ଚମ୍ପୁଆ ବିଧାନସଭା କ୍ଷେତ୍ର: ନିର୍ଣ୍ଣାୟକ ଭୂମିକା ନେଇପାରନ୍ତି ସ୍ବାଧୀନ ପ୍ରାର୍ଥୀ

ଯୋଡ଼ା,୧୬ା୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଚମ୍ପୁଆ ବିଧାନସଭା କ୍ଷେତ୍ର ୨୦୦୯ଠାରୁ ଚର୍ଚ୍ଚାରେ ରହିଆସିଛି। ଅତୀତରେ କଂଗ୍ରେସର ଗଡ଼ କୁହାଯାଉଥିବା ଏହି ନିର୍ବାଚନମଣ୍ଡଳୀରେ ସ୍ବାଧୀନ ପ୍ରାର୍ଥୀ ଭାବେ ଜିତୁ ପଟ୍ଟନାୟକ ୨୦୦୯ରେ ଜିତିଥିବା ବେଳେ ୨୦୧୪ରେ ସନାତନ ମହାକୁଡ଼ ମଧ୍ୟ ସ୍ବାଧୀନ ପ୍ରାର୍ଥୀ ଭାବେ ବିଜୟଲାଭ କରି ପତିଆରା ଦେଖାଇଥିଲେ। ୨୦୧୯ରେ ବିଜେଡିରୁ ମୀନାକ୍ଷୀ ମହାନ୍ତ ବିଧାୟକ ହୋଇଥିଲେ।

ଖଣି ଅଞ୍ଚଳ ହୋଇଥିବାରୁ ଏହାକୁ ରାଜ୍ୟର ଅନ୍ୟତମ ଧନୀ ବିଧାନସଭା କ୍ଷେତ୍ର ଭାବେ ଅଭିହିତ କରାଯାଇଥାଏ। ବର୍ତ୍ତମାନ ଆସନ ବିଜେଡି ହାତରେ ଥିବା ବେଳେ ଆଗାମୀ ନିର୍ବାଚନ ପାଇଁ ୩ ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସରେ ଆଶାୟୀଙ୍କ ସଂଖ୍ୟା ବଢ଼ିଚାଲିଲାଣି। ରାଜନୈତିକ ବିଶେଷଜ୍ଞଙ୍କ ମତରେ ଏହି ଆଶାୟୀଙ୍କ ମଧ୍ୟରୁ କେତେକେ ଟିକେଟ ନ ପାଇଲେ ହୁଏତ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ରଣାଙ୍ଗନକୁ ଆସିପାରନ୍ତି।

ବର୍ତ୍ତମାନର ସ୍ଥିତି ଦେଖିଲେ ଦୁଇ ପ୍ରମୁଖ ଦଳ ବିଜେଡି, ଭାଜପା ରହିଥିବା ବେଳେ ଏଠାରେ କଂଗ୍ରେସର ସେଭଳି ପ୍ରଭାବ ଥିବା ପରିଲକ୍ଷିତ ହେଉନାହିଁ। ପୂର୍ବତନ କଂଗ୍ରେସ ବିଧାୟକ ଧନୁର୍ଜୟ ସିଦ୍ଧୁ କଂଗ୍ରେସ ଛାଡ଼ି ପ୍ରଥମେ ଭାଜପା ଓ ପରେ ବିଜେଡିକୁ ଡିଆଁ ମାରିଥିଲେ। ସେହିପରି ଏବର ବିଜେଡି ଜିଲା ସଭାପତି ତଥା ପୂର୍ବତନ ସାଂସଦ ମାଧବ ସର୍ଦ୍ଦାର କଂଗ୍ରେସରୁ ଆସି ବିଜେଡିରେ ମିଶିଛନ୍ତି। ଅନେକ ଟାଣୁଆ ନେତା ବିଜେଡି ମୁହଁା ହୋଇଥିବାରୁ ଦଳରେ ଆଶାୟୀଙ୍କ ସଂଖ୍ୟା ବୃଦ୍ଧି ପାଇଛି।

ଯଦିଓ ଦଳ ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତିି ନେଇ ନାହିଁ, ତେଣୁ ଆଶାୟୀ ଯେଝା ବାଟରେ ଭୁବନେଶ୍ୱର ଯାଇ ଟିକେଟ ଲବି କରୁଥିବା ଶୁଣିବାକୁ ମିଳିଛି। ବିଜେଡି ନେତା କୁଶ ଆପଟ, ବିଧାୟିକା ମୀନାକ୍ଷୀ ମହାନ୍ତ, ବଡ଼ବିଲ ପୌରାଧ୍ୟକ୍ଷ ଲକ୍ଷ୍ମଣ ମହାନ୍ତ, ଖଣି ତଥା ଶିଳ୍ପ ମାଲିକ ଶ୍ରୀନିବାସ ସାହୁ, ଯୋଡ଼ା ଟ୍ରକ୍‌ ମାଲିକ ସଂଘ ସମ୍ପାଦକ ସୁଶାନ୍ତ ବାରିକ, ରମଣୀ ନାଏକ ଏବଂ ଚମ୍ପୁଆ ଏନ୍‌ଏସି ଅଧ୍ୟକ୍ଷ ଗିରିଜା ଶଙ୍କର ସାହୁ ପ୍ରମୁଖଙ୍କ ନାମ ଆଶାୟୀ ଭାବେ ରହିଥିବା ଆଲୋଚନା ହେଉଛି। ଏଭଳି ସମୟରେ ଶୁଭଶ୍ରୀ ନାୟକ ନାମ୍ନୀ ଜଣେ ମହିଳା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଫଟୋ ଥିବା ପୋଷ୍ଟର ମାରି ଚର୍ଚ୍ଚାକୁ ଆସିଛନ୍ତି। ସେହିପରି ପୂର୍ବତନ ସ୍ବାଧୀନ ବିଧାୟକ ସନାତନ ମହାକୁଡ଼ ସମ୍ବଲପୁର ଓ କେନ୍ଦୁଝରରେ ହୋଇଥିବା କାର୍ଯ୍ୟକ୍ରମକୁ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍‌ଙ୍କ ନିକଟତର ହେବାକୁ ଚେଷ୍ଟା କରିଛନ୍ତି। ଏହାକୁ ନେଇ ସନାଙ୍କ ସମର୍ଥକଙ୍କ ମଧ୍ୟରେ ତାଙ୍କ ନେତାଙ୍କ ଟିକେଟ ଆଶା ଉଜ୍ଜୀବିତ କରିଛି। ଆଶାୟୀଙ୍କ ସଂଖ୍ୟା ବଢୁଥିବାରୁ ତାହା ଦଳ ପାଇଁ ଅଡ଼ୁଆ ସ୍ଥିତି ସୃଷ୍ଟି କରିବ ବୋଲି ଆଲୋଚନା ହେଉଛି।

ଗତ ନିର୍ବାଚନରେ ବିଜେଡି ଓ ଭାଜପା ମଧ୍ୟରେ ଭୋଟ ବ୍ୟବଧାନ କମିଥିଲା। ଆସନ୍ତା ନିର୍ବାଚନରେ ଏହି ଦୁଇ ଦଳ ଭିତରେ ଲଢ଼େଇ ହୋଇପାରେ ବୋଲି କୁହାଯାଉଛି। ବିଜେଡି ଭଳି ଭାଜପାରେ ମଧ୍ୟ ଆଶାୟୀ ସଂଖ୍ୟା ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରେ ମୁରଲୀ ଶର୍ମା, ସୁକେଶି ଓରାମ ଓ ଅଗନୁ ଚରଣ ମହାନ୍ତ ପ୍ରମୁଖ ଅଛନ୍ତି। ଅନ୍ୟପକ୍ଷରେ କଂଗ୍ରେସରେ ବିପ୍ଳବ ମିଶ୍ର, ଯଦୁମଣି ବାରିକ, ସରୋଜ ଓରାମ, ଗୁରୁ ବକ୍ସସିଂ ଆହଲୁୱାଲିଆ ପ୍ରମୁଖ ଆଶାୟୀ ଅଛନ୍ତି।

ବିଜୁ ଜନତା ଦଳ ସ୍ବାସ୍ଥ୍ୟ ବୀମା, ୫-ଟି ଜରିଆରେ ହୋଇଥିବା ବିକାଶକୁ ନେଇ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରୁଥିବା ବେଳେ ଖଣି, ଶିଳ୍ପ ସମୃଦ୍ଧ ଅଞ୍ଚଳରେ ଯୁବତୀଯୁବକଙ୍କ ବେରୋଜଗାର ସମସ୍ୟା, ଅତୀତରେ ଏଠାରେ ଘୋଷଣା କରାଯାଇଥିବା ନୂଆ ବସ୍‌ଷ୍ଟାଣ୍ଡ ଓ ହସ୍ପିଟାଲର ଉନ୍ନତୀକରଣ ଉପରେ ଭୋଟର ପ୍ରଶ୍ନ କରୁଛନ୍ତି। ସେହିପରି ଭାଜପା ପକ୍ଷରୁ ରାମ ମନ୍ଦିର, ମୋଦିଙ୍କ ଗ୍ୟାରେଣ୍ଟି ବିଷୟରେ କୁହାଯାଇ ଭୋଟରଙ୍କୁ ବିଶ୍ୱାସକୁ ଆଣିବା ଲାଗି ଚେଷ୍ଟା କରାଯାଉଥିଲେ ମଧ୍ୟ ଲୋକେ ସ୍ଥାନୀୟ ଅଞ୍ଚଳର ସମସ୍ୟାଗୁଡ଼ିକୁ ନେତାମାନଙ୍କୁ ଦର୍ଶାଉଛନ୍ତି। ଏଥିରେ ମୁଖ୍ୟତଃ ଯାତ୍ରୀବାହୀ ରେଳଗାଡ଼ିର ଅଭାବ ଓ ଅଧାପନ୍ତରିଆ ଜାତୀୟ ରାଜପଥ ଆଦିି ରହିଛି।

ଚମ୍ପୁଆ ରାଜନୀତିରେ ସବୁବେଳେ ସ୍ବାଧୀନ ପ୍ରାର୍ଥୀମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି। ଭତ୍ତା ଦେଇ ଭୋଟରଙ୍କୁ ଆକୃଷ୍ଟ କରିବା ହେଉ ବା ସିନେମା ଜଗତର ନାମୀଦାମୀ କଳାକାରଙ୍କୁ ଆଣି ଏଠାରେ ଭୋଟରଙ୍କୁ ଆକୃଷ୍ଟ କରିବାର ଦୃଶ୍ୟ ଅତୀତରେ ବାରମ୍ବାର ଦେଖିବାକୁ ମିଳିଛି। ଯଦି ୨୦୦୦ ମସିହାରୁ ଦେଖାଯାଏ ଚମ୍ପୁଆ ନିର୍ବାଚନମଣ୍ଡଳୀରେ ଜଣେ ନେତା ଦୁଇ ଥର ଜିତିଥିବାର ନଜିର ନାହିଁ। ତେଣୁ ୨୦୨୪ ସାଧାରଣ ନିର୍ବାଚନରେ କିଏ କେଉଁ ଦଳରୁ ପ୍ରାର୍ଥୀ ହୋଇ ଜିତାପଟ ମାରୁଛନ୍ତି, ତାହାକୁ ଅପେକ୍ଷା।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୭ ବିଶ୍ୱକପ ଖେଳିବେ ନା ନାହିଁ ରୋହିତ-ବିରାଟ? ଶେଷରେ ବଡ଼ ବୟାନ ଦେଲା BCCI, ପ୍ରଶଂସକ ଶୁଣିଲେ…

ନୂଆଦିଲ୍ଲୀ,୧୩।୧୦: ରୋହିତ ଶର୍ମା ଏବଂ ବିରାଟ କୋହଲି ଭାରତୀୟ ଦିନିକିଆ ଦଳର ଗୁରୁତ୍ୱପୂର୍ଣ୍ଣ ଖେଳାଳି। କିଛି ମାସ ପୂର୍ବରୁ ଉଭୟ ୨୦୨୭ ଦିନିକିଆ ବିଶ୍ୱକପ ଖେଳିବେ କି…

୪୦ ଦିନରେ କମିଗଲା ୧୫ କେଜି ଓଜନ: ଦୁଃଖ ବଖାଣିଲେ ‘ଦୃଶ୍ୟମ ୩’ ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମ ‘ଦୃଶ୍ୟମ ୩’ରେ ନଜର ଆସିଥିବା ଅଭିନେତ୍ରୀ ଇଶିତା ଦତ୍ତା ନିଜର ଦ୍ୱିତୀୟ ଗର୍ଭଧାରଣ ସମୟର କଷ୍ଟଦାୟକ ଅନୁଭୂତି…

ଜଗୁଆଳିଙ୍କ ମୃତଦେହ ଜବତ ଘଟଣା, ଥାନାରେ ଅଭିଯୁକ୍ତଙ୍କ ଆତ୍ମସମର୍ପଣ

ଟେନସା,୧୩।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡା ଥାନା ଅନ୍ତର୍ଗତ ସର୍ଗିଗଡ଼ ଗ୍ରାମ ନିକଟରେ ସୋମବାର ରାତିରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ଜଗୁଆଳିଙ୍କୁ ମାରି ଫିଙ୍ଗି…

କ୍ରିକେଟ ଜଗତରେ ଶୋକର ଛାୟା, ମାତ୍ର ୩୬ ବର୍ଷ ବୟସରେ ଚୀର ନିଦ୍ରାରେ ଶୋଇଗଲେ ଏହି ଆନ୍ତର୍ଜାତୀୟ ଅମ୍ପାୟାର

ନୂଆଦିଲ୍ଲୀ,୧୩।୧୦: ଜିମ୍ବାୱେ ମହିଳା କ୍ରିକେଟ ଦଳର ପୂର୍ବତନ ଦ୍ରୁତ ବୋଲର୍‌ ତଥା ଅମ୍ପାୟାର୍‌ ସାରା ଡାମ୍ବାନେଭାନାଙ୍କ ୩୬ ବର୍ଷ ବୟସରେ ପରଲୋକ ଘଟିଛି। ଦୀର୍ଘ ମାସ ଧରି…

ସନ୍ଦେହଜନକ ଅବସ୍ଥାରେ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର; ଝୁଲନ୍ତା ଅବସ୍ଥାରେ ସ୍ତ୍ରୀ, ଖଟରେ ସ୍ବାମୀ…

ଖଡ଼ିଆଳ,୧୩।୧୦(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଖନତରାଇ ଗ୍ରାମନିବାସୀ ସ୍ୱାମୀ ସ୍ତ୍ରୀ ଦୀର୍ଘଦିନ ହେବ ଭିମାଖୋଲ ଛକରେ ରହୁଥିଲେ । ଦୁହେଁ ହସଖୁସିରେ…

ମୋ ଭାଇ ଡାକୁଛି, ମୁଁ ପଳେଇବି…୬ ମାସ ଭିତରେ ଡକାଡକି ହୋଇ ଚାଲିଗଲେ ୩ ଭାଇ, ଜାଣନ୍ତୁ ଚାଞ୍ଚଲ୍ୟକର ଘଟଣା

କାନପୁର,୧୩।୧୦: ଉତ୍ତରପ୍ରଦେଶର କାନପୁର ଜିଲାର ୱାଜିଦପୁର ଅଞ୍ଚଳରେ ଗୋଟିଏ ପରିବାରର ତିନି ଜଣ ଭାଇଙ୍କ ମୃତ୍ୟୁ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ମାତ୍ର ୬ ମାସ ମଧ୍ୟରେ…

ବାର୍‌ହା ପାଇଁ ବିଛା ଯାଇଥିବା ତାରରେ ଫଶିଗଲେ ଚାଷୀ; ଚାଲିଗଲା ଜୀବନ, ଗ୍ରାମରେ ଶୋକାକୂଳ ପରିବେଶ

ଦିଗପହଣ୍ଡି,୧୩।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏସ.ଗୋପାଳପୁର ପଞ୍ଚାୟତ ପ୍ରତାପଗିରି ଗ୍ରାମ ନିକଟ ଚାଷଜମିରେ କେହି ଶିକାରୀ ବନ୍ୟଜନ୍ତୁ ବାରହା ଶିକାର ପାଇଁ ବିଦ୍ୟୁତ…

ଇଂଲଣ୍ଡକୁ ବଡ଼ ଝଟକା: ଦୀର୍ଘ ସମୟ ପାଇଁ ଦଳରୁ ବାଦ ପଡ଼ିବେ ଜୋସ ବଟଲର୍‌? ହସ୍ପିଟାଲରୁ ଫଟୋ ଶେୟାର କରି କହିଲେ

ନୂଆଦିଲ୍ଲୀ,୧୩।୧୦: ବାମ ଗୋଡ଼ର ହ୍ୟାମଷ୍ଟ୍ରିଂ (hamstring) ଅସ୍ତ୍ରୋପଚାର ପରେ ଜୋସ ବଟଲର ଦୀର୍ଘ ସମୟ ପାଇଁ କ୍ରିକେଟରୁ ଦୂରେଇ ରହିବାର ସମ୍ଭାବନା ରହିଛି। ଇଂଲଣ୍ଡର ଏହି ୱିକେଟକିପର-ବ୍ୟାଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?