Posted inଫୁରସତ

ବିଶାଳ ସମୁଦ୍ର ଉପରେ ଗାଁ

ନୂଆଦିଲ୍ଲୀ: ଦୁନିଆରେ ବହୁତ ଅଦ୍ଭୁତ ଜିନିଷ ଅଛି, କିନ୍ତୁ ଆପଣ ସମୁଦ୍ର ଉପରେ ଥିବା ଗାଁ ବିଷୟରେ ଶୁଣିଛନ୍ତି? ହୁଏତ ନା। ଚାଇନାରେ ଏଭଳି ଏକ ଗାଁ ରହିଛି। ଏହା ଚାଇନାର ଫୁଜିଆନ ପ୍ରଦେଶର ନିଙ୍ଗଡେ ସହର ନିକଟରେ ଅବସ୍ଥିତ। ବର୍ତ୍ତମାନର ଆଧୁନିକ ଜ୍ଞାନକୌଶଳ ସାହାଯ୍ୟରେ ନୁହେଁ ବରଂ ଶହ ଶହ ବର୍ଷ ପୂର୍ବେ ଏହି ଗାଁର ଉତ୍ପତି।

କୌତୁହଳର ବିଷୟ ହେଉଛି ଏହି ଗାଁ ଭାସମାନ ଡଙ୍ଗା ଉପରେ ଅବସ୍ଥିତ। ଏହି ଗାଁରେ ୨୦୦୦ ରୁ ଅଧିକ ଘର ଅଛି। ଏହା ହେଉଛି ପୃଥିବୀର ଏକମାତ୍ର ଗ୍ରାମ ଯାହା ସମୁଦ୍ର ଉପରେ ରହିବା ପାଇଁ ସ୍ଥାପିତ ହୋଇଛି। ପ୍ରାୟ ୧୩୦୦ ବର୍ଷ ପୂର୍ବେ ଏହି ବସ୍ତି ସ୍ଥାପିତ ହୋଇଥିଲା ଏବଂ ବର୍ତ୍ତମାନ ସେଠାରେ ପ୍ରାୟ ଅଢ଼େଇ ହଜାର ଲୋକ ବାସ କରୁଛନ୍ତି। ଏଠାକାର ଲୋକମାନେ ମତ୍ସ୍ୟଜୀବୀ ଅଟନ୍ତି। ମାଛ ମାରି ସେମାନେ ରୋଜଗାର କରନ୍ତି। ତେବେ ଗାଁର ଲୋକମାନେ ଭାସମାନ ଘର ସହିତ ବିରାଟ କାଠ ନିର୍ମିତ ପ୍ଲାଟଫର୍ମ ତିଆରି କରିଛନ୍ତି, ଯେଉଁଠାରେ ସେମାନଙ୍କର ପିଲାମାନେ ଖେଳନ୍ତି ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ। ଏଠାକାର ଲୋକଙ୍କୁ ଟାଙ୍କା କୁହାଯାଏ।

ଏହି ଗାଁର ପ୍ରାୟ ୧୩୦୦ ବର୍ଷ ପୁରୁଣା ଇତିହାସ ରହିଛି। ଏହି ମତ୍ସଜୀବୀଙ୍କ ପୂର୍ବପୁରୁଷମାନେ ଶାସକଙ୍କ ଦ୍ୱାରା ନିର୍ଯାତିତ ହୋଇଥିଲେ। ଫଳରେ ସେମାନେ ସମୁଦ୍ର ମଧ୍ୟରେ ରହିବାକୁ ଚାଲିଆସିଥିଲେ। ସେବେଠାରୁ ପୀଢ଼ି ପରେ ପୀଢ଼ି ଏଠାରେ ବାସ କରିଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri