Posted inଖେଳ

ପେଲେଙ୍କୁ ୮୦ବର୍ଷ

ସାଓପଲୋ, ୨୩ା୧୦ (ଏପି)-ବ୍ରାଜିଲର ମହାନ ଫୁଟ୍‌ବଲର ପେଲେ ଶୁକ୍ରବାର ୮୦ ବର୍ଷରେ ପଦାର୍ପଣ କରିବେ। ୩ଥର ବିଶ୍ୱବିଜେତା କିନ୍ତୁ ତାଙ୍କ ଜନ୍ମଦିନକୁ ଜାକଜମକରେ ନ ପାଳି ପରିବାରର କେତେଜଣ ହାତଗଣତି ସଦସ୍ୟଙ୍କ ସହ ସାଓପଲୋ ବାହାରେ ଅତିବାହିତ କରିବେ। ଏହାସତ୍ତ୍ୱେ ଖେଳାଳି, ସମର୍ଥକ, ସେଲିବ୍ରିଟି ଓ ରାଜନେତାଙ୍କଠାରୁ ତାଙ୍କ ନିକଟକୁ ଶୁଭେଚ୍ଛା ବାର୍ତ୍ତାର ସୁଅ ଛୁଟିବ। ତାଙ୍କ ଦୀର୍ଘକାଳୀନ ମୁଖପାତ୍ର ପେପିଟୋ ଫର୍ନସ୍‌ କହିଛନ୍ତି ପେଲେଙ୍କର ସାଓପଲୋ ନିକଟବର୍ତ୍ତୀ ଗୁଆରୁଜା ସହରସ୍ଥିତ ସମୁଦ୍ରକୂଳରେ ଏକ ଅଟ୍ଟାଳିକା ରହିଛି। ସେହିଠାରେ ହିଁ ସେତାଙ୍କ ଜନ୍ମଦିନ ପାଳିବେ। ସେଠାରେ ସେ କୋଭିଡ୍‌-୧୯ ଆରମ୍ଭ ପୂର୍ବରୁ ଅବସ୍ଥାନ କରି ଆସୁଛନ୍ତି। ତାଙ୍କର ସାଓପଲୋ ଏବଂ ସାଣ୍ଟୋସଠାରେ ମଧ୍ୟ ବାସଭବନ ରହିଛି। ପେଲେ କେବଳ ତାଙ୍କ ପରିବାର ସହ ରହିବେ। କୌଣସି ପାର୍ଟି ହେବ ନାହିଁ। ଫ୍ରାଙ୍କୋ କହିଛନ୍ତି, ପେଲେଙ୍କ ଭାଇ ଜାଇର୍‌ ମାର୍ଚ୍ଚରେ କର୍କଟ ରୋଗରେ ପ୍ରାଣ ହରାଇଛନ୍ତି। ଏହି ଦୁଖଦଃ ଘଟଣାକୁ ଫୁଟ୍‌ବଲ କିମ୍ବଦନ୍ତୀ ଆଦୌ ପାସୋରୀ ପାରୁ ନାହାନ୍ତି। ଏଥିପାଇଁ ସାଧାରଣରେ କୌଣସି ବକ୍ତବ୍ୟ ଦେବାକୁ ଚାହୁ ନାହାନ୍ତି। ପେଲେ ହେଉଛନ୍ତି ବ୍ରାଜିଲର ସର୍ବକାଳୀନ ଅଗ୍ରଣୀ ସ୍କୋରର। ସେ ୭୭ଟି ଗୋଲ ସ୍କୋର କରିଥିବାବେଳେ ତାଙ୍କ ପଛରେ ନେମାର ଏପର୍ଯ୍ୟନ୍ତ ସୁଦ୍ଧା ୬୪ ଗୋଲ କରି ସାରିଲେଣି। କିନ୍ତୁ ଯଦି ବିଶ୍ୱକପ୍‌ ଟାଇଟଲ କଥା ବିଚାର କରାଯାଏ ତେବେ ପ୍ୟାରିସ ସେଣ୍ଟ୍‌ ଜର୍ମେନ ଷ୍ଟ୍ରାଇକର ତାଙ୍କଠାରୁ ବହୁ ପଛରେ ରହିଛନ୍ତି। ପେଲେ ୧୯୫୮, ୧୯୬୨ ଏବଂ ୧୯୭୦ ବିଶ୍ୱକପ୍‌ ଜିତିଛନ୍ତି। ଅନ୍ୟ କୌଣସି ଖେଳାଳି ଏହି ସଫଳତା ହାସଲ କରିପାରି ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦିନେ ତାଙ୍କ ପ୍ରତିଭାକୁ ଚିହ୍ନିଥିଲେ ଗୌତମ ଗମ୍ଭୀର, ଆଜି ଭାରତୀୟ ଦଳରେ ପାଇଲେ ସ୍ଥାନ

ସିଡନୀ,୭।୧: ଭାରତୀୟ ଦ୍ରୁତ ବୋଲର ନବଦୀପ ସଇନି ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଛନ୍ତି। ଫଳରେ ସେ ଭାରତର ୨୯୯ତମ ଟେଷ୍ଟ କ୍ରିକେଟର ହୋଇଛନ୍ତି। ଆହତ...

ଓ୍ବାର୍ନର, ଫିଞ୍ଚ୍‌ଙ୍କ ଶତକ: ଅଷ୍ଟ୍ରେଲିଆ ୧୦ ଉଇକେଟରେ ବିଜୟୀ

ମୁମ୍ବାଇ, ୧୪।୧- ସ୍ଥାନୀୟ ଓ୍ବାଙ୍ଖେଡେ ଷ୍ଟାଡିୟମରେ ମଙ୍ଗଳବାର ଅନୁଷ୍ଠିତ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ବିପକ୍ଷରେ ଦମ୍‌ଦାର ବିଜୟ ହାସଲ କରିଛି ଅଷ୍ଟ୍ରେଲିଆ। ଓପନର ଡେଭିଡ...

କେବଳ ଗୋଟିଏ ମ୍ୟାଚ୍‌ରେ ଅରେଞ୍ଜ ଜର୍ସି ପିନ୍ଧିବୁ: କୋହଲି

ବର୍ମିଂହାମ,୩୦।୬ (ପି.ଟି.)- ନୀଳ ସବୁବେଳ ଆମ ଜର୍ସିର ରଙ୍ଗ ହୋଇ ରହିବ। ତେବେ ଗୋଟିଏ ମ୍ୟାଚ୍‌ରେ ଆମେ ଅରେଞ୍ଜ ବା କମଳା ରଙ୍ଗର ଜର୍ସ ପିନ୍ଧିବୁ...

ବିସିସିଆଇକୁ ଶ୍ରୀଲଙ୍କାର ଅନୁରୋଧ

କଲମ୍ବୋ, ୧୬ା୫ (ପି.ଟି.)-କୋଭିଡ୍‌-୧୯ ମହାମାରୀ ଯୋଗୁ ଭାରତୀୟ କ୍ରିକେଟ ଦଳର ଶ୍ରୀଲଙ୍କା ଟୁର୍‌ ନେଇ ଅନିଶ୍ଚିତତା ଦେଖାଦେଇଛି। ତେବେ ଏହି ସୀମିତ ଓଭର ବିଶିଷ୍ଟ ସିରିଜକୁ...

ବିଜୟ ହଜାରେ ଟ୍ରଫି: ଦିଲ୍ଲୀଠାରୁ ହାରିଲା ଓଡ଼ିଶା

କଟକ ଅଫିସ,୧୦ା୧୦- ଭଦୋଦରାର ଜିଏସ୍‌ଏଫ୍‌ସି କ୍ରିକେଟ ଗ୍ରାଉଣ୍ଡରେ ଗୁରୁବାର ଅନୁଷ୍ଠିତ ବିଜୟ ହଜାରେ ଟ୍ରଫିର ଏକ ମ୍ୟାଚ୍‌ରେ ଓଡ଼ିଶା ୬୩ ରନରେ ଦିଲ୍ଲୀଠାରୁ ପରାସ୍ତ ହୋଇଛି।...

ଗର୍ଲଫ୍ରେଣ୍ଡଙ୍କ ସହ ଏକାଠି ରହିବା ଖବରକୁ ନେଇ ଏମିତି କହିଲେ ହ୍ରିତିକ

ଅଭିନେତା ହ୍ରିତିକ ରୋଶନ ଏବେ ଅଭିନେତ୍ରୀ ସବା ଆଜାଦଙ୍କ ପ୍ରେମରେ ପଡିଛନ୍ତି। ଉଭୟଙ୍କୁ ସର୍ବସାଧାରଣ ସ୍ଥାନରେ ଏକାଠି ଦେଖିବାକୁ ମିଳୁଛି। କେବଳ ଏତିକି ନୁହେଁ, ସୋସିଆଲ...

ଟ୍ରେନିଂ ପୂର୍ବରୁ ମିଟିଂରେ ଧୋନୀ ନିଷ୍ପତ୍ତି ଶୁଣାଇଥିଲେ

ନୂଆଦିଲ୍ଲୀ,୨୪।୩: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)ର ଅଧିନାୟକ ପଦରୁ ଓହରି ଯାଇଛନ୍ତି ମହେନ୍ଦ୍ର ସିଂ ଧୋନୀ। ଧୋନୀ ଦଳର ନେତୃତ୍ୱ ହସ୍ତାନ୍ତର ପାଇଁ ଚିନ୍ତା କରୁଥିଲେ।...

ପାକିସ୍ତାନରେ ପହଞ୍ଚିଲା ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳ

ଇସ୍‌ଲାମାବାଦ, ୧୭ା୧ (ଏପି)- ପାଖାପାଖି ଦୀର୍ଘ ୧୪ ବର୍ଷ ବ୍ୟବଧାନରେ ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳ ଟେଷ୍ଟ ମ୍ୟାଚ ଖେଳିବା ଲାଗି ପାକିସ୍ତାନରେ ପହଞ୍ଚିଛି। ଖେଳାଳିମାନେ...

Advertisement
Archives

Model This Week