ରାଶନ କାର୍ଡ଼ ନ ଥିବା ଲୋକେ ପାଇବେ ବିଜୁ ସ୍ବାସ୍ଥ୍ୟକାର୍ଡ

ସମ୍ବଲପୁର,୧୪ା୧(ପ୍ରମୋଦ ବହିଦାର): ଗ୍ରାମାଞ୍ଚଳରେ ରାଶନ କାର୍ଡ ନ ଥିବା ଲୋକେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ହୋଇପାରିବେ ବୋଲି ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ କହିଛନ୍ତି। ସମ୍ବଲପୁର ରେମେଡଠାରେ ଏକ ସାଧାରଣ ସଭାରେ ଯୋଗଦେଇ ସେ ଏହି ଘୋଷଣା କରିଛନ୍ତି। ପାଣ୍ଡିଆନ ସମ୍ବଲପୁରରେ ପହଞ୍ଚତ୍ବା ପରେ ଉତ୍ତରାଞ୍ଚଳ ରାଜସ୍ବ କମିଶନର ଡ. ସୁରେଶ ଚନ୍ଦ୍ର ଦଳେଇ, ଆଇଜି ଦୀପକ କୁମାର, ଜିଲାପାଳ ଅନନ୍ୟା ଦାସ, ଆରକ୍ଷୀ ଅଧୀକ୍ଷକ ମୁକେଶ ଭାମୁଙ୍କ ସମେତ ବିଜେଡି ସମ୍ବଲପୁର ଜିଲା ସଭାପତି ରୋହିତ ପୂଜାରୀ, ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟବୋର୍ଡ ସଭାପତି ସଞ୍ଜୟ ବାବୁ, ସିଦ୍ଧାର୍ଥ ଦାସ, ସଞ୍ଜିତ ମହାନ୍ତି, ସମ୍ବଲପୁର ନିର୍ବାଚନମଣ୍ଡଳୀ ପର୍ଯ୍ୟବେକ୍ଷକ ସୌଭାଗ୍ୟ ରଞ୍ଜନ ନାୟକ ପ୍ରମୁଖ ତାଙ୍କୁ ସ୍ବାଗତ କରିଥିଲେ।

ଆୟୋଜିତ ସାଧାରଣ ସଭାରେ ସମବେତ ଜନତାଙ୍କୁ ପାଣ୍ଡିଆନ ସମ୍ବୋଧିତ କରି ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ମାଣାଧୀନ ସମଲେଇ ପ୍ରକଳ୍ପରେ ଆପଣମାନେ ଖୁସି ତ ବୋଲି ପଚାରିଥିଲେ। ସେ କହିଥିଲେ, ଗତ ଜୁଲାଇରେ ତାଙ୍କ ଗସ୍ତ ସମୟରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ପ୍ରାୟ ୮୪୦ଟି ଦରଖାସ୍ତ ତାଙ୍କର ହସ୍ତଗତ ହୋଇଥିଲା।

ସେଥିମଧ୍ୟରୁ ଏପର୍ଯ୍ୟନ୍ତ ୭୫୦ଟି ଦରଖାସ୍ତର ସମାଧାନ ହୋଇଛି। ସେହିପରି ସମଗ୍ର ସମ୍ବଲପୁର ନିର୍ବାଚନମଣ୍ଡଳୀରୁ ତାଙ୍କୁ ମିଳିଥିବା ୨୯୦୦ଟି ଦରଖାସ୍ତ ମଧ୍ୟରୁ ୨୬୦୦ଟିର ସମାଧାନ ପାଇଁ ୩୨୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ୭ ମାସ ମଧ୍ୟରେ ଏହା ହେଉଛି ରାଜ୍ୟରେ ସର୍ବାଧିକ ଅର୍ଥ ମଞ୍ଜୁରୀ ବୋଲି ସେ କହିଛନ୍ତି। ଏହି ଅବସରରେ ସେ ରାଶନ କାର୍ଡ ନ ଥିବା ଗ୍ରାମାଞ୍ଚଳ ଲୋକଙ୍କୁ ବିଜୁ ସ୍ବାସ୍ଥ୍ୟକାର୍ଡ ପ୍ରଦାନ କରାଯିବ ବୋଲି ଘୋଷଣା କରି ଖୁବ୍‌ଶୀଘ୍ର ସହରାଞ୍ଚଳରେ ମଧ୍ୟ ଏହି ଯୋଜନା ଲାଗୁ କରାଯିବ ବୋଲି କହିଥିଲେ।

ଏହାସହ ସମ୍ବଲପୁରର ପ୍ରତ୍ୟେକ ପଞ୍ଚାୟତକୁ ଲକ୍ଷ୍ମୀ ବସ୍‌ ସେବା ଯୋଗାଇ ଦିଆଯିବ। ଏହି ବସ୍‌ ପ୍ରତ୍ୟେକ ପଞ୍ଚାୟତକୁ ପ୍ରତିଦିନ ୩ଥର ଲେଖାଏ ଚାଲିବ। ଏଥିରେ ମହିଳା, ଯୁବତୀ ଓ ଛାତ୍ରୀଛାତ୍ରଙ୍କ ପାଇଁ ଟିକେଟ ମୂଲ୍ୟ ୫ଟଙ୍କା ଧାର୍ଯ୍ୟ କରାଯାଇଛି। ଏହାସହ ସମ୍ବଲପୁର ସହରବାସୀ ଖୁବଶୀଘ୍ର କ୍ରୁଜ୍‌ ବସ୍‌ ସେବା ପାଇବେ ବୋଲି ସେ ସୂଚନା ଦେଇଥିଲେ।

ତେବେ ଜମାଦାରପାଲି ନିକଟରେ ହାଇଟେକ୍‌ ସର୍ଭେ ପାଇଁ ସ୍ଥାନୀୟ ଲୋକଙ୍କ ଦାବି ଅନୁସାରେ ନୋଟିଫିକେଶନ ହୋଇସାରିଛି ଓ ଖୁବ୍‌ଶୀଘ୍ର ଏହି କାର୍ଯ୍ୟ ଆରମ୍ଭ ହେବ ବୋଲି କହିଥିଲେ। ଏହି ଅବସରରେ ସେ ସଭାରେ ଉପସ୍ଥିତ ଥିବା ଜନସାଧାରଣଙ୍କ ନିକଟକୁ ଯାଇ ସେମାନଙ୍କ ଠାରୁ ବିଭିନ୍ନ ସମସ୍ୟାଭିତ୍ତିକ ଦରଖାସ୍ତ ଗ୍ରହଣ କରିବା ସହ ସମସ୍ତଙ୍କ ସହ ସେଲ୍ଫି ଉଠାଇଥିବା ଦେଖିବାକୁ ମିଳିଥିଲା। ଏଠାରୁ ସେ କିଲାସମା ଗସ୍ତ କରି ସେଠାରେ ଷ୍ଟାଡିୟମରେ ଏକ ସାଧାରଣ ସଭାରେ ଯୋଗଦେଇ ଉଦ୍‌ବୋଧନ ଦେଇଥିଲେ। ସେଠାରୁ ଏମ୍‌ସିଏଲ୍‌ ଆସି ସଡ଼କପଥରେ ସମ୍ବଲପୁରସ୍ଥିତ ସର୍କିଟ୍‌ ହାଉସକୁ ଯାଇଥିଲେ। ଏହି ସମୟରେ ବିଭିନ୍ନ ଛକରେ ତାଙ୍କୁ ଦଳୀୟ କର୍ମୀ ଓ ସମର୍ଥକଙ୍କ ପକ୍ଷରୁ ସ୍ବାଗତ କରାଯାଇଥିଲା। ଏଠାରେ ସେ ବିଭିନ୍ନ ସଂଗଠନର କର୍ମକର୍ତ୍ତାଙ୍କୁ ସାକ୍ଷାତ କରି ସେମାନଙ୍କଠାରୁ ଦାବିପତ୍ର ଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ସମିତି ସଭ୍ୟଙ୍କ ଗଳାକାଟି ହତ୍ୟା, ମାଓବାଦୀଙ୍କ ହାତ ଥିବା ସନ୍ଦେହ

ମାଲକାନଗିରି,୨୭ା୪(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ରେ କଂଗ୍ରେସ ନେତା ତଥା ପୂର୍ବତନ ସମିତି ସଭ୍ୟଙ୍କୁ ଶନିବାର କେହି ଦୁର୍ବୃତ୍ତ ହତ୍ୟା କରିଛନ୍ତି। ଏଥିରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ...

ବଜ୍ରପାତରେ ମା’-ପୁଅଙ୍କ ଜୀବନ ଗଲା

ଡେରାବିଶ,୨୭ା୪(ଅଜୟ ବେବର୍ତ୍ତା): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଖମୋଳ ପଞ୍ଚାୟତ ଅନ୍ତର୍ଗତ ଜହ୍ନିମୂଳ ଗ୍ରାମରେ ଶନିବାର ସନ୍ଧ୍ୟାରେ ବଜ୍ରପାତରେ ମା’ ଓ ପୁଅଙ୍କ ମୃତ୍ୟୁ ଘଟିଛି।...

କୋରେଇ, ଖଣ୍ଡପଡ଼ା, ନୀଳଗିରି ଆସନ ଝୁଲାଇ ରଖିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଶନିବାର ଆଉ ତିନି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ମିଶାଇ...

କଟକ-ବାରବାଟୀରୁ ଲଢ଼ିବେ ମୋକିମ୍‌ଙ୍କ ଝିଅ ସୋଫିଆ, ନାଁ ସୁପାରିସ କଲା କଂଗ୍ରେସ

କଟକ,୨୭ା୪: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ରାଜନୀତିକୁ ଓହ୍ଲାଇବା ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ତେବେ ସୋଫିଆଙ୍କୁ ବିଧାୟିକା ପ୍ରାର୍ଥୀ କରିବା...

ପ୍ରମୁଖ ଦଳର ଟିକେଟ୍‌ ଘୋଷଣା ପରେ ଆତସବାଜିରେ କମ୍ପିଲା ନିରାକାରପୁର

ନିରାକାରପୁର,୨୭ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଶନିବାର ଅପରାହ୍ନରେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ପାଇଁ ଭାଜପା ପ୍ରଶାନ୍ତ କୁମାର ଜଗଦେବଙ୍କୁ ପ୍ରାର୍ଥୀ କରିଥିବା...

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ

କୋକସରା,୨୭ା୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାର ନିର୍ବାଚନୀ ପ୍ରଚାରରେ ଭି.କାର୍ତ୍ତିକ ପାଣ୍ଡିଆନ କଳାହାଣ୍ଡି ଗସ୍ତରେ ଆସିଥିଲେ। ପ୍ରଥମେ କଳାହାଣ୍ଡି ଜିଲା କୋକସରା ବ୍ଲକ ଦଣ୍ଡପାଟ ଅଞ୍ଚଳର ଗୋତମୁଣ୍ଡା...

ଖୋର୍ଦ୍ଧାରେ ପ୍ରଶାନ୍ତ-ରାଜେନ୍ଦ୍ର ଲଢ଼େଇ

ଖୋର୍ଦ୍ଧା,୨୭।୪: ସାଧାରଣ ନିର୍ବାଚନକୁ ନେଇ ପୂର୍ବତନ ବେଗୁନିଆ ବିଧାୟକ ତଥା ଚିଲିକାର ବର୍ତ୍ତମାନର ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା ବିଧାନସଭା ଆସନରୁ ଟିକେଟ ଦେଇଛି ଭାଜପା।...

ଗୌତମବୁଦ୍ଧଙ୍କୁ ଟିକେଟ୍‌, ଅନନ୍ତ ଦାସଙ୍କ ପୁଅ ନିରାଶ

ଭୋଗରାଇ,୨୭।୪: ୩ଟି ଆସନରେ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି। ଏଥିରେ ଗୌତମବୁଦ୍ଧ ଦାସଙ୍କୁ ଟିକେଟ୍‌ ମିଳିଛି। ଗୌତମଙ୍କୁ ଭୋଗରାଇ ଆସନରୁ ଟିକେଟ୍‌ ମିଳିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri