କୋଏମ୍ବାଟୁର,୩।୧: ସାଧାରଣତଃ ମହିଳାମାନେ ଗର୍ଭବତୀ ଥିଲେ ୭ ମାସରେ ସାଦ ଖାଇବାର ବ୍ୟବସ୍ଥା ରହିଛି। ଏଥିରେ ମା’ ଏବଂ ପୃଥିବୀକୁ ଆସିଥିବା ଅତିଥିକୁ ସମ୍ପର୍କୀୟମାନେ ଆଶୀର୍ବାଦ ଦିଆଯିବାର ପରମ୍ପରା ରହିଛି। କିନ୍ତୁ ତାମିଲନାଡୁର କେଏମ୍ବାଟୁର୍ରେ ଏକ ଭିନ୍ନ ଘଟଣା ଦେଖବାକୁ ମିଳିଛି। ଏଠାରେ ପାଳିତ ବିଲେଇର ସାଦ ଖାଇବା ଉତ୍ସବ ପାଳନ କରିଛନ୍ତି ମାଲିକ। ଏହି ସାଦ ଖିଆ ଉତ୍ସବର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଉତ୍ସବରେ ଗର୍ଭବତୀ ବିଲେଇକୁ ସ୍ବାଦିଷ୍ଟ ଖାଦ୍ୟ ଖାଇବାକୁ ଦିଆଯାଇଥିଲା। ଏଥିରେ ପଶୁ ଡାକ୍ତର ସମେତ ଅନେକ ବ୍ୟକ୍ତି ଯୋଗ ଦେଇଥିଲେ।
ତାମିଲନାଡୁରେ ଏହା ପ୍ରଥମ ଘଟଣା ନୁହେଁ,ଗତ ବର୍ଷ ଅକ୍ଟୋବର ମାସରେ, ତାମିଲନାଡୁର ଏକ ପରିବାର ପାଳିତ ଗର୍ଭବତୀ କୁକୁରର ସାଦ ଖାଇବା ଉତ୍ସବ ପାଳନ କରିଥିଲେ। ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରାଲ ହେବା ପରେ ଲୋକେ ଭିନ୍ନ ଭିନ୍ନ ମନ୍ତବ୍ୟ ଦେଇଛନ୍ତି। କେହି କେହି ନାମକରଣ ଉତ୍ସବ କେବେ ହେବ ବୋଲି ପ୍ରଶ୍ନ କରିଛନ୍ତି।
Next what ? Namkaran sanskar ? 😭😭 https://t.co/ghdRY9sp40
— Pahadi Soul (@rohituvacha) January 2, 2022