ଲୋକେ କାମ ପାଇଁ ହିଁ ଚିହ୍ନନ୍ତୁ

ଗତ କିଛି ବର୍ଷ ଧରି ଓଡ଼ିଆ ଚଳଚ୍ଚିତ୍ର ଜଗତର ଏକ ପରିଚିତ ନାମ ହେଉଛି ଅଭିନେତା ଦ୍ୱୀପନ୍ବିତ ଦାଶମହାପାତ୍ର। ୨୦୧୪ରୁ ଆରମ୍ଭ ହୁଏ ତାଙ୍କର ନାଟକରେ ଯାତ୍ରା। ରାଜ୍ୟ ଓ ବାହାରେ ଅନେକ ମଞ୍ଚ ନାଟକ ପ୍ରଦର୍ଶନ କରି ଦର୍ଶକଙ୍କ ମନ ଜିଣି ଚାଲିଥିଲେ। ଆଇଟିଆରରେ ଇଞ୍ଜିନିୟରିଂ ପଢ଼ିବା ବେଳେ ୨୦୧୭ରେ ଫିଚର ଫିଲ୍ମ ‘କ୍ଷଣିକା’ ପାଇଁ ଦେଇଥିଲେ ଅଡିଶନ। ଏହାପରେ ଆରମ୍ଭ ହୋଇଯାଇଥିଲା ଓଡ଼ିଆ ଚଳଚ୍ଚିତ୍ରରେ ଯାତ୍ରା। ଓଡ଼ିଆ ସିନେମାର ସ୍ଥିତି ଠିକ୍‌ ନ ଥିବା ବେଳେ ତାଙ୍କ ଅଭିନୀତ ଚଳଚ୍ଚିତ୍ର ଦେଖାଇଛି ନୂଆ ଆଶା। ୨୦୨୨ରେ ତାଙ୍କର ୩ଟି ଚଳଚ୍ଚିତ୍ର ‘ଆଦିୟୁ ଗୋଦାର୍ଡ’, ‘ଦମନ’, ‘ପ୍ରତୀକ୍ଷା’ରେ ସେ ସିନେପ୍ରେମୀଙ୍କ ମନରେ ଏକ ସ୍ବତନ୍ତ୍ର ସ୍ଥାନ ଗ୍ରହଣ କରିପାରିଛନ୍ତି। ସେହିପରି କ୍ଷୁଦ୍ର ଚଳଚ୍ଚିତ୍ର ‘ବ୍ୟାସେ ଶୁଣୁଛ’ ମଧ୍ୟ ତାଙ୍କୁ ଆହୁରି ଲୋକପ୍ରିୟ କରାଇଛି। ଯାଦୁକରି ଅଭିନୟରେ ଦର୍ଶକଙ୍କୁ ବାନ୍ଧି ରଖି ପାରୁଥିବା ଦ୍ୱୀପନ୍ବିତଙ୍କ ସହ ଏଥରର ‘ଧରିତ୍ରୀ ଆଳାପ’।

ମଞ୍ଚ ନାଟକରୁ ଚଳଚ୍ଚିତ୍ର ଯାତ୍ରା କିପରି ଥିଲା?
– ନାଟକ ଓ ଚଳଚ୍ଚିତ୍ରରେ ଅଭିନୟ ବହୁତ ଅଲଗା। ମୋ ପାଇଁ ନାଟକରେ ଅଭିନୟ ସହଜ ଥିଲା। କିନ୍ତୁ ଚଳଚ୍ଚିତ୍ର ପାଇଁ ଅନେକ ୱାର୍କଶପ୍‌ରେ ଯୋଗଦେଲା ପରେ ଧୀରେ ଧୀରେ ଶିଖିଲି। ଚଳଚ୍ଚିତ୍ରରେ ଅଭିନୟ ଗୋଟିଏ ଲମ୍ବା ପ୍ରକ୍ରିୟା। ଅନେକ କଳାକାର ନାଟକରେ ଭଲ ଅଭିନୟ କରିପାରନ୍ତି, କିନ୍ତୁ ଚଳଚ୍ଚିତ୍ରରେ କରିପାରନ୍ତିନି।
ଚଳଚ୍ଚିତ୍ରରେ ଦ୍ୱୀପନ୍ବିତ ସମ୍ବେଦନଶୀଳ ମନେହୁଅନ୍ତି, ବ୍ୟକ୍ତିଗତ ଜୀବନରେ?
– ଜାଣତରେ ହେଉ କି ଅଜାଣତରେ, ଚଳଚ୍ଚିତ୍ରରେ ନିଜସ୍ବ ପଣ ଆସିଯାଏ। ତାହା କେତେ ଭଲ କେତେ ଖରାପ ମୁଁ ଜାଣିନି। ପ୍ରତୀକ୍ଷା ଚଳଚ୍ଚିତ୍ରର ସଂଘର୍ଷ କାହାଣୀ ମୋ ଜୀବନର ସଂଘର୍ଷ ସହିତ ଖାପ ଖାଉଥିବା ଅନୁଭବ କରିପାରିଥିଲି। ଦେଖିବାକୁ ଗଲେ ବ୍ୟକ୍ତିଗତ ଜୀବନରେ ସେହି ସମ୍ବେଦନଶୀଳତା ଅଛି ବୋଲି ହିଁ ମୁଁ କରିଥିବା ଚରିତ୍ରଗୁଡ଼ିକରେ କିଛିମାତ୍ରାରେ ମୋର ଛାପ ଛାଡ଼ିପାରିଛି।
‘ଦମନ’ ଚଳଚ୍ଚିତ୍ରରେ ସହକଳାକାର ଏବଂ ‘ପ୍ରତୀକ୍ଷା’ରେ ମୁଖ୍ୟ ଭୂମିକାରେ ଅଭିନୟ, ଆପଣଙ୍କୁ କେଉଁଟା ବେଶି ଭଲ ଲାଗିଥିଲା?
– ନିଜ କାମକୁ ମୁଁ ଏତେ ମାତ୍ରାରେ ସମୀକ୍ଷା କରିପାରେନି। କିନ୍ତୁ ମୋର ପୁରୁଣା କାମ ଦେଖିଲେ ଲାଗେ ବହୁତ କିଛି ଭଲ ହୋଇପାରିଥାନ୍ତା। ଦମନ ବେଳେ ଲାଗିଥିଲା ଆଉ ଟିକେ ଭଲ ହୋଇପାରିଥାନ୍ତା, ଯଦି ମୋତେ ଆଉ ଟିକେ ସମୟ ମିଳି ପାରିଥାନ୍ତା। ସେହିପରି ପ୍ରତୀକ୍ଷା ରିଲିଜ୍‌ ସମୟକୁ ଦେଖିଲେ ଲାଗେ ଟିକେ ପୁରୁଣା ହୋଇଗଲା। ଦମନ ହେଉ କି ପ୍ରତୀକ୍ଷା, ଲୋକଙ୍କ ମନକୁ ଛୁଇଁପାରିଲା ଭଳି ମୁଁ ଶତ ପ୍ରତିଶତ ଉଦ୍ୟମ କରିଥିବା ମୋତେ ଲାଗେନି। କହିବାକୁ ଗଲେ ଆଉ ଟିକେ ଭଲ କରିବାର ସମ୍ଭାବନାଟା ସବୁବେଳେ ମୋ ଭିତରେ ରହୁଛି।
-ଆପଣଙ୍କ ଅଭିନୀତ ଚରିତ୍ରଗୁଡ଼ିକ ଗମ୍ଭୀର। ଆପଣ ଭାବୁଛନ୍ତି କି ଏଭଳି କିଛି ଚରିତ୍ର ପାଇଁ ହିଁ ଆପଣଙ୍କୁ ବଛାଯାଉଛି?
– ମୁଁ ଅଭିନୟ କରିଥିବା ଚରିତ୍ରଗୁଡ଼ିକ ସେମିତି ହିଁ କିଛି। ସବୁଠି ଗୋଟେ ସେ ଭାରିପଣର କଥା ଆସେ। ସେଥିପାଇଁ ବୋଧହୁଏ ଦର୍ଶକଙ୍କୁ ସେମିତି ଲାଗିଥାଇପାରେ।
ଆପଣଙ୍କ ଶାରୀରିକ ଗଠନ ପାଇଁ କେବେ କିଛି ସାମ୍ନା କରିଛନ୍ତିି?
– ହଁ। ଏମିତି ବି ଅନେକ ସମୟରେ ପ୍ରୋଜେକ୍ଟ ମଧ୍ୟ ହାତରୁ ଯାଇଛି। ଆଉ ଟିକେ ଡେଙ୍ଗା ହୋଇଥିଲେ ମ୍ୟାଚ୍‌ ହୋଇଥାନ୍ତା। ଆଉ ଟିକେ ପତଳା ହୋଇଥିଲେ ସେ ଚରିତ୍ର ସହ ଖାପ ଖୁଆଇଥାନ୍ତା। ତାହା ନିର୍ମାତାଙ୍କ ପସନ୍ଦ। ଆମ ହାତରେ ନ ଥାଏ। ଯାହା ମିଳୁଛି ସେ ନେଇ କ’ଣ କରିହେବ ସେଥିପାଇଁ ଧ୍ୟାନ ଦେବା ଆବଶ୍ୟକ।
ଚଳଚ୍ଚିତ୍ର କରିବା ପୂର୍ବରୁ ସ୍କ୍ରିପ୍ଟକୁ ଧ୍ୟାନ ଦିଅନ୍ତି ନା ଚରିତ୍ରକୁ?
– ସ୍କ୍ରିପ୍ଟକୁ ଧ୍ୟାନ ଦେଇଥାଏ।
ଓଡ଼ିଆ ଚଳଚ୍ଚିତ୍ରର ଉନ୍ନତି ପାଇଁ କ’ଣ ସବୁ ହେବା ଆବଶ୍ୟକ ବୋଲି ଭାବୁଛନ୍ତି?
– ଓଡ଼ିଶାରେ ଫିଲ୍ମ, ୱେବସିରିଜ, ଫିଚର ଫିଲ୍ମ, ମ୍ୟୁଜିକ୍‌ ଭିଡିଓ ସବୁ କିଛି ଚାଲିଛି। କିନ୍ତୁ ଦକ୍ଷତାର ଅଭାବ ରହିଛି। ଯାହା ଉପରେ କେହି କଥା ହେଉନାହାନ୍ତି। ବହୁତ ଜଣ ଆସୁଛନ୍ତି, ଅନେକ କାମ ହେଉଛି। କିନ୍ତୁ ହାର୍ଡ ୱାର୍କ ଓ ସ୍ମାର୍ଟ ୱାର୍କ ଭିତରେ ଫରକ ରହିଛି। ଦକ୍ଷତା ପରୀକ୍ଷା ଉପରେ କିଛି ଧ୍ୟାନ ଦିଆଯାଉନାହିଁ। ପ୍ରୋଜେକ୍ଟ ପରେ ପ୍ରୋଜେକ୍ଟ ହୋଇ ଚାଲିଛି। ୱାର୍କଶପ୍‌ ହେବା ଆବଶ୍ୟକ। ବାହାରେ କ’ଣ ଚାଲିଛି ସେସବୁକୁ ବି ନଜରରେ ରଖିବା ଆବଶ୍ୟକ। ବ୍ୟକ୍ତିଗତ ସ୍ତରରେ ନିଜର ଦକ୍ଷତା ବୃଦ୍ଧି ପାଇଁ ଚେଷ୍ଟା କରିବା ଉଚିତ।
ସାମାଜିକ ଗଣମାଧ୍ୟମରେ ଓଡ଼ିଆ ଚଳଚ୍ଚିତ୍ରକୁ ନେଇ ହେଉଥିବା ତର୍କ ସମ୍ପର୍କରେ କ’ଣ କହିବେ?
– ଏହା ବ୍ୟବସାୟ ଭଳି ହିଁ ଅନୁଭବ ହୁଏ। ମୋତେ ଲାଗେ ଏହା କଳୁଷିତ ହୋଇ କି ଅଛି। ଲୋକେ କାମ ପାଇଁ ହିଁ ଚିହ୍ନନ୍ତୁ ସେତିକି ଇଚ୍ଛା।
ଅନ୍ୟ କେଉଁଥିରେ ରୁଚି ରହିଛି?
– ଲେଖାଲେଖି କରିବାକୁ ଭଲ ଲାଗେ। ପଢ଼ିବାକୁ ବି। ତା’ ଛଡ଼ା ଗୀତ ପ୍ରତି ଦୁର୍ବଳତା ଅଛି। ଆଗରୁ ମ୍ୟୁଜିକ କ୍ୟାସେଟ୍‌ ସଂଗ୍ରହ କରି ରଖୁଥିଲି। ଏବେ କେତେ ନୂଆ ଗୀତ ଆସୁଛି, ଅଲଗା ଅଲଗା ଭାଷାରେ ଶୁଣିବାକୁ ଭଲ ଲାଗେ।
କ’ଣ ଖାଇବାକୁ ପସନ୍ଦ କରନ୍ତି?
-ଘରେ ରନ୍ଧା ଭାତ, ଡାଲମା।
କେଉଁ ରଙ୍ଗ ପସନ୍ଦ, କ’ଣ ପିନ୍ଧିବାକୁ ଭଲ ଲାଗେ?
-କଳା ଓ ନୀଳ। ଜିନ୍ସ ସହ ଟି-ଶାର୍ଟ ପିନ୍ଧିବାକୁ ଭଲ ଲାଗେ।
ଅଭିନୟ କ୍ଷେତ୍ରରେ କିଛି ଅଭୁଲା ମୁହୂର୍ତ୍ତ?
-ଦମନ ଚଳଚ୍ଚିତ୍ର ବେଳେ ଗଁା ଗଁା ବୁଲି ଲୋକଙ୍କ ସହ ମିଶିବାର ସମୟ। ସେହିପରି ପ୍ରତୀକ୍ଷା ଯେତେବେଳେ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲରେ ଅଫ୍‌ ଇଣ୍ଡିଆରେ ମନୋନୀତ ହେଲା। ସେହି ସମୟରେ ବରିଷ୍ଠ ଅଭିନେତା ତଥା ଫିଲ୍ମ ନିର୍ମାତା ଅନୁପମ ଖେର୍‌ ଏହାର ରିମେକ୍‌ ପାଇଁ କହିଥିଲେ, ସେହି ମୁହୂର୍ତ୍ତ ସ୍ବତନ୍ତ୍ର ଅଟେ।
ଓଲିଉଡ୍‌ରେ ପ୍ରିୟ ଅଭିନେତା ଓ ଅଭିନେତ୍ରୀ?
– ଚୌଧୁରୀ ଜୟପ୍ରକାଶ ଦାଶ, ହର ରଥ ଭଲ ଲାଗନ୍ତି। ଅପରାଜିତା ମହାନ୍ତି, ଅନୁ ଚୌଧୁରୀଙ୍କ ଅଭିନୟ ଭଲ ଲାଗେ।
ବର୍ତ୍ତମାନ ସମୟର କେହି ପ୍ରିୟ ଅଭିନେତ୍ରୀ?
-ଅଭିନେତ୍ରୀଙ୍କୁ ନେଇ କିମ୍ବା ସେମାନଙ୍କୁ ମୁଖ୍ୟ ଭୂମିକାରେ ନଜର ଆସିବା ଭଳି ଚଳଚ୍ଚିତ୍ର ନାହିଁ। ଓଡ଼ିଶାରେ ଅଭିନେତ୍ରୀମାନଙ୍କୁ ନେଇ ଭଲ ସିନେମା ଏବେ କିଛି ହେଉନାହିଁ। କିଛି ସେମିତି ସିନେମା ଆସିଲେ ହିଁ କାହା ଅଭିନୟ ଭଲ କହିହେବ। ସୂର୍ଯ୍ୟମୟୀଙ୍କ ଭଳି କିଛି ଅଭିନେତ୍ରୀ ଭଲ କରିପାରିବେ।

– ସାକ୍ଷାତ୍‌: ଶର୍ମିଷ୍ଠା ପାଣିଗ୍ରାହୀ, ଭୁବନେଶ୍ୱର

 


Enter your email to get our daily news in your inbox.

All Right Reserved By Dharitri.Com

ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ପାର୍ବଣ ପାଇଁ ସମ୍ପୂର୍ଣ୍ଣ ଗ୍ରାଉଣ୍ଡ ରେଣ୍ଟ ଛାଡ଼

ଭୁବନେଶ୍ୱର,୭ା୧୦: ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂଜା କମିଟିଗୁଡ଼ିକ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ (BMC) ଅଞ୍ଚଳରେ…

ଆସନ୍ତା ୩ ଦିନ ଝଡ଼ବର୍ଷା ସହ ବଜ୍ରପାତ: ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର, ୭ା୧୦ (ସୌମ୍ୟରଞ୍ଜନ ରାଉତ)- ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରୁଛି। ତେବେ…

ମୁଖ୍ୟମନ୍ତ୍ରୀଙ୍କ ମା’ଙ୍କ ପରଲୋକ, ଭାବପ୍ରବଣ ହୋଇ କହିଲେ ମୋର ସବୁଠୁ ବଡ଼ ଛାଇ….

ରାଞ୍ଚି,୭।୧୦: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମା’ ରୂପୀ ସୋରେନଙ୍କ ପରଲୋକ ହୋଇଛି । ରାଞ୍ଚିର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ…

କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…

ଭୁବନେଶ୍ୱର,୭।୧୦: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାବିକୁ ନେଇ ଆସନ୍ତାକାଲି (ଗୁରୁବାର) ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଆହ୍ୱାନ ଦିଆଯାଇଛି। ‘INDIA’ ବ୍ଲକ୍‌…

ରାହୁଲ ଗାନ୍ଧୀଙ୍କୁ ହିମନ୍ତ ବିଶ୍ବ ଶର୍ମାଙ୍କ ଅଲ୍ଟିମେଟମ୍, କହିଲେ ବଙ୍କା କରିପାରିବେନି….

ନୂଆଦିଲ୍ଲୀ,୭।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ବଡ଼ ବୟାନ ଦେଇଛନ୍ତି । ବୁଧବାର ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ…

ରାଜ୍ୟରେ ଫେରୁଛି ଛାତ୍ର ସଂସଦ ନିର୍ବାଚନ: ୧୩ ବିଶ୍ୱବିଦ୍ୟାଳୟରେ ଭୋଟ୍‌, ୩ରେ ସିଧାସଳଖ ନେତା ଚୟନ!

ଭୁବନେଶ୍ୱର,୭।୧୦: ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ପ୍ରକ୍ରିୟା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ…

ଚଳନ୍ତା ଟ୍ରେନରୁ ହଠାତ୍ ଡ଼େଇଁ ପଡ଼ିଲେ ଏକାଧିକ ଯାତ୍ରୀ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୭।୧୦: ଉତ୍ତରପ୍ରଦେଶର ବାରାବଙ୍କିରୁ ସାମ୍ନାକୁ ଆସିଛି ଚକିତ କରିଦେବା ଭଳି ଭିଡିଓ । ଚଳନ୍ତା ଟ୍ରେନରୁ ଡେଇଁ ଯାତ୍ରୀମାନେ ଦୌଡ଼ି ପଳାଉଥିବାର ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ…

କଟକରେ ଚାଞ୍ଚଲ୍ୟ: କାଠଯୋଡ଼ି ପଠାରେ ପଡ଼ିଛି ଯୁବତୀଙ୍କ ରକ୍ତରଞ୍ଜିତ ମୃତଦେହ, ବାଦାମବାଡ଼ି ପୋଲିସର…

କଟକ,୭।୧୦: କଟକ କାଠଯୋଡ଼ି ନଦୀପଠାରୁ ଜଣେ ଅଜଣା ଯୁବତୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ପୁରୀଘାଟ ଥାନା ନିକଟସ୍ଥ କାଠଯୋଡ଼ି ପଠାରେ ମୃତଦେହଟି ପଡ଼ିଥିବା ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?