Posted inଫୁରସତ

ଆକାଶରେ ନଜର ଆସିଲା ନୀଳ ରଙ୍ଗର ୟୁଏଫ୍‌ଓ ! ଏଲିୟନ ଆସିଥିବା ଭାବି କ୍ୟାମେରାରେ କଏଦ କଲେ ଲୋକେ

ୱାଶିଂଟନ: ମହାକାଶରେ ଜୀବନ ତଥା ଏଲିୟନଙ୍କ ସତ୍ତାକୁ ନେଇ ଗବେଷଣା କରାଯାଉଛି। ଅନେକ ସମୟରେ ଏଲିୟନମାନେ ପୃଥିବୀକୁ ଆସୁଥିବାର ଚର୍ଚ୍ଚା ହୁଏ। ଏହା କେତେ ସତ କେତେ ମିଥ୍ୟା ସ୍ପଷ୍ଟ ହୋଇ ନ ଥିଲେ ହେଁ ବାରମ୍ବାର ୟୁଏଫ୍‌ଓକୁ ଦେଖିବାକୁ ନେଇ ଲୋକେ ଦାବି କରି ଆସୁଛନ୍ତି। ଏଭଳି ଏକ ଘଟଣା ହାଓ୍ବାଇରେ ଦେଖିବାକୁ ମିଳିଛି। ଜାନୁଆରୀ ୫ ରେ ସେଠାକାର ଲୋକେ ପୁଣି ଥରେ ୟୁଏଫଓ ଦେଖିଥିବା ଦାବି କରିଛନ୍ତି।

ରାତି ପ୍ରାୟ ୮.୩୦ ସମୟରେ ଲୋକମାନେ ଆକାଶରେ ଏକ ନୀଳ ରଙ୍ଗର ଉଡ଼ୁଥିବା ବସ୍ତୁ ଦେଖିଥିଲେ। କିଛି ସମୟ ପରେ ତାହା ସମୁଦ୍ରରେ ପଡ଼ିଯାଇଥିଲା। ଅନେକ ଲୋକ ଏହି ଘଟଣାକୁ ନିଜ କ୍ୟାମେରାରେ ରେକର୍ଡ କରିଥିଲେ। ଏହା ୟୁଏଫଓ ଥିବା ଲୋକେ କହବା ସହ ଆଶ୍ଚର୍ଯ୍ୟ ହୋଇ ପୋଲିସକୁ ଏ ବିଷୟରେ ସୂଚନା ଦେଇଥିଲେ।

ଆକାଶରେ ନୀଳ ଉଡ଼ୁଥିବା ବସ୍ତୁର ଦୃଶ୍ୟ ବିଷୟରେ ସ୍ଥାନୀୟ ଲୋକମାନେ ଫେଡେରାଲ ଆଭିଏସନ ଆଡମିନିଷ୍ଟ୍ରେସନ (ଏଫ୍‌ଏଏ)କୁ ରିପୋର୍ଟ କରିଥିଲେ। ଏହି ରହସ୍ୟମୟ ବସ୍ତୁର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହୋଇଛି। ଭିଡିଓରେ, ଏକ ନୀଳ ରଙ୍ଗର ଉଡ଼ୁଥିବା ବସ୍ତୁ ଆକାଶର ଗୋଟିଏ ପାର୍ଶ୍ୱରୁ ଅନ୍ୟ ପାର୍ଶ୍ୱକୁ ଗତି କରୁଥିବା ଦେଖାଯାଉଛି।

ହାୱାଇ ନ୍ୟୁଜ ରିପୋର୍ଟ ଅନୁଯାୟୀ ଏଫଏଏ ମୁଖପାତ୍ର ଆୟାନ ଗ୍ରେଗୋର କହିଛନ୍ତି ଯେ ସେ ପୋଲିସ ଷ୍ଟେଶନରୁ ଏହି ରିପୋର୍ଟ ଗ୍ରହଣ କରିଛନ୍ତି। ଏହା ଏକ ବିମାନ ହୋଇଥାଇପାରେ। ଅପରପକ୍ଷେ ଏଜେନ୍ସି ରାଡାରରୁ କୌଣସି ବିମାନ ନିଖୋଜ ହୋଇ ନ ଥିବା କହିଛି। ଏହାକୁ ନେଇ ଆକାଶରୁ ଖସି ଆସୁଥିବା ଏହି ବସ୍ତୁ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲୁ ପ୍ରଭାବ ହେବ ୩୦ ଗୁଣା ଅଧିକ, ଭାରତରେ ତାତି ୫୫ ଡିଗ୍ରୀ ଛୁଇଁବ !…

ନୂଆଦିଲ୍ଲୀ,୨୦।୫ : ଦେଶର ବହୁ ଅଞ୍ଚଳରେ ତାତି ବଢ଼ିବାରେ ଲାଗିଛି। ଫ୍ୟାନ, କୁଲର୍‌ ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତର ଅନେକ ସହରରେ ଉତ୍ତାପରୁ ମୁକ୍ତି...

ମା’ ଛିଡ଼ା ହୋଇଥିବା ବେଳେ ଛୁଆ ହାତୀ କଲା ଏମିତି, ଭିଡିଓ ଭାଇରାଲ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ...

ଏମିତି ଶିକ୍ଷକ ମିଳିଥିଲେ ୟୁପିଏସ୍‌ସି ପରୀକ୍ଷାରେ ଥାଆନ୍ତି ସବୁଠୁ ଆଗରେ: ଅରୁଣ ବୋଥ୍ରା

ପାଟନା,୩୧।୮: ପିଲାବେଳେ ପାଠପଢା ଅନେକଙ୍କୁ କଷ୍ଟ ଲାଗିଥାଏ। କେହି କେହି ବାହାନା କରି ସ୍କୁଲ ନ ଯିବା ପୁଣି ମୁଣ୍ଡ ବିନ୍ଧିବା ଭଳି ସମସ୍ୟା ପିଲାମାନଙ୍କ...

ମହିଳାଙ୍କୁ କରୋନା ଟିକାର ଗୋଟିଏ କି ଦୁଇଟି ନୁହେଁ ୬ ଡୋଜ୍‌ ଦେଇଦେଲେ ସ୍ବାସ୍ଥ୍ୟକର୍ମୀ, ଆଉ ଏବେ…

ମହାମାରୀ କରୋନା ସଂକ୍ରମଣ ରୋକିବା ଦିଗରେ ଏକମାତ୍ର ପ୍ରଭାବଶାଳୀ ପ୍ରତିକାର ହେଉଛି ଟିକା। ଏହାକୁ ଦୃଷ୍ଟିରେ ରଖି ବିଶ୍ୱର ବିଭିନ୍ନ ଦେଶରେ ଟିକାକରଣ ଦ୍ରୁତ ଗତିରେ...

ବ୍ୟକ୍ତିତ୍ୱ: ସମାଜ ସଚେତକ ସ୍ରଷ୍ଟା ମୁଲକ ରାଜ ଆନନ୍ଦ

କେବଳ ଏହି ଗୋଟିଏ ଉପନ୍ୟାସ ନୁହେଁ; ସେ ତାଙ୍କ ପ୍ରତ୍ୟେକ ରଚନାରେ ସମାଜର ଅବ୍ୟବସ୍ଥାକୁ ଆଗକୁ ଆଣିଛନ୍ତି। ସେଥିଲାଗି ଯଥାର୍ଥରେ ତାଙ୍କୁ ଜଣେ ସମାଜ ସଚେତକ...

ଏମିତି ଏଟିଏମ୍‌, ଟଙ୍କା ବଦଳରେ ବାହାରିଥାଏ ସୁନା

ଆଜିକାଲି ସମୟରେ ବ୍ୟାଙ୍କରେ ଲମ୍ବା ଲାଇନ୍‌ ଲଗାଇ ଗ୍ରାହକମାନେ ଆଉ ଟଙ୍କା ଉଠାଉ ନାହାନ୍ତି। ଏଥିପାଇଁ ଏଟିଏମ୍‌ ସହଜ ଏବଂ ସୁଲଭ ମାଧ୍ୟମ ପାଲଟିଛି। ବିଶ୍ୱର...

ଏହି ମୁସ୍‌ଲିମ୍‌ ଦେଶରେ ରହିଛି ଭଗବାନ ବିଷ୍ଣୁଙ୍କ ସୁଉଚ୍ଚ ପ୍ରତିମୂର୍ତ୍ତି

ହିନ୍ଦୁଧର୍ମରେ ଭଗବାନ ବିଷ୍ଣୁଙ୍କୁ ପୃଥିବୀର ପାଳନକର୍ତ୍ତା ଭାବେ ବିବେଚନା କରାଯାଏ। ଯଦିଓ ଭାରତର ପ୍ରତ୍ୟେକ କୋଣ ଅନୁକୋଣରେ ଭଗବାନ ବିଷ୍ଣୁଙ୍କ ମନ୍ଦିର ରହିଛି ତଥାପି ବିଦେଶରେ...

ଗଣତନ୍ତ୍ର ସ୍ବାଧୀନତାର ପ୍ରତିଫଳନ

ମଣିଷ ସଭ୍ୟ ଭାବେ ସମାଜରେ ବାସ କରିବା ପରେ ଏକ ସୁସ୍ଥ ସାମାଜିକ ପରମ୍ପରା ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିଥିଲା। ପରବର୍ତ୍ତୀ ସମୟରେ ଏହା ପ୍ରାଚୀନ...

Advertisement
Archives

Model This Week