Posted inଜାତୀୟ

ଆସାମରେ ପରସିମନକୁ ବିରୋଧ: ୩୦୦ରୁ ଅଧିକ ପ୍ରଦର୍ଶନକାରୀ ଗିରଫ…

ଗୁଆହାଟୀ,୨୭।୬ : ଆସାମରେ ପରସିମନକୁ ବିରୋଧ କରି ରାଜନୈତିକ ଦଳଙ୍କ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା। ଏହି ସମୟରେ ମଙ୍ଗଳବାର ବାରକ ଘାଟିର ତିନୋଟି ଜିଲାରେ ୩୦୦ରୁ ଅଧିକ ପ୍ରଦର୍ଶନକାରୀଙ୍କୁ ଗିରଫ କରାଯାଇଛି। ବାରକ ଡେମୋକ୍ରାଟିକ ଫ୍ରଣ୍ଟ (ବିଡିଏଫ) ପୂର୍ବରୁ ଏହି ବନ୍ଦ ଡାକରା ଦେଇଥିଲା। ପରେ କଂଗ୍ରେସ, ଟିଏମସି ଏବଂ ଏଆଇୟୁଡିଏଫ ମଧ୍ୟ ଏହାକୁ ସମର୍ଥନ କରିଥିଲେ।
ଆସାମର ବାରକ ଉପତ୍ୟକାରେ ସକାଳ ୫ ଟାରୁ ବନ୍ଦ ଆରମ୍ଭ ହୋଇଥିଲା। ଏହି ସମୟରେ, ଘାଟିର କାଚର, କରିମଗଞ୍ଜ ଏବଂ ହାଇଲାକାଣ୍ଡି ଜିଲାରେ ଦୋକାନ ଏବଂ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଥିଲା। ଏହି ସମୟ ମଧ୍ୟରେ ସରକାରୀ କାର୍ଯ୍ୟାଳୟ ଖୋଲା ରହିଥିଲା। କିନ୍ତୁ ଲୋକଙ୍କ ଉପସ୍ଥିତି ବହୁତ କମ ରେକର୍ଡ କରାଯାଇଥିବା କୁହାଯାଉଚଇ। କେହି ଘରୁ ବାହାରକୁ ଯାଉଥିଲେ ବିକ୍ଷୋଭକାରୀମାନେ ସେମାନଙ୍କୁ ଘରକୁ ଫେରିବାକୁ ଅନୁରୋଧ କରିଥିଲେ।
କରିମଗଞ୍ଜ (ଉତ୍ତର)ର କଂଗ୍ରେସ ବିଧାୟକ କମଳାଖ୍ୟା ଦେ ପୁରକାୟସ୍ତ ଏବଂ ଦଳର କାଚର ଜିଲା ସଭାପତି ଅଭିଜିତ ପାଲଙ୍କ ସମେତ ୩୦୦ ରୁ ଅଧିକ ପ୍ରଦର୍ଶନକାରୀଙ୍କୁ ପୋଲିସ ଗିରଫ କରିଥିଲା।

କାଚର ପୋଲିସ ଅଧୀକ୍ଷକ ନମଲ ମହାତ୍ମା କହିଛନ୍ତି ଯେ ସମସ୍ତ ଦଳର ବିକ୍ଷୋଭକାରୀଙ୍କୁ ଲୋକଙ୍କୁ କାମକୁ ଯିବାକୁ ବାରଣ କରୁଥିବାରୁ ସେମାନଙ୍କୁ ଅଟକ ରଖାଯାଇଥିଲା। ସେ କହିଛନ୍ତି ପ୍ରତିଷେଧକ ଗିରଫ। ଆମେ ସାଧାରଣ ଲୋକଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରୁଛୁ ।

ନିର୍ବାଚନ ଆୟୋଗଙ୍କ ଦ୍ୱାରା ପ୍ରକାଶିତ ଡେଲିମିଟେଶନ ପ୍ରସ୍ତାବ ଅନୁଯାୟୀ, ଏହି ତିନୋଟି ଜିଲାର ବିଧାନସଭା ଆସନ ସଂଖ୍ୟା ବର୍ତ୍ତମାନର ୧୫ ରୁ ୧୩ କୁ ହ୍ରାସ ପାଇବ। କେତେକ ନିର୍ବାଚନମଣ୍ଡଳୀର ନାମ ପରିବର୍ତ୍ତନ କରିବାକୁ ମଧ୍ୟ ପ୍ରସ୍ତାବ ରହିଛି।

ଶାସକ ଭାଜପା ସମେତ ଅନେକ ରାଜନୈତିକ ନେତା ଏହି ପ୍ରସ୍ତାବକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଧୋଲାଇ ବିଧାନସଭା ଆସନକୁ ପ୍ରତିନିଧିତ୍ୱ କରୁଥିବା ପରିବହନ ମନ୍ତ୍ରୀ ପରିମଲ ଶୁକ୍ଲାବୈଦ୍ୟ କହିଛନ୍ତି ଧୋଲାଇରୁ ନରସିଂହପୁର ପର୍ଯ୍ୟନ୍ତ ଏହି ଅଞ୍ଚଳର ନାମ ପରିବର୍ତ୍ତନ ପ୍ରସ୍ତାବରେ ଲୋକମାନେ ଅସନ୍ତୁଷ୍ଟ। ଏଥି ସହିତ କଂଗ୍ରେସ ବିଧାୟକ କମଳାଖ୍ୟା ଦେ ପୁରକାୟସ୍ତ କହିଛନ୍ତି ଏହା ବାରକ ଘାଟିର ଲୋକ ତଥା ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ବିରୋଧରେ ଷଡଯନ୍ତ୍ର।

ଜୁନ ୨୦ ରେ ପ୍ରକାଶିତ ଡ୍ରାଫ୍ଟ ଡେଲିମିଟେଶନରେ ଆସାମରେ ବିଧାନସଭା ଆସନ ସଂଖ୍ୟା ୧୨୬ ଏବଂ ଲୋକସଭା ନିର୍ବାଚନମଣ୍ଡଳୀ ସଂଖ୍ୟା ୧୪ ରେ ସୀମିତ ରଖିବାକୁ ନିର୍ବାଚନ ଆୟୋଗ ପ୍ରସ୍ତାବ ଦେଇଛି। ଆୟୋଗ ଉଭୟ ବିଧାନସଭା ଏବଂ ଲୋକସଭାର ଅଧିକାଂଶ ନିର୍ବାଚନମଣ୍ଡଳୀର ଭୌଗୋଳିକ ସୀମା ପରିବର୍ତ୍ତନ କରିବାକୁ ଯୋଜନା କରୁଥିବାବେଳେ କେତେକ ଆସନ ରଦ୍ଦ ହୋଇ କିଛି ନୂତନ ଆସନ ସୃଷ୍ଟି ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?