Posted inଫୁରସତ

ପିତୃଦେବ ଭବ, ମାତୃଦେବ ଭବ

ମାତାପିତା ମାନବ ଇତିହାସ ଆରମ୍ଭରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସୁଛନ୍ତି! ପିଲାମାନଙ୍କୁ ଦୁନିଆକୁ ଆଣିବା ଏବଂ ସେମାନଙ୍କୁ ସମାଜରେ ସୁସ୍ଥ ଏବଂ ସୁରକ୍ଷିତ ଭାବେ ଜୀବିତ ରଖିବା କିଛି ଛୋଟ କାମ ନୁହେଁ।
ସେମାନଙ୍କ ପିଲାମାନଙ୍କର ସମଗ୍ର ଜୀବନ ପାଇଁ ଯୋଗ୍ୟ ଏବଂ ସ୍ବାବଲମ୍ବୀ କରି, ପିତାମାତାମାନେ ନିଜ ପରିବାରକୁ ଭଲ ପାଇବା ଏବଂ ପୋଷଣ କରିବା ପାଇଁ ଯଥାସମ୍ଭବ କାର୍ଯ୍ୟ କରିବାକୁ କଠିନ ପରିଶ୍ରମ କରିଥାନ୍ତି। ତେଣୁ ମାତାପିତାଙ୍କ ଏଭଳି ମହାନ୍‌ ପ୍ରୟାସକୁ ସମ୍ମାନ ଦେବା ପାଇ ପ୍ରତିବର୍ଷ ଜୁନ୍‌ ୧ରେ ‘ବିଶ୍ୱ ଅଭିଭାବକ ଦିବସ’ ପାଳନ କରାଯାଇଥାଏ।
ପିତୃଦେବ ଭବ, ମାତୃଦେବ ଭବ। ଅର୍ଥାତ୍‌ ପିତାମାତା ଭଗବାନଙ୍କ ପ୍ରତିରୂପ। ଜୀବନର ପ୍ରତିଟି ମୁହୂର୍ତ୍ତ ଓ ପ୍ରତ୍ୟେକ ଦିନ ମାତାପିତା ନିଜ ସନ୍ତାନଙ୍କୁ ଖୁସି ଦେବା ପାଇଁ ପ୍ରୟାସ କରିଥାଆନ୍ତି। ସେଭଳି ମାତାପିତାଙ୍କ ଭଲ ପାଇବାକୁ ସମ୍ମାନ ଜଣାଇ ଓ ସନ୍ତାନଙ୍କ ପାଇଁ ତାଙ୍କ ବଳିଦାନକୁ ମନେପକାଇ ତାଙ୍କ ନିମନ୍ତେ ଏହି ଦିନକୁ ପାଳନ କରାଯାଇଥାଏ।
ଏହି ଦିବସର ପାଳନ ଖୁବ୍‌ ମହତ୍ୱପୂର୍ଣ୍ଣ ।
ମାତାପିତାଙ୍କୁ ସ୍ନେହ, ଭକ୍ତି ଓ ଯଥାର୍ଥ ସମ୍ମାନ ଦେବା ଦ୍ୱାରା ଭଗବାନ ଏଥିରେ ସନ୍ତୁଷ୍ଟ ହୋଇଥାଆନ୍ତି। ମାତାପିତାଙ୍କ ସମ୍ମାନ ଭଗବାନଙ୍କ ନିକଟରେ ପ୍ରଣାମ କରିବା ସହ ସମାନ ହୋଇଥାଏ। ଶିଶୁଟି ମଧ୍ୟରେ ଭଗବାନ ପ୍ରାଣ ସଂଚାର କରିଥାଆନ୍ତି, ପ୍ରତ୍ୟେକ ସନ୍ତାନ ହେଉଛନ୍ତି ଈଶ୍ୱରଙ୍କ ସନ୍ତାନ। ମାତ୍ର ସେ ନିଜର ସମସ୍ତ ପିଲାଙ୍କ ନିକଟରେ ସମସ୍ତ ସ୍ଥାନରେ ଓ ସବୁବେଳେ ରହି ତାଙ୍କର ଟିକିନିକି କଥା ସମ୍ପୂର୍ଣ୍ଣ ଭାବେ ବୁଝିବା ପାଇଁ ପ୍ରତି ପିଲାଙ୍କୁ ମାତାପିତା ସ୍ବରୂପ ଉପହାର ଦେଇଥାଆନ୍ତି।
ପିଲାଙ୍କ ପାଇଁ ଏ ପୃଥିବୀ ପୃଷ୍ଠରେ ମାତାପିତା ହେଉଛନ୍ତି ସାକ୍ଷାତ୍‌ ଈଶ୍ୱରଙ୍କ ରୂପ, ଯେ କି ନିଜ ସନ୍ତାନକୁ ସୁଖ ଓ ଶାନ୍ତି ଦେବା ପାଇଁ କେବେ ମଧ୍ୟ ଭୁଲି ନ ଥାଆନ୍ତି। ନିଜ ପିଲାଙ୍କ ପାଇଁ ମାତାପିତା ଦିନରାତି ପରିଶ୍ରମ କରିଥାଆନ୍ତି। ଯେପରି ତାଙ୍କ ସନ୍ତାନକୁ କୌଣସି ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ନ ପଡ଼େ। ନିଜ ସନ୍ତାନଙ୍କ ପାଇଁ ସର୍ବଦା ବଳିଦାନ ଦେବା ହିଁ ମାତାପିତାଙ୍କର ମନୋବୃତ୍ତି। ଏହି ସମସ୍ତ ମହତ୍‌ ଗୁଣ ପାଇଁ ମାତାପିତା ସାରା ଦୁନିଆରେ ମହତ୍ୱପୂର୍ଣ୍ଣ ।
ସନ୍ତାନ ଯଦି ମା’ଙ୍କଠାରୁ ସଂସ୍କାର ଗ୍ରହଣ କରେ ତେବେ ଦୁନିଆରେ କିଭଳି ନିଜକୁ ସଫଳ କରିବା ପାଇଁ କଠିନ ପରିଶ୍ରମ ଏବଂ ଚଳିବା ଲାଗି ଉପଯୁକ୍ତ ଜ୍ଞାନ ରହିବା ଆବଶ୍ୟକ ତାହା ପିତାଙ୍କଠାରୁ ଶିକ୍ଷା କରିଥାଏ। ମା’ ୧୦ ମାସ ୧୦ ଦିନ ଗର୍ଭରେ ଧରି ସନ୍ତାନକୁ ଜନ୍ମ ଦେଇଥାନ୍ତି । କିନ୍ତୁ ଜନ୍ମ ହେବା ପରେ ସନ୍ତାନର ପ୍ରତିଟି ପଦକ୍ଷେପରେ ଯାହାଙ୍କ ନଜର ରହିଥାଏ ସେ ହେଉଛନ୍ତି ପିତା । ସନ୍ତାନ ପାଇଁ ପ୍ରଥମ ପ୍ରେରଣାସ୍ରୋତ, ସୁରକ୍ଷା କବଚ, ଆତ୍ମବିଶ୍ୱାସର ବାହକ ହେଉଛନ୍ତି ପିତା । ମା’ ଯେଉଁଠି ସନ୍ତାନର ଟିକେ କ୍ଷତିରେ କାନ୍ଦି ନିଜ ଦୁଃଖ ଜାହିର କରିଦିଅନ୍ତି ପିତା ନିଜ ମଧ୍ୟରେ ଦୁଃଖ ରଖିଲେ ମଧ୍ୟ ପରିବାରକୁ ସମ୍ଭାଳିବାକୁ ଯାଇ ଶକ୍ତିର ପରିଚୟ ଦେଇଥାନ୍ତି ।
ଜାତିସଂଘ ଅନୁଯାୟୀ, ସାରା ବିଶ୍ୱରେ ବିଶ୍ୱ ଅଭିଭାବକ ଦିବସ ପାଳନ କରାଯାଇଥାଏ। ୧୯୮୦ ଦଶକରେ ମିଳିତ ଜାତିସଂଘ ପରିବାର ସହ ଜଡ଼ିତ ପ୍ରସଙ୍ଗ ଉପରେ ଧ୍ୟାନ ଦେବା ଆରମ୍ଭ କରିଥିଲା। ୧୯୮୩ ମସିହାରେ ଅର୍ଥନୈତିକ ଏବଂ ସାମାଜିକ ପରିଷଦର ସୁପାରିସକୁ ଆଧାର କରି ସାମାଜିକ ବିକାଶ ଆୟୋଗ ବିକାଶ ପ୍ରକ୍ରିୟାରେ ପରିବାରର ଭୂମିକା ଉପରେ ନିଷ୍ପତ୍ତି ନେଇ ୯ ଡିସେମ୍ବର ୧୯୮୯ର ୪୪/୮୨ ରିଜୋଲ୍ୟୁଶନରେ ସାଧାରଣ ସଭା ୧୯୯୪ କୁ ପରିବାରର ଅନ୍ତର୍ଜାତୀୟ ବର୍ଷ ଭାବରେ ଘୋଷଣା କଲା। ୧୯୯୩ର ରିଜୋଲ୍ୟୁଶନ ୪୭/୨୩୭ରେ, ସାଧାରଣ ସଭା ସ୍ଥିର କଲା ପ୍ରତିବର୍ଷ ୧୫ ମେ’ ଅନ୍ତର୍ଜାତୀୟ ପରିବାର ଦିବସ ଭାବରେ ପାଳନ କରାଯିବ। ୨୦୧୨ରେ, ସାଧାରଣ ସଭା ମାତାପିତାଙ୍କ ସମ୍ମାନାର୍ଥେ ପ୍ରତିବର୍ଷ ୧ ଜୁନ୍‌କୁ ବିଶ୍ୱ ଅଭିଭାବକ ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଥିଲା ।
ମାଧ୍ୟମରେ ଜାତିସଂଘ ବିଶ୍ୱର ସମସ୍ତ ପିଲାଙ୍କ ପାଇଁ ସକାରାତ୍ମକ ବିକାଶ ଲାଗି ଆବଶ୍ୟକ ଉପକରଣ, ସୁରକ୍ଷା ତଥା ଆବଶ୍ୟକୀୟ ସୁବିଧା ସୁଯୋଗ ଯୋଗାଇବାରେ ମାତାପିତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ବୀକୃତି ଦେବାକୁ ଚେଷ୍ଟା କରିଥାଏ। ତେଣୁ ବିଶ୍ୱ ଅଭିଭାବକ ଦିବସ (ଗ୍ଲୋବାଲ ପ୍ୟାରେଣ୍ଟ୍ସ ଡେ’)ରେ ମାତାପିତାଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri