ପିସିସି ସଭାପତିଙ୍କୁ ଟାର୍ଗେଟ

ଭୁବନେଶ୍ୱର,୧୬।୭(ଅନିଲ ଦାସ): କଂଗ୍ରେସରୁ ନିଲମ୍ବନ ନୋଟିସ ପାଇବା ପରେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ପରୋକ୍ଷରେ ପ୍ରଦେଶ କଂଗ୍ରେସ ସଭାପତିଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ଆମ ଉତ୍ତରରେ ଶୃଙ୍ଖଳା କମିଟି ସନ୍ତୁଷ୍ଟ ହୋଇ ନ ଥିବାରୁ ଏଭଳି କାର୍ଯ୍ୟାନୁଷ୍ଠାନ ହୋଇଥିବା ଜାଣିବାକୁ ପାଇଛି। ମୁଁ ସେମିତି କିଛି କାର୍ଯ୍ୟ କରିନି, ଯେଉଁଥିରେ ଜଣେ ବିଧାୟକଙ୍କୁ ନିଲମ୍ବନ କରାଯିବ।
ମୁଁ କଂଗ୍ରେସ ସହିତ ଅଛି। ଆଜି ଶରତ ପଟ୍ଟନାୟକ ସଭାପତି ଅଛନ୍ତି, କାଲି ଆଉ କିଏ ଥିବେ। କଂଗ୍ରେସ କୌଣସି ବ୍ୟକ୍ତିଗତ ଦଳ ନୁହେଁ, ଏହା ସାମୂହିକ ଦଳ। କାହାପାଇଁ କାହିଁକି କଂଗ୍ରେସ ଛାଡ଼ିବି । ଯଦି ପିସିସି ସଭାପତି ଭାବୁଛନ୍ତି କିଛି ଲୋକଙ୍କୁ ବାହାର କରିଦେଲେ ଦଳ ସୁଦୃଢ଼ ହୋଇଯିବ ତେବେ ଏ ବିଷୟରେ କିଛି କହିବାର ନାହିଁ। ଏ ସମ୍ପର୍କରେ ଦଳ ସହିତ ଆଲୋଚନା କରାଯିବ। କଂଗ୍ରେସକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଜାନକୀ-ବସନ୍ତ ଶୀର୍ଷକ ଆଲୋଚନାଚକ୍ର ଆୟୋଜନ କରିଥିଲୁ। ଉକ୍ତ କାର୍ଯ୍ୟକ୍ରମରେ ବହୁ କଂଗ୍ରେସ ନେତା, ପୂର୍ବତନ ସଭାପତି, ବହୁ କର୍ମୀ ଉପସ୍ଥିତ ରହିଥିଲେ। ନେତାଙ୍କ ଭିତରେ ମତାନ୍ତର ମନାନ୍ତର ଥିଲେ ହେଁ ସେମାନେ ୧୯୯୫ରେ କଂଗ୍ରେସକୁ କ୍ଷମତାକୁ ଆଣିଥିଲେ। ଏହା କଂଗ୍ରେସର କାର୍ଯ୍ୟକ୍ରମ ଥିଲା। ଏହି ସମୟରେ ଦଳ ବିରୋଧରେ ସେ କୌଣସି ପ୍ରତିକ୍ରିୟା ରଖି ନ ଥିଲେ ବୋଲି କହିଛନ୍ତି। ଭାଜପା ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରି ଭୋଟ ଦେଇଥିବାରୁ ପିସିସି ସଭାପତି ଦଳୀୟ କମିଟିକୁ ଅଭିଯୋଗ କରିଥିଲେ। ଏହାର କାରଣ ଦର୍ଶାଅ ନୋଟିସ୍‌ ପାଇ ପୂର୍ବରୁ ଉତ୍ତର ଦିଆଯାଇଥିଲା। ପରେ ଆଉ ଏକ ଅଭିଯୋଗ କରିଥିଲେ। ଏହି ନୋଟିସ୍‌ ପରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଏହାକୁ ଗ୍ରହଣ କରିବା ସହ ଆଗକୁ ଦଳକୁ ସଂଗଠନ କରିବାକୁ କାମ କରିବି ବୋଲି ମୋକିମ କହିଛନ୍ତି।
ଅନ୍ୟପକ୍ଷରେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ଦଳଠାରୁ ଊର୍ଦ୍ଧ୍ୱରେ କେହି ନୁହନ୍ତି। ଦଳ ଯାହା ନିଷ୍ପତ୍ତି ନେବ ଆମେ ଯେଉଁ ପଦବୀରେ ଥାଉନା କାହିଁକି ମାନିବାକୁ ବାଧ୍ୟ। ଏଆଇସିସି ଯାହା ନିଷ୍ପତ୍ତି ନେଇଛି, ଆମେ ତାକୁ ଗ୍ରହଣ କରୁଛୁ। କଂଗ୍ରେସ ଏକ ହୋଇ ଅଛି, ସର୍ବଦା ଏକ ହୋଇ ରହିବ। ଏକଦା ଭାଜପାର ପାର୍ଲାମେଣ୍ଟରେ ୨ ଜଣ ଏମ୍‌ପି ଥିଲେ, ଏବେ ଏହି ଦଳ ଦେଶକୁ ଶାସନ କରୁଛି। ତେଣୁ କିଛି ବି ହବନି ବୋଲି କିଏ କହୁଛି । କାଲି କ’ଣ ହେବ ତା’ର ଭବିଷ୍ୟବାଣୀ କିଏ କରିପାରିବ। ଓଡ଼ିଶାବାସୀଙ୍କ ଆଶୀର୍ବାଦରେ କଂଗ୍ରେସ ୯ରୁ ୯୦ ହେବ ବୋଲି ଆଗରୁ କହିସାରିଛି। ତେଣୁ କ’ଣ କରାଯିବ ତାହା ପରେ ଆଲୋଚନା ହେବ ବୋଲି ଶରତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri