ବ୍ୟବସାୟୀଙ୍କ ଦେହାନ୍ତରେ ପାଟଣା ବଜାର ବନ୍ଦ

ପାଟଣା,୧୬ା୧୦(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ ପାଟଣା ପଞ୍ଚାୟତ ସାମ ଶାସନର ଜଣାଶୁଣା ବ୍ୟବସାୟ ବିପିନ ବିହାରୀ ଦାଶଙ୍କ ବୁଧବାର ରାତିରେ ୬୬ବର୍ଷ ବୟସରେ ଦେହାନ୍ତ ଘଟିଛି। ସେ ପାଟଣା ମୁଖ୍ୟାଳୟ ବଜାରରେ ଦୀର୍ଘବର୍ଷ ହେବ ବ୍ୟବସାୟ କରି ଆସୁଥିଲେ। ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ପାଟଣା ବଣିକ କମିଟି ତରଫରୁ ଗୁରୁବାର ସକାଳ ୬ରୁ ଅପରାହ୍ନ ୧୨ଟା ପର୍ଯ୍ୟନ୍ତ ପାଟଣା ବଜାରର ସମସ୍ତ ଦୋକାନକୁ ବନ୍ଦ କରାଯାଇଛି। ବୁଧବାର ବିଳମ୍ବିତ ରାତିରେ ଅନ୍ତେଷ୍ଟି କ୍ରିୟା ପାଟଣା ବୈତରଣୀ ନଦୀର ଦୁର୍ଗାଦେଇପୁର ଶ୍ମଶାନ ଘାଟରେ ସମ୍ପନ୍ନ ହୋଇଛି। ଏକ ମାତ୍ର ପୁଅ ବୀରକିଶୋର ମୁଖାଗ୍ନି ଦେଇଥିଲେ। ମୃତ୍ୟୁଶଯ୍ୟା ନିକଟରେ ଭାଇ ଗଦାଧର, ବିଜୟ ,ଅଜୟ, ଝିଅ ଯୋଇଁ, ପୁତୁରା, ଝିଆରୀ, ଆତ୍ମୀୟ ସ୍ବଜନ ଉପସ୍ଥିତ ଥିଲେ। ବଡ଼ପାଟଣା ସରପଞ୍ଚ ବିନତି ବାନାରା, ପୂର୍ବତନ ପାଟଣା ବ୍ଲକ ଅଧ୍ୟକ୍ଷ ଇଂ ବିଦ୍ୟାଧର ଦାଶ, ପାଟଣା ବଣିକ ସଂଘ ସଭାପତି ବୁଲୁ ଭଞ୍ଜ, ସମ୍ପାଦକ ଅଜୟ ବେହେରା, ସମବାୟବିତ୍‌ ଦିନବନ୍ଧୁ ମିଶ୍ର, ସାମାଜିକ କର୍ମୀ ଅଜିତ କୁମାର ଦାଶ,ପର୍ଶୁରାମ ପଣ୍ଡା, କମଳା କାନ୍ତ ପତି, ଅଜୟ କୁମାର ଦାଶ, ଶିବ ନାରାୟଣ ମିଶ୍ର, ଅରବିନ୍ଦ ଦାଶ, ବ୍ୟବସାୟୀ ଚିତ୍ତ ସାହୁ ପ୍ରମୁଖ ଶେଷ ଦର୍ଶନ କରିବା ସହ ବ୍ୟବସାୟୀ ବିଷ୍ଣୁ ବେହେରା, କୁଞ୍ଜ ସାହୁ, କାଳିଆ ଭଞ୍ଜ, ରାଜା ସାହୁ, ସଞ୍ଜୁ ଭଞ୍ଜ ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜଣେ ଶିକ୍ଷକଙ୍କ କାନ୍ଧରେ ସ୍କୁଲ ଭାର: ୭ ବିଷୟ ସହ ଶାରୀରିକ ଶିକ୍ଷା ଦେଉଛନ୍ତି ସାହିତ୍ୟ ସାର୍‌

ହାଟଡିହୀ,୫।୯(ଶୁଭକାନ୍ତ ନାୟକ):କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତଙ୍କୁ ଶିକ୍ଷା, ଉତ୍ତମ ଶିକ୍ଷାର ନାରା ଦେଉଛନ୍ତି। ମାତ୍ର ବାସ୍ତବ ସ୍ଥିତି କିନ୍ତୁ ଓଲଟା। ଗ୍ରାମାଞ୍ଚଳରେ ସ୍କୁଲରେ ମୌଳିକ ସୁବିଧା,…

ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ବଳିଦାନ ଦିବସରେ ହିନ୍ଦୁଧର୍ମର ଉଦାରତା ଉପରେ ଆଲୋକପାତ

ପାଟଣା,୪ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଶୁକ୍ରବାର କୃଷ୍ଣ ଜନ୍ମାଷ୍ଟମୀ, ବିଶ୍ୱ ହିନ୍ଦୁ ପରିଷଦ ପ୍ରତିଷ୍ଠା ଦିବସ ଓ ଲକ୍ଷ୍ମଣାନନ୍ଦ…

ଦୂରଶିକ୍ଷା ପାଇଁ ପାଟଣା ଆଞ୍ଚଳିକ ମହାବିଦ୍ୟାଳୟକୁ ଅନୁମତି

ପାଟଣା,୪ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷରୁ ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ଅଧୀନରେ ଦୂରଶିକ୍ଷାରେ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri