Posted inଜାତୀୟ

ମା’ କ୍ଷୀରରେ କୀଟନାଶକ

ଲକ୍ଷ୍ନୌ,୩୧।୧:ନବଜାତ ଶିଶୁଙ୍କ ପାଇଁ ମା’ କ୍ଷୀର ପ୍ରଥମ ଆହାର। ଗୁରୁତ୍ୱ ଦୃଷ୍ଟିରୁ ଏହାକୁ ଅମୃତ ଆଖ୍ୟା ଦିଆଯାଇଛି। ଡାକ୍ତରଙ୍କ ମତରେ ମା’ କ୍ଷୀରରୁ ହିଁ ଶିଶୁକୁ ପୋଷକତତ୍ତ୍ୱ ମିଳିଥାଏ, ଯାହା ଶାରୀରିକ ଓ ମସ୍ତିଷ୍କ ବିକାଶରେ ସାହାଯ୍ୟ କରେ। ତେବେ ଏହି ଆହାର ଏବେ ଘାତକ ସାବ୍ୟସ୍ତ ହୋଇଛି। ଲକ୍ଷ୍ନୌର କୁଇନ୍‌ ମାରି ହସ୍ପିଟାଲ ପକ୍ଷରୁ କରାଯାଇଥିବା ଅଧ୍ୟୟନ ଅନୁସାରେ ମା’ କ୍ଷୀରରେ ପେଷ୍ଟିସାଇଡ୍‌ (କୀଟନାଶକ) ରହିଛି। ଏଥିଯାଗୁ ଉତ୍ତର ପ୍ରଦେଶର ମହାରାଜଗଞ୍ଜରେ ୧୧୧ ଶିଶୁ ମା’ କ୍ଷୀର ପିଇ ପ୍ରାଣ ହରାଇଛନ୍ତି। ଗର୍ଭବତୀ ମହିଳାଙ୍କ କ୍ଷୀରରେ ପେଷ୍ଟିସାଇଡ୍‌ ରହିଛି ବୋଲି ଦାବି କରୁଥିବା କୁଇନ୍‌ ମାରି ହସ୍ପିଟାଲ ପକ୍ଷରୁ କରାଯାଇଥିବା ଅଧ୍ୟୟନରେ ମୋଟ ୧୩୦ ଗର୍ଭବତୀ ମହିଳାଙ୍କୁ ସାମିଲ କରାଯାଇଥିଲା। ସେମାନଙ୍କ ମଧ୍ୟରେ କେତେଜଣ ମାଂସାହାରୀ ଥିବାବେଳେ ଆଉ କେତେକେ ଶାକାହାରୀ ରହିଥିଲେ। ଅଧ୍ୟୟନ ମୁଖ୍ୟ ପ୍ରଫେସର୍‌ ସୁଜାତା ଦେବ, ଡା. ଅବ୍ବାସ ଅଲି ମେହେନ୍ଦି ଏବଂ ଡା. ନୈନା ଦ୍ୱିବେଦୀଙ୍କ ମତରେ ଉଭୟ ମାଂସାହାରୀ ଓ ଶାକାହାରୀ ଗର୍ଭବତୀଙ୍କ କ୍ଷୀରରେ ପେଷ୍ଟିସାଇଡ୍‌ ରହିଛି। କିନ୍ତୁ ମାଛ, ମାଂସ ଖାଉଥିବା ଗର୍ଭବତୀଙ୍କ ତୁଳନାରେ କେବଳ ପନିପରିବା ଖାଉଥିବା ମହିଳାଙ୍କ କ୍ଷୀରରେ କମ୍‌ ପରିମାଣର ପେଷ୍ଟିସାଇଡ୍‌ ଅଛି। କେମିକାଲ୍‌ ଫାର୍ମିଂ ଏହାର ମୁଖ୍ୟ କାରଣ ବୋଲି ଅଧ୍ୟୟନରୁ ଜଣାପଡ଼ିଛି। ପନିପରିବା ଏବଂ ଶସ୍ୟ ଉତ୍ପାଦନ କ୍ଷେତ୍ରରେ କୃଷକମାନେ ବିଭିନ୍ନ ପ୍ରକାରର ରାସାୟନିକ ପଦାର୍ଥମାନ ପ୍ରୟୋଗ କରୁଥିବା ଦେଖାଯାଉଛି। ଅନ୍ୟପକ୍ଷେ ସମୟ ପୂର୍ବରୁ ପଶୁମାନଙ୍କ ଶାରୀରିକ ବିକାଶ ପାଇଁ ପେଷ୍ଟିସାଇଡ୍‌ରେ ତିଆରି ବିଭିନ୍ନ କେମିକାଲ ସପ୍ଲିମେଣ୍ଟ ଇଞ୍ଜେକ୍ସନ୍‌ ମାଧ୍ୟମରେ ସେମାନଙ୍କୁ ଦିଆଯାଉଛି।
୧୦ ମାସ ଭିତରେ ମହାରାଜଗଞ୍ଜରେ ୧୧୧ ନବଜାତକ ଅଜଣା ରୋଗରେ ପ୍ରାଣ ହରାଇବା ପରେ ଏହା ପଛର କାରଣ ଖୋଜିବା ଲାଗି ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏ ନେଇ ଚିଫ୍‌ ଡେଭଲପମେଣ୍ଟ ଅଫିସର (ସିଡିଓ)ଙ୍କ ଅଧ୍ୟକ୍ଷତାରେ ତିନିଜଣିଆ ସଦସ୍ୟଙ୍କୁ ନେଇ ଏକ କମିଟି ଗଠନ କରାଯାଇଥିଲା। ପ୍ରଥମେ ଜିଲାରେ ମା’ ଓ ଶିଶୁ ମୃତ୍ୟୁହାର ରିପୋର୍ଟ ନେଇ ଅଧ୍ୟୟନ ଆରମ୍ଭ କରାଯାଇଥିଲା। ପରବର୍ତ୍ତୀ ସମୟରେ କେତେଜଣ ଗର୍ଭବତୀଙ୍କ କ୍ଷୀରକୁ ନେଇ ପରୀକ୍ଷା ନିରୀକ୍ଷା କରିବା ପରେ ଶାକାହାରୀଙ୍କ ତୁଳନାରେ ମାଂସାହାରୀଙ୍କ କ୍ଷୀରରେ ୩ଗୁଣା ଅଧିକ ପେଷ୍ଟିସାଇଡ୍‌ ଥିବା ଅଧ୍ୟୟନ ରିପୋର୍ଟରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?