ବାରଣ୍ଡାରେ ପଢୁଛନ୍ତି ଛାତ୍ରୀଛାତ୍ର

ଖଇରା, ୯ା୬(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ବ୍ଲକ ଗଗନଧୂଳି ପଞ୍ଚାୟତ ଅଧୀନ ରଫାୟାତପୁର ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀକକ୍ଷ ଅଭାବ ଯୋଗୁ ୨ଟି ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ବାରଣ୍ଡାରେ ବସି ପଢିବାକୁ ପଢୁଛି। ଶିକ୍ଷାବର୍ଷ ଆରମ୍ଭ ହେବା ପୂର୍ବରୁ ବିକଳ୍ପ ବ୍ୟବସ୍ଥା କରା ନ ଗଲେ ଅଭିଭାବକମାନେ ଧାରଣାରେ ବସିବାକୁ ଚେତାବନୀ ଦେଇଛନ୍ତି।
ବିଦ୍ୟାଳୟରେ ଏବେ ୧ମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ୧୫୪ ପିଲା ଅଧ୍ୟୟନ କରୁଛନ୍ତି। ଏଥିପାଇଁ ୮ଟି ଶ୍ରେଣୀର ଆବଶ୍ୟକତା ରହିଛି। ୟାସ୍‌ ବାତ୍ୟା ପୂର୍ବରୁ ପିଲାମାନଙ୍କୁ ଯେନତେନ ପ୍ରକାରେଣ କାମ ଚଳୁଥିଲା। ହେଲେ ୟାସ୍‌ ବାତ୍ୟାରେ ଘର ଭାଙ୍ଗିଯିବା ଏବଂ ଅନ୍ୟ ଏକ ଘର ଅସୁରକ୍ଷିତ ଥିବା ଯୋଗୁ ବସିବାକୁ ଭୟ କରୁଛନ୍ତି। ଏଣୁ ପିଲାମାନଙ୍କ ସୁରକ୍ଷା ଦୃଷ୍ଟିରୁ ୩ଟି ଘରେ ୬ଟି ଶ୍ରେଣୀ ଚାଲୁଥିବା ବେଳେ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀର ପିଲାମାନଙ୍କୁ ବାରଣ୍ଡାରେ ବସି ପଢିବାକୁ ପଡୁଛି। ସେପଟେ ଅନ୍ୟ ୩ଟି ଗୃହରେ ୬ଟି ଶ୍ରେଣୀର ପିଲାଙ୍କୁ ଏକ ସମୟରେ ପାଠ ପଢୁଥିବା ବେଳେ ଉଭୟ ଶିକ୍ଷକଙ୍କୁ ପଢାଇବା ଏବଂ ଛାତ୍ରୀଛାତ୍ରଙ୍କୁ ଶୁଣିବା ପାଇଁ କସରତ କରିବାକୁ ପଡୁଛି ା ଏ ସମ୍ପର୍କରେ ପ୍ରଧାନ ଶିକ୍ଷକ ରବୀନ୍ଦ୍ର ସିଂ କହିଛନ୍ତି, ୟାସ୍‌ ବାତ୍ୟାରେ ଘର ଭାଙ୍ଗିବା ପରେ ସେ ଶିକ୍ଷା ବିଭାଗର ଜିଲାସ୍ତରରୁ ବ୍ଲକସ୍ତର ଏବଂ ସ୍ଥାନୀୟ ସରପଞ୍ଚ ପର୍ଯ୍ୟନ୍ତ ସମସ୍ତଙ୍କୁ ଜଣାଇ ସାରିଥିବା କହିଛନ୍ତି। ପରିଚାଳନା କମିଟି ସଭ୍ୟା ମଞ୍ଜୁଲତା ମହାକୁଡ ମଧ୍ୟ ଶ୍ରେଣୀକକ୍ଷ ଅଭାବକୁ ନେଇ ଗୋଟିଏ ଘରେ ୨ଟି ଶ୍ରେଣୀର ପିଲା ପଢିବା ସମୟରେ ଶିକ୍ଷକ ଓ ପିଲାମାନେ କିଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସେ ବିଷୟରେ କହିବା ସହ ଉଚ୍ଚ କର୍ତ୍ତପକ୍ଷଙ୍କ ହସ୍ତକ୍ଷେପ ଦାବି କରିଛନ୍ତି।
ଏ ସମ୍ପର୍କରେ ଗୋଷ୍ଠୀ ଶିକ୍ଷାଧିକାରୀ ଗୋଲକ ପ୍ରସାଦ ପାଢୀଙ୍କୁ ଶ୍ରେଣୀଗୃହ ଅଭାବ ବିଷୟରେ ସେ ଅବଗତ ଅଛନ୍ତି।
ବର୍ତ୍ତମାନ ପଞ୍ଚାୟତ ଚାହିଁଲେ ଏହି ଆବଶ୍ୟକତା ପୂରଣ ହୋଇପାରିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ବରରେ ପୁଣି ଅଗ୍ନିକାଣ୍ଡ; ବିଦ୍ୟୁତ ତାରରୁ ସର୍ଟ ସର୍କିଟ ହୋଇ ଜଳିଗଲା…

ବାଲେଶ୍ୱର,୧।୧୦(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା ।…

ବନ୍ୟା ପାଇଁ ଡଙ୍ଗାରେ ଗଲେ ବର: ବନ୍ୟାଜଳରେ ବୁଡ଼ିରହିଛି ବିଭିନ୍ନ ପଞ୍ଚାୟତ

ଭୋଗରାଇ,୨୯ା୯(ପ୍ରଦୀପ ଦାସ):ସୁବର୍ଣ୍ଣରେଖା ନଦୀରେ ଆସିଛି ଚତୁର୍ଥ ବନ୍ୟା। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ବିଭିନ୍ନ ପଞ୍ଚାୟତ ବନ୍ୟାଜଳରେ ବୁଡ଼ିରହିଛି। ଘରୁ ଗୋଡ଼ କାଢ଼ିଲେ ଅକାତକାତ ପାଣି। ଯାତାୟାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?