କଦଳୀ ଭେଳାରେ ମା’ ମନସାଙ୍କୁ ପୂଜା କରନ୍ତି ବଙ୍ଗୀୟ ସମ୍ପ୍ରଦାୟ, ଏହା ପଛର କାରଣ ଜାଣିଲେ…

ମହାକାଳପଡ଼ା, ୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ବିଧି ଓ ପରମ୍ପରା ଅନୁସାରେ ବଙ୍ଗୀୟ ଶ୍ରଦ୍ଧାଳୁମାନେ କଦଳୀ ଭେଳାରେ ମା’ ମନସା ଦେବୀଙ୍କୁ ପୂଜା କଲେ ସନ୍ତୁଷ୍ଟ ହୋଇ ସର୍ପ ଦଂଶନରୁ ମୁକ୍ତି ମିଳେ ବୋଲି ବିଶ୍ୱାସ ରହିଛି। ତେବେ ପ୍ରତି ବର୍ଷ ଭାଦ୍ରବ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ଏହି ପୂଜା କରାଯାଏ। କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ମା’ଙ୍କ ପୂଜାର୍ଚ୍ଚନା ହେଉଛି। ଏହି ଅବସରରେ କନ୍ୟା ସଂକ୍ରାନ୍ତି ବା ବିଶ୍ୱକର୍ମାଙ୍କ ପୂଜାରେ ମା’ଙ୍କ ପୂଜା ହୋଇଥାଏ। କିନ୍ତୁ ବଙ୍ଗୀୟମାନେ ସଂକ୍ରାନ୍ତି ପର ଦିନ ପୂଜା କରନ୍ତି ବୋଲି କୁହାଯାଉଛି। ମା’ଙ୍କ ମୃଣ୍ମୟୀ ମୂର୍ତ୍ତିକୁ କଦଳୀ ଭେଳାରେ ନଦୀରେ ସୁସଜ୍ଜିତ କରାଯାଇ ଅଧିଷ୍ଠିତ କରାଯାଏ। ପରେ ମା’ଙ୍କ ସମ୍ମୁଖରେ ଧୂପ, ଦୀପ ଓ ନୈବେଦ୍ୟ ସହ ଫଳ ମିଶା ପଣା ସହିତ ଚିନିରେ ପ୍ରସ୍ତୁତ ବାତସା ଭୋଗ ଲାଗି କରାଯାଏ। ମାନସିକଧାରୀ ଶ୍ରଦ୍ଧାଳୁମାନେ ମା’ଙ୍କ ଗଳାରେ ଟଙ୍କା ହାର ଅର୍ପଣ କରନ୍ତି। ଅପର ପକ୍ଷରେ ମା’ଙ୍କ ମସ୍ତକରେ ଆଠ ଭାଇ ନାଗ ବିରାଜିତ ହୋଇଥାନ୍ତି। ୮ ଭାଇଙ୍କ ମଧ୍ୟରେ ଅନନ୍ତ, ବାସୁକୀ, ଶଙ୍ଖ, ପଦ୍ମ, ମହାପଦ୍ମ, କର୍କଟ, କୁଳିର ଓ ତକ୍ଷକ ଆଦି ଶୋଭା ବର୍ଦ୍ଧନ କରନ୍ତି। ମା’ଙ୍କ ପୂଜାର୍ଚ୍ଚନା ପରେ ପଣା ସମେତ ଦାନ ମିଳିଥିବା ସମସ୍ତ ଦ୍ରବ୍ୟ ନଦୀରେ ଭସାଇ ଦିଆଯାଏ। ଅପରପକ୍ଷରେ ମା’ଙ୍କ କଦଳୀ ଭେଳାରୁ କୌଣସି ଲୋକ ଲୋଭର ବଶବର୍ତ୍ତୀ ହୋଇ କିଛି ଚୋରାଇ ନେଲେ ତାର ବିନାଶ ଘଟେ ବୋଲି ନଜିର ରହିଛି। କିଛି ବର୍ଷ ପୂର୍ବେ ମହାନଦୀରୁ ମା’ଙ୍କ ମୂର୍ତ୍ତି ବିସର୍ଜନ ଭେଳାରୁ କେତେକ କନ୍ଧା ଚାଷୀ ଲୋଭରେ ଚୋରାଇ ଥିଲେ। ଠିକ୍‌ ସନ୍ଧ୍ୟାସୁଦ୍ଧା କନ୍ଧା ନେଇଥିବା ଚାଷୀଙ୍କର ମୃତ୍ୟୁ ହୋଇଥିଲା ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି।
ଖୋଳାଠାରେ ମା’ମନସାଙ୍କ ୫୧ତମ ବାର୍ଷିକ ପୂଜା ପାଳନ ହେଉଛି। ସେହିପରି ହରିଆବାଙ୍କ, ତନ୍ତିଆପାଳ , ଜମ୍ବୁ , ସୁନୀତି ଓ ପେଟଛେଲା, ରାମଚଣ୍ଡୀ ଗଳିଆ ନଦୀରେ ୨୩ ବର୍ଷ ଧରି ମା’ ପୂଜା ପାଉଛନ୍ତି ବୋଲି ଆୟୋଜକମାନେ କହିଛନ୍ତି। ଏହି ଅବସରରେ ମା’ଙ୍କ ଦର୍ଶନ ଲାଭ ପାଇଁ ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତା ଆଶିଷ ଭିକ୍ଷା କରିଛନ୍ତି। ବିଧାୟକ ଡ. ଦୁର୍ଗା ପ୍ରସନ ନାୟକ, ସରୋଜକାନ୍ତ ସାହୁ, କ୍ରିଷ୍ଣପଦ ମଣ୍ଡକ ଓ ଅଞ୍ଜନ ସାମଲ ପ୍ରମୁଖ ମା’ଙ୍କ ଦର୍ଶନ ଲାଭକରି ଆଶିଷ ଭିକ୍ଷା କରିଥିଲେ। ସେହିପରି ଯୁବ ନେତା ସୌଭାଗ୍ୟ କୁମାର ପରିଡ଼ାଙ୍କ ସହିତ ତାଙ୍କ ସମର୍ଥକମାନଙ୍କ ସହ ଯାଇ ମା’ଙ୍କ ଆଶିଷ ଭିକ୍ଷା କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆମେରିକୀୟ ଗଣମାଧ୍ୟମ ବିରୋଧରେ ଟ୍ରମ୍ପଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ; ଲଗାଇଲେ କଟକଣା

ଓ୍ବାଶିଂଟନ,୧୯।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ବାଇଟ ହାଉସରେ CNN, Politico ଏବଂ MSNBC ଉପରେ କଟକଣା ଲଗାଇବାକୁ ଘୋଷଣା କରିଛନ୍ତି। ‘ଟ୍ରୁଥ ସୋସିଆଲ’ (Truth Social)…

ଚାକିରିଆଙ୍କ ପାଇଁ ବଡ଼ ଖବର: କମିଯିବ In-Hand Salary! PF ର ନୂଆ ନିୟମ ଜାଣିରଖନ୍ତୁ

ନୂଆଦିଲ୍ଲୀ,୧୯।୯: କର୍ମଚାରୀଙ୍କ ପାଇଁ PF ସମ୍ପର୍କିତ ନିୟମରେ ବଡ଼ ପରିବର୍ତ୍ତନ ହୋଇଛି। EPFOର ବେତନ ସୀମାକୁ ମାସିକ ୧୫,୦୦୦ରୁ ବଢ଼ାଇ ୨୫,୦୦୦ କରାଯାଇଛି। ୧୬ ସେପ୍ଟେମ୍ବର ୨୦୨୪ରେ…

ବିଧାୟକ ନିରଞ୍ଜନ ପୂଜାରୀଙ୍କ କାର୍‌କୁ ଅଣ୍ଡାମାଡ଼

ସୋନପୁର,୧୯ା୯(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ କାର୍‌ ଉପରକୁ ଶୁକ୍ରବାର ସନ୍ଧ୍ୟାରେ ଅଣ୍ଡାମାଡ଼ ହୋଇଛି। ପ୍ରଥମେ ତରଭା ବ୍ଲକର ଦେଉଳପଦର ଛକରେ…

ପାର୍ବଣ ପୂର୍ବରୁ ମହଙ୍ଗା ମାଡ଼: ୮ ଟଙ୍କା ବଢ଼ିପାରେ କ୍ଷୀର ମୂଲ୍ୟ! ରାଜ୍ୟ ସରକାରଙ୍କୁ ୩ ଦିନିର ଅଲ୍ଟିମେଟମ ଦେଲେ…

ନୂଆଦିଲ୍ଲୀ,୧୯।୯: କର୍ନାଟକରେ ପାର୍ୱଣ ଋତୁ ପୂର୍ୱରୁ ଲୋକଙ୍କୁ ଆଉ ଏକ ବଡ଼ ଝଟକା ଲାଗିପାରେ। ଏଠାରେ ଖୁବ ଶୀଘ୍ର କ୍ଷୀର ଦରରେ ବଡ଼ ଧରଣର ବୃଦ୍ଧି ଦେଖିବାକୁ…

ନୂଆ ଆଇନରେ ସ୍ବାକ୍ଷର କଲେ ଟ୍ରମ୍ପ: ଭାରତ ଉପରେ କ’ଣ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧୯।୯: ରୁଷିଆ ଓ ଇରାନ ବିରୋଧରେ ଆମେରିକାର ନୂଆ ପଦକ୍ଷେପକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ଜୋର ଧରିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲିଣ୍ଡସେ ଓ.…

ମମତାଙ୍କ କୋଳ ଶୂନ୍ୟ କରିଦେଲା ଋଷିକୁଲ୍ୟା: ଖେଳିଗଲା ଶୋକର ଛାୟା

ପୁରୁଷୋତ୍ତମପୁର,୧୯।୯ (ସବିତା ମିଶ୍ର): ଗଣେଶ ମୂର୍ତ୍ତି ବିସର୍ଜନବେଳେ ଋଷିକୁଲ୍ୟା ନଦୀରେ ଭାସିଯାଇ ନିଖୋଜ ହୋଇଥିବା ଛାତ୍ର ସୁମିତ କୁମାର ମିଶ୍ରଙ୍କ ମୃତଦେହ ଶନିବାର ଉଦ୍ଧାର ହୋଇଛି। ପୁରୁଷୋତ୍ତମପୁର…

ଭାରତ ପାଇଁ ଡେବ୍ୟୁ କଲେ ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ: ପ୍ରଥମ ମ୍ୟାଚ୍‌ରେ କଲେ ଏମିତି କାରନାମା

ରାଜକୋଟ,୧୯।୯: ବାପାଙ୍କ ଭଳି କ୍ରିକେଟ ମଇଦାନରେ ପାଦ ଥାପିବାର ଆର୍ଯ୍ୟବୀର ସେହ୍ବାଗଙ୍କ ଅପେକ୍ଷା ଶେଷ ହୋଇଛି। ଅଷ୍ଟ୍ରେଲିଆ ଅଣ୍ଡର-୧୯ ବିପକ୍ଷରେ ରାଜକୋଟରେ ଖେଳାଯାଇଥିବା ମ୍ୟାଚ୍‌ରେ ସେ ପ୍ରଥମଥର…

ଗଞ୍ଜାମ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଶହ ଶହ ରୋଗୀ ନିର୍ଭରଶୀଳ: ମାତ୍ର ୨ଟି ବେଡ୍‌ରେ ଚାଲିଛି ଚିକିତ୍ସା

ଗଞ୍ଜାମ,୧୯।୯(ବିଦ୍ୟାଧର ସାହୁ): ଗଞ୍ଜାମ ସହର ବଡ଼ବଜାରସ୍ଥିତ ବହୁ ପୁରାତନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିଣତ କରିବା ଦାବି ଜୋର ଧରିଛି। ରାଜପଥ ପାର୍ଶ୍ୱରେ ଅବସ୍ଥିତ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?