ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ଜଣେ ଯୁବକ ଏକ ବିଳାସପୂର୍ଣ୍ଣ କାର ପାର୍କିଂ କରୁଥିବାବେଳେ ହଠାତ୍ କାରଟି ଅନ୍ୟ ଏକ କାର ଉପରେ ଚଢିଯାଇଥିବା ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ଏହି ଘଟଣାଟି ୟୁ.କେରେ ଘଟିଛି। ଯୁବକ ଜଣକ ଭୁଲ ବଶତଃ ବ୍ରେକ ବଦଳରେ ଆସ୍କିଲେଟର ଦବାଇ ଦେବାରୁ କାରଟି ଏକ ବାଡ ଡେଇଁ ନିକଟରେ ପାର୍କିଂ ହୋଇଥିବା ଅନ୍ୟ ଏକ କାର ଉପରେ ଚଢିଯାଇଥିଲା। ତେବେ ଏହି ଦୁର୍ଘଟଣାରୁ ଯୁବକ ଜଣକ ବର୍ତ୍ତିଯାଇଛନ୍ତି। ଯୁବକ ଜଣକ ଉକ୍ତ ବିଳାସପୂର୍ଣ୍ଣ କାରକୁ ୫ ଦିନ ତଳେ କଣିଥିଲେ। ଯାହାର ଦାମ ୮୧ ଲକ୍ଷ ଟଙ୍କା ହେବ। ଦୁର୍ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
Ooooops 😂🤣😂 pic.twitter.com/GwbwWWLO8l
— Andy 💪🏼 (@oldschoolbiker4) November 19, 2020