ହାତୀ ପାଇଁ ପେଁକାଳି

କାମାକ୍ଷାନଗର,୯ା୧୨(ଅମଜାଦ ଖାନ)ରାତି ହେଲେ ଢାଉଁ ଢାଉଁ ବାଜୁଛି ଟିଣ। ହୁ ହୁ ହୋଇ ଜଳୁଛି ଟାୟାର ନିଆଁ। ପେଁକାଳିର ପେଁ ପାଁ ଶବ୍ଦରେ କମ୍ପୁଛି ଗାଁ ପାଖ ଧାନ ଖେତ। ହାତୀ, ବାର୍‌ହା ଆଦି ଜଙ୍ଗଲୀ ପ୍ରାଣୀଙ୍କ ମୁହଁରୁ ବର୍ଷକର ଫସଲ ବଞ୍ଚାଇବାକୁ ରାତି ଉଜାଗର ହୋଇ ଏମିତି ଉଦ୍ୟମ ଚଳାଇଛନ୍ତି ଢେଙ୍କାନାଳ ଜିଲା କାମାକ୍ଷାନଗର ଓ କଙ୍କଡ଼ାହାଡ଼ ବ୍ଲକର ଅନେକ ଚାଷୀ। ବିଶେଷକରି ରାତିରେ ପେଁକାଳିର ବିକଟାଳ ଶବ୍ଦ ଏ କ୍ଷେତ୍ରରେ ସେମାନଙ୍କୁ ଅଧିକ ସଫଳତା ଦେଉଥିବା ଚାଷୀମାନେ ପ୍ରକାଶ କରିଛନ୍ତି।
ପ୍ରକାଶ ଯେ, କାମାକ୍ଷାନଗର ଉପଖଣ୍ଡ ଅଧୀନ କାମାକ୍ଷାନଗର ଓ କଙ୍କଡ଼ାହାଡ଼ ବ୍ଲକର ଜଙ୍ଗଲ ନିକଟ ଗାଁଗୁଡିକରେ ଜଙ୍ଗଲୀ ପ୍ରାଣୀଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି। ଏବେ ଫସଲ ଅମଳ ଋତୁ ହୋଇଥିବାରୁ ବିଲରେ ପାଚିଥିବା ଧାନ ଖାଇବାକୁ ଦଳ ଦଳ ହାତୀ ଓ ବାର୍‌ହା ଖେତମୁହାଁ ହେଉଛନ୍ତି। ବନ ବିଭାଗ ହାତୀ ପଲଙ୍କୁ ଘଉଡ଼ାଇବାରେ ସମ୍ପୂର୍ଣ୍ଣ ସଫଳ ହେଉ ନ ଥିବାରୁ ବାଧ୍ୟ ହୋଇ ଚାଷୀମାନେ ବର୍ଷକର ଆହାର ରକ୍ଷା କରିବାକୁ ଜମି ନିକଟରେ ପଲା ମାରି ରାତିରେ ଜଗି ରହୁଛନ୍ତି। ହାତୀ ଓ ବାର୍‌ହା ଯେପରି ଖେତ ପାଖକୁ ନ ଆସିବେ ସେଥିପାଇଁ ଚାଷୀମାନେ ଆଣିଥିବା ଟିଣକୁ ଜୋର୍‌ରେ ବଜାଉଛନ୍ତି। ବିକଟାଳ ଶବ୍ଦ ସୃଷ୍ଟି କରୁଥିବା ପେଁକାଳି ଫୁଙ୍କୁଛନ୍ତି। ଟାୟାରରେ ନିଅଁା ଲଗାଇ ନିଜ ଉପସ୍ଥିତି ଜାହିର କରୁଛନ୍ତି। ଏ ସମ୍ପର୍କରେ କାମାକ୍ଷାନଗର ବ୍ଲକ ଆଳତୁମା ଗ୍ରାମର ଚାଷୀ ହିମାଦ୍ରି ଦାସ, ଗନ୍ଧୁରୁ ରାଉଳ, ପଞ୍ଚାନନ ଜେନା, ଟୁଲୁ ଜେନା, ଗୋବର୍ଦ୍ଧନ ରାଉଳ, କଙ୍କଡ଼ାହାଡ଼ ବ୍ଲକ ଗଡ଼ପଳାଶୁଣିର ଚାଷୀ ସ୍ବାଧୀନ କୁମାର ସାହୁ କହିଛନ୍ତି, ରାତି ଉଜାଗର ହୋଇ ଖେତ ନ ଜଗିଲେ ବର୍ଷକର ପରିଶ୍ରମ ବୃଥା ହୋଇଯିବ। ଧାର କରଜ କରି କରିଥିବା ଫସଲ ଉଜୁଡ଼ିଯିବ। ପରିବାର ମୁହଁରେ ଆହାର ଦେବା କଷ୍ଟକର ହୋଇପଡ଼ିବ। ତେଣୁ ଜୀବନ ପ୍ରତି ବିପଦ ଥିବା ଜାଣି ମଧ୍ୟ ଜଙ୍ଗଲୀ ପ୍ରାଣୀଙ୍କ ଦାଉରୁ ଫସଲକୁ ସୁରକ୍ଷା ଦେବାକୁ ଏପରି ପନ୍ଥା ଆପଣାଇବାକୁ ବାଧ୍ୟ ହେଉଛୁ।
ଏ ସମ୍ପର୍କରେ ପଶ୍ଚିମାଞ୍ଚଳ ରେଞ୍ଜର କୈଳାସ ଚନ୍ଦ୍ର ସାହୁ କହିଛନ୍ତି, ହାତୀ ସ୍କ୍ବାଡ୍‌ ଓ ପାଟ୍ରୋଲିଂ ଟିମ୍‌ ଦ୍ୱାରା ନିୟମିତ ଭାବରେ ପାଟ୍ରୋଲିଂ କରାଯାଉଛି। ଜିପିଏସ୍‌ ମାଧ୍ୟମରେ ଟ୍ରାକିଂ କରି ହାତୀପଲଙ୍କ ଗତିବିଧି ଉପରେ ନଜର ରଖାଯାଉଛି। ବାର୍‌ହା ପଲଙ୍କୁ ଘଉଡ଼ାଇବା ପାଇଁ ଗ୍ରାମ ଜଙ୍ଗଲ କମିଟି ସହାୟତାରେ ଟିମ୍‌ ଗଠନ କରାଯାଇଛି। ଏହାସତ୍ତ୍ୱେ ଯଦି ଫସଲ ନଷ୍ଟ ହେଉଥାଏ, ତା’ହେଲେ ନିୟମାନୁଯାୟୀ କ୍ଷତିପୂରଣ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ରାସ୍ତା ପାର୍‌ ହେଉଥିବା ବେଳେ ଧକ୍କା ଦେଲା ଅଜଣା ଗାଡ଼ି, ଚାଲିଗଲା ବୃଦ୍ଧଙ୍କ ଜୀବନ,ପୋଲିସ୍‌ର…

ଦିଗପହଣ୍ଡି,୫/୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ରାୟଗଡ଼ା ୩୨୬ ନମ୍ବର ଜାତୀୟ ରାଜପଥ ଧର୍ମପୁର ଗ୍ରାମ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ସଡ଼କ ଦୁର୍ଘଟଣା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

ଚାପୁଡ଼ାର ପ୍ରତିଶୋଧ ନେବାକୁ ଆକ୍ରମଣ! ଗ୍ରାମ୍ୟକମିଟି ସଭ୍ୟଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ, ୪ ଗିରଫ, ରକ୍ତଭିଜା ଖଣ୍ଡା…

ଦିଗପହଣ୍ଡି,୫। ୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମଳାଭଞ୍ଜା ପଞ୍ଚାୟତ ତିଳେଶ୍ୱର ଗ୍ରାମର ଗ୍ରାମ୍ୟକମିଟି ସଭ୍ୟ ବନମାଳୀ ବିଷୋୟୀଙ୍କ ପୁଅ ପ୍ରେମା ଓରଫ ପ୍ରେମାନନ୍ଦ…

ବରଗଡ଼ରେ ଠିକାଦାରଙ୍କୁ ଅପହରଣ ଘଟଣା: ୪୮ ଘଣ୍ଟାରେ ଅଭିଯୁକ୍ତଙ୍କୁ ଗିରଫ ଦାବି କଲା ବିଜେଡି, ନହେଲେ ଆନ୍ଦୋଳନ…

ବରଗଡ଼,୫।୯ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ନିର୍ବାଚନମଣ୍ଡଳୀରେ ଜଣେ ଠିକାଦାରଙ୍କୁ ଅପହରଣ ଓ ଟେଣ୍ଡର ପ୍ରକ୍ରିୟାକୁ ନେଇ ଉପୁଜିଥିବା ଘଟଣାକୁ ନେଇ ବିଜେଡି ପକ୍ଷରୁ ଶନିବାର…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଜିଲା ଯୁବ କଂଗ୍ରେସ ସଭାପତିରୁ ଓପିସିସି ସମ୍ପାଦକ: ମହମ୍ବଦ ସାହେବଙ୍କୁ ମିଳିଲା ଗୁରୁଦାୟିତ୍ୱ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): ନିଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ସଭାପତିଙ୍କ ଅନୁମୋଦନ କ୍ରମେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ପାଇଁ କାର୍ଯ୍ୟକାରୀ କମିଟି ଓ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri