ବିରୂପା ସେତୁ ନିର୍ମାଣରେ ନିମ୍ନମାନର ବାଲି

ଯାଜପୁର ଅଫିସ/ଚଣ୍ଡିଖୋଲ (ଡି.ଏନ.ଏ.),୧୧ା୧: ଗ୍ରାମାଞ୍ଚଳ ତଥା ଦୁର୍ଗମ ଅଞ୍ଚଳର ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ କରିବାକୁ ବିଭିନ୍ନ ନଦୀନାଳରେ ବ୍ରିଜ୍‌ ନିର୍ମାଣ କରାଯାଉଛି। ଏଥିପାଇଁ ସାଧାରଣ ଲୋକଙ୍କ ଟିକସରୁ ବ୍ୟାପକ ଅର୍ଥ ଆବଣ୍ଟିତ ହେଉଛି ା ଉନ୍ନତମାନର ବ୍ରିଜ୍‌ ପ୍ରକଳ୍ପ ନିର୍ମାଣ ଆଶାରେ ବିଭାଗ ପକ୍ଷରୁ ସୁପରକ୍ଲାସ କଣ୍ଟ୍ରାକ୍ଟରଙ୍କୁ ନିୟୋଜିତ କରାଯାଉଛି। ହେଲେ ଲୋକଙ୍କ ସ୍ବାର୍ଥକୁ ଭୁଲି ଯାଇ କଣ୍ଟ୍ରାକ୍ଟରମାନେ ଅତି ନିମ୍ନମାନର ନିର୍ମାଣ ସାମଗ୍ରୀ ବ୍ୟବହାର କରି କେବଳ ନିଜର ଲାଭ ପାଇଁ ବ୍ୟଗ୍ର। ବିରୂପା ନଦୀ ଉପରେ ବରୁଆଁ-ବାଲିଚନ୍ଦ୍ରପୁର ରାସ୍ତାରେ ନିର୍ମାଣାଧୀନ ହାଇଲେବୁଲ ବ୍ରିଜ୍‌ ଅଗ୍ରଗତି ସଂକ୍ରାନ୍ତରେ ହୋଇଥିବା କଣ୍ଟ୍ରାକ୍ଟ ମ୍ୟାନେଜମେଣ୍ଟ ମିଟିଂରେ ଏଭଳି ମତ ପ୍ରକାଶ ପାଇଛି ା ଚାରଭାଟିଆ ପୂର୍ତ୍ତ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ହୋଇଥିବା ଉକ୍ତ ସମୀକ୍ଷା ବୈଠକରେ ଅତି ନିମ୍ନମାନର ବାଲି ବ୍ୟବହାର ହେଉଥିବା ନେଇ ଆଲୋଚନା ହୋଇଥିଲା। ବିଭାଗୀୟ ଯନ୍ତ୍ରୀ ସମ୍ପୃକ୍ତ ଠିକାସଂସ୍ଥା ବିରଜା କନଷ୍ଟ୍ରକ୍ସନ କର୍ତ୍ତୃପକ୍ଷଙ୍କୁ ନିମ୍ନମାନର ବାଲି ବ୍ୟବହାର ନ କରିବାକୁ ତାଗିଦା କରିବା ସହ ଅନ୍ୟ ଖାଦାନରୁ ବାଲି ଆଣି ନିର୍ମାଣ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିବା ନେଇ ବୈଠକରେ ସୂଚନା ଦେଇଥିଲେ। ଏହାବାଦ୍‌ ବେସରକାରୀ ଜମି ଅଧିଗ୍ରହଣକୁ ଆଳ କରି ପ୍ରକଳ୍ପର ଅଗ୍ରଗତି ଅତି ନୈରାଶ୍ୟଜନକ ହୋଇଛି ବୋଲି ବୈଠକରେ ମତପ୍ରକାଶ ପାଇଥିଲା।
ଚାରଭାଟିଆ ପୂର୍ତ୍ତ ଡିଭିଜନ ପକ୍ଷରୁ ବିରୁପା ନଦୀ ଉପରେ ହାଇଲେବୁଲ ବ୍ରିଜ୍‌ ନିର୍ମାଣ୨୦୨୧ ଡିସେମ୍ବରରୁ ଆରମ୍ଭ ହୋଇଛି। ତେବେ ବ୍ରିଜ୍‌ର ପିଲର ନିର୍ମାଣ କରିବାକୁ ପି(୬) ଏବଂ ଏ(ଆର୍‌) ନମ୍ବର କୂପ ଖନନ କାର୍ଯ୍ୟରେ ଜମି ଅଧିଗ୍ରହଣ ବାଧକ ସାଜିଛି। ତେବେ ଜମି ଅଧିଗ୍ରହଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଏହାର ସମ୍ପୂର୍ଣ୍ଣ କରିବାକୁ କିଛି ସମୟ ଲାଗିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷେ ଉକ୍ତ ବେସରକାରୀ ଜମିକୁ ବ୍ୟବହାର କରି ଠିକାସଂସ୍ଥା କାମ ଆରମ୍ଭ କରି ସାରିଛି। କିନ୍ତୁ ପ୍ରକଳ୍ପର ଅଗ୍ରଗତି ଅତି ନୈରାଶଜନକ ବୋଲି ବିଭାଗ ପକ୍ଷରୁ ତାଗିଦା କରାଯାଇଛି। ଇତିମଧ୍ୟରେ ଚୁକ୍ତି ହେବାର ୧ ବର୍ଷ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ ଗୋଟିଏ କୂପ ନିର୍ମାଣ ହୋଇ ପାରିନାହିଁ। ତେଣୁ ନିର୍ମାଣାଧୀନ ୬ଟି ପିଲର ପାଇଁ କୂପଗୁଡ଼ିକ ସମ୍ପୂର୍ଣ୍ଣ କରି ପରବର୍ତ୍ତୀ କାମ ଆରମ୍ଭ କରିବାକୁ ବିଭାଗ ପକ୍ଷରୁ ସମ୍ପୃକ୍ତ ଠିକାସଂସ୍ଥାକୁ ନିର୍ଦ୍ଦେଶ ହୋଇଛି। ଏହି ପ୍ରକଳ୍ପ ପାଇଁ ନାବାର୍ଡ ସହାୟତାରୁ ୧୭ କୋଟି ୩୮ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି। ତେବେ ନିର୍ମାଣରେ ବ୍ୟାପକ ଅନିୟମିତତା କରାଯାଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ବିଭାଗୀୟ ଯନ୍ତ୍ରୀଙ୍କ ଅନୁପସ୍ଥିତିର ସୁଯୋଗରେ ଠିକାସଂସ୍ଥା ବିରଜା କନଷ୍ଟ୍ରକ୍ସନ ମନମୁଖୀ କାର୍ଯ୍ୟ କରି ଚାଲିଛି। ଏନେଇ ଅଭିଯୋଗ ପାଇବା ପରେ ଖଣି, ଇସ୍ପାତ୍‌ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଗତ ଡିସେମ୍ବର ପ୍ରଥମ ସପ୍ତାହରେ ବିରୁପା ସେତୁ ପରିଦର୍ଶନ କରିଥିଲେ। ତାଙ୍କ ସହ ବଡ଼ଚଣା ବିଧାୟକ ଅମରପ୍ରସାଦ ଶତପଥୀ ଏବଂ ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀମାନେ ଉପସ୍ଥିତ ଥିଲେ। ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବାକୁ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାବାଦ୍‌ ନିର୍ମାଣ ସାମଗ୍ରୀ ରଡ, ସିମେଣ୍ଟ ଓ ବାଲିର ମାନକୁ ନେଇ ପ୍ରଶ୍ନ କରିବା ସହ ଉପଯୁକ୍ତ ଭାବେ କାମ କରିବାକୁ ପରାମର୍ଶ ଦେଇଥିଲେ। ଏହାପରେ ବିଭାଗ ପକ୍ଷରୁ କଣ୍ଟ୍ରାକ୍ଟ ମ୍ୟାନେଜମେଣ୍ଟ ମିଟିଂ କରାଯାଇ ଏହି ପ୍ରକଳ୍ପର ଅଗ୍ରଗତି ଉପରେ ସମୀକ୍ଷା କରିବା ସହ ତୁରନ୍ତ କାମ ଶେଷ କରିବାକୁ ଠିକାସଂସ୍ଥାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ତୁରନ୍ତ ଡ୍ୟୁଟିରେ ଯୋଗ ଦେବାକୁ ନିର୍ଦ୍ଦେଶ ଜାରି କରି…

ଭଦ୍ରକ,୧୬ା୮(ସନାତନ ରାଉତ): ଭଦ୍ରକ ଜିଲାର ବିଭିନ୍ନ ବ୍ଲକରେ ଲଗାତର ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲାପାଳ ସୋମେଶ ଉପାଧ୍ୟାୟ ରବିବାର ଏକ ଜରୁରୀ ନିର୍ଦ୍ଦେଶ…

ଶାହରୁଖ ଖାନ, ଅଜୟ ଦେବଗନ, ଟାଇଗର ଶ୍ରଫଙ୍କ ବଢିଲା ସମସ୍ୟା; ‘କାରଣ ଦର୍ଶାଅ’ ନୋଟିସ ଜାରି କଲା FDA

ନୂଆଦିଲ୍ଲୀ,୧୬।୮: ତିନି ପ୍ରମୁଖ ବଲିଉଡ ତାରକା – ଶାହରୁଖ ଖାନ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ‘ବିମଲ…

ହନୁମାନ ପଇସାରୁ ବ୍ୟବସାୟୀଙ୍କୁ ଅପହରଣ: ଆଜି ଅଭିଯୁକ୍ତ-ବ୍ୟବ୍ୟସାୟୀଙ୍କୁ ମୁହାଁମୁହିଁ ଜେରା କରାଯାଇ…

ବଲାଙ୍ଗୀର,୧୬ା୮(ସୁନିଲ କୁମାର ମହାନ୍ତି): ହନୁମାନ ପଇସା’ରୁ ହୋଇଥିଲା ଅପହରଣ। ୨ କୋଟି ୭୦ ଲକ୍ଷ ଟଙ୍କାର କାରବାର ହେଉଥିଲା। ଉଭୟ ଅପହରଣକାରୀ ଓ ଅପହୃତଙ୍କ ନାଁରେ ମାମଲା…

ଖୁବଶୀଘ୍ର ଭାରତ ଗସ୍ତ କରିପାରନ୍ତି ବାଂଲାଦେଶୀ ପ୍ରଧାନମନ୍ତ୍ରୀ; ଦିଲ୍ଲୀ-ଢାକା ସମ୍ପର୍କ ପାଇଁ ଏହି ଗସ୍ତ କାହିଁକି ଗୁରୁତ୍ୱପୂର୍ଣ୍ଣ ଜାଣନ୍ତୁ

ଢାକା/ନୂଆଦିଲ୍ଲୀ,୧୬।୮: ବାଂଲାଦେଶର ପ୍ରଧାନମନ୍ତ୍ରୀ ତାରିକ ରହମାନ ଅଗଷ୍ଟ ୨୦ ରୁ ୨୫ ମଧ୍ୟରେ ଭାରତ ଗସ୍ତ କରିପାରନ୍ତି। ‘ଦି ଡେଲି ଷ୍ଟାର’ ସୂତ୍ର ଉଦ୍ଧୃତ କରି ଏହି…

ଅଧିକାରୀଙ୍କ ପାଇଁ ୱାଟରପ୍ରୁଫ୍ ଟେଣ୍ଟ: ଖୋଲା ଆକାଶ ତଳେ ଛାତ୍ରୀଛାତ୍ର

ଜମନକିରା, ୧୬।୮ (ରବୀନ୍ଦ୍ର ପ୍ରସାଦ ଦାନୀ): ଗୋଟିଏ ପଟେ ଜୀବନ-ମରଣ ସହ ସଂଗ୍ରାମ କରୁଥିବା ଅସହାୟ ରୋଗୀ, ଅନ୍ୟପଟେ କାଦୁଅ ପଚପଚ ଡାକ୍ତରଖାନା ପରିସରରେ ସ୍ୱାଧୀନତା ଦିବସ…

‘ପଣ୍ଡିତ ଉତ୍କଳମଣି ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ହୃଦୟରେ ମଣି ହୋଇ ରହିଛନ୍ତି’

ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଚୈତନ୍ୟପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି…

ସ୍ୱାଧୀନତା ଦିବସ ପରେଡ୍‌ରେ ବାଧକ ସାଜିଲା ଲଘୁଚାପ ବର୍ଷା

ଗୁଣପୁର, ୧୫।୮ (ସୁଜାତା ପାଢ଼ୀ): ଶନିବାର ସ୍ୱାଧୀନତା ଦିବସ ଅବସରରେ ଗୁଣପୁରରେ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରୀଛାତ୍ର ପରେଡ୍‌ରେ ଭାଗ ନେବାକୁ ଉତ୍ସାହର ସହ ଅପେକ୍ଷା…

ବିମାନ ବନ୍ଦରରେ ଯାତ୍ରୀଙ୍କ ବନ୍ଧୁକରୁ ଫୁଟିଲା ଗୁଳି; ୨ କର୍ମଚାରୀ ଆହତ

ବାରାଣସୀ,୧୬।୮: ରବିବାର (ଅଗଷ୍ଟ ୧୬, ୨୦୨୬) ବାରାଣସୀ ବିମାନବନ୍ଦରରେ ସୁରକ୍ଷା ଯାଞ୍ଚ ସମୟରେ ହଠଶତ ଗୁଳି ଫୁଟିଥିଲା। ଏହି ଘଟଣାରେ ବିମାନବନ୍ଦରରେ ନିୟୋଜିତ ଦୁଇଜଣ AAICLAS ସ୍କ୍ରିନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri