ଜମି କାରବାରକୁ ନେଇ ହତ୍ୟା

ବାଲେଶ୍ୱର ଅଫିସ, ୯ା୬: ବାଲେଶ୍ୱର ଜିଲା ଚାନ୍ଦିପୁର ରାସ୍ତା ଗଛମାଳିଆ ଛକଠାରେ ଗତ ୩ତାରିଖ ରାତିରେ ସତ୍ୟବ୍ରତ ଦାସ (୪୨)ଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛନ୍ତି ପୂର୍ବାଞ୍ଚଳ ଆଇଜି ହିଂମାଶୁ କୁମାର ଲାଲ୍‌। ଜମି କାରବାର ନେଇ ଟଙ୍କା ହଡ଼ପ ଓ ମଦ ବେପାର ବଟି ଆଦାୟ ଘଟଣାକୁ ନେଇ କେତେଜଣ ଯୁବକ ଏକାଠି ହୋଇ ହତ୍ୟା କରିଥିଲେ। ଏହି ଘଟଣାରେ ୭ଜଣଙ୍କୁ ଗିରଫ କରାଯାଇଥିବା ବୁଧବାର ପୂର୍ବାଞ୍ଚଳ ଆଇଜିଙ୍କ କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ପଶ୍ଚିମବଙ୍ଗର ଗୋବିନ୍ଦ ସ୍ବାମୀ ଓରଫ୍‌ ଆନ୍ନା, ବାଲେଶ୍ୱର ଜିଲା ବଳରାମଗଡ଼ି ଥାନା ମିର୍ଜାପୁର ଗ୍ରାମର ଶିବ ପ୍ରସାଦ ଜେନା, ସଦର ଥାନା ଖାନନଗର ଗ୍ରାମର ପ୍ରଶାନ୍ତ କୁମାର, ଟାଉନ ଥାନା ବାରବାଟି ଗ୍ରାମର ସୁବାଶିଷ ଦାସ ଓ ପାତ୍ରପଡ଼ା ଗ୍ରାମର ନବ ରାୟ, ସହଦେବଖୁଣ୍ଟା ମଡ଼େଲ ଥାନା ଗୁଡ଼ିପଦା ଗ୍ରାମର ଭବାନୀ ଶଙ୍କର ସାହୁ ଓ ଚାନ୍ଦିପୁର ଥାନା ସୋନାପୁର ଗ୍ରାମରେ ରହିଆସୁଥିବା ଭଦ୍ରକ ଜିଲା ସବରଙ୍ଗ ଗ୍ରାମର ପ୍ରେମାନନ୍ଦ ମଲ୍ଲିକ (୩୮)। ଅଭିଯୁକ୍ତମାନଙ୍କଠାରୁ ୧୧ ମୋବାଇଲ ଫୋନ୍‌, ୫ ଗାଡ଼ି ଓ ବଡ଼ ଛୁରୀ ଜବତ ହୋଇଛି। ଅଭିଯୁକ୍ତମାନେ ଯୋଜନାବଦ୍ଧ ଭାବେ ସତ୍ୟବ୍ରତଙ୍କୁ ହତ୍ୟା କରିବା ପରେ ପୋଲିସକୁ ଚକ୍‌ମା ଦେବା ପାଇଁ ଫେରାର ନ ହୋଇ ମୃତଦେହ ପାଖରେ ରହି ସମବେଦନା ଜଣାଉଥିଲେ। କାନ୍ଦିବା ଅଭିନୟ ମଧ୍ୟ କରୁଥିଲେ ବୋଲି ପୋଲିସ କହିଛି।
ସୂଚନା ଅନୁଯାୟୀ, ଗୋବିନ୍ଦ ସ୍ବାମୀ ଚାନ୍ଦିପୁର ଅଞ୍ଚଳରେ ୩ଟି ପ୍ଲଟ କିଣିଥିଲେ। ଉକ୍ତ ଜମିକୁ ଅଢ଼େଇ ବର୍ଷ ପୂର୍ବରୁ ନବ ରାୟ ୬୦ ଲକ୍ଷ ଟଙ୍କାରେ କିଣିବା ପାଇଁ ଡିଲ୍‌ କରିଥିଲେ। ଏହି ଡିଲ୍‌ରେ ମୃତକ ସତ୍ୟବ୍ରତ ମଧ୍ୟସ୍ଥତା କରିଥିଲେ। ଜମି ରେଜିଷ୍ଟ୍ରେସନ ସରିଯାଇଥିଲେ ମଧ୍ୟ ସତ୍ୟବ୍ରତ ନବଙ୍କଠାରୁ ଟଙ୍କା ନେଇ ଗୋବିନ୍ଦ ସ୍ବାମୀଙ୍କୁ ଦେଇ ନ ଥିଲେ। ଗୋବିନ୍ଦ ସ୍ବାମୀ ବାରମ୍ବାର ଟଙ୍କା ସତ୍ୟବ୍ରତଙ୍କୁ ମାଗିଥିଲେ। ଏଥିପାଇଁ ପୂର୍ବରୁ ଅଳ୍ପ ବହୁତ ଝଗଡ଼ା ମଧ୍ୟ ହୋଇଥିଲା। ଅନ୍ୟପକ୍ଷରେ ନବ ରାୟଙ୍କର ୩ଟି ମଦ ଦୋକାନ ଥିବା ବେଳେ ବଳରାମଗଡ଼ି ଓ ପାତ୍ରପଡ଼ା ଦୁଇଟି ଦୋକାନ କଥା ସତ୍ୟବ୍ରତ ବୁଝାବୁଝି କରିବା ସହ ପ୍ରତି ମଦ ବୋତଲ ପିଛା ୭, ୧୪ ଓ ୨୮ ଟଙ୍କା ଲେଖାଏଁ ବଟି ନେଉଥିଲେ। ଅନ୍ୟପକ୍ଷରେ କେତେକ ଖୁଚୁରା ଚୋରା ମଦବେପାରୀଙ୍କ ଦ୍ୱାରା ବେପାର କରି ସେମାନଙ୍କ ନିକଟରୁ ସମସ୍ତ ଲାଭ ଟଙ୍କା ନେଇଯାଉଥିବାରୁ ଅସନ୍ତୋଷ ବଢ଼ିଯାଇଥିଲା। ନବ ରାୟ ଓ ଗୋବିନ୍ଦ ସ୍ବାମୀଙ୍କ ଯୋଜନା ଅନୁସାରେ ସମସ୍ତେ ମିଳିତ ଭାବେ ସତ୍ୟବ୍ରତଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ। ଗତ ୩ ତାରିଖରେ ସତ୍ୟବ୍ରତ ଘରକୁ ଫେରୁଥିବା ବେଳେ ସମସ୍ତେ ମିଶି ଗଛମାଳିଆ ଛକଠାରେ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ସତ୍ୟବ୍ରତଙ୍କ ମୃତ୍ୟୁ ହୋଇଥିଲା। ଗିରଫ ୭ଜଣଙ୍କ ମଧ୍ୟରୁ ୫ଜଣ ସହଦେବଖୁଣ୍ଟା ଥାନାରେ ଅଟକ ଅଛନ୍ତି। ଆକ୍ରମଣ ଘଟଣାରେ ଗୋବିନ୍ଦସ୍ବାମୀ ଆହତ ହୋଇଥିବାରୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛି। ନବ ରାୟଙ୍କୁ ଚାନ୍ଦିପୁର ଥାନାରେ ଅଟକ ରଖାଯାଇଛି। ଏନେଇ ଏସ୍‌ପି ସୁଧାଂଶୁ ଶେଖର ମିଶ୍ର କହନ୍ତି, ଅଭିଯୁକ୍ତମାନେ ପୂର୍ବରୁ ବହୁ ଅପରାଧିକ କାର୍ଯ୍ୟରେ ଲିପ୍ତ ଥିବାରୁ ସେମାନଙ୍କ ନାମରେ ଜିଲାର ବିଭିନ୍ନ ଥାନାରେ ନିଶା କାରବାର, ଜମି ଦଲାଲ, ଲୁଟ୍‌ ଭଳି ସଙ୍ଗୀନ ମାମଲା ରହିଛି। ଖବରଦାତା ସମ୍ମିଳନୀରେ କ୍ରାଇମ ଡିଏସ୍‌ପି ଅମୂଲ୍ୟ ଧର, ସହଦେବଖୁଣ୍ଟା ଥାନା ଅଧିକାରୀ ଶୁଭ୍ରାଂଶୁ ଶେଖର ନାୟକ, ଟାଉନ ଥାନା ଅଧିକାରୀ ଗୋପାଳ ଚନ୍ଦ୍ର କର୍ଣ୍ଣ ଓ ଚାନ୍ଦିପୁର ଥାନା ଅଧିକାରୀ ଅଜୟ ମୁର୍ମୁ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri