ନୂଆଦିଲ୍ଲୀ,୨୯ା୭: ଲିଥିୟମ ସମେତ ୬ ଆଣବିକ ଖଣିଜ ଉତ୍ତୋଳନ ଲାଗି ଘରୋଇ ସଂସ୍ଥାକୁ ଅନୁମତି ମିଳିବ। ଏଥିପାଇଁ ଶୁକ୍ରବାର ଲୋକ ସଭାରେ ଖଣି ଓ ଖଣିଜ(ବିକାଶ ଓ ନିୟନ୍ତ୍ରଣ) ସଂଶୋଧନ ବିଲ୍, ୨୦୨୩ ଧ୍ୱନି ମତରେ ପାରିତ ହୋଇଛି। ପ୍ରଚଳିତ ଆଇନ ଅନୁଯାୟୀ ସମସ୍ତ ୧୨ଟି ଆଣବିକ ଖଣିଜ ଉତ୍ତୋଳନ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକ ପାଇଁ ସଂରକ୍ଷିତ ରହିଥିଲା। ସେଥିରୁ ୬ଟି ଖଣିଜର ଉତ୍ତୋଳନ ଘରୋଇ ସଂସ୍ଥା ଦ୍ୱାରା କରାଇବା ପାଇଁ ସରକାର ବିଲ୍ ଆଣିଥିଲେ। ସେହିସବୁ ଖଣିଜ ହେଲା ଲିଥିୟମ(ଯାହା ବିଦ୍ୟୁତ୍ଚାଳିତ ଯାନର ବ୍ୟାଟେରି ଏବଂ ବିଦ୍ୟୁତ୍ ଷ୍ଟୋରେଜ୍ ଉପକରଣ ତିଆରିରେ ବ୍ୟବହୃତ ହୋଇଥାଏ), ବେରିଲିୟମ, ନିଓବିୟମ, ଟିଟାନିୟମ, ଟାଣ୍ଟାଲମ ଏବଂ ଜିର୍କୋନିୟମ। ମହାକାଶ ଶିଳ୍ପ, ଇଲେକ୍ଟ୍ରୋନିକ୍ସ, ଯୋଗାଯୋଗ, ଶକ୍ତି ସେକ୍ଟର, ଇଲେକ୍ଟ୍ରି ବ୍ୟାଟେରି ଆଦିରେ ଏହିସବୁ ଖଣିଜ ବ୍ୟବହୃତ ହୋଇଥାଏ। ଘରୋଇ ସଂସ୍ଥାକୁ ଅନୁମତି ମିଳିବା ଦ୍ୱାରା ସେଗୁଡ଼ିକ ପ୍ରଚୁର ମାତ୍ରାରେ ଉତ୍ତୋଳନ ହୋଇପାରିବ।
ସେହିପରି ଦେଶରେ ଦନ୍ତରୋଗ ଶିକ୍ଷା ଓ ପେସାକୁ ନିୟନ୍ତ୍ରଣ କରିବା ପାଇଁ ନ୍ୟାଶନାଲ ଡେଣ୍ଟାଲ କମିଶନ (ଏନ୍ଡିସି) ସ୍ଥାପନ ନିମନ୍ତେ ଆସିଥିବା ବିଲ୍କୁ ଲୋକ ସଭା ଅନୁମୋଦନ କରିଛି। ଡେଣ୍ଟିଷ୍ଟସ୍ ଆକ୍ଟ, ୧୯୪୮ ସ୍ଥାନରେ କାର୍ଯ୍ୟକାରୀ ହେବାକୁ ଥିବା ନ୍ୟାଶନାଲ ଡେଣ୍ଟାଲ କମିଶନ ବିଲ୍ ଦନ୍ତରୋଗ ଶିକ୍ଷାକୁ ସୁଲଭ କରାଇବା ସହ ମୁଖ ସ୍ବାସ୍ଥ୍ୟସେବାର ମାନ ବଢ଼ାଇବ। ଏହା ବ୍ୟତୀତ ଭାରତୀୟ ନର୍ସିଂ କାଉନସିଲ୍ ଆଇନ, ୧୯୪୭ ସ୍ଥାନରେ ନ୍ୟାଶନାଲ ନର୍ସିଂ ଆଣ୍ଡ ମିଡ୍ଓ୍ବାଇଫେରି କମିଶନ (ଏନ୍ଏନ୍ଏମ୍ସି) ସ୍ଥାପନ ଲକ୍ଷ୍ୟରେ ଅଣାଯାଇଥିବା ନ୍ୟାଶନାଲ ନର୍ସିଂ ଆଣ୍ଡ ମିଡ୍ଓ୍ବାଇଫେରି କମିଶନ ବିଲ୍, ୨୦୨୩ ଲୋକ ସଭାରେ ଗୃହୀତ ହୋଇଛି।
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ
ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…
ଭୁବନେଶ୍ୱର ଫୁଲ ଦୋକାନ
ଫର୍ନସ ଏନ୍ ପେଟାଲ୍ସ ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ
କଳିଙ୍ଗ ଫିଟନେସ୍ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍ରେ ସବୁ ପ୍ରକାର…
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ
ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…
କଟକ ଦହିବରା ଆଳୁଦମ
ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ
ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…
ଶ୍ରେଷ୍ଠ ପାଞ୍ଚ ପୁରୀର ମଠ
ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…
ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ
ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

