ବିରୂପା ସେତୁ ନିର୍ମାଣରେ ନିମ୍ନମାନର ବାଲି

ଯାଜପୁର ଅଫିସ/ଚଣ୍ଡିଖୋଲ (ଡି.ଏନ.ଏ.),୧୧ା୧: ଗ୍ରାମାଞ୍ଚଳ ତଥା ଦୁର୍ଗମ ଅଞ୍ଚଳର ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ କରିବାକୁ ବିଭିନ୍ନ ନଦୀନାଳରେ ବ୍ରିଜ୍‌ ନିର୍ମାଣ କରାଯାଉଛି। ଏଥିପାଇଁ ସାଧାରଣ ଲୋକଙ୍କ ଟିକସରୁ ବ୍ୟାପକ ଅର୍ଥ ଆବଣ୍ଟିତ ହେଉଛି ା ଉନ୍ନତମାନର ବ୍ରିଜ୍‌ ପ୍ରକଳ୍ପ ନିର୍ମାଣ ଆଶାରେ ବିଭାଗ ପକ୍ଷରୁ ସୁପରକ୍ଲାସ କଣ୍ଟ୍ରାକ୍ଟରଙ୍କୁ ନିୟୋଜିତ କରାଯାଉଛି। ହେଲେ ଲୋକଙ୍କ ସ୍ବାର୍ଥକୁ ଭୁଲି ଯାଇ କଣ୍ଟ୍ରାକ୍ଟରମାନେ ଅତି ନିମ୍ନମାନର ନିର୍ମାଣ ସାମଗ୍ରୀ ବ୍ୟବହାର କରି କେବଳ ନିଜର ଲାଭ ପାଇଁ ବ୍ୟଗ୍ର। ବିରୂପା ନଦୀ ଉପରେ ବରୁଆଁ-ବାଲିଚନ୍ଦ୍ରପୁର ରାସ୍ତାରେ ନିର୍ମାଣାଧୀନ ହାଇଲେବୁଲ ବ୍ରିଜ୍‌ ଅଗ୍ରଗତି ସଂକ୍ରାନ୍ତରେ ହୋଇଥିବା କଣ୍ଟ୍ରାକ୍ଟ ମ୍ୟାନେଜମେଣ୍ଟ ମିଟିଂରେ ଏଭଳି ମତ ପ୍ରକାଶ ପାଇଛି ା ଚାରଭାଟିଆ ପୂର୍ତ୍ତ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ହୋଇଥିବା ଉକ୍ତ ସମୀକ୍ଷା ବୈଠକରେ ଅତି ନିମ୍ନମାନର ବାଲି ବ୍ୟବହାର ହେଉଥିବା ନେଇ ଆଲୋଚନା ହୋଇଥିଲା। ବିଭାଗୀୟ ଯନ୍ତ୍ରୀ ସମ୍ପୃକ୍ତ ଠିକାସଂସ୍ଥା ବିରଜା କନଷ୍ଟ୍ରକ୍ସନ କର୍ତ୍ତୃପକ୍ଷଙ୍କୁ ନିମ୍ନମାନର ବାଲି ବ୍ୟବହାର ନ କରିବାକୁ ତାଗିଦା କରିବା ସହ ଅନ୍ୟ ଖାଦାନରୁ ବାଲି ଆଣି ନିର୍ମାଣ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିବା ନେଇ ବୈଠକରେ ସୂଚନା ଦେଇଥିଲେ। ଏହାବାଦ୍‌ ବେସରକାରୀ ଜମି ଅଧିଗ୍ରହଣକୁ ଆଳ କରି ପ୍ରକଳ୍ପର ଅଗ୍ରଗତି ଅତି ନୈରାଶ୍ୟଜନକ ହୋଇଛି ବୋଲି ବୈଠକରେ ମତପ୍ରକାଶ ପାଇଥିଲା।
ଚାରଭାଟିଆ ପୂର୍ତ୍ତ ଡିଭିଜନ ପକ୍ଷରୁ ବିରୁପା ନଦୀ ଉପରେ ହାଇଲେବୁଲ ବ୍ରିଜ୍‌ ନିର୍ମାଣ୨୦୨୧ ଡିସେମ୍ବରରୁ ଆରମ୍ଭ ହୋଇଛି। ତେବେ ବ୍ରିଜ୍‌ର ପିଲର ନିର୍ମାଣ କରିବାକୁ ପି(୬) ଏବଂ ଏ(ଆର୍‌) ନମ୍ବର କୂପ ଖନନ କାର୍ଯ୍ୟରେ ଜମି ଅଧିଗ୍ରହଣ ବାଧକ ସାଜିଛି। ତେବେ ଜମି ଅଧିଗ୍ରହଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଏହାର ସମ୍ପୂର୍ଣ୍ଣ କରିବାକୁ କିଛି ସମୟ ଲାଗିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷେ ଉକ୍ତ ବେସରକାରୀ ଜମିକୁ ବ୍ୟବହାର କରି ଠିକାସଂସ୍ଥା କାମ ଆରମ୍ଭ କରି ସାରିଛି। କିନ୍ତୁ ପ୍ରକଳ୍ପର ଅଗ୍ରଗତି ଅତି ନୈରାଶଜନକ ବୋଲି ବିଭାଗ ପକ୍ଷରୁ ତାଗିଦା କରାଯାଇଛି। ଇତିମଧ୍ୟରେ ଚୁକ୍ତି ହେବାର ୧ ବର୍ଷ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ ଗୋଟିଏ କୂପ ନିର୍ମାଣ ହୋଇ ପାରିନାହିଁ। ତେଣୁ ନିର୍ମାଣାଧୀନ ୬ଟି ପିଲର ପାଇଁ କୂପଗୁଡ଼ିକ ସମ୍ପୂର୍ଣ୍ଣ କରି ପରବର୍ତ୍ତୀ କାମ ଆରମ୍ଭ କରିବାକୁ ବିଭାଗ ପକ୍ଷରୁ ସମ୍ପୃକ୍ତ ଠିକାସଂସ୍ଥାକୁ ନିର୍ଦ୍ଦେଶ ହୋଇଛି। ଏହି ପ୍ରକଳ୍ପ ପାଇଁ ନାବାର୍ଡ ସହାୟତାରୁ ୧୭ କୋଟି ୩୮ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି। ତେବେ ନିର୍ମାଣରେ ବ୍ୟାପକ ଅନିୟମିତତା କରାଯାଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ବିଭାଗୀୟ ଯନ୍ତ୍ରୀଙ୍କ ଅନୁପସ୍ଥିତିର ସୁଯୋଗରେ ଠିକାସଂସ୍ଥା ବିରଜା କନଷ୍ଟ୍ରକ୍ସନ ମନମୁଖୀ କାର୍ଯ୍ୟ କରି ଚାଲିଛି। ଏନେଇ ଅଭିଯୋଗ ପାଇବା ପରେ ଖଣି, ଇସ୍ପାତ୍‌ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଗତ ଡିସେମ୍ବର ପ୍ରଥମ ସପ୍ତାହରେ ବିରୁପା ସେତୁ ପରିଦର୍ଶନ କରିଥିଲେ। ତାଙ୍କ ସହ ବଡ଼ଚଣା ବିଧାୟକ ଅମରପ୍ରସାଦ ଶତପଥୀ ଏବଂ ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀମାନେ ଉପସ୍ଥିତ ଥିଲେ। ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବାକୁ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାବାଦ୍‌ ନିର୍ମାଣ ସାମଗ୍ରୀ ରଡ, ସିମେଣ୍ଟ ଓ ବାଲିର ମାନକୁ ନେଇ ପ୍ରଶ୍ନ କରିବା ସହ ଉପଯୁକ୍ତ ଭାବେ କାମ କରିବାକୁ ପରାମର୍ଶ ଦେଇଥିଲେ। ଏହାପରେ ବିଭାଗ ପକ୍ଷରୁ କଣ୍ଟ୍ରାକ୍ଟ ମ୍ୟାନେଜମେଣ୍ଟ ମିଟିଂ କରାଯାଇ ଏହି ପ୍ରକଳ୍ପର ଅଗ୍ରଗତି ଉପରେ ସମୀକ୍ଷା କରିବା ସହ ତୁରନ୍ତ କାମ ଶେଷ କରିବାକୁ ଠିକାସଂସ୍ଥାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

୫୫ନଂ. ରାଜପଥ କାର୍ଯ୍ୟ ସମ୍ପୂର୍ଣ୍ଣ ନେଇ ଅନିଶ୍ଚିତତା

ଢେଙ୍କାନାଳ,୨୬ା୪(ରତନ ନାୟାର): କଟକର ମଙ୍ଗୁଳି ଛକରୁ ଢେଙ୍କାନାଳ ଓ ଅନୁଗୋଳ ଜିଲା ଦେଇ ସମ୍ବଲପୁରକୁ ଯାଇଥିବା ୫୫ନଂ. ଜାତୀୟ ରାଜପଥର ଉନ୍ନତୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା...

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

ବିଜେଡିରୁ ପ୍ରାର୍ଥୀ ଦୌଡ଼ରେ ୪ ମହିଳା

ଖୋର୍ଦ୍ଧା,୨୬ା୪(ପ୍ରଭାତ ପାଣିଗ୍ରାହୀ): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଆସନ୍ତା ମେ’୨୫ତାରିଖରେ ଭୁବନେଶ୍ୱର ଲୋକ ସଭା ସଂସଦୀୟ କ୍ଷେତ୍ରରେ ନିର୍ବାଚନ ହେବ।...

୮ ବର୍ଷ ହେଲା ସରୁନି ବିଦ୍ୟୁତ୍‌ ସବ୍‌ଷ୍ଟେଶନ କାର୍ଯ୍ୟ

କୋଣାର୍କ,୨୬।୪(ଜ୍ୟୋତିରାଜ ମହାନ୍ତି): କୋଣାର୍କ ନିକଟସ୍ଥ ସୁତନ ପଞ୍ଚାୟତର ୬ଟି ଗ୍ରାମକୁ ନିରବଛିନ୍ନ ବିଦ୍ୟୁତ୍‌ ଯୋଗାଣ ନିମନ୍ତେ ୨୦୧୬ରେ ଓପିଟିସିଏଲ୍‌ ମାଧ୍ୟମରେ ଆରମ୍ଭ ହୋଇଥିବା ସୁତନ ୩୩...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

ଚାଷୀ ଦେଉଛନ୍ତି ଜଳକର, ଜମିରେ ମାଡୁନି ପାଣି

ନୂଆଗାଁ,୨୬।୪( ଧନେଶ୍ୱର ସାହୁ): ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦେବା ପାଇଁ ସରକାର ଅନେକ କୋଟି ଟଙ୍କା ବ୍ୟୟ କରୁଛନ୍ତି। ଜଳସେଚନ ପ୍ରକଳ୍ପ ନିର୍ମାଣ...

ପ୍ରଶାସନିକ ଅବହେଳା, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ

ପଟ୍ଟାମୁଣ୍ଡାଇ, ୨୬ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଅଞ୍ଚଳରେ କାର୍ଯ୍ୟରତ ସରକାରୀ କର୍ମଚାରୀ, ଜନପ୍ରତିନିଧିମାନେ ସାମ୍ବିଧାନିକ ବିଧି ବ୍ୟବସ୍ଥାର ନୀତିନିୟମ ଓ ଆଇନକୁ ଉଲ୍ଲଂଘନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri