Posted inଜାତୀୟ

ପେଟିଏମ୍‌ ସିଇଓ ଗିରଫ, ପରେ ଜାମିନ୍‌ …

ନୂଆଦିଲ୍ଲୀ, ୧୩।୩ : ପେଟିଏମ୍‌ ସିଇଓଙ୍କୁ ଗିରଫ କରାଯାଇଛି। ଏହାର କିଛି ସମୟ ପରେ ତାଙ୍କୁ ଜାମିନ୍‌ ମଧ୍ୟ ମିଳିଛି। ଦିଲ୍ଲୀର ମାଲବ୍ୟ ନଗର ଅଞ୍ଚଳର ମଦର ଇଣ୍ଟରନ୍ୟାସନାଲ ସ୍କୁଲ ନିକଟରେ ପେଟିଏମ ପ୍ରତିଷ୍ଠାତା ବିଜୟ ଶେଖର ଶର୍ମାଙ୍କ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ବିଜୟ ଶେଖର ଶର୍ମା ଏକ ଜାଗୁଆର ଲ୍ୟାଣ୍ଡ ରୋଭର ଗାଡିରେ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ କାରକୁ ଧକ୍କା ଦେଇଥିଲା। ଏହି ଘଟଣା ୨୨ ଫେବୃଆରୀରେ ଘଟିଥିଲା।

ପୋଲିସ ଅଧିକାରୀଙ୍କ କହିବାନୁସାରେ, ଏହି ଘଟଣା ପରେ ବିଜୟ ଶେଖର ଶର୍ମା ତାଙ୍କ ଗାଡି ସହିତ ଘଟଣାସ୍ଥଳରୁ ପଳାୟନ କରିଥିଲେ। ଯେଉଁ ଗାଡିରେ ଜାଗୁଆର ଲ୍ୟାଣ୍ଡ ରୋଭର ଧକ୍କା ହୋଇଥିଲା ତାହା ଦକ୍ଷିଣ ଦିଲ୍ଲୀର ଡିସିପିଙ୍କର ଗାଡି ଥିଲା। ଡ୍ରାଇଭର ପେଟ୍ରୋଲ ଭରିବା ପାଇଁ ଯାଉଥିବା ସମୟରେ ଏଭଳି ଘଟିଥିଲା। ତେବେ ସେହି ଦୁର୍ଘଟଣାରେ କେହି ଆହତ ହୋଇ ନଥିଲେ।

ପୋଲିସ ଅଧିକାରୀଙ୍କ କହିବାନୁସାରେ, ଗାଡିଟି ଗୁରୁଗାଓଁର ଏକ କମ୍ପାନୀ ନାମରେ ପଞ୍ଜିକୃତ ହୋଇଥିଲା। ଯେତେବେଳେ ପୋଲିସ ଟିମ୍‌ କମ୍ପାନୀ ସହ ଯୋଗାଯୋଗ କଲେ, ସେତେବେଳେ ଜଣାପଡିଥିଲା ଯେ ଗାଡିଟି ଗ୍ରେଟର କୈଳାସ ପାର୍ଟ-୨ର ବାସିନ୍ଦା ବିଜୟ ଶେଖର ଶର୍ମାଙ୍କ ଦ୍ୱାରା ପରିଚାଳିତ ହେଉଛି। ପରେ ପୋଲିସ ବିଜୟ ଶେଖର ଶର୍ମାଙ୍କୁ ଗିରଫ କରିଥିଲା। ତେବେ ତାଙ୍କୁ ପୋଲିସ ଷ୍ଟେସନରୁ ଜାମିନ ପ୍ରଦାନ କରାଯାଇଥିଲା।

ମୋବାଇଲ ୱାଲେଟ ପେଟିଏମର ପ୍ରତିଷ୍ଠାତା ୩୯ ବର୍ଷ ବୟସ୍କ ବିଜୟ ଶେଖର ଶର୍ମା ହେଉଛନ୍ତି ସର୍ବକନିଷ୍ଠ ଭାରତୀୟ ବିଲିୟନେୟାର। ଫୋର୍ବସ ପତ୍ରିକାରେ ୨୦୧୮ରେ ସେ ୧୩୯୪ ତମ ସ୍ଥାନରେ ରହିଥିଲେ। ତାଙ୍କର ମୋଟର ନିଟ ସମ୍ପତ୍ତି ମୂଲ୍ୟ ୧.୭ ବିଲିୟନ ଡଲାର।

ଶର୍ମା ହେଉଛନ୍ତି ୪୦ ବର୍ଷରୁ କମ ଭାରତୀୟ କୋଟିପତି। ବିଜୟ ଶର୍ମା ୨୦୧୧ ରେ ମୋବାଇଲ ୱାଲେଟ ପେଟିଏମ ପ୍ରତିଷ୍ଠା କରିଥିଲେ। ଏହା ସହିତ ଇ-କମର୍ସ ବ୍ୟବସାୟ ପେଟିଏମ ମଲ ଏବଂ ପେଟିଏମ ପେମେଣ୍ଟ ବ୍ୟାଙ୍କ ମଧ୍ୟ ସ୍ଥାପନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରୀଙ୍କ ମୃତ୍ୟୁ ପରେ ଫେରିଲା ବିମାନ

ନୂଆଦିଲ୍ଲୀ,୪।୧୨: ଏଆଇ-୧୦୫ ନମ୍ବର ବିମାନଟି ଶନିବାର ଦିଲ୍ଲୀରୁ ନ୍ୟୁୟର୍କ ଯାତ୍ରା କରୁଥିବା ବେଳେ ବିମାନରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଫଳରେ ଯାତ୍ରାର ୩ ଘଣ୍ଟା...

ମହାରାଷ୍ଟ୍ର ଜାଲନାରେ ଦୁଇ ଗୋଷ୍ଠୀ ମଧ୍ୟରେ ପଥରମାଡ: ୫ ପୋଲିସ ଆହତ

ଜାଲନା,୧୩ ।୫: ମହାରାଷ୍ଟ୍ରର ଜାଲନା ଜିଲାର ଏକ ଗାଁରେ ଶୁକ୍ରବାର ସକାଳୁ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି । ଉଭୟ ପଟରୁ ପଥର ଓ...

ହାଇଦ୍ରାବାଦ୍‌ ଏନ୍‌କାଉଣ୍ଟର: ଦ୍ୱିତୀୟ ଥର ମୃତଦେହ ବ୍ୟବଚ୍ଛେଦ କରିବେ ଏମ୍ସ ଡାକ୍ତରୀ ଦଳ

ହାଇଦ୍ରାବାଦ୍‌, ୨୨।୧୨: ହାଇଦ୍ରାବାଦ୍‌ ଏନ୍‌କାଉଣ୍ଟରରେ ମୃତ୍ୟୁ ଘଟିଥିବା ୪ ଅଭିଯୁକ୍ତଙ୍କ ମୃତଦେହ ପୁଣି ଥରେ ବ୍ୟବଚ୍ଛେଦ କରାଯିବ। ଏନେଇ ଏମ୍ସର ୩ ଜଣିଆ ଡାକ୍ତରୀ ଦଳ...

ମୋଦି-କିଶିଦା ଭେଟ: ଦ୍ୱିପାକ୍ଷିକ ସହଯୋଗ ସହିତ ଚାଇନା କାର୍ଯ୍ୟକଳାପକୁ ଗୁରୁତ୍ୱ…

ନୂଆଦିଲ୍ଲୀ,୨୦।୩ : ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଏହି ସମୟରେ ଦୁଇ ଦେଶର ନେତାଙ୍କ ମଧ୍ୟରେ...

ବିପିଏଲ୍‌ ତାଲିକାରୁ ୧୨ ପ୍ରତିଶତ ମୁକ୍ତି ପାଇଛନ୍ତି…

ରାଞ୍ଚି, ୫।୬ : ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା ରାଞ୍ଚିଠାରେ ଆଦିବାସୀ ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି ଯେ ଯେତେବେଳେ ଭାରତରେ...

ଗଲଓ୍ବାନ ଉପତ୍ୟକା କଳହ ମଞ୍ଜି

ନୂଆଦିଲ୍ଲୀ,୧୭ା୬ : ଖ୍ରୀଷ୍ଟପୂର୍ବ ୫୦୦ରେ ଚାଇନାର ନାମଚୀନ ସେନା ଜେନେରାଲ ସୁନ୍‌ ଜୁ ‘ଦି ଆର୍ଟ ଅଫ୍‌ ଓ୍ବାର୍‌’ ଶୀର୍ଷକ ପୁସ୍ତକରେ ଲେଖିଥିଲେ, ଯୁଦ୍ଧର ସର୍ବୋତ୍ତମ...

ମୋ ପୁଅ ନିର୍ଦ୍ଦୋଷ: ଅଜୟ ମିଶ୍ରା

ନୂଆଦିଲ୍ଲୀ,୮ ।୧୦: ଉତ୍ତର ପ୍ରଦେଶ ଲକ୍ଷ୍ମୀପୁର ଖେରି ମାମଲା ବେଳକୁ ବେଳ ଜଟିଳ ହେବାକୁ ଯାଉଛି । ଏଥିରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା କେନ୍ଦ୍ରମନ୍ତ୍ରୀ ଅଜୟ...

୧୪ ଦିନ ପର୍ଯ୍ୟନ୍ତ କରୋନା ପଜିଟିଭ ନ ଆସିଲେ ରେଡ୍‌ ଜୋନ୍‌ ହେବ ଅରେଞ୍ଜ

ନୂଆଦିଲ୍ଲୀ,୧୮।୪: କରୋନା ସଂକ୍ରମଣକୁ ନେଇ ଯେଉଁ ସବୁ ସ୍ଥାନକୁ ରେଡ୍‌ ଜୋନ୍‌ ଘୋଷଣା କରାଯାଇଛି ସେଠାରେ ୧୪ ଦିନ ପର୍ଯ୍ୟନ୍ତ ଯଦି କୌଣସି ସଂକ୍ରମଣର ଘଟଣା...

Advertisement
Archives

Model This Week