ଇଣ୍ଡୋନେସିଆ ଭୂକମ୍ପ: ବହୁ ଘର କ୍ଷତିଗ୍ରସ୍ତ

ଜାକର୍ତ୍ତା,୧୧ା୧: ପୂର୍ବ ଇଣ୍ଡୋନେସିଆ ଅନ୍ତର୍ଗତ ସମୁଦ୍ର ଗର୍ଭରେ ସୋମବାର ବିଳମ୍ବିତ ରାତିରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଥିଲା। ଏହାର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୭.୬ ଥିଲା। ଭୂକମ୍ପ ଯୋଗୁ ପୂର୍ବ ଇଣ୍ଡୋନେସିଆ ଅନ୍ତର୍ଗତ ଦ୍ୱୀପପୁଞ୍ଜର ଅନେକ ଘର କ୍ଷତିଗ୍ରସ୍ତ ହୋଇଛି। ଭୂକମ୍ପ ଝଟ୍‌କା ପପୁଆ ଓ ପୂର୍ବ ନୁସା ଟେଙ୍ଗଗରା ପ୍ରଦେଶ ସମେତ ଉତ୍ତର ଅଷ୍ଟ୍ରେଲିଆରେ ମଧ୍ୟ ଅନୁଭୂତ ହୋଇଥିଲା। ଇଣ୍ଡୋନେସିଆରେ ତାନିମ୍ବର ଦ୍ୱୀପ ଏବଂ ମାଲୁକୁ ଜିଲାରେ ୨ଟି ସ୍କୁଲ୍‌ ବିଲ୍ଡିଂ ଓ ୧୨୪ଟି ଘର ଭାଙ୍ଗିଥିବାବେଳେ ଜଣେ ଆହତ ହୋଇଥିବା ଜାତୀୟ ବିପର୍ଯ୍ୟୟ ପ୍ରଶମନ ସଂସ୍ଥା (ଏନ୍‌ଡିଏମ୍‌ଏ) ପକ୍ଷରୁ କୁହାଯାଇଛି। ୩ରୁ ୫ ସେକେଣ୍ଡ ପର୍ଯ୍ୟନ୍ତ କମ୍ପନରେ ବିଲ୍ଡିଂଗୁଡ଼ିକ ଦୋହଲିବାରୁ ସ୍ଥାନୀୟ ଲୋକେ ଭୟରେ ଘର ଛାଡ଼ି ପଳାଇଯାଇଥିଲେ। ଭୂକମ୍ପର କେନ୍ଦ୍ରସ୍ଥଳ ତାନିମ୍ବର ଦ୍ୱୀପ ନିକଟ ବନ୍ଦା ସମୁଦ୍ରରେ ବୋଲି ଏନ୍‌ଡିଏମ୍‌ଏ ମୁଖପାତ୍ର ଅବଦୁଲ ମୁହାରି କହିଛନ୍ତି। ଇଣ୍ଡୋନେସିଆ ପାଣିପାଗ ବିଭାଗ ଓ ଜିଓଫିଜିକାଲ ଏଜେନ୍ସି ପକ୍ଷରୁ ସୁନାମୀ ସତର୍କ ସୂଚନା ଜାରି ହୋଇଥିବାବେଳେ ୩ ଘଣ୍ଟା ପରେ ଏହାକୁ ପ୍ରତ୍ୟାହାର କରିନିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସୁକୁର୍ଜିମାରୁ ଲାଭା ଉଦ୍‌ଗୀରଣ, ପଞ୍ଚମସ୍ତରୀୟ ସତର୍କ ସୂଚନା ଜାରି…

ଟୋକିଓ,୨୫।୭ : ଜାପାନର କାଗୋସିମା ଜିଲାର ସାକୁର୍ଜିମା ଆଗ୍ନେୟଗିରିରୁ ରବିବାର ରାତି ୮ଟା ୫ରେ ପ୍ରବଳ ବିସ୍ଫୋରଣ ହୋଇଛି। ଉତ୍ତପ୍ତ ଲାଭ,ପାଉଁଶ ଏବଂ ପଥର କ୍ରମାଗତ...

ରୁଷିଆ-ୟୁକ୍ରେନ ଭିତରେ ମଧ୍ୟସ୍ଥା କରିବ ଚାଇନା

ବେଜିଂ,୭।୩: ରୁଷିଆ-ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ୧୨ ଦିନରେ ପହଞ୍ଚିଛି। ୨ଦେଶ ମଧ୍ୟରେ ଜାରି ରହିଥିବା ଯୁଦ୍ଧର ସମାପ୍ତି ଲାଗି ଅନେକ ଦେଶ ଯଥାସମ୍ଭବ...

ଜନସଂଖ୍ୟା ବଢ଼ାଇବାକୁ ‘ବେବି ବୋନସ’

ଏଥେନ୍ସ: ୭୫୦କୋଟି ଟପିଲାଣି ପୃଥିବୀର ଜନସଂଖ୍ୟା। ଏହାକୁ ରୋକିବା ଲାଗି କ୍ରମାଗତ ଭାବେ ଉଦ୍ୟମ କରି ଆସୁଛନ୍ତି ବିକଶିତ ଏବଂ ବିକାଶଶୀଳ ଦେଶ। ହେଲେ ଗ୍ରୀସ୍‌ରେ...

ପୁଣି ସ୍ପାଏ ସାଟେଲାଇଟ୍‌ ସିଷ୍ଟମ୍‌ର ପରୀକ୍ଷା କଲେ କିମ୍‌…

ସିଓଲ/ଟୋକିଓ,୬।୩ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ ଉପରେ ବିଶ୍ୱସ୍ତରୀୟ ଚାପର କୌଣସି ପ୍ରଭାବ ପଡୁନାହିଁ। କିମ ତାଙ୍କ ସାମରିକ ଅସ୍ତ୍ରଶସ୍ତ୍ର...

ଚାଇନାକୁ ଝଟ୍‌କା ଦେଲା ଶ୍ରୀଲଙ୍କା

କଲମ୍ବୋ,୧୪ ।୧୧: ଚାଇନାର ଆକ୍ରମକ ବିସ୍ତରାବାଦୀ ନୀତି ଓ ଋଣ ଜାଲରେ ଫସାଇବାର ଯୋଜନାକୁ ଦେଖି ଛୋଟ ଛୋଟ ଦେଶବି ମୁହଁ ଖୋଲିବା ଆରମ୍ଭ କରି...

ତାଲିବାନ ସହିତ ହାତ ମିଳାଇଲା ଲଶ୍କର, ଭାରତର ସହାୟତା ଲୋଡ଼ିଲେ ଆଫଗାନିସ୍ତାନ ସରକାର…

କାବୁଲ/ନୂଆଦିଲ୍ଲୀ,୪।୮: ଆଫଗାନିସ୍ତାନରେ ତାଲିବାନ ଆତଙ୍କବାଦୀ ଏବଂ ସୈନ୍ୟଙ୍କ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି ରହିଛି। ସାଧାରଣ ଜନତାଙ୍କ ଉପରେ ତାଲିବାନ ଆତଙ୍କବାଦୀ ଆକ୍ରମଣ କରୁଛନ୍ତି। ତାଲିବାନ...

ବ୍ଲାକ୍‌ହୋଲ ଅନୁସନ୍ଧାନ କରିବ ଇସ୍ରାଏଲ୍‌

ଜେରୁଜେଲମ: ୨୦୨୩ରେ ଏକ ସ୍ବତନ୍ତ୍ର ସାଟେଲାଇଟ୍‌ ମହାକାଶକୁ ଲଞ୍ଚ୍‌ କରିବାକୁ ଇସ୍ରାଏଲ୍‌ ଯୋଜନା କରିଛି। ମହାଜାଗତିକ ବିସ୍ଫୋରଣକୁ ରେକର୍ଡ କରିବା ସହିତ ବ୍ଲାକହୋଲ୍‌ ସମ୍ପର୍କରେ ଅଧିକ...

ଦୋହାରେ ଡିପ୍ଲୋମାସି

ଦୋହା/କାବୁଲ,୩।୯:ପଶ୍ଚିମ ଏସୀୟ ରାଷ୍ଟ୍ର କାତାରକୁ ସାମୁଦ୍ରିକ ଆକ୍ରମଣ ଓ ବିପତ୍ତିରୁ ରକ୍ଷା କରିବା ପାଇଁ ପାରସ୍ୟ ଉପସାଗର ଉପକୂଳରେ ଦୁଇହାତ ପ୍ରସାରିଛି ଦୋହା। ଆରବୀ ଶବ୍ଦ...

Advertisement
Archives

Model This Week