ଚଢାଉବେଳେ ପୋଲିସକୁ ପିଟିଲେ ଲୋକେ

ନନ୍ଦପୁର,୧୬ା୨(ଶଙ୍କର ପୂଜାରୀ):କୋରାପୁଟ ଜିଲା ନନ୍ଦପୁର ବ୍ଲକ ଟିକରପଡ଼ା ପଞ୍ଚାୟତର ଦେବତାହଞ୍ଜର ଗ୍ରାମରେ ଜୁଆଖେଳ ଓ ମଦ କାରବାର ଚାଲିଥିବା ସୂଚନା ପାଇ ଚଢ଼ାଉ କରିବାକୁ ଯାଇଥିବା ପୋଲିସ ଟିମ୍‌ ଉପରେ ଆକ୍ରମଣ ହୋଇଛି। ଫଳରେ ଏସ୍‌ଡିପିଓ ସମ୍ବିତ କୁମାର ମାଝି ଓ ଥାନା ଅଧିକାରୀ ଆଶ୍ରିତା ଖାଲ୍‌କୋ ଆହତ ହୋଇଛନ୍ତି। ପ୍ରାଥମିକ ଚିକିତ୍ସା ପରେ ମାଝି ସୁସ୍ଥ ଥିବା ବେଳେ ଥାନାଧିକାରୀ ଖାଲ୍‌କୋଙ୍କୁ ଅଧିକ ଚିକିତ୍ସା ଲାଗି କୋରାପୁଟ ସ୍ଥାନାନ୍ତର କରାଯାଇଛି। ଏସ୍‌ପିଙ୍କ ନିର୍ଦ୍ଦେଶରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବଳଭଦ୍ର ଦୀପ ଘଟଣାର ଯାଞ୍ଚ କରି ନନ୍ଦପୁର ଥାନା ପରିଦର୍ଶନକରି ଫେରିଛନ୍ତି। ଏସ୍‌ଆଇ ଦୀପ୍ତିମୟୀ ଧରୁଆଙ୍କ ଏତଲାକ୍ରମେ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଏସ୍‌ଆଇ ବେଦବର ସାହୁ ତଦନ୍ତ ଦାୟିତ୍ୱ ଅଛନ୍ତି।
ଖବରରୁ ଜଣାପଡିଛି, ନନ୍ଦପୁର ଥାନା ଅଧୀନ ଟିକରପଡ଼ା ପଞ୍ଚାୟତ ଦେବତାହଞ୍ଜର ଗ୍ରାମରେ ବୁଧବାର ରାତିରେ ଏକ ବାହାଘର ଭୋଜିର ଆୟୋଜନ ହୋଇଥିଲା। ଗ୍ରାମର ସନୁ ଖିନବୁଡି ବଡପୁଅର ବାହାଘର ଜାକଜମକରେ କରିବାକୁ ଯାଇ ଗ୍ରାମବାସୀଙ୍କ ମନୋରଞ୍ଜନ ପାଇଁ ରାତିରେ ଆଦିବାସୀ ନାଚର ଆୟୋଜନ କରିଥିଲେ। ନାଚ ଦେଖିବାକୁ ପ୍ରବଳ ଜନ ସମାଗମ ହୋଇଥିଲା। ସ୍ଥାନୀୟ ଅଞ୍ଚଳର କେତେଜଣ ଲୋକ ନାଚସ୍ଥଳରେ ଜୁଆ ଓ ଖୁଡ଼ୁଖୁଡ଼ି ପାଲି ପକାଇଥିବା ଏବଂ ନିକଟସ୍ଥ ଦୋକାନରେ ଖୋଲାରେ ଦେଶୀ ବିଦେଶୀ ମଦ ବିକ୍ରି ହେଉଥିବା ସୂଚନା ନନ୍ଦପୁର ପୋଲିସକୁ ମିଳିଥିଲା। ଫଳରେ ରାତି ଗୋଟାଏରେ ପୋଲିସ ଟିମ୍‌ ଗ୍ରାମରେ ଚଢାଉ କରିଥିଲା। ପୋଲିସକୁ ଦେଖି ଲୋକେ ଛତ୍ରଭଙ୍ଗ ଦେଇଥିଲେ। ମାତ୍ର କେତେଜଣ ନିଶାସକ୍ତ ଓ ଜୁଆଡ଼ି ପୋଲିସ ଉପରକୁ ଆକ୍ରମଣ କରିଥିଲେ। ଫଳରେ ଥାନା ଅଧିକାରୀ ଖାଲ୍‌କୋଙ୍କ ମୁହଁ, ଆଖିରେ ଓ ଏସ୍‌ଡିପିଓ ମାଝିଙ୍କ ହାତରେ ମାଡବାଜି ଉଭୟେ ଆହତ ହୋଇଥିଲେ। ଘଟଣାସ୍ଥଳରୁ ପୋଲିସ ଖୁଡ଼ୁଖୁଡି ପାଲି ଜବତ କରିଛି। ୪ଜଣ ଯୁବକଙ୍କୁ ଧରି ଆଣି ସେମାନଙ୍କୁ ପଚରାଉଚରା କରୁଛି। ସେମାନେ ହେଲେ ଟିଅଁକଣ୍ଟା ଗ୍ରାମର ଲଛମନ ଖରା, ପଞ୍ଜଲ ଗ୍ରାମର ନାରାୟଣ ମାଝି, ହାଟଶୁକ୍ଲ ଗ୍ରାମର ଚନ୍ଦ୍ର ଖେମୁଣ୍ଡୁ ଓ ଘାସି ଖେମୁଣ୍ଡୁ। ଏନେଇ କେସ୍‌ ନଂ. ୨୪/୨୫ରେ ମାମଲା ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋ ଭାଇ ଡାକୁଛି, ମୁଁ ପଳେଇବି…୬ ମାସ ଭିତରେ ଡକାଡକି ହୋଇ ଚାଲିଗଲେ ୩ ଭାଇ, ଜାଣନ୍ତୁ ଚାଞ୍ଚଲ୍ୟକର ଘଟଣା

କାନପୁର,୧୩।୧୦: ଉତ୍ତରପ୍ରଦେଶର କାନପୁର ଜିଲାର ୱାଜିଦପୁର ଅଞ୍ଚଳରେ ଗୋଟିଏ ପରିବାରର ତିନି ଜଣ ଭାଇଙ୍କ ମୃତ୍ୟୁ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ମାତ୍ର ୬ ମାସ ମଧ୍ୟରେ…

ବାର୍‌ହା ପାଇଁ ବିଛା ଯାଇଥିବା ତାରରେ ଫଶିଗଲେ ଚାଷୀ; ଚାଲିଗଲା ଜୀବନ, ଗ୍ରାମରେ ଶୋକାକୂଳ ପରିବେଶ

ଦିଗପହଣ୍ଡି,୧୩।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏସ.ଗୋପାଳପୁର ପଞ୍ଚାୟତ ପ୍ରତାପଗିରି ଗ୍ରାମ ନିକଟ ଚାଷଜମିରେ କେହି ଶିକାରୀ ବନ୍ୟଜନ୍ତୁ ବାରହା ଶିକାର ପାଇଁ ବିଦ୍ୟୁତ…

ଇଂଲଣ୍ଡକୁ ବଡ଼ ଝଟକା: ଦୀର୍ଘ ସମୟ ପାଇଁ ଦଳରୁ ବାଦ ପଡ଼ିବେ ଜୋସ ବଟଲର୍‌? ହସ୍ପିଟାଲରୁ ଫଟୋ ଶେୟାର କରି କହିଲେ

ନୂଆଦିଲ୍ଲୀ,୧୩।୧୦: ବାମ ଗୋଡ଼ର ହ୍ୟାମଷ୍ଟ୍ରିଂ (hamstring) ଅସ୍ତ୍ରୋପଚାର ପରେ ଜୋସ ବଟଲର ଦୀର୍ଘ ସମୟ ପାଇଁ କ୍ରିକେଟରୁ ଦୂରେଇ ରହିବାର ସମ୍ଭାବନା ରହିଛି। ଇଂଲଣ୍ଡର ଏହି ୱିକେଟକିପର-ବ୍ୟାଟର…

ବଲାଙ୍ଗୀରରେ ଉତ୍ତେଜନା, ଏବିଭିପି ସମର୍ଥକଙ୍କୁ ବାଥରୁମରେ ବନ୍ଦ କଲେ ବିଜେଡି ସମର୍ଥକ

ବଲାଙ୍ଗୀର,୧୩।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରେ ଛାତ୍ର ସଂସଦ ନିର୍ବାଚନ ଉଷ୍ମତା ବଢ଼ିବାରେ ଲାଗିଛି । ବଲାଙ୍ଗୀର ସର୍କିଟ ହାଉସରେ କିଛି ଏବିଭିପି ନେତା ଓ ସମର୍ଥକ…

ଡେବ୍ୟୁ ମ୍ୟାଚ୍‌ରେ ଇତିହାସ ରଚିଲେ ଏହି କ୍ରିକେଟର୍‌: ଭାଙ୍ଗିଲେ କୋହଲିଙ୍କ ରେକର୍ଡ

ନୂଆଦିଲ୍ଲୀ,୧୩।୧୦: କୌଣସି ଖେଳାଳିଙ୍କ ପାଇଁ ପ୍ରଥମ ଥର ଟେଷ୍ଟ ଦଳର ଅଧିନାୟକ ହେବା ଏକ ବଡ଼ ଆହ୍ବାନ। କିନ୍ତୁ ଆଫଗାନିସ୍ତାନର ରହମତ ଶାହ ଏହି ଦାୟିତ୍ୱକୁ ସ୍ମରଣୀୟ…

ଅକ୍ଟୋବର ୨୯ ପର୍ଯ୍ୟନ୍ତ ସାବଧାନ: ମେଷ ସମେତ ୩ ରାଶିଙ୍କ ଉପରେ ମାଡିଆସୁଛି ବଡ଼ ବିପଦ! ପାଖରୁ ପଳାଇବ ଧନ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶୁକ୍ର ଗ୍ରହଙ୍କୁ ପ୍ରେମ, ସୁଖ-ସମୃଦ୍ଧି, ଐଶ୍ୱର୍ଯ୍ୟ ଓ ଆର୍ଥିକ ସ୍ଥିତିର କାରକ ଭାବେ ବିବେଚନା କରାଯାଏ। ବର୍ତ୍ତମାନ ଶୁକ୍ର ନିଜ ରାଶି ତୁଳାରେ…

୭୭ ବର୍ଷରେ ହେମାଙ୍କ ଜବରଦସ୍ତ ଡ୍ୟାନ୍ସ! ମନ ଜିଣିଲେ ଡ୍ରିମ୍‌ ଗର୍ଲ

ମୁମ୍ବାଇ,୧୩।୧୦: ବୟସ ମାତ୍ର ଏକ ସଂଖ୍ୟା! ୭୭ ବର୍ଷ ବୟସରେ ବି ନିଜ ନୃତ୍ୟର ଯାଦୁରେ ଦର୍ଶକଙ୍କ ହୃଦୟ ଜିଣୁଛନ୍ତି ବଲିଉଡ୍‌ର ଡ୍ରିମ୍‌ ଗର୍ଲ ହେମା ମାଳିନୀ…

ବୈଭବଙ୍କ ରହସ୍ୟମୟ ପୋଷ୍ଟକୁ ନେଇ ହଇଚଇ: ଦେଲେ ଏଭଳି ସଙ୍କେତ, କ୍ରିକେଟ ଜଗତରେ ପଡିଗଲା ଚହଳ

ନୂଆଦିଲ୍ଲୀ, ୧୩।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ T20I ସିରିଜରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ଖେଳିବାର ସୁଯୋଗ ମିଳିନାହିଁ। ଟିମ ଇଣ୍ଡିଆର ମ୍ୟାନେଜମେଣ୍ଟ ସଞ୍ଜୁ ସାମସନଙ୍କ ଉପରେ ଭରସା ଦେଖାଇଛି। ତେବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?