Posted inଜାତୀୟ

ଶେହଲାଙ୍କ ନାଁରେ ମାମଲା ଲାଗି ଦିଲ୍ଲୀ ଉପରାଜ୍ୟପାଳଙ୍କ ଅନୁମତି

ନୂଆଦିଲ୍ଲୀ,୧୧ା୧(ପି.ଟି.): ଭାରତୀୟ ସେନା ବିରୋଧରେ ଟୁଇଟ୍‌ କରିଥିବା ଜେଏନ୍‌ୟୁ ଛାତ୍ର ସଂଗଠନର ପୂର୍ବତନ ଉପ ସଭାନେତ୍ରୀ ଶେହଲା ରଶିଦଙ୍କ ବିରୋଧରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ଦିଲ୍ଲୀ ଉପରାଜ୍ୟପାଳ ଭି.କେ. ସାକ୍ସେନା ମଙ୍ଗଳବାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ଆଇନଜୀବୀ ଅଲଖ ଆଲୋକ ଶ୍ରୀବାସ୍ତବଙ୍କ ଅଭିଯୋଗକ୍ରମେ ଦିଲ୍ଲୀ ପୋଲିସର ସ୍ବତନ୍ତ୍ର ସେଲ୍‌ ୨୦୧୯ରେ ଶେହଲାଙ୍କ ବିରୋଧରେ ଏତଲା ଦାଏର କରିଥିଲା। ସିଆର୍‌ପିସିର ଧାରା ୧୯୬ରେ ଉପରାଜ୍ୟପାଳ କାର୍ଯ୍ୟାନୁଷ୍ଠାନ ଲାଗି ମଞ୍ଜୁରୀ ଦେଇଛନ୍ତି। ରାଷ୍ଟ୍ର ବିରୋଧୀ ଅପରାଧ ଏବଂ ଆପରାଧିକ ଷଡ଼ଯନ୍ତ୍ର ଘଟଣାରେ ମକଦ୍ଦମା ଲାଗି ଉକ୍ତ ଧାରାରେ ମଞ୍ଜୁରୀର ଆବଶ୍ୟକତା ପଡ଼ିଥାଏ। ଜେଏନ୍‌ୟୁ ଛାତ୍ର ସଂଗଠନର ପୂର୍ବତନ ଉପ ସଭାନେତ୍ରୀ ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଶତ୍ରୁତାକୁ ବଢ଼ାଇବା ସହ ସଦ୍‌ଭାବନା ପ୍ରତି କ୍ଷତି ପହଞ୍ଚାଉଥିଲେ। ସେନା ଯବାନମାନେ କଶ୍ମୀର ଲୋକଙ୍କ ଘରେ ପଶି ନିର୍ଯାତନା ଦେଉଥିବା ୨୦୧୯ ଅଗଷ୍ଟ ୧୮ରେ ସେ ଟୁଇଟ୍‌ କରିଥିଲେ। ଏହା ସମ୍ପୂର୍ଣ୍ଣ ଭିତ୍ତିହୀନ କହି ସେନ୍ୟବାହିନୀ ଅଭିଯୋଗକୁ ଖଣ୍ଡନ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ଚିଠି ଲେଖିଲେ ଖାର୍ଗେ

ନୂଆଦିଲ୍ଲୀ,୨୫।୪: ଲୋକ ସଭା ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରମାଗତ ଭାବେ କଂଗ୍ରେସ ମନିଫେଷ୍ଟୋ ଉପରେ ପ୍ରଶ୍ନ ଉଠାଉଛନ୍ତି। କିଛି ଦିନ ପୂର୍ବେ...

‘୨୦୨୫ ସୁଦ୍ଧା ଭାଜପା ସଂରକ୍ଷଣ ଉଚ୍ଛେଦ କରିବ’: ରେବନ୍ଥ ରେଡ୍ଡୀଙ୍କ ବଡ଼ ଦାବି

ହାଇଦ୍ରାବାଦ,୨୫।୪: ମୁସଲମାନମାନଙ୍କ ପାଇଁ କୋଟାକୁ ନେଇ ଭାଜପା ଏବଂ କଂଗ୍ରେସ ମଧ୍ୟରେ ଚାଲିଥିବା ରାଜନୈତିକ ଵାକଯୁଦ୍ଧ ମଧ୍ୟରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡୀ ଅଭିଯୋଗ କରିଛନ୍ତି...

ପ୍ରଥମେ ଖବରଦାତା ସମ୍ମିଳନୀ-ପରେ ରାଲି, ଏବେ ରୋଡ ଶୋ’…ଏଏପିର ପ୍ରଚାର ସମ୍ଭାଳିବେ ସୁନୀତା କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୫।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ଗିରଫ ହୋଇ ଜେଲ୍‌ ଯିବା ପରେ ତାଙ୍କ ପତ୍ନୀ ସୁନୀତା କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି ଆସୁଛନ୍ତି। ସେ...

ହୋଟେଲରେ ନିଆଁ ଲାଗି ୬ ମୃତ, ୧୨ ଆଇସିୟୁରେ ଭର୍ତ୍ତିି

ପାଟନା,୨୫ା୪: ଗୁରୁବାର ପାଟନାରେ ଥିବା ଏକ ହୋଟେଲରେ ନିଆଁ ଲାଗିବାରୁ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ଏହି...

ଭାଜପାରେ ଯୋଗଦେଲେ ପ୍ରସିଦ୍ଧ ୟୁଟ୍ୟୁବର: ମା’ଙ୍କ କଥାରେ ଧରିଲେ ପଦ୍ମ

ନୂଆଦିଲ୍ଲୀ,୨୫।୪: ବିହାରର ପ୍ରସିଦ୍ଧ ୟୁଟ୍ୟୁବର ମନୀଷ କାଶ୍ୟପ ଗୁରୁବାର ଭାଜପାରେ ଯୋଗ ଦେଇଛନ୍ତି। ସେ ଦିଲ୍ଲୀରେ ଦଳର ଜାତୀୟ ସଭାପତି ଜେପି ନଡାଙ୍କୁ ଭେଟି ପଦ୍ମ...

ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂରେ ନଜର ଆସିବେ ହେଭିଓ୍ବେଟ ନେତା, ଭାଗ୍ୟ ପରୀକ୍ଷା କରିବେ ରାହୁଲ-ଶଶୀ ଥରୁର୍‌

ନୂଆଦିଲ୍ଲୀ,୨୫।୪: ଲୋକ ସଭା ନିର୍ବାଚନକୁ ନେଇ ଦେଶରେ ସୃଷ୍ଟି ହୋଇଛି ଏକ ଭିନ୍ନ ପରିବେଶ । ପ୍ରଥମ ପର୍ଯ୍ୟାୟ ପରେ ସବୁ ରାଜନୈତିକ ଦଳ ଏବେ...

ପ୍ରଧାନ ବିଚାରପତି କଲେ ବଡ଼ ଘୋଷଣା, ହ୍ବାଟ୍ସଆପ୍‌ରେ ଓକିଲଙ୍କୁ ମାମଲା ସମ୍ପର୍କିତ ସୂଚନା ପ୍ରଦାନ କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୫।୪: ଭାରତର ପ୍ରଧାନ ବିଚାରପତି ଡି.ୱାୟୀ ଚନ୍ଦ୍ରଚୁଡ଼ ଘୋଷଣା କରିଛନ୍ତି ଯେ ସୁପ୍ରିମକୋର୍ଟ ହ୍ବାଟ୍ସଆପ୍‌ ଜରିଆରେ ଓକିଲଙ୍କ ସହ ଶୁଣାଣି ହେବାକୁ ଥିବା ମାମଲା, ମାମଲା...

ପରଦା ପଛରେ ଚାଇନା ସହ କଥାବାର୍ତ୍ତା କରୁଛି ତିବ୍ବତ: ଭାରତକୁ କଲା ଏମିତି ଅପିଲ୍‌

ଧର୍ମଶାଳା,୨୫।୪: ତିବ୍ଦତ ସରକାର ପରଦା ପଛରେ ଚାଇନା ସରକାରଙ୍କ ସହ କଥାବାର୍ତ୍ତା କରୁଛନ୍ତି। ଉଭୟ ପକ୍ଷ ଦୀର୍ଘ ବିଚାରାଧୀନ ଦ୍ୱିପାକ୍ଷିକ ଆଲୋଚନାକୁ ପୁଣି ଆରମ୍ଭ କରିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri