ଖୋର୍ଦ୍ଧାରେ ଫୁଡ୍‌ପାର୍କ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, ଯୁବଗୋଷ୍ଠୀ ପାଇଁ ସୃଷ୍ଟି ହେବ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର,୧୬ା୨(ଅନିଲ ଦାସ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୋର୍ଦ୍ଧାଠାରେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଖୋର୍ଦ୍ଧାଠାରେ ଇଡ୍‌କୋ ଦ୍ୱାରା ନିର୍ମାଣ କରାଯାଇଥିବା ନୂତନ ଫୁଡ୍‌ପାର୍କକୁ ମୁଖ୍ୟମନ୍ତ୍ରୀ ଗୁରୁବାର ଉଦ୍‌ଘାଟନ କରିଥିବା ବେଳେ କାଳିବେଟି ନିକଟରେ ନୂତନ ଶିଳ୍ପ ପାର୍କର ଶିଳାନ୍ୟାସ କରିଛନ୍ତି। ଫୁଡ୍‌ପାର୍କରେ ପେପ୍‌ସି, ନେସ୍‌ଲେ, ଇଣ୍ଡୋ ନିସିନ ଶିଳ୍ପ ସହ ସେମାନଙ୍କ ଅନ୍ୟାନ୍ୟ ଆନୁଷଙ୍ଗିକ ଫୁଡ୍‌ ୟୁନିଟ୍‌ ନିର୍ମାଣ କରିବେ।

କାଳିବେଟିଠାରେ ପୋଷାକ ପ୍ରସ୍ତୁତକାରୀ କମ୍ପାନୀ, ଇପିକ, ମାସ୍‌ ହୋଲ୍ଡିଂସ, ଇଣ୍ଡିଆନ ଷ୍ଟିଚେସ୍‌ ଏବଂ ଅନ୍ୟାନ୍ୟ ବଡ଼ ବଡ଼ କମ୍ପାନୀ ସେମାନଙ୍କ ଶିଳ୍ପ ୟୁନିଟ୍‌ ସ୍ଥାପନ କରିବେ। ଏବେ ସୁଦ୍ଧା ୧୦ଟି ଶିଳ୍ପ ସଂସ୍ଥା ନିଜ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଦ୍ୱାରା କଠିନ ପରିଶ୍ରମର ଫଳସ୍ବରୂପ ଉକ୍ତ ଶିଳ୍ପ ସଂସ୍ଥା ନିଜର ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି। ଉକ୍ତ କମ୍ପାନୀଗୁଡ଼ିକ ରାଜ୍ୟରେ ହଜାର ହଜାର ଯୁବଗୋଷ୍ଠୀଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବ। ଏଥିସହିତ ଶିଳ୍ପ ଅଭିବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ ଖୋର୍ଦ୍ଧାବାସୀଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି।

ଏହି ଶିଳ୍ପାଞ୍ଚଳରେ ରାଜ୍ୟ ସରକାର ୩ଟି ବୃହତ୍‌ କର୍ମଜୀବୀ ମହିଳା ହଷ୍ଟେଲ ନିର୍ମାଣ କରିବାକୁ ଯୋଜନା କରୁଛନ୍ତି। ସେହି ହଷ୍ଟେଲଗୁଡ଼ିକ ଡେରାସ, କାଳିବେଟି ଏବଂ ଭୁଇନପୁରଠାରେ ନିର୍ମାଣ କରାଯିବ। ଏହି କାର୍ଯ୍ୟକ୍ରମରେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ, ଶିଳ୍ପ ସଂସ୍ଥାଗୁଡ଼ିକର ବରିଷ୍ଠ ବ୍ୟକ୍ତି, ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରାଯିବ କାମ: ଛତ୍ରପୁର ବିଧାୟକ ଦେଲେ କଡ଼ା ନିର୍ଦ୍ଦେଶ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ): ଆର୍ଯ୍ୟପଲ୍ଲୀ ପ୍ରଭାବିତ ଅଞ୍ଚଳରେ ସମୁଦ୍ର କୂଳ ସୁରକ୍ଷା ଓ କ୍ଷୟ ରୋକିବା ଦାବିରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ସୋମବାର ସନ୍ଧ୍ୟାରେ ଗଞ୍ଜାମ ଜିଲାପାଳଙ୍କ ସମ୍ମିଳନୀ…

ଶୋଇଥିଲେ ୭ ବର୍ଷର ଶିଶୁ, କାମୁଡ଼ିଲା ସାପ: ଆଉ ତା’ପରେ…

ନର୍ଲା,୧୭।୮(ସନ୍ତୋଷ ପାତ୍ର)-କଳାହାଣ୍ଡି ଜିଲା ନର୍ଲା ଥାନା ଅନ୍ତର୍ଗତ କମର୍ଦ୍ଧା ପଞ୍ଚାୟତ ଉଲିଗୁଞ୍ଜେର ଗାଁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ସାପ କାମୁଡାରେ ଜଣେ ୭…

ଘାଟିରେ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ: ବୁଲାଣିରେ ଘଟିଲା…

ଦାରିଙ୍ଗବାଡି, ୧୭।୮(ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ଜିଲା ସିମା ଗାଜଲବାଡି ଘାଟିରେ ଏକ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି…

କେନାଲ ପାର ହୋଇ ମୃତଦେହ ଦାହ ପ୍ରସଙ୍ଗ, ଗାଁରେ ପହଞ୍ଚିଲା କଂଗ୍ରେସ ଟିମ୍‌

ଗଞ୍ଜାମ,୧୭ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୁମା ପଞ୍ଚାୟତ ବାଉଁଶିଆପଡା ଗ୍ରାମ ଶ୍ମଶାନକୁ ରାସ୍ତା ନ ଥିବାରୁ ଲୋକେ ମୃତଦେହ ଦାହ ପାଇଁ…

ଭାରତ-ଆମେରିକା ମଧ୍ୟରେ ବଡ଼ ଡିଲ୍‌: ଟେନ୍‌ସନ୍‌ରେ ଚାଇନା

ନୂଆଦିଲ୍ଲୀ,୧୭।୮:ଇରାନ ସହିତ ସଂଘର୍ଷ ମଧ୍ୟରେ ଭାରତ ପୁଣି ଥରେ ଦୁଇଟି MQ-9 ସି ଗାର୍ଡିଆନ ଡ୍ରୋନ ଲିଜ କରିବା ପାଇଁ ଆମେରିକା ସହିତ ଏକ ଚୁକ୍ତି ସ୍ବାକ୍ଷର…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ତେଜିଲା ଆନ୍ଦୋଳନ

ପୁରୁଷୋତ୍ତମପୁର,୧୭ା୮(ସବିତା ମିଶ୍ର): ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଇଧର ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଡାଲାଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ…

ଇତିହାସ ରଚିଲେ ରବୀନ୍ଦ୍ର ଜାଡେଜା, ଏପରି କରିବାରେ ହେଲେ ଦ୍ୱିତୀୟ ଭାରତୀୟ

ନୂଆଦିଲ୍ଲୀ, ୧୭।୮: ଶ୍ରୀଲଙ୍କା ବିପକ୍ଷରେ ଗଲ୍‌ରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ସ୍ପିନ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜ ନାମରେ ଏକ ବଡ଼ ରେକର୍ଡ କରିଛନ୍ତି।…

ଭାରତୀୟ ମଜଦୁର ସଂଘର ଦେଶ ବ୍ୟାପୀ ପ୍ରତିବାଦ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ରାଞ୍ଚିଠାରେ ହୋଇଥିବା ୧୬୧ତମ କେନ୍ଦ୍ରୀୟ କାର୍ଯ୍ୟ ସମିତିର ନିଷ୍ପତ୍ତି କ୍ରମେ ଭାରତୀୟ ମଜଦୁର ସଂଘ(ବିଏମ୍‌ଏସ) ପକ୍ଷରୁ ସୋମବାର ସ୍ଥାନୀୟ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri