ପାଠକ ବାପପୁଅଙ୍କୁ ଜାମିନ

ଭୁବନେଶ୍ୱର,୨୮।୧(ବ୍ୟୁରୋ): ଆଇଏଫ୍‌ଏସ୍‌ ଅଫିସର ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକଙ୍କୁ ବୁଧବାର ଭିଜିଲାନ୍ସ ସ୍ବତନ୍ତ୍ର କୋର୍ଟରୁ ଜାମିନ ମିଳିଛି। ଗିରଫ ହେବାର ୬୦ ଦିନ ମଧ୍ୟରେ ଭିଜିଲାନ୍ସ ପକ୍ଷରୁ କୋର୍ଟରେ ଚାର୍ଜଶିଟ୍‌ ଦାଖଲ କରିବାରେ ବିଫଳ ହେବାରୁ ଏହାର ସୁବିଧା ପାଠକ ବାପପୁଅଙ୍କୁ ମିଳିଛି। ତେବେ ଉଭୟଙ୍କ ନାମରେ କ୍ରାଇମବ୍ରାଞ୍ଚ ଓ ସ୍କାଏ କିଙ୍ଗ୍‌ ଠକେଇ ମାମଲା ବିଚାରାଧୀନ ଥିବାରୁ ଉକ୍ତ ମାମଲାରେ ଜାମିନ ମିଳିବା ପର୍ଯ୍ୟନ୍ତ ଉଭୟଙ୍କୁ ଜେଲ୍‌ରେ ରହିବାକୁ ପଡ଼ିବ। ଆସନ୍ତା ଫେବୃୟାରୀ ୧ ତାରିଖରେ ହାଇକୋର୍ଟରେ ଉଭୟଙ୍କ ଅନ୍ୟ ମାମଲାର ଶୁଣାଣି ରହିଛି। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତ ନଭେମ୍ବର ୨୭ ତାରିଖରେ ଉଭୟ ବାପପୁଅଙ୍କୁ ଭିଜିଲାନ୍ସ ଗିରଫ କରିଥିଲା। ୬୦ଦିନରେ ଚାର୍ଜଶିଟ୍‌ ଦାଖଲ କରିବାର ସମୟସୀମା ଥିବାବେଳେ ବୁଧବାରକୁ ୬୧ଦିନ ହେଉଥିଲା। ହେଲେ ଚାର୍ଜଶିଟ୍‌ ଦାଖଲ ନ ହେବାରୁ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଉଭୟଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ୨ଜଣ ଜାମିନଦାରଙ୍କ ସହ ୨ଲକ୍ଷ ଟଙ୍କାର ବେଲ୍‌ବଣ୍ଡ ଦାଖଲ କରିବାକୁ ଉଭୟଙ୍କୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଉଭୟେ ମାମଲାର ସାକ୍ଷୀମାନଙ୍କୁ ପ୍ରଭାବିତ କରିବେନି ଓ ବିନା ଅନୁମତିରେ ସହର ବାହାରକୁ ଯାଇ ପାରିବେ ନାହିଁ ବୋଲି ସର୍ତ୍ତ ରହିଥିବା ପାଠକଙ୍କ ଓକିଲ ଅରୂପ ଚାନ୍ଦ କହିଛନ୍ତି। ଅପରପକ୍ଷରେ ସ୍ବତନ୍ତ୍ର ଅଦାଲତ ଜାମିନ ଦେବାପରେ ଭୁବନେଶ୍ୱର ଭିଜିଲାନ୍ସ ସୂଚନା ଦେଇଛି ଯେ, ଆଇଏଫ୍‌ଏସ୍‌ ଅଫିସର ଅଭୟକାନ୍ତ ପାଠକ ଜଣେ କେନ୍ଦ୍ରୀୟ ଲୋକ ସେବା ଅଧିକାରୀ। ଅଦାଲତରେ ଚାର୍ଜଶିଟ୍‌ ଦାଖଲ ପାଇଁ କେନ୍ଦ୍ର ସରକାରଙ୍କଠାରୁ ଅଭିଯୋଗ ସମ୍ପର୍କିତ ମଞ୍ଜୁରୀ ମିଳିବା ଦରକାର। ଏକାଧିକ ବାହାର ରାଜ୍ୟରେ ମାମଲା ସମ୍ପର୍କିତ ତଦନ୍ତ ଜାରି ରହିଛିି। ଯାହାର ତଦନ୍ତ ପ୍ରକ୍ରିୟା ପାଇଁ ସମୟ ଲାଗିବ। ବେଆଇନ୍‌ ସମ୍ପତ୍ତିର ଗଣନା ସହ ଆୟ ବ୍ୟୟ ଏବଂ ସ୍ଥାବରଅସ୍ଥାବର ସମ୍ପତ୍ତିର ଟିକ୍‌ନିକ୍‌ ହିସାବ ଚାଲିଛି। ନିରପେକ୍ଷ ପ୍ରକ୍ରିୟାରେ ତଦନ୍ତ ସରିବା ପରେ ଚାର୍ଜଶିଟ୍‌ ଦାଖଲ ହେବ ବୋଲି କୁହାଯାଇଛି।
ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକଙ୍କ ବିରୋଧରେ ହୋଇଥିବା ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଥିଲା ସମ୍ପୂର୍ଣ୍ଣ ଭିନ୍ନ। ପାଠକଙ୍କ ଲିଙ୍କ୍‌ ରାଜ୍ୟ ଓ ରାଜ୍ୟ ବାହାରେ ଥିବା ଅଭିଯୋଗ ଥିବାରୁ ପ୍ରାୟ ୧୫୦ ଜଣ ଭିଜିଲାନ୍ସ ଅଫିସର ଚଢ଼ାଉରେ ସାମିଲ ଥିଲେ। ଏହି ଅଧିକାରୀମାନେ ରାଜ୍ୟ ଓ ରାଜ୍ୟ ବାହାର (ବିହାର ଓ ମହାରାଷ୍ଟ୍ର)ରେ ଏକକାଳୀନ ଚଢ଼ାଉ କରିଥିଲେ, ଯାହାକି ରାଜ୍ୟ ଇତିହାସରେ ଥିଲା ସବୁଠୁ ବଡ଼ ଚଢାଉ। ଗତ ନଭେମ୍ବର ୨୫ ଓ ୨୬ ରେ ଭିଜିଲାନ୍ସ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ସହ ରାଜ୍ୟ ବାହାରର ୧୨ଟି ସ୍ଥାନରେ ମାରାଥନ ଚଢ଼ାଉ କରିଥିଲା। ଅଭୟଙ୍କ ଅମାପ ସମ୍ପତ୍ତି ଝଲସେଇ ଦେଇଥିଲା ଭିଜିଲାନ୍ସ ଅଧିକାରୀଙ୍କ ଆଖି ପରେ ନଭେମ୍ବର ୨୭ ତାରିଖରେ ଭିଜିଲାନ୍ସ ଅଭୟକାନ୍ତ, ପୁଅ ଆକାଶଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ସେମାନଙ୍କ ବିରୋଧରେ ଯେଉଁସବୁ ଦଫା ଲାଗିଥିଲା, ୧୦ବର୍ଷ ପର୍ଯ୍ୟନ୍ତ ଦଣ୍ଡାଦେଶ ମିଳିବାର ବ୍ୟବସ୍ଥା ରହିଛି। ସେହି ଅନୁସାରେ ୬୦ ଦିନ ମଧ୍ୟରେ ଚାର୍ଜଶିଟ୍‌ ଦାଖଲ କରାଯିବା ଆବଶ୍ୟକ ରହିଛି। ମାତ୍ର ଭିଜିଲାନ୍ସ ପକ୍ଷରୁ ଚାର୍ଜଶିଟ ଦାଖଲରେ ବିଳମ୍ବ ହେବାରୁ ବୁଧବାର ୬୧ ଦିନରେ ଉଭୟ ଅଭୟକାନ୍ତ ପାଠକ ଓ ଆକାଶଙ୍କୁ କୋର୍ଟ ଜାମିନ୍‌ ପ୍ରଦାନ କରିଛନ୍ତି। ପୂର୍ବରୁ ଜାନୁୟାରୀ ୧୫ ତାରିଖରେ ଉଭୟଙ୍କ ଜାମିନ୍‌ ପାଇଁ ହାଇକୋର୍ଟରେ ଆବେଦନ କରାଯାଇଥିଲେ ମଧ୍ୟ ଶୁଣାଣି ସ୍ଥଗିତ ରଖାଯାଇଥିଲା। ଉଭୟଙ୍କ ଜାମିନ୍‌ ସମ୍ପର୍କରେ ଗୁରୁବାର ହାଇକୋର୍ଟଙ୍କୁ ଜଣାଇ ଦିଆଯିବ ବୋଲି ଆଇନଜୀବୀ ଚାନ୍ଦ ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ ଉଭୟ ବାପ-ପୁଅଙ୍କୁ ଜାମିନ ମିଳିଥିଲେ ବି ଏବେ ସେମାନେ ଜେଲରୁ ବାହାରି ପାରିବେ ନାହିଁ। କାରଣ ଭିଜିଲାନ୍ସ ମାମଲାରୁ ଜାମିନ ମିଳିଥିଲେ ମଧ୍ୟପୁଅ ଆକାଶଙ୍କ ନାମରେ ଟାଟାରେ ଚାକିରି ଦେବା ନେଇ ଠକେଇରେ ସମ୍ପୃକ୍ତି ନେଇ କ୍ରାଇମ୍‌ବ୍ରାଞ୍ଚ ମାମଲା ବିଚାରାଧୀନ ରହିଛି। ଏହି ମାମଲାରେ ସମ୍ପୃକ୍ତି ନେଇ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ମଧ୍ୟ ଗିରଫ କରାଯାଇଛି। ସେହିପରି ସ୍କାଏ କିଙ୍ଗ୍‌ ଟ୍ରାଭେଲିଂ ସଂସ୍ଥା ଚାର୍ଟର ଫ୍ଳାଇଟ୍‌ ବୁକିଂ ଓ ତାରକା ହୋଟେଲରେ ରହିବା ନେଇ ୬୫ଲକ୍ଷ ଠକେଇ ନେଇ ପୁଅ ଆକାଶ ପାଠକ ଓ ପିତା ଅଭୟଙ୍କ ନାମରେ ସ୍କାଏ କିଙ୍ଗ୍‌ ପକ୍ଷରୁ ଖାରବେଳନଗର ଥାନାରେ ଅଭିଯୋଗ ପରେ ମାମଲା ରହିଥିଲ। ତେଣୁ ସେମାନଙ୍କୁଜାମିନ୍‌ ମିଳିଲା ପରେ ବି ଏବେ ଜେଲ୍‌ରେ ରହିବେ। ସୂଚନାଯୋଗ୍ୟ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରିଷ୍ଠ ଆଇଏଫଏସ୍‌ ଅଧିକାରୀ ତଥା ରାଜ୍ୟର ଅତିରିକ୍ତ ପିସିସିଏଫ୍‌ ଅଭୟକାନ୍ତ ପାଠକ ଏବଂ ତାଙ୍କର ପୁତ୍ର ଆକାଶ ପାଠକଙ୍କୁ ଭିଜିଲାନ୍ସ ଗିରଫ କରିଥିଲା। ଅଭୟକାନ୍ତଙ୍କ ରାଜ୍ୟ ଓ ରାଜ୍ୟ ବାହାରେ ଥିବା ବିଭିନ୍ନ ଘର, ଫାର୍ମ ହାଉସ୍‌ ଓ କାଯର୍‌ୟାଳୟରେ ଭିଜିଲାନ୍ସ ଚଢାଉ କରି ସମ୍ପତ୍ତି ଯାଞ୍ଚ କରିଥିଲା। ଭିଜିଲାନ୍ସର ଚଢ଼ାଉ ସମୟରେ ଅଭୟକାନ୍ତ ପାଠକଙ୍କ ଭୁବନେଶ୍ୱର, ମୁମ୍ବାଇ, ପୁଣେ, ଉଦୟପୁରରେ ଥିବା ଘରୁ ମିଳିଛି ପ୍ରାୟ ୬୦ଲକ୍ଷ ନଗଦ ଟଙ୍କା, ୮୦୦ଗ୍ରାମର ସୁନା ଅଳଙ୍କାର ସହିତ ୨୩ ଲକ୍ଷ ଟଙ୍କାର ସୁନାଗହଣା କିଣାଯାଇଥିବା କାଗଜପତ୍ର ଜବତ ହୋଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

ଏଥର ଧାମନଗରରେ ବିଗ୍‌ ଫାଇଟ୍‌, ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର

ଭଦ୍ରକ,୨୬।୪: ଏଥର ଧାମନଗର ଦେଖିବ ବଡ଼ ଫାଇଟ୍‌। ମୁହାଁମୁହିଁ ହେବେ ଡାକ୍ତର-ଇଞ୍ଜିନିୟର। ଭଦ୍ରକ ଲୋକ ସଭାର ଧାମନଗର ବିଧାନସଭା ଆସନରେ ହେବ କାଣ୍ଟେ କା ଟକ୍କର।...

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri