ବାରଣ୍ଡାରେ ଚିକିତ୍ସିତ ହେଉଛନ୍ତି ରୋଗୀ

ନୟାଗଡ଼,୧୪ା୮(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ଶଯ୍ୟା ନ ପାଇ ବାରଣ୍ଡାରେ ଶୋଇ ଚିକିସତ୍ିତ ହେଉଛନ୍ତି। ଏଭଳି ଘଟଣା ଦିନକର ନୁହେଁ। ପ୍ରାୟ ୧୫ ଦିନ ହେଲା ଏହି ଅବ୍ୟବସ୍ଥା ଲାଗି ରହିଛି। ସେପଟେ ସରକାରୀ ରେକର୍ଡ କହୁଛି ଜିଲା ମୁଖ୍ୟ ଚିକିତ୍ସାଳୟରେ ୩୦୦ ବେଡ୍‌ ରହିଛି। ହେଲେ ମାତ୍ର ୧୮୮ ବେଡ୍‌ କାର୍ଯ୍ୟକ୍ଷମ ରହିଥିବା ଚିକିତ୍ସାଳୟ ସୁୂତ୍ରରୁ ଜଣାପଡିଛି। ବେଡ୍‌ ସଂଖ୍ୟା କମ ଥିବାରୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ହଟହଟା ହୋଇ ଆସୁଛନ୍ତି। ପ୍ରଶ୍ନ ଉଠୁଛି ଯଦି ୩୦୦ ବେଡ୍‌ ସରକାରୀ ରେକର୍ଡ କହୁଛି ଅବଶିଷ୍ଟ ବେଡ୍‌ କାହିଁକି ସଚଳ କରାଯାଉନି। ସରକାର ମାତୃ ଓ ଶିଶୁ ଚିକିତ୍ସାଳୟ ଜିଲା ମୁଖ୍ୟ ଚିକିତ୍ସାଳୟରେ ସ୍ଥାପନ କରିଥିଲେ। ମାତୃ ଓ ଶିଶୁ ଚିକିତ୍ସାଳୟରେ ୧୦୦ ଶଯ୍ୟା ରହିବାର ବ୍ୟବସ୍ଥା ଅଛି। ତେବେ ମାତୃ ଓ ଶିଶୁ ଚିକିସତ୍ାଳୟକୁ ଛାଡିଦେଲେ ଜିଲା ମୁଖ୍ୟ ଚିକିସତ୍ାଳୟରେ ମେଡିସିନ ୱାର୍ଡ ଓ ଅନ୍ୟାନ୍ୟ ୱାର୍ଡରେ କ’ଣ ୮୮ଟି ଶଯ୍ୟା ଅଛି। ଏ ନେଇ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହୋଇଛି। ଏନେଇ ନୂଆଗଁାର ରମା ମଳିକ ନାମକ ଜଣେ ରୋଗୀଙ୍କ ସମ୍ପର୍କୀୟ କହିଛନ୍ତି, ସ୍ବାସ୍ଥ୍ୟସେବା ଉପରେ ଟିପ୍ପଣୀ ଦେଉନୁ। ତେବେ ନାତି ଟୋକାଟା ପାଇଁ ବେଡ୍‌ ମଳିଲା ନାହିଁ। ବାରଣ୍ଡାରେ ରହିବାକୁ ପଡୁଛି। କେହି ରୋଗୀ ଗଲେ ବେଡ୍‌ ମିଳିବ ବୋଲି ଅପେକ୍ଷାରେ ଅଛୁ। ହେଲେ ରୋଗୀ କମିବା ବଦଳରେ ବଢ଼ି ଚାଲିଛନ୍ତି। ଦଶପଲ୍ଲାର ସଦାଶିଷ ସାହୁ କୁହନ୍ତି, ମୋର ଜଣେ ସମ୍ପର୍କୀୟ ମେଡସିନ ୱାର୍ଡରେ ପଡିଛନ୍ତି। ଡାକ୍ତରଖାନାରେ ବେଡ୍‌ ମିଳୁ ନାହିଁ। ଯେଉଁ ୱାର୍ଡକୁ ଗଲେ ବେଡ୍‌ ନାହିଁ ଶୁଣିବାକୁ ମିଳୁଛି।
ବେଡ୍‌ ପାଇଁ ଲବି
ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ବେଡ୍‌ ପାଇବା ପାଇଁ ଲବି ଚାଲିଛି। ବର୍ଷା ଋତୁ ଯୋଗୁ ରୋଗୀଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ ଯେନତେନ ପ୍ରକାରେଣ ବେଡ୍‌ ପାଇଁ ଉଦ୍ୟମ ହେଉଛି। କିଛି ଲୋକ ଲବିରେ ଧରାଧରି କରି ବେଡ୍‌ ପାଉଛନ୍ତି। ଅନେକ ଲୋକ ଭାଗ୍ୟକୁ ଆଦରି ବାରଣ୍ଡାରେ ପଡି ରହୁଛନ୍ତି। ଏନେଇ ଭାପୁରର ଗୋପାଳ ସ୍ବାଇଁ କୁହନ୍ତି, ବାରମ୍ବାର ଚେଷ୍ଟା ପରେ ବେଡ୍‌ ମିଳିଲା ନାହିଁ। ମୋର ଜଣେ ସମ୍ପର୍କୀୟଙ୍କ ହସ୍ତକ୍ଷେପ ପରେ ବେଡ୍‌ ଟିଏ ମିଳିଲା। ଚିହ୍ନା ଲୋକ ନ ଥିଲେ ବେଡ୍‌ ମିଳୁ ନାହିଁ।
୧୦୦ ବେଡ୍‌ ଉଦ୍‌ଘାଟନ ହେଉନି
୧୦୦ ବେଡ୍‌ ବିଶିଷ୍ଟ ମୋ ସରକାର ସ୍ବାସ୍ଥ୍ୟକେନ୍ଦ୍ର ଉଦ୍‌ଘାଟନ ହେଉନି। ପ୍ରାୟ ୪ମାସ ହେଲା ସ୍ବାସ୍ଥ୍ୟକେନ୍ଦ୍ର ଉଦ୍‌ଘାଟନ ଅପେକ୍ଷାରେ ରହିଛି। ନିକଟରେ ୫-ଟି ସଚିବ ୧୦୦ ବେଡ୍‌ ବିଶିଷ୍ଟ ମୋ ସରକାର ସ୍ବାସ୍ଥ୍ୟକେନ୍ଦ୍ରକୁ ଅନୁଧ୍ୟାନ ଓ ସମୀକ୍ଷା କରି ଫେରିଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ଏହି ସ୍ବାସ୍ଥ୍ୟକେନ୍ଦ୍ରକୁ ଉଦ୍‌ଘାଟନ କରୁ ନାହାନ୍ତି। ଏନେଇ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟର ଅଧୀକ୍ଷକ ସୁଧାଂଶୁ ମିଶ୍ର କୁହନ୍ତି, ଜିଲା ମୁଖ୍ୟ ଚିକିତ୍ସାଳୟରେ ୧୮୮ ବେଡ୍‌ କାର୍ଯ୍ୟକ୍ଷମ ରହିଛି। ପ୍ରତିଦିନ ରୋଗୀ ସଂଖ୍ୟା ବଢ଼ୁଥିବାରୁ ସମସ୍ତଙ୍କୁ ବେଡ୍‌ ଦେବା ସମ୍ଭବ ହେଉ ନାହିଁ। ଏଣୁ କିଛି ରୋଗୀ ବାରଣ୍ଡାରେ ଚିକିତ୍ସିତ ହେଉଛନ୍ତି। ୧୦୦ ବେଡ୍‌ ବିଶିଷ୍ଟ ମୋ ସରକାର ସ୍ବାସ୍ଥ୍ୟକେନ୍ଦ୍ର କାର୍ଯ୍ୟକ୍ଷମ ହେଲେ ରୋଗୀ ଠିକରେ ଶଯ୍ୟା ପାଇବେ ବୋଲି ଆଶା କରାଯାଉଛି। ନୟାଗଡ଼ର ସୁଦାମ ମହାପାତ୍ର କୁହନ୍ତି, ୧୦୦ ବେଡ୍‌ ବିଶିଷ୍ଟ ମୋ ସରକାର ସ୍ବାସ୍ଥ୍ୟକେନ୍ଦ୍ର ଖୁବ୍‌ଶୀଘ୍ର ଉଦ୍‌ଘାଟନ ହୋଇପାରେ। ତେବେ ସରକାର ରୋଗୀଙ୍କ ସ୍ବାସ୍ଥ୍ୟକୁ ଗୁରୁତ୍ୱ ଦେଉ ନ ଥିବାର ୧୦୦ ବେଡ୍‌ ବିଶିଷ୍ଟ ସ୍ବାସ୍ଥ୍ୟକେନ୍ଦ୍ରକୁ ଅନୁଧ୍ୟାନ କଲେ ଜଣାପଡୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷାରେ ବଢୁଛି ନଦୀ ଜଳସ୍ତର, ଦକ୍ଷିଣ ଓଡ଼ିଶାରେ ବନ୍ୟା

ଭୁବନେଶ୍ୱର,୨୫।୯: ରାଜ୍ୟରେ ଗଭୀର ଅବପାତ ପ୍ରଭାବରେ ଲଗାଣ ବର୍ଷା ଜାରି ରହିଛି। ବର୍ଷା ଯୋଗୁ ଦକ୍ଷିଣ ଓଡ଼ିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ଜଳ ସମ୍ପଦ ବିଭାଗ…

୨ ଅଧିକାରୀ ଚାକିରିରୁ ନିଲମ୍ବିତ: କଡ଼ା କାର୍ଯ୍ୟାନୁଷ୍ଠାନ ନେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର,୨୫।୯: ରାଜ୍ୟର ଦୁଇ ବରିଷ୍ଠ ଅଧିକାରୀ ଅରୁଣ ବିଶ୍ୱାଳ ଓ ସୁଜିତ ରାଉଳଙ୍କୁ ନିଲମ୍ବନ କରାଯାଇଥିବା ନେଇ ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ…

୩୦ରେ ଓଡ଼ିଶା ବନ୍ଦ ଡାକରା: ପାଠ୍ୟପୁସ୍ତକ ତ୍ରୁଟିକୁ ନେଇ…

ଭୁବନେଶ୍ୱର,୨୫।୯: ଆସନ୍ତା ୩୦ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ସଂଗଠନ। ପାଠ୍ୟପୁସ୍ତକରେ ତ୍ରୁଟି ଏବଂ ଏହାକୁ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା…

ଏଡ୍‌ସକୁ ନେଇ ଭ୍ରାନ୍ତ ଧାରଣା ଦୂର ହେବା ଜରୁରୀ: କୁଇଜ ପ୍ରତିଯୋଗିତା ଆୟୋଜିତ

ବଲାଙ୍ଗୀର, ୨୫।୯ (ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ସରକାରୀ ମହାବିଦ୍ୟାଳୟ ପରିସରରେ ଶୁକ୍ରବାର ଏଡ୍ସ ସଚେତନତା ଓ ସମ୍ବେଦନଶୀଳତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ଜିଲା ମୁଖ୍ୟ…

ଗବେଷକ ପ୍ରସ୍ତୁତ କଲେ ନିର୍ଭୁଲ୍‌ ଆଟୋମିକ୍‌ ଘଡ଼ି

ନୂଆଦିଲ୍ଲୀ,୨୫।୯(ପି.ଟି.): ସିଙ୍ଗାପୁର ଜାତୀୟ ବିଶ୍ୱବିଦ୍ୟାଳୟ (ଏନ୍‌ୟୁଏସ୍‌)ର ଗବେଷକମାନେ ‘ଲୁଟେଟିୟମ’ ନାମକ ବିରଳ ମୃତ୍ତିକା ଧାତୁ ବ୍ୟବହାର କରି ବିଶ୍ୱର ସବୁଠାରୁ ନିର୍ଭୁଲ ଓ ସ୍ଥିର ଅଟୋମିକ୍‌ ଘଡ଼ି…

ଜମିକୁ ଯାଇଥିଲେ ଅକ୍ରୁର: ଆକ୍ରମଣ କଲା ହାତୀ, ଆଉ ତା’ପରେ…

କେସିଙ୍ଗା,୨୫।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବନଖଣ୍ଡ ଅଧୀନ ସିରୋଲ ଗ୍ରାମପଞ୍ଚାୟତର ପୋଢ଼ଖମ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଅକ୍ରୁର…

ନିଜ ନକ୍ଷତ୍ରରେ ଶନି କଲେ ପ୍ରବେଶ: ୩ ରାଶିଙ୍କ ପଲଟିଯିବ ଭାଗ୍ୟ, ବ୍ୟବସାୟରେ ବମ୍ପର ଲାଭ ଘରକୁ ଆସିବ ଖୁସିଖବର

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ରାଶି ପରିବର୍ତ୍ତନଠାରୁ ଆରମ୍ଭ କରି ନକ୍ଷତ୍ର ଗୋଚରକୁ ମଧ୍ୟ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନାଯାଏ। ଶନିଙ୍କ ଗତିବିଧିର ପ୍ରଭାବ ୧୨ଟି ରାଶି ଉପରେ…

ଘରେ ପଶିଲା ମହାବଳ ବାଘ: ବାହାରୁ ତାଲା ପକାଇଦେଲେ ଗାଁ ଲୋକେ

ବାରିପଦା, ୨୫।୯ (ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ଖପରାଖାଇ ଗାଁରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗାଁ ଭିତରକୁ ଏକ ମହାବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?