ରାଶନ କାର୍ଡ଼ ନ ଥିବା ଲୋକେ ପାଇବେ ବିଜୁ ସ୍ବାସ୍ଥ୍ୟକାର୍ଡ

ସମ୍ବଲପୁର,୧୪ା୧(ପ୍ରମୋଦ ବହିଦାର): ଗ୍ରାମାଞ୍ଚଳରେ ରାଶନ କାର୍ଡ ନ ଥିବା ଲୋକେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ହୋଇପାରିବେ ବୋଲି ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ କହିଛନ୍ତି। ସମ୍ବଲପୁର ରେମେଡଠାରେ ଏକ ସାଧାରଣ ସଭାରେ ଯୋଗଦେଇ ସେ ଏହି ଘୋଷଣା କରିଛନ୍ତି। ପାଣ୍ଡିଆନ ସମ୍ବଲପୁରରେ ପହଞ୍ଚତ୍ବା ପରେ ଉତ୍ତରାଞ୍ଚଳ ରାଜସ୍ବ କମିଶନର ଡ. ସୁରେଶ ଚନ୍ଦ୍ର ଦଳେଇ, ଆଇଜି ଦୀପକ କୁମାର, ଜିଲାପାଳ ଅନନ୍ୟା ଦାସ, ଆରକ୍ଷୀ ଅଧୀକ୍ଷକ ମୁକେଶ ଭାମୁଙ୍କ ସମେତ ବିଜେଡି ସମ୍ବଲପୁର ଜିଲା ସଭାପତି ରୋହିତ ପୂଜାରୀ, ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟବୋର୍ଡ ସଭାପତି ସଞ୍ଜୟ ବାବୁ, ସିଦ୍ଧାର୍ଥ ଦାସ, ସଞ୍ଜିତ ମହାନ୍ତି, ସମ୍ବଲପୁର ନିର୍ବାଚନମଣ୍ଡଳୀ ପର୍ଯ୍ୟବେକ୍ଷକ ସୌଭାଗ୍ୟ ରଞ୍ଜନ ନାୟକ ପ୍ରମୁଖ ତାଙ୍କୁ ସ୍ବାଗତ କରିଥିଲେ।

ଆୟୋଜିତ ସାଧାରଣ ସଭାରେ ସମବେତ ଜନତାଙ୍କୁ ପାଣ୍ଡିଆନ ସମ୍ବୋଧିତ କରି ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ମାଣାଧୀନ ସମଲେଇ ପ୍ରକଳ୍ପରେ ଆପଣମାନେ ଖୁସି ତ ବୋଲି ପଚାରିଥିଲେ। ସେ କହିଥିଲେ, ଗତ ଜୁଲାଇରେ ତାଙ୍କ ଗସ୍ତ ସମୟରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ପ୍ରାୟ ୮୪୦ଟି ଦରଖାସ୍ତ ତାଙ୍କର ହସ୍ତଗତ ହୋଇଥିଲା।

ସେଥିମଧ୍ୟରୁ ଏପର୍ଯ୍ୟନ୍ତ ୭୫୦ଟି ଦରଖାସ୍ତର ସମାଧାନ ହୋଇଛି। ସେହିପରି ସମଗ୍ର ସମ୍ବଲପୁର ନିର୍ବାଚନମଣ୍ଡଳୀରୁ ତାଙ୍କୁ ମିଳିଥିବା ୨୯୦୦ଟି ଦରଖାସ୍ତ ମଧ୍ୟରୁ ୨୬୦୦ଟିର ସମାଧାନ ପାଇଁ ୩୨୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ୭ ମାସ ମଧ୍ୟରେ ଏହା ହେଉଛି ରାଜ୍ୟରେ ସର୍ବାଧିକ ଅର୍ଥ ମଞ୍ଜୁରୀ ବୋଲି ସେ କହିଛନ୍ତି। ଏହି ଅବସରରେ ସେ ରାଶନ କାର୍ଡ ନ ଥିବା ଗ୍ରାମାଞ୍ଚଳ ଲୋକଙ୍କୁ ବିଜୁ ସ୍ବାସ୍ଥ୍ୟକାର୍ଡ ପ୍ରଦାନ କରାଯିବ ବୋଲି ଘୋଷଣା କରି ଖୁବ୍‌ଶୀଘ୍ର ସହରାଞ୍ଚଳରେ ମଧ୍ୟ ଏହି ଯୋଜନା ଲାଗୁ କରାଯିବ ବୋଲି କହିଥିଲେ।

ଏହାସହ ସମ୍ବଲପୁରର ପ୍ରତ୍ୟେକ ପଞ୍ଚାୟତକୁ ଲକ୍ଷ୍ମୀ ବସ୍‌ ସେବା ଯୋଗାଇ ଦିଆଯିବ। ଏହି ବସ୍‌ ପ୍ରତ୍ୟେକ ପଞ୍ଚାୟତକୁ ପ୍ରତିଦିନ ୩ଥର ଲେଖାଏ ଚାଲିବ। ଏଥିରେ ମହିଳା, ଯୁବତୀ ଓ ଛାତ୍ରୀଛାତ୍ରଙ୍କ ପାଇଁ ଟିକେଟ ମୂଲ୍ୟ ୫ଟଙ୍କା ଧାର୍ଯ୍ୟ କରାଯାଇଛି। ଏହାସହ ସମ୍ବଲପୁର ସହରବାସୀ ଖୁବଶୀଘ୍ର କ୍ରୁଜ୍‌ ବସ୍‌ ସେବା ପାଇବେ ବୋଲି ସେ ସୂଚନା ଦେଇଥିଲେ।

ତେବେ ଜମାଦାରପାଲି ନିକଟରେ ହାଇଟେକ୍‌ ସର୍ଭେ ପାଇଁ ସ୍ଥାନୀୟ ଲୋକଙ୍କ ଦାବି ଅନୁସାରେ ନୋଟିଫିକେଶନ ହୋଇସାରିଛି ଓ ଖୁବ୍‌ଶୀଘ୍ର ଏହି କାର୍ଯ୍ୟ ଆରମ୍ଭ ହେବ ବୋଲି କହିଥିଲେ। ଏହି ଅବସରରେ ସେ ସଭାରେ ଉପସ୍ଥିତ ଥିବା ଜନସାଧାରଣଙ୍କ ନିକଟକୁ ଯାଇ ସେମାନଙ୍କ ଠାରୁ ବିଭିନ୍ନ ସମସ୍ୟାଭିତ୍ତିକ ଦରଖାସ୍ତ ଗ୍ରହଣ କରିବା ସହ ସମସ୍ତଙ୍କ ସହ ସେଲ୍ଫି ଉଠାଇଥିବା ଦେଖିବାକୁ ମିଳିଥିଲା। ଏଠାରୁ ସେ କିଲାସମା ଗସ୍ତ କରି ସେଠାରେ ଷ୍ଟାଡିୟମରେ ଏକ ସାଧାରଣ ସଭାରେ ଯୋଗଦେଇ ଉଦ୍‌ବୋଧନ ଦେଇଥିଲେ। ସେଠାରୁ ଏମ୍‌ସିଏଲ୍‌ ଆସି ସଡ଼କପଥରେ ସମ୍ବଲପୁରସ୍ଥିତ ସର୍କିଟ୍‌ ହାଉସକୁ ଯାଇଥିଲେ। ଏହି ସମୟରେ ବିଭିନ୍ନ ଛକରେ ତାଙ୍କୁ ଦଳୀୟ କର୍ମୀ ଓ ସମର୍ଥକଙ୍କ ପକ୍ଷରୁ ସ୍ବାଗତ କରାଯାଇଥିଲା। ଏଠାରେ ସେ ବିଭିନ୍ନ ସଂଗଠନର କର୍ମକର୍ତ୍ତାଙ୍କୁ ସାକ୍ଷାତ କରି ସେମାନଙ୍କଠାରୁ ଦାବିପତ୍ର ଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?