‘ପାତ୍ରଙ୍କ ତରବରିଆ ନିଷ୍ପତ୍ତି ଭୁଲ’

ବ୍ରହ୍ମପୁର ଅଫିସ,୯ା୬: ଗଞ୍ଜାମ ଟାଇଗର ନଂ. ୨ ସୂର୍ଯ୍ୟ ନାରାୟଣ ପାତ୍ର ଶାସକ ଦଳ ରାଜନୀତିରେ ଷଡ଼ଯନ୍ତ୍ରର ଶିକାର ହୋଇଥିବା ବିଭିନ୍ନ ମହଲ ଆଲୋଚନା କରୁଛନ୍ତି। ସୂଚନାଯୋଗ୍ୟ ଏହି ଜିଲାର ବରିଷ୍ଠ ରାଜନେତା ସ୍ବର୍ଗତ ରାମକୃଷ୍ଣ ପଟ୍ଟନାୟକଙ୍କୁ ଗଞ୍ଜାମ ଟାଇଗର କୁହାଯାଉଥିଲା। ସେ ବହୁବାର କୋଦଳା ନିର୍ବାଚନମଣ୍ଡଳୀରୁ ବିଧାୟକ ହେବା ସହ ବିଜୁ ବାବୁଙ୍କ ଜନତା ଦଳ ଏବଂ ନବୀନ ପଟ୍ଟନାୟକଙ୍କ ସରକାରରେ କ୍ୟାବିନେଟ ମନ୍ତ୍ରୀ ହୋଇ ଅର୍ଥ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ସମ୍ଭାଳିଥିଲେ। ୨୦୦୨ରୁ ସେ ବିଜେଡି ଛାଡ଼ିଥିଲେ। ପ୍ରଥମେ କଂଗ୍ରେସ ଓ ପରେ ଭାଜପାରେ ସାମିଲ ହୋଇଥିଲେ। ଦଳ ବଦଳ ପରେ ଦୁଇ ଦଶନ୍ଧି ହେବ କ୍ଷମତାଚ୍ୟୁତ ହେବାରୁ ତାଙ୍କ ଗର୍ଜନ ଶୁଭିନଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ସୂର୍ଯ୍ୟଙ୍କ ରାଜନୈତିକ ଦବ୍‌ଦବା ଜିଲାରେ ଆରମ୍ଭ ହୋଇଥିଲା। ତେଣୁ ତାଙ୍କୁ ଗଞ୍ଜାମ ଟାଇଗର ନଂ. ୨ ଭାବେ ପରିଚିତ କରିଥିଲା।
ସୂର୍ଯ୍ୟ ଛାତ୍ର ଜୀବନରେ ପ୍ରଥମେ ତତ୍କାଳୀନ ଜନ ସଂଘର ସମର୍ଥକ ଥିଲେ। ପରେ ଅଣ କଂଗ୍ରେସ ରାଜନୀତିରେ ପ୍ରତିଷ୍ଠିତ ହୋଇଥିଲେ। ବ୍ରହ୍ମପୁର ପୌରସଂସ୍ଥାର କାଉନସିଲର ଭାବେ ନିର୍ବାଚିତ ହୋଇ ସକ୍ରିୟ ରାଜନୀତିକୁ ଆସିଥିଲେ। ୧୯୮୪, ୧୯୮୯ ଲୋକ ସଭା ନିର୍ବାଚନରେ ବ୍ରହ୍ମପୁର ଆସନରୁ ଜନତା ପାର୍ଟିରୁ ପ୍ରତିଦ୍ୱନ୍ଦ୍ୱିତା କରି କଂଗ୍ରେସ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ପରାସ୍ତ ହୋଇଥିଲେ। ୧୯୯୦ ବିଧାନସଭା ନିର୍ବାଚନରେ ମୋହନା କ୍ଷେତ୍ରରୁ ଜନତା ଦଳରୁ ବିଧାୟକ ହୋଇଥିଲେ। ବିଧାୟକ ଥାଇ ୧୯୯୧ ଲୋକସଭା ନିର୍ବାଚନରେ ପୁଣି ଜନତା ଦଳରୁ ବ୍ରହ୍ମପୁର କ୍ଷେତ୍ରରୁ ହାରିଥିଲେ। ବିଜୁବାବୁଙ୍କ ଶୁଭ ଦୃଷ୍ଟି ଥିବାରୁ ୧୯୯୨ରେ ପ୍ରଥମେ ଜନତା ଦଳ ସରକାରରେ ରାଷ୍ଟ୍ରମନ୍ତ୍ରୀ ପଦ ପାଇଥିଲେ। ୧୯୯୫ ବିଧାନସଭା ନିର୍ବାଚନରେ ସେ ମୋହନାରୁ ଦ୍ୱିତୀୟଥର ନିର୍ବାଚିତ ହୋଇଥିଲେ।
ପରବର୍ତ୍ତୀ ୨୦୦୦ ରୁ ୨୦୧୯ ମଧ୍ୟରେ ହୋଇଥିବା ୫ ବିଧାନସଭା ନିର୍ବାଚନରେ ପାତ୍ର ଲଗାତର ଭାବେ ମୋହନାରୁ ଆଉ ୨ ଥର ଏବଂ ସୀମା ନିର୍ଦ୍ଧାରଣ ଓ ନିର୍ବାଚନମଣ୍ଡଳୀ ପୁନର୍ଗଠନ ପ୍ରକ୍ରିୟାରେ ନୂଆ ନିର୍ବାଚନ ମଣ୍ଡଳୀ ଦିଗପହଣ୍ଡି ଗଠନ ହେବାରୁ ସବୁ ନିର୍ବାଚନରେ ବିଜେଡିରୁ ନିର୍ବାଚିତ ହୋଇଥିଲେ। ନବୀନଙ୍କ ଚତୁର୍ଥ ପାଳି ସରକାର ପର୍ଯ୍ୟନ୍ତ ସେ କ୍ୟାବିନେଟ ମନ୍ତ୍ରୀ ହୋଇ ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗ ପାଇଥିଲେ। ୨୦୧୪ ନିର୍ବାଚନରେ ସେ ୩ ବର୍ଷ ମନ୍ତ୍ରୀ ହୋଇ ନ ଥିଲେ ମଧ୍ୟ ଦଳର ସଂଗଠନରେ ମୁଖ୍ୟ ଭୂମିକା ନେଉଥିଲେ। ୨୦୧୭ ପଞ୍ଚାୟତ ନିର୍ବାଚନ ପୂର୍ବରୁ ତାଙ୍କୁ ନବୀନ ପୁଣି ମନ୍ତ୍ରୀ ପରିଷଦରେ ସାମିଲ କରିଥିଲେ। ପଞ୍ଚମ ପାଳି ଶାସନରେ ସୂର୍ଯ୍ୟଙ୍କୁ ମନ୍ତ୍ରୀ ନ କରି ସାମ୍ବିଧାନିକ ପଦ ବିଧାନସଭା ବାଚସ୍ପତି କରାଯାଇଥିଲା। ଗତ ସପ୍ତାହରେ ମନ୍ତ୍ରୀ ପରିଷଦ ପୁନର୍ଗଠନ ପାଇଁ ସବୁ ମନ୍ତ୍ରୀ ଇସ୍ତଫା ଦେଇଥିଲେ। ବାଚସ୍ପତିଙ୍କୁ ମଧ୍ୟ ଇସ୍ତଫା ଦେବାକୁ କୁହାଯାଉଥିବା ପ୍ରଚାର ହେଲା। ସେ ମଧ୍ୟ କାଳ ବିଳମ୍ବ ନ କରି ପଦରୁ ଇସ୍ତଫା ଦେଲେ ।
ସାମ୍ବିଧାନିକ ଓ ମର୍ଯ୍ୟାଦାପୂର୍ଣ୍ଣ ବାଚସ୍ପତି ପଦରୁ ପାତ୍ରଙ୍କ ଅଚାନକ ଇସ୍ତଫା ରାଜନୈତିକ ସଚେତନ ଜିଲା ଗଞ୍ଜାମରେ ଭିନ୍ନ ଭିନ୍ନ ଆଲୋଚନା ଚାଲିଛି। କାଳେ ପୁଣି ମନ୍ତ୍ରୀ ହେବା ଆଶା ରଖି ପଦ ଛାଡ଼ିଥିବା କେତେକ କହୁଥିବା ବେଳେ କୌଣସି ବଡ଼ କାରଣରୁ ବିଜେଡି ପକ୍ଷରୁ ଇସ୍ତଫା ଦେବାକୁ ବାଧ୍ୟ କରାଯାଇଥିବା ଆଉ କେତେକ ମତପ୍ରକାଶ କରିଛନ୍ତି। ତେବେ ଅସଲ କାରଣ ପଦାକୁ ନ ଆସି ଅସ୍ପଷ୍ଟ ରହିଛି। ୨୦୨୪ ନିର୍ବାଚନ ନିକଟତର ହୋଇଛି ଏବଂ ବିଜେଡି ମଧ୍ୟ ନୂଆ ରଣନୀତି ଆରମ୍ଭ କରି ଦେଇଛି। ଏଭଳି ସ୍ଥିତିରେ ପାତ୍ର ଦଳୀୟ ଷଡ଼ଯନ୍ତ୍ରର ଶିକାର ହୋଇଥିବା ଓ ପଦ ଛାଡ଼ିଥିବା ଆଲୋଚନା ପରିସରକୁ ଆସିଛି। ଜିଲାର ଜଣେ ବରିଷ୍ଠ ରାଜେନେତା ତଥା ପୂର୍ବତନ ବାଚସ୍ପତି ଚିନ୍ତାମଣି ଦ୍ୟାନ ସାମନ୍ତରା ସୂର୍ଯ୍ୟ ତରବରିଆ ଭାବେ ଇସ୍ତଫା ଦେବା ତାଙ୍କ ଭୁଲ ନିଷ୍ପତ୍ତି ହୋଇଥିବା ଆଲୋଚନା ପ୍ରସଙ୍ଗରେ ସୂଚାଇଛନ୍ତି। ମନ୍ତ୍ରୀ ହେବାକୁ ଆଶା ରଖି କରିଥାଇ ପାରନ୍ତି ବୋଲି ଅନୁମାନ କରିଛନ୍ତି। ଯଦି ବିଜେଡି ନିର୍ଦ୍ଦେଶରେ ସେ ଇସ୍ତଫା ଦେଇନଥାନ୍ତେ ତେବେ ବାଚସ୍ପତିଙ୍କ ବିରୋଧରେ ଅନାସ୍ଥା ଆଣିବା ସହଜ ନୁହେଁ ବୋଲି ଚିନ୍ତାମଣି ଦର୍ଶାଇଛନ୍ତି। ଏଭଳି ନୂଆ ଘଟଣା କାହିଁକି ଘଟିଲା ତାହା ନିଜେ ପାତ୍ର ଓ ତାଙ୍କ ଦଳ ସର୍ବସାଧାରଣରେ ପ୍ରକାଶ କରିବା ନିହାତି ଆବଶ୍ୟକ ବୋଲି ଦ୍ୟାନ ସାମନ୍ତରା ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୪ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri