ପଟ୍ଟା ନା ଏଲ୍‌ଆର୍‌ସି: ଦ୍ୱନ୍ଦ୍ୱରେ ବସ୍ତିବାସିନ୍ଦା

ଭୁବନେଶ୍ୱର,୪।୯ (ବନ୍ଦନା ସେଠୀ): ଜାଗା ମିଶନ ସର୍ଭେର ପିଛା ଛାଡୁନି ବିବାଦ। କେତେବେଳେ ସର୍ଭେରେ ହୋଇଥିବା ବ୍ୟାପକ ଜାଲିଆତି ତ ଆଉ କେତେବେଳେ ବସ୍ତିବାସିନ୍ଦା ସର୍ଭେରୁ ବାଦ୍‌ ପଡିଥିବା ଘଟଣାକୁ ନେଇ ଅଭିଯୋଗ ତାଲିକା ଲମ୍ବିଥିଲା। ଏହାକୁ ନେଇ ବସ୍ତିବାସିନ୍ଦା ଓ ବିରୋଧୀ ଦଳର ନେତୃବୃନ୍ଦ ବିଏମ୍‌ସିକୁ ଘେରିଥିଲେ। ମାତ୍ର ଅଗଷ୍ଟ ୨୮ରେ ପ୍ରଥମ ପର୍ଯ୍ୟାୟରେ ହିତାଧିକାରୀଙ୍କୁ ଦିଆଯାଇଥିବା ଜମିପଟ୍ଟା ପ୍ରମାଣପତ୍ରକୁ ଦେଖି ବିବାଦ ଜୋର୍‌ ଧରିଛି। ପଟ୍ଟା ନାମରେ ଯାହାକୁ ହିତାଧିକାରୀଙ୍କୁ ବଣ୍ଟା ଯାଇଛି ତାହା ତହସିଲଦାରଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ପ୍ରକୃତ ପଟ୍ଟା ନୁହେଁ ବୋଲି ବିରୋଧୀମାନେ ଅଭିଯୋଗ ଉଠାଉଛନ୍ତି। ଏଥିରେ ଲ୍ୟାଣ୍ଡ ରାଇଟ୍‌ ସାର୍ଟିଫିକେଟ (ଏଲ୍‌ଆର୍‌ସି) ଲେଖାଯାଇଥିବାବେଳେ ବିଏମ୍‌ସି କହୁଛି ପଟ୍ଟା। ତେବେ ବର୍ଷବର୍ଷ ଧରି ବସ୍ତିରେ ରହୁଥିବା ଲୋକେ ଜମିପଟ୍ଟା ପାଇବେ ବୋଲି ଯେଉଁ ଆଶା କରିଥିଲେ ଏହି କାଗଜକୁ ଦେଖି ଦ୍ୱନ୍ଦ୍ୱରେ ପଡିଥିବାବେଳେ ଭାଜପା କର୍ପୋରେଟରମାନେ ମଧ୍ୟ ବିରୋଧର ସ୍ବର ଉଠାଇଛନ୍ତି। ବହୁ ଦାବି ପରେ ଶନିବାର ମେୟରଙ୍କ ଅଧ୍ୟକ୍ଷତାରେ ସମସ୍ତ କର୍ପୋରେଟର ଏବଂ କମିଶନରଙ୍କୁ ନେଇ ଏକ ବୈଠକ ହୋଇଥିଲା। ଏଥିରେ କର୍ପୋରେଟରମାନେ ଏଲ୍‌ଆର୍‌ସିକୁ ନେଇ ପ୍ରଶ୍ନ ପରେ ପ୍ରଶ୍ନ ପଚାରିଥିଲେ ବି କୌଣସି ଠିକ୍‌ ଉତ୍ତର ମିଳି ନ ଥିଲା। ଏପରିକି ମେୟର ଓ କମିଶନର ବୈଠକ ଅଧାରୁ ଉଠି ଯାଇଥିଲେ, ଯାହାକୁ ନେଇ କର୍ପୋରେଟରମାନେ ଅସନ୍ତୋଷ ପ୍ରକାଶ କରିଥିଲେ।
ସେହିପରି ଯେଉଁ ହିତାଧିକାରୀଙ୍କ ଘର ୩୨୩ବର୍ଗ ମିଟରରୁ ଅଧିକ ଜମି ରହିଛି ସେମାନଙ୍କୁ ଅବଶିଷ୍ଟ ଜମିର ବେଞ୍ଚମାର୍କ ମୂଲ୍ୟର ୧୦ ପ୍ରତିଶତ ଟଙ୍କା ପଇଠ କରିବାକୁ ପଡିବ। ଯଦି ସମ୍ପୃକ୍ତ ହିତାଧିକାରୀ ରାଶନକାର୍ଡଧାରୀ, ତେବେ ସେ ୫% ଟଙ୍କା ପଇଠ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବକେୟା ଟଙ୍କା ପଇଠ କରିବା ପରେ ହିଁ ସେମାନଙ୍କୁ ଏଲ୍‌ଆର୍‌ସି ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଛି। ଏହାକୁ ନେଇ ହିତାଧିକାରୀଙ୍କ ମଧ୍ୟରେ ଭାଳେଣି ପଡିଛି। ଯଦି ମିଳୁଥିବା କାଗଜ ପଟ୍ଟା ନୁହେଁ, ତେବେ ଖଣ୍ଡେ ସାର୍ଟିଫିକେଟ୍‌ ପାଇବା ପାଇଁ ଲୋକମାନେ କାହିଁକି ଲକ୍ଷଲକ୍ଷ ଟଙ୍କା ବିଏମ୍‌ସିକୁ ଗଣିବେ ବୋଲି ପ୍ରଶ୍ନ କରିଛନ୍ତି। ଏନେଇ ଓ୍ବାର୍ଡ ନଂ. ୨୯ କର୍ପୋରେଟର ଅପରୂପ ନାରାୟଣ ରାଉତ ଏକ ଭିଡ଼ିଓ ଜାରି କରି ବିଏମ୍‌ସିର ଏଭଳି କାର୍ଯ୍ୟକୁ ଦୃଢ ନିନ୍ଦା କରିଛନ୍ତି। ସେ କହିଛନ୍ତି, ମୋ ଓ୍ବାର୍ଡରେ ୫୬୦ଜଣ ହିତାଧିକାରୀଙ୍କ ମଧ୍ୟରୁ ପ୍ରାୟ ୫୨୦ଜଣଙ୍କର ୩୨୩ ବର୍ଗଫୁଟରୁ ଅଧିକ ଜମି ଥିବା ତାଲିକାରେ ନାମ ପ୍ରକାଶ ପାଇଛି। ଡ୍ରୋନ୍‌ ସର୍ଭେ କରି ଜାଗା ମାପ କରାଯାଇଥିବାବେଳେ ଏଥିରେ ସ୍ବଚ୍ଛତା ରହିନାହିଁ। ଅପରପକ୍ଷେ ଗରିବ ଲୋକ ହୋଇଥିବାରୁ ସେମାନେ ବସ୍ତିରେ ଘର କରି ରହୁଛନ୍ତି। ଏଭଳି କ୍ଷେତ୍ରରେ ସେମାନଙ୍କ ପାଇଁ ଲକ୍ଷାଧିକ ଟଙ୍କା ପଇଠ କରିବା ସମ୍ଭବ ନୁହେଁ। ସେହିପରି ଯଦି ବିଏମ୍‌ସି ସେମାନଙ୍କଠାରୁ ଟଙ୍କା ନେଇ ଅର୍ବାନ ଓ୍ବେଲଫେୟାର ଫଣ୍ଡ୍‌ରେ ଜମା କରିବ ତେବେ ତାହା ଚେକ୍‌ରେ କାହିଁକି ନେଉନାହିଁ। ବର୍ତ୍ତମାନ ଅନ୍‌ଲାଇନ୍‌ ଟ୍ରାଞ୍ଜାକ୍ସନ୍‌ ଉପରେ ଗୁରୁତ୍ୱ ଦିଆଯାଉଥିବାବେଳେ ହିତାଧିକାରୀଙ୍କୁ କାହିଁକି କ୍ୟାଶ୍‌ରେ ଟଙ୍କା ପଇଠ କରିବାକୁ ବାଧ୍ୟ କରାଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି। ଯଦିଓ ଅଭିଯୋଗ ପରେ ଏବେ ଆଉ ଟଙ୍କା ନିଆଯାଉନାହିଁ, ତେବେ ସମ୍ପୃକ୍ତ ହିତାଧିକାରୀଙ୍କୁ ଏଲ୍‌ଆରସି ମଧ୍ୟ ପ୍ରଦାନ କରାଯାଉ ନାହିଁ। ତେଣୁ ତାଲିକାରେ ନାଁ ଆସିବା ପରେ ବି ଅନେକ ଲୋକ ଏଯାଏ ଜମି ପ୍ରମାଣପତ୍ର ପାଇବାରୁ ବଞ୍ଚିତ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫୁଲବାଣୀରୁ ବ୍ରହ୍ମପୁର ଯାଉଥିଲା ଗୁରୁତର ରୋଗୀ, ଘନ ଜଙ୍ଗଲ ଭିତରେ ଅଚଳ ହୋଇଗଲା ୧୦୮ ଆମ୍ବୁଲାନ୍ସ,;ଆଉ ତା’ ପରେ…

ଭଞ୍ଜନଗର,୭।୭ (ବାବୁଲା ପ୍ରଧାନ): ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ଆଉ ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି। ଜଣେ ଗୁରୁତର ରୋଗୀଙ୍କୁ ମେଡିକାଲ ନେବା ସମୟରେ ଅଧା…

ପ୍ରଶାସନିକ ସ୍ତରରେ ବଡ଼ ଅଦଳବଦଳ: କେନ୍ଦୁଝର ଜିଲାର ୧୧ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବଦଳି

ବଞ୍ଚୋ, ୭।୭(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲାରେ ପ୍ରଶାସନିକ କାର୍ଯ୍ୟକୁ ଅଧିକ ସୁଚାରୁ ଓ ସୁଦୃଢ଼ ଭାବେ ପରିଚାଳନା କରିବା ପାଇଁ ଏକ ବଡ଼ଧରଣର ଅଦଳବଦଳ…

ନାଖରା ସେତୁରେ ଅଘଟଣ: ବୁଢ଼ାବଳଙ୍ଗ ନଦୀରେ ରିଲ୍ସ କରୁଥିବା ବେଳେ ଭାସିଗଲେ ଯୁକ୍ତ ୨ ଛାତ୍ର, ୪ ସାଙ୍ଗ ଉଦ୍ଧାର

ବୈଶିଙ୍ଗା,୭|୭(ରତନ ଦାଶ ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀର ନାଖରା ସେତୁ ନିକଟରେ ଏକ ଦୁଃଖଦ ଅଘଟଣ ଘଟିଛି। ନଦୀର ବଢ଼ି ପାଣିରେ…

SPF 30 ନା SPF 50? ସନ୍‌ସ୍କ୍ରିନ୍ କିଣିବା ପୂର୍ବରୁ ଜାଣନ୍ତୁ ଆପଣଙ୍କ ତ୍ୱଚା ପାଇଁ କେଉଁଟି ଭଲ

ଆଜିକାଲିର ସମୟରେ ନାରୀମାନେ ନିଜର ତ୍ୱଚାକୁ ନେଇ ବେଶ ଯତ୍ନବାନ। ଖାସ୍‌ ସେଥିଲାଗି ଖରା, ବର୍ଷା କିମ୍ବା ଶୀତ ଆଦି ଋତୁରେ ସନ୍‌ସ୍କ୍ରିନର ବ୍ୟବହାର ଏବେ ଏକ…

ମାନସିକ ଭାରସାମ୍ୟ ହରାଇଲେ ଯୁବକ: ନେଲେ ଚରମ ନିଷ୍ପତ୍ତି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ଗୌଡ଼ସାହିର   ଜିତେନ୍ଦ୍ର ସେଠୀ (୪୦) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ…

ଆମେରିକାକୁ ହରାଇ କ୍ୱାର୍ଟର ପହଞ୍ଚିଲା ବେଲଜିୟମ

ସିଆଟେଲ,୭ା୭: ଚାଲର୍‌ସ ଡି କେଟେଲେରେଙ୍କ ଦ୍ୱିତୀୟ ଗୋଲ ବଳରେ ଫିଫା ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ପ୍ରି-କ୍ୱାର୍ଟର ଫାଇନାଲରେ ବେଲଜିୟମ ୪-୧ ଗୋଲରେ ଆମେରିକାକୁ ପରାସ୍ତ କରିଛି। ଡିଫେଣ୍ଡର…

ସମୁଦ୍ର କୂଳରେ ପଥର ବନ୍ଧ ନିର୍ମାଣ ଦାବି: ୭ ଦିନ ମଧ୍ୟରେ ପଦକ୍ଷେପ ନ ନେଲେ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟ ବଢ଼ି ଚାଲିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟ…

ସମାଲୋଚକଙ୍କୁ ଗଡ଼କରୀଙ୍କ ଖୋଲା ଚ୍ୟାଲେଞ୍ଜ: E-୨୦ ପେଟ୍ରୋଲ୍‌ରେ ଗୋଟିଏ ହେଲେ ଗାଡ଼ି ଖରାପ ହେବାର ପ୍ରମାଣ ଦିଅ… 

ନୂଆଦିଲ୍ଲୀ,୭।୭: ୨୦ ପ୍ରତିଶତ ଏଥାନଲ ମିଶ୍ରିତ ପେଟ୍ରୋଲ (ଇ-୨୦) ବ୍ୟବହାର ଦ୍ୱାରା ଗାଡ଼ିର ମାଇଲେଜ କମିବା ଏବଂ ଇଞ୍ଜିନରେ ସମସ୍ୟା ଦେଖାଦେବା ଭଳି କେତେକ ଅଭିଯୋଗ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri