Posted inଫୁରସତ

ଶାନ୍ତିପୂର୍ଣ୍ଣ ଶୈଳନିବାସ ୟରକୌଡ

ୟରକୌଡ ହେଉଛି ତାମିଲନାଡୁସ୍ଥିତ ଏକ ଲୋକପ୍ରିୟ ହିଲ୍‌ଷ୍ଟେଶନ ଟାଉନ୍‌ । ଏଠାକାର ପ୍ରାକୃତିକ ପରିବେଶ ଏବଂ ଶାନ୍ତ ବାତାବରଣ ପର୍ଯ୍ୟଟକଙ୍କୁ ଖୁବ୍‌ ଆକର୍ଷିତ କରିଥାଏ। ସେଥିପାଇଁ ବର୍ଷର ସବୁ ସମୟରେ ଏଠାରେ ପର୍ଯ୍ୟଟକଙ୍କର ଭିଡ଼ ଦେଖିବାକୁ ମିଳିଥାଏ…

ତାମିଲନାଡୁସ୍ଥିତ ଏକ ହିଲ୍‌ଷ୍ଟେଶନ ଟାଉନ୍‌ ବା ଶୈଳନିବାସ ସହର ହେଉଛି ୟରକୌଡ । ଏଠାକାର ଆକର୍ଷଣୀୟ ପ୍ରାକୃତିକ ପରିବେଶ ତଥା ଶାନ୍ତ ବାତାବରଣ ପର୍ଯ୍ୟଟକଙ୍କୁ ଖୁବ୍‌ ଆକର୍ଷିତ କରିଥାଏ। ସମୁଦ୍ରପତ୍ତନଠାରୁ ପ୍ରାୟ ୫୩୨୫ ଫୁଟ ଉଚ୍ଚରେ ଅବସ୍ଥିତ ଏହି ହିଲ୍‌ଷ୍ଟେଶନରେ ପର୍ଯ୍ୟଟକଙ୍କ ଦେଖିବା ନିମନ୍ତେ ରହିଛି ଅନେକ ଉଚ୍ଚ ଉଚ୍ଚ ପାହାଡ, ଓ୍ବାଚ୍‌ ଟାଓ୍ବାର୍‌ ତଥା କେତେକ ଆଧ୍ୟାତ୍ମିକ ପୀଠ ଇତ୍ୟାଦି।
କ’ଣ ଦେଖିବେ
ପର୍ଯ୍ୟଟକଙ୍କ ଦେଖିବା ନିମନ୍ତେ ୟରକୌଡ ଓ ଏହାର ଆଖପାଖ ଅଞ୍ଚଳରେ ରହିଛି ଅନେକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ। ଯେମିତିକି: ଏମେରାଲ୍ଡ ଲେକ୍‌, ପାଗୋଡା ପଏଣ୍ଟ, ବଟାନିକାଲ୍‌ ଗାର୍ଡେନ, ଅନ୍ନା ପାର୍କ, ଲେଜିସ୍‌ ସିଟ୍‌, କିଲ୍ଲିୟୁର୍‌ ଫଲ୍ସ, ବିୟର୍ସ କେଭ୍‌, ଶେଭାରୟ ହିଲ୍‌, ଟିପ୍ପେରାରି ଭିୟୁ ପଏଣ୍ଟ, ଆନ୍ନାମାଲାୟାର୍‌ ଟେମ୍ପଲ ଭିୟୁ ପଏଣ୍ଟ, କରାଦିୟୁର ଭିୟୁ ପଏଣ୍ଟ, ଶେଭାରୟ ମନ୍ଦିର, ସିଲ୍କ ଫାର୍ମ, ଶ୍ରୀ ଚକ୍ର ମହାମେରୁ ମନ୍ଦିର, ରାଜା ରାଜେଶ୍ୱରୀ ମନ୍ଦିର, ଡିୟର୍‌ ପାର୍କ, ଅର୍ଚିଡାରିୟମ୍‌, କୋଟ୍ଟାଚେଡୁ ଟିକ୍‌ ଫରେଷ୍ଟ, ନର୍ଟନ୍ସ ବଙ୍ଗ୍ଲୋ, ସର୍ଭାରୟାନ୍‌ ମନ୍ଦିର ଇତ୍ୟାଦି। ପର୍ଯ୍ୟଟକ ଚାହିଁଲେ ୟରକୌଡ ହିଲ୍‌ଷ୍ଟେଶନ ବୁଲିବା ସହ ଏହି ସବୁ ସ୍ଥାନକୁ ବୁଲିଯାଇ କିଛିଟା ନିଆରା ଅନୁଭୂତି ଲାଭ କରିପାରିବେ।
ୟରକୌଡର ମୁଖ୍ୟ ଆକର୍ଷଣ
ୟରକୌଡ ମୁଖ୍ୟତଃ କ୍ୟାମ୍ପିଙ୍ଗ୍‌ ଆଉ ଟ୍ରେକିଂ ପାଇଁ ପ୍ରସିଦ୍ଧ। ତା’ଛଡ଼ା ଏଠାକୁ ଆସୁଥିବା ପର୍ଯ୍ୟଟକ ସ୍ଥାନୀୟ ଜଙ୍ଗଲ ସଫାରୀର ମଜା ମଧ୍ୟ ନେଇପାରିବେ। କେବଳ ସେତିକି ନୁହେଁ ୟରକୌଡରେ ଥିବା ସନ୍‌ସେଟ୍‌ ପଏଣ୍ଟରେ ବସି ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତର ଅପୂର୍ବ ଶୋଭାକୁ ବି ଉପଭୋଗ କରିପାରିବେ। ସବୁଠୁ ବଡ଼ କଥା ହେଉଛି ସହରର କୋଳାହଳଠାରୁ ଦୂରରେ ଥିବା ଏହି ଶାନ୍ତିପୂର୍ଣ୍ଣ ଶୈଳନିବାସକୁ ପର୍ଯ୍ୟଟକ ମୁଖ୍ୟତଃ କିଛି ମୁହୂର୍ତ୍ତ ନିରୋଳାରେ ଛୁଟି କଟାଇ ଆନନ୍ଦ ଲଭିବାକୁ ଆସିଥାନ୍ତି।

 

କେବେ ଓ କେମିତି ଯିବେ
କୁହାଯାଏ, ୟରକୌଡର ଜଳବାୟୁ ବର୍ଷକ ବାରମାସ ପ୍ରାୟତଃ ଥଣ୍ଡା ରହିଥାଏ। ସେପ୍ଟେମ୍ବର ପରଠୁ ଏଠାରେ ଶୀତର ପ୍ରକୋପ ଟିକେ ବେଶୀ ଅନୁଭୂତ ହୋଇଥାଏ, ଯାହା ପ୍ରାୟ ଜାନୁୟାରୀ ଶେଷ ପର୍ଯ୍ୟନ୍ତ ରହେ। ତେବେ ସ୍ଥାନୀୟ ପାଣିପାଗ ସୂଚନାକେନ୍ଦ୍ରର ମତାନୁଯାୟୀ, ୟରକୌଡକୁ ଯିବାପାଇଁ ପ୍ରକୃଷ୍ଟ ସମୟ ହେଉଛି ଅକ୍ଟୋବରରୁ ଜୁନ୍‌। କାରଣ ଏହି ସମୟରେ ବୁଲାବୁଲି କରିବାକୁ ଏଠାକାର ପାଣିପାଗ ପୂରା ଉତ୍ତମ ରହିଥାଏ। ସେହିପରି ଏଠାକୁ ଯିବାପାଇଁ ଗମନାଗମନର ବି ଭଲ ବ୍ୟବସ୍ଥା ରହିଛି। ସାଲେମ୍‌ ଏୟାରପୋର୍ଟ ହେଉଛି ଏହାର ନିକଟତମ ବିମାନବନ୍ଦର। ସେହିପରି ସାଲେମ୍‌ ଜଙ୍କସନ୍‌ ରେଲଓ୍ବେ ଷ୍ଟେଶନ ହେଉଛି ଏହାର ନିକଟତମ ତଥା ମୁଖ୍ୟ ରେଳଷ୍ଟେଶନ। ତା’ଛଡ଼ା ଦେଶର ବିଭିନ୍ନ ସ୍ଥନାରୁ ଏଠାକୁ ଟୁରିଷ୍ଟ ବସ୍‌ ବି ଯା’ଆସ କରିଥାଏ। ପର୍ଯ୍ୟଟକଙ୍କୁ ଯେଉଁଥିରେ ସୁବିଧା ସେମାନେ ସେଥିରେ ଯାଇ ଆରାମରେ ୟରକୌଡରେ ପହଁଞ୍ଚତ୍ପାରିବେ।

ଜରୁରୀ ଜାଣିବା କଥା
ସୂଚନାନୁଯାୟୀ, ୟରକୌଡରେ କୁଆଡ଼େ ବିଭିନ୍ନ ପ୍ରକାରର ଫଳ ଚାଷ କରାଯାଇଥାଏ। କଫି ଚାଷ ବି ଏଠି ଭଲ ହୁଏ। ବିଭିନ୍ନ ପ୍ରକାରର ମସଲାଜାତ ଦ୍ରବ୍ୟର ଉତ୍ପାଦନ ବି ଏଠି ଭଲ ହୋଇଥାଏ। ଏଠାକୁ ବୁଲି ଆସୁଥିବା ପର୍ଯ୍ୟଟକ ବେଶ୍‌ ସୁଲଭ ଦରରେ ଏହି ସବୁ ଜିନିଷ ଏଠାରୁ କିଣି ନେଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?