ଗୋବର୍ଦ୍ଧନ ପୂଜାରେ ପରସ୍ପର ଉପରକୁ ବାଣ ପକାନ୍ତି ଲୋକେ…

ଆଜମେର,୨୬।୧୦ : ରାଜସ୍ଥାନରେ ଏପରି ଅନେକ ପୁରୁଣା ପରମ୍ପରା ଏବଂ ରୀତିନୀତି ଅଛି ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥାଏ। ସମୟ ବିତିବା ସହିତ ଏହି ପରମ୍ପରାଗୁଡ଼ିକର ପ୍ରକୃତି ମଧ୍ୟ ବଦଳି ଯାଇଛି। ଅଜମେରର କେକେଡିରେ ଖେଳାଯାଉଥିବା ଏପରି ଏକ ପରମ୍ପରା ଲୋକଙ୍କ ପାଇଁ ବିପଦର୍ପୂ୍‌ଣ୍ଣ ହୋଇପଡୁଛି। ଏଠାରେ ଦୀପାବଳିର ପରଦିନ ଲୋକମାନେ ଗୋବର୍ଦ୍ଧନ ପୂଜାରେ ପରସ୍ପର ଉପରେ ବାଣ ଫିଙ୍ଗନ୍ତି। ଏହି କାରଣରୁ ବହୁ ଲୋକ ଆହତ ହୋଇଥାନ୍ତି। ଏହି ମାରାତ୍ମକ ଖେଳ ବନ୍ଦ କରିବା ପାଇଁ ପ୍ରଶାସନ ପକ୍ଷରୁ କଠୋର ପଦକ୍ଷେପ ଗ୍ରହଣ କରାଯିବା ସତ୍ତ୍ୱେ ମଧ୍ୟ ଲୋକେ ଏହାକୁ ଅଣଦେଖା କରି ଏହି ପରମ୍ପରା ପାଳନ କରିଥାନ୍ତି।

ଏହି ପରମ୍ପରା ଅଜମେରର କେକେଡି ସହରରେ ପାଳନ କରାଯାଏ। ଗଣେଶ ପ୍ୟାଉରେ ପ୍ରଭୁ ଭୈରବଙ୍କର ଏକ ପ୍ରାଚୀନ ମନ୍ଦିର ଅଛି। ଗୋବର୍ଦ୍ଧନ ପୂଜାରେ ଦୀପାବଳିର ଗୋଟିଏ ଦିନ ପରେ ଏଠାରେ ୧୦୦ ବର୍ଷରୁ ଅଧିକ ପୁରୁଣା ଏହି ପରମ୍ପରା ପାଳନ କରାଯାଇଥାଏ। ଘାସରେ ଭୈରବଙ୍କର ଏକ ପ୍ରତିମା ତିଆରି କରାଯାଇଥାଏ। ପ୍ରତିମାକୁ ବଳଦ ଉପରେ ରଖି ସହର ପରିକ୍ରମା କରାଯାଇଥାଏ। ବଳଦଙ୍କୁ ଚଳାଇବା ପାଇଁ ବାଣରେ ନିଆଁ ଲଗାଇ ସେମାନଙ୍କ ଗୋଡ ପାଖକୁ ଫିଙ୍ଗା ଯାଇଥାଏ। ଫଳରେ ବଳଦମାନେ ଦୌଡ଼ିବା ଆରମ୍ଭ କରନ୍ତି। ଏହାପରେ ଲାକମାନେ ପରସ୍ପର ଉପରକୁ ବାଣ ଫୋପାଡିବା ଆରମ୍ଭ କରନ୍ତି। ଲୋକମାନେ ଦୁଇଟି ଗୋଷ୍ଠୀ ଗଠନ କରନ୍ତି ଏବଂ ପରସ୍ପର ଉପରକୁ ବାଣ ପକାନ୍ତି। ଏହି ସମୟରେ କେତେକ ଲୋକ ମଧ୍ୟ ଆହତ ହୁଅନ୍ତି।

ଗୋବର୍ଦ୍ଧନ ପୂଜା ଦିନ କେକଡିରେ ପୋଲିସ ଫୋର୍ସ ମୁତୟନ କରାଯାଇଥାଏ। ତେବେ ପୋଲିସଙ୍କୁ ଏଡାଇବା ପାଇଁ ଲୋକମାନେ ରାତିରେ ପରସ୍ପର ଉପରେ ବାଣ ପକାଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?