୨୨ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର କାଏମ: କ୍ୟାମ୍ପସ୍‌ରେ ରାଜନୈତିକ ଉଷ୍ମତା

ପାଟଣା, ୯/୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲାର ସ୍ୱାମପାଟଣାସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥିପତ୍ର ଯାଞ୍ଚ ଶେଷ ହୋଇଛି। ନାମାଙ୍କନ କରିଥିବା ସମସ୍ତ ୨୨ ଜଣ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର କାଏମ ରହିଥିବା ମହାବିଦ୍ୟାଳୟର ନିର୍ବାଚନ ଅଧିକାରୀ ତଥା ଶିକ୍ଷା ବିଭାଗର ପ୍ରାଧ୍ୟାପକ ହଳଧର ସାହୁ ଓ ଅଧ୍ୟକ୍ଷ ଜଗନ୍ନାଥ ମହାନ୍ତ ସୂଚନା ଦେଇଛନ୍ତି। ମହାବିଦ୍ୟାଳୟର ବିଜ୍ଞପ୍ତି ନଂ ୯୪/୨୬ ଅନୁଯାୟୀ, ବୈଧ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇଛି।

ସଭାପତି ପଦ ପାଇଁ ସାଲୋନି ତ୍ରିପାଠୀ, ଶୁଭମ କୁମାର ମହାନ୍ତ, ପୁଣ୍ୟବନ୍ତ ପ୍ରଧାନ ଓ ପୂର୍ଣ୍ଣିମା ବେହେରା ପ୍ରାର୍ଥୀ ହୋଇଛନ୍ତି। ଉପସଭାପତି ପଦ ପାଇଁ ତ୍ରିଦେବ ମହାନ୍ତ ଓ ବିଶ୍ୱପ୍ରକାଶ ନାୟକ ପ୍ରାର୍ଥିତ୍ୱ ଦାଖଲ କରିଛନ୍ତି। ସାଧାରଣ ସମ୍ପାଦକ ପଦ ପାଇଁ ଆକାଶ ପାତ୍ର ଓ ଅଙ୍କିତା ବାରିକ ଏବଂ ସହକାରୀ ସମ୍ପାଦକ ପଦ ପାଇଁ ବିରେନ୍ଦ୍ର ବେହେରା ଓ ବିମଳା ମହାନ୍ତ ପ୍ରାର୍ଥୀ ହୋଇଛନ୍ତି।

ଡିଏସ୍‌ଏ ସମ୍ପାଦକ ପଦ ପାଇଁ ସତ୍ୟଜିତ ସତ୍ୟପ୍ରକାଶ ମହାନ୍ତି ଓ ସରୋଜ କୁମାର ବେହେରା ଏବଂ ଆଥଲେଟିକ୍‌ ଆସୋସିଏସନ୍‌ ସମ୍ପାଦକ ପଦ ପାଇଁ ଦିଗନ୍ତ ପ୍ରସାଦ ସେଠୀ ଓ ସମୀର କୁମାର ନାଏକ ପ୍ରାର୍ଥୀ ହୋଇଛନ୍ତି। ସହକାରୀ ଆଥଲେଟିକ୍‌ ସମ୍ପାଦକ ପଦ ପାଇଁ ବର୍ଷାରାଣୀ ମହାନ୍ତ, ନାଟ୍ୟ ସମ୍ପାଦକ ପଦ ପାଇଁ ପ୍ରିୟଦର୍ଶିନୀ ମହାନ୍ତ, ରଞ୍ଜନ କୁମାର ମହାନ୍ତ ଓ ଦିନେଶ ମହାନ୍ତ ଏବଂ ସହକାରୀ ନାଟ୍ୟ ସମ୍ପାଦକ ପଦ ପାଇଁ ଭାରତୀ ନାୟକ ଓ ଅବିନାଶ ସେଠୀ ପ୍ରାର୍ଥୀ ହୋଇଛନ୍ତି। ସେହିପରି, ସହକାରୀ ଡିଏସ୍‌ଏ ପଦ ପାଇଁ ବୈଲୋଚନ ପ୍ରଧାନ ଓ ସନ୍ଦୀପ କୁମାରଙ୍କ ନାମ ତାଲିକାରେ ରହିଛି।

ନିର୍ବାଚନ ପରିଚାଳନା ଦାୟିତ୍ୱରେ ଅଧ୍ୟାପକ ଡା. ହୃଦାନନ୍ଦ ବିଶ୍ୱାଳ, ବଜେନ୍ଦ୍ର କୁମାର ପତି, ସୌମ୍ୟରଞ୍ଜନ ମିଶ୍ର ଓ ଶ୍ରୀନିବାସ ତ୍ରିପାଠୀ ରହିଛନ୍ତି। ଆଇନଶୃଙ୍ଖଳା ରକ୍ଷା ପାଇଁ ପାଟଣା ଥାନା ଅଧିକାରୀ କିରଣ ପ୍ରସାଦ ସାହୁଙ୍କ ନେତୃତ୍ୱରେ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା।

ଦୀର୍ଘ ୮ ବର୍ଷ ପରେ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ହେଉଥିବାରୁ କ୍ୟାମ୍ପସ୍‌ରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି। କଲେଜ ରାଜନୀତିରେ ନିଜର ପ୍ରଭାବ ଜାହିର କରିବା ପାଇଁ ଭାଜପାର ଛାତ୍ର ସଂଗଠନ ଏବିଭିପି ଓ ବିଜେଡିର ଛାତ୍ର ସଂଗଠନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଉଭୟ ଦଳର ଯୁବନେତା ଓ ପୂର୍ବତନ ଛାତ୍ରନେତାଙ୍କ ଭିଡ଼ ମହାବିଦ୍ୟାଳୟ ପରିସର ବାହାରେ ଦେଖିବାକୁ ମିଳିଥିଲା।

ଶନିବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ନିର୍ବାଚନ ଲଢ଼େଇର ପ୍ରକୃତ ଚିତ୍ର ସ୍ପଷ୍ଟ ହେବ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ଥର ପାଇଁ ଋଷିମାଳ ସ୍ନାତକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ

ବ୍ରାହ୍ମଣୀଗାଁ, ୯।୧୦(ମନୋରଞ୍ଜନ ରଣା): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପୁଣିଥରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେଉଛି। ଏହି କ୍ରମରେ…

ଆମେରିକା କାର୍ଯ୍ୟାନୁଷ୍ଠାନ ଉପରେ ସ୍ପଷ୍ଟୀକରଣ ରଖିଲା ଭାରତ, H-1B ଭିସା ଉପରେ …

ନୂଆଦିଲ୍ଲୀ,୯।୧୦: ଆମେରିକା ସରକାରଙ୍କ ଦ୍ୱାରା କେତେକ ପ୍ରମୁଖ ଟେକ୍ କମ୍ପାନୀକୁ ନିଯୁକ୍ତି-ଭିତ୍ତିକ ଗ୍ରୀନ୍ କାର୍ଡ କାର୍ଯ୍ୟକ୍ରମରୁ ନିଲମ୍ବିତ କରାଯିବା ନିଷ୍ପତ୍ତି ଉପରେ ଭାରତର ବୈଦେଶିକ ମନ୍ତ୍ରାଳୟ (MEA)…

ତାରାତାରିଣୀ କଲେଜ ଛାତ୍ର ସଂସଦ ନିର୍ବାଚନ: ମଇଦାନରେ ୨୩ ପ୍ରାର୍ଥୀ, ଜଣଙ୍କ ପ୍ରାର୍ଥିପତ୍ର ନାକଚ

ପୁରୁଷୋତ୍ତମପୁର, ୯/୧୦ (ସବିତା ମିଶ୍ର): ଗଞ୍ଜାମ ଜିଲାର ପୁରୁଷୋତ୍ତମପୁରସ୍ଥିତ ତାରାତାରିଣୀ କଲେଜରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥିପତ୍ର ଯାଞ୍ଚ ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା…

ସ୍ନାତକ ମହାବିଦ୍ୟାଳୟରେ ଇଲେକ୍ସନ ବଦଳରେ ସିଲେକ୍ସନ

ଗୁଡ଼ାରି, ୯।୧୦ (ପ୍ରମୋଦ କୁମାର ପତି): ଗୁଡ଼ାରି ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଛାତ୍ର ସଂସଦର ବିଭିନ୍ନ ପଦବୀ ପାଇଁ ଶୁକ୍ରବାର…

ସୁପରଷ୍ଟାର ସଲମାନଙ୍କ ନୂଆ ଇନିଂସ, କିଛି ଏଭଳି ଘୋଷଣା କରି ଚମକାଇଲେ

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନଙ୍କ ନୂଆ ଇନିଂସ। ଆପଣ ଯଦି ଭାବୁଛନ୍ତି ସେ ବୋଧହୁଏ ବିବାହ କରିବାକୁ ଯାଉଛନ୍ତି, ତେବେ ନା। କେତେବେଳେ ସିନେମା ତ…

ପ୍ରଥମେ ସୋସିଆଲ ମିଡିଆରେ ପୋଷ୍ଟ, ଏବେ ଭାଜପାରୁ ଇସ୍ତଫା ଦେଇ ଚମକାଇଲେ ଧର୍ମେନ୍ଦ୍ର

ଲକ୍ଷ୍ନୌ, ୯।୧୦: ଉତ୍ତର ପ୍ରଦେଶରେ ରାଜ୍ୟ ସଭା ନିର୍ବାଚନ ପାଇଁ ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ଭାରତୀୟ ଜନତା ପାର୍ଟିର ପୂର୍ବତନ MP ଧର୍ମେନ୍ଦ୍ର କଶ୍ୟପ…

ବାଲିଯାତ୍ରାରେ ରକ୍ତପାତ: ଛୁରାମାଡ଼ରେ ଜଣେ ମୃତ, ଅନ୍ୟଜଣେ ଗୁରୁତର

କଲ୍ୟାଣସିଂହପୁର, ୯।୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଶିଖରପାଇ ବାଲିଯାତ୍ରାରେ ଘଟିଛି ଏକ ଅଭାବନୀୟ ଘଟଣା। ସାମାନ୍ୟ ବଚସାକୁ କେନ୍ଦ୍ର କରି…

କେତେ ପଢ଼ିଛନ୍ତି ଫେମସ ୟୁଟ୍ୟୁବର ଧ୍ରୁବ ରାଠୀ? ନେଟ୍ ୱର୍ଥ ଶୁଣିଲେ ଉଡ଼ିଯିବ ହୋସ୍

ଗତ କିଛି ବର୍ଷ ମଧ୍ୟରେ ଧ୍ରୁବ ରାଠିଙ୍କ ନାମ ଭାରତୀୟ ସୋସିଆଲ ମିଡିଆ ଜଗତରେ ଅଧିକ ଲୋକପ୍ରିୟ ହୋଇଛି। ପ୍ରାରମ୍ଭିକ ଦିନରେ ଟ୍ରାଭେଲ ଭିଡିଓ ଯୋଗୁଁ ଫେମସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?