଦଳରେ ଚାରା ବଣ୍ଟାଯିବ। ଗୁରୁଦ୍ୱାରା କମିଟି ପକ୍ଷରୁ ସ୍କୁଲ ଏବଂ କଲେଜ୍‌ ଛାତ୍ରୀଛାତ୍ରଙ୍କୁ ଚାରା ପ୍ରଦାନ କରାଯିବାର...

ଏପ୍ରିଲ୍‌ରୁ ଆରମ୍ଭ ହେଲାଣି ଡେଲ୍ଟା ପ୍ଲସ୍‌ ଭାରିଆଣ୍ଟ୍‌…

ମୁମ୍ବାଇ,୨୩।୬: ଦେଶରେ କରୋନା ମହାମାରୀ ଭୂତାଣୁର ନୂଆ ଭାରିଆଣ୍ଟ୍‌ ଡେଲ୍ଟା ପ୍ଲସ୍‌ ମହାରାଷ୍ଟ୍ରରେ ଅଢ଼େଇ ମାସ ତଳୁ ଆରମ୍ଭ ହୋଇ ସାରିଛି। ଏପ୍ରିଲ୍‌ ୫ରେ ଜଣେ...

କୁମ୍ଭାରଙ୍କ ସହ ମାଟିପାତ୍ର ଗଢ଼ିଲେ ରାହୁଲ, ଭିଡିଓ ଦେଖିଲେ…

ନୂଆଦିଲ୍ଲୀ,୩ା୨: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ରାୟପୁର ଗସ୍ତରେ ଯାଇଛନ୍ତି। ରାହୁଲ ‘ଅମର ଯଓ୍ବାନ ଜ୍ୟୋତି’ର ମୂଳଦୁଆ ପକାଇବାକୁ ଏଠାରେ ପହଞ୍ଚିଛନ୍ତି। ରାୟପୁରରେ ପହଞ୍ଚିଥିବା...

ମୁଖ୍ୟମନ୍ତ୍ରୀ ହେବାପରେ ଆଦର୍ଶ ଭୁଲିଯାଇଛନ୍ତି କେଜ୍‌ରିଓ୍ବାଲ: ଆନ୍ନା ହଜାରେ

ନୂଆଦିଲ୍ଲୀ,୩୦।୮: ଦିଲ୍ଲୀରେ ଅବକାରୀ ନୀତିକୁ ନେଇ ଖୋଳତାଡ ଆରମ୍ଭ ହୋଇଛି। ଏସବୁ ଭିତରେ ବିଶିଷ୍ଟ ସମାଜସେବୀ ଆନ୍ନା ହଜାରେ ଆମ ଆଦମୀ ପାର୍ଟି ନେତା ତଥା...

Advertisement
Archives

Model This Week