ପାଠକ ବାପପୁଅଙ୍କୁ ଜାମିନ

ଭୁବନେଶ୍ୱର,୨୮।୧(ବ୍ୟୁରୋ): ଆଇଏଫ୍‌ଏସ୍‌ ଅଫିସର ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକଙ୍କୁ ବୁଧବାର ଭିଜିଲାନ୍ସ ସ୍ବତନ୍ତ୍ର କୋର୍ଟରୁ ଜାମିନ ମିଳିଛି। ଗିରଫ ହେବାର ୬୦ ଦିନ ମଧ୍ୟରେ ଭିଜିଲାନ୍ସ ପକ୍ଷରୁ କୋର୍ଟରେ ଚାର୍ଜଶିଟ୍‌ ଦାଖଲ କରିବାରେ ବିଫଳ ହେବାରୁ ଏହାର ସୁବିଧା ପାଠକ ବାପପୁଅଙ୍କୁ ମିଳିଛି। ତେବେ ଉଭୟଙ୍କ ନାମରେ କ୍ରାଇମବ୍ରାଞ୍ଚ ଓ ସ୍କାଏ କିଙ୍ଗ୍‌ ଠକେଇ ମାମଲା ବିଚାରାଧୀନ ଥିବାରୁ ଉକ୍ତ ମାମଲାରେ ଜାମିନ ମିଳିବା ପର୍ଯ୍ୟନ୍ତ ଉଭୟଙ୍କୁ ଜେଲ୍‌ରେ ରହିବାକୁ ପଡ଼ିବ। ଆସନ୍ତା ଫେବୃୟାରୀ ୧ ତାରିଖରେ ହାଇକୋର୍ଟରେ ଉଭୟଙ୍କ ଅନ୍ୟ ମାମଲାର ଶୁଣାଣି ରହିଛି। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତ ନଭେମ୍ବର ୨୭ ତାରିଖରେ ଉଭୟ ବାପପୁଅଙ୍କୁ ଭିଜିଲାନ୍ସ ଗିରଫ କରିଥିଲା। ୬୦ଦିନରେ ଚାର୍ଜଶିଟ୍‌ ଦାଖଲ କରିବାର ସମୟସୀମା ଥିବାବେଳେ ବୁଧବାରକୁ ୬୧ଦିନ ହେଉଥିଲା। ହେଲେ ଚାର୍ଜଶିଟ୍‌ ଦାଖଲ ନ ହେବାରୁ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଉଭୟଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ୨ଜଣ ଜାମିନଦାରଙ୍କ ସହ ୨ଲକ୍ଷ ଟଙ୍କାର ବେଲ୍‌ବଣ୍ଡ ଦାଖଲ କରିବାକୁ ଉଭୟଙ୍କୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଉଭୟେ ମାମଲାର ସାକ୍ଷୀମାନଙ୍କୁ ପ୍ରଭାବିତ କରିବେନି ଓ ବିନା ଅନୁମତିରେ ସହର ବାହାରକୁ ଯାଇ ପାରିବେ ନାହିଁ ବୋଲି ସର୍ତ୍ତ ରହିଥିବା ପାଠକଙ୍କ ଓକିଲ ଅରୂପ ଚାନ୍ଦ କହିଛନ୍ତି। ଅପରପକ୍ଷରେ ସ୍ବତନ୍ତ୍ର ଅଦାଲତ ଜାମିନ ଦେବାପରେ ଭୁବନେଶ୍ୱର ଭିଜିଲାନ୍ସ ସୂଚନା ଦେଇଛି ଯେ, ଆଇଏଫ୍‌ଏସ୍‌ ଅଫିସର ଅଭୟକାନ୍ତ ପାଠକ ଜଣେ କେନ୍ଦ୍ରୀୟ ଲୋକ ସେବା ଅଧିକାରୀ। ଅଦାଲତରେ ଚାର୍ଜଶିଟ୍‌ ଦାଖଲ ପାଇଁ କେନ୍ଦ୍ର ସରକାରଙ୍କଠାରୁ ଅଭିଯୋଗ ସମ୍ପର୍କିତ ମଞ୍ଜୁରୀ ମିଳିବା ଦରକାର। ଏକାଧିକ ବାହାର ରାଜ୍ୟରେ ମାମଲା ସମ୍ପର୍କିତ ତଦନ୍ତ ଜାରି ରହିଛିି। ଯାହାର ତଦନ୍ତ ପ୍ରକ୍ରିୟା ପାଇଁ ସମୟ ଲାଗିବ। ବେଆଇନ୍‌ ସମ୍ପତ୍ତିର ଗଣନା ସହ ଆୟ ବ୍ୟୟ ଏବଂ ସ୍ଥାବରଅସ୍ଥାବର ସମ୍ପତ୍ତିର ଟିକ୍‌ନିକ୍‌ ହିସାବ ଚାଲିଛି। ନିରପେକ୍ଷ ପ୍ରକ୍ରିୟାରେ ତଦନ୍ତ ସରିବା ପରେ ଚାର୍ଜଶିଟ୍‌ ଦାଖଲ ହେବ ବୋଲି କୁହାଯାଇଛି।
ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକଙ୍କ ବିରୋଧରେ ହୋଇଥିବା ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଥିଲା ସମ୍ପୂର୍ଣ୍ଣ ଭିନ୍ନ। ପାଠକଙ୍କ ଲିଙ୍କ୍‌ ରାଜ୍ୟ ଓ ରାଜ୍ୟ ବାହାରେ ଥିବା ଅଭିଯୋଗ ଥିବାରୁ ପ୍ରାୟ ୧୫୦ ଜଣ ଭିଜିଲାନ୍ସ ଅଫିସର ଚଢ଼ାଉରେ ସାମିଲ ଥିଲେ। ଏହି ଅଧିକାରୀମାନେ ରାଜ୍ୟ ଓ ରାଜ୍ୟ ବାହାର (ବିହାର ଓ ମହାରାଷ୍ଟ୍ର)ରେ ଏକକାଳୀନ ଚଢ଼ାଉ କରିଥିଲେ, ଯାହାକି ରାଜ୍ୟ ଇତିହାସରେ ଥିଲା ସବୁଠୁ ବଡ଼ ଚଢାଉ। ଗତ ନଭେମ୍ବର ୨୫ ଓ ୨୬ ରେ ଭିଜିଲାନ୍ସ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ସହ ରାଜ୍ୟ ବାହାରର ୧୨ଟି ସ୍ଥାନରେ ମାରାଥନ ଚଢ଼ାଉ କରିଥିଲା। ଅଭୟଙ୍କ ଅମାପ ସମ୍ପତ୍ତି ଝଲସେଇ ଦେଇଥିଲା ଭିଜିଲାନ୍ସ ଅଧିକାରୀଙ୍କ ଆଖି ପରେ ନଭେମ୍ବର ୨୭ ତାରିଖରେ ଭିଜିଲାନ୍ସ ଅଭୟକାନ୍ତ, ପୁଅ ଆକାଶଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ସେମାନଙ୍କ ବିରୋଧରେ ଯେଉଁସବୁ ଦଫା ଲାଗିଥିଲା, ୧୦ବର୍ଷ ପର୍ଯ୍ୟନ୍ତ ଦଣ୍ଡାଦେଶ ମିଳିବାର ବ୍ୟବସ୍ଥା ରହିଛି। ସେହି ଅନୁସାରେ ୬୦ ଦିନ ମଧ୍ୟରେ ଚାର୍ଜଶିଟ୍‌ ଦାଖଲ କରାଯିବା ଆବଶ୍ୟକ ରହିଛି। ମାତ୍ର ଭିଜିଲାନ୍ସ ପକ୍ଷରୁ ଚାର୍ଜଶିଟ ଦାଖଲରେ ବିଳମ୍ବ ହେବାରୁ ବୁଧବାର ୬୧ ଦିନରେ ଉଭୟ ଅଭୟକାନ୍ତ ପାଠକ ଓ ଆକାଶଙ୍କୁ କୋର୍ଟ ଜାମିନ୍‌ ପ୍ରଦାନ କରିଛନ୍ତି। ପୂର୍ବରୁ ଜାନୁୟାରୀ ୧୫ ତାରିଖରେ ଉଭୟଙ୍କ ଜାମିନ୍‌ ପାଇଁ ହାଇକୋର୍ଟରେ ଆବେଦନ କରାଯାଇଥିଲେ ମଧ୍ୟ ଶୁଣାଣି ସ୍ଥଗିତ ରଖାଯାଇଥିଲା। ଉଭୟଙ୍କ ଜାମିନ୍‌ ସମ୍ପର୍କରେ ଗୁରୁବାର ହାଇକୋର୍ଟଙ୍କୁ ଜଣାଇ ଦିଆଯିବ ବୋଲି ଆଇନଜୀବୀ ଚାନ୍ଦ ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ ଉଭୟ ବାପ-ପୁଅଙ୍କୁ ଜାମିନ ମିଳିଥିଲେ ବି ଏବେ ସେମାନେ ଜେଲରୁ ବାହାରି ପାରିବେ ନାହିଁ। କାରଣ ଭିଜିଲାନ୍ସ ମାମଲାରୁ ଜାମିନ ମିଳିଥିଲେ ମଧ୍ୟପୁଅ ଆକାଶଙ୍କ ନାମରେ ଟାଟାରେ ଚାକିରି ଦେବା ନେଇ ଠକେଇରେ ସମ୍ପୃକ୍ତି ନେଇ କ୍ରାଇମ୍‌ବ୍ରାଞ୍ଚ ମାମଲା ବିଚାରାଧୀନ ରହିଛି। ଏହି ମାମଲାରେ ସମ୍ପୃକ୍ତି ନେଇ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ମଧ୍ୟ ଗିରଫ କରାଯାଇଛି। ସେହିପରି ସ୍କାଏ କିଙ୍ଗ୍‌ ଟ୍ରାଭେଲିଂ ସଂସ୍ଥା ଚାର୍ଟର ଫ୍ଳାଇଟ୍‌ ବୁକିଂ ଓ ତାରକା ହୋଟେଲରେ ରହିବା ନେଇ ୬୫ଲକ୍ଷ ଠକେଇ ନେଇ ପୁଅ ଆକାଶ ପାଠକ ଓ ପିତା ଅଭୟଙ୍କ ନାମରେ ସ୍କାଏ କିଙ୍ଗ୍‌ ପକ୍ଷରୁ ଖାରବେଳନଗର ଥାନାରେ ଅଭିଯୋଗ ପରେ ମାମଲା ରହିଥିଲ। ତେଣୁ ସେମାନଙ୍କୁଜାମିନ୍‌ ମିଳିଲା ପରେ ବି ଏବେ ଜେଲ୍‌ରେ ରହିବେ। ସୂଚନାଯୋଗ୍ୟ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରିଷ୍ଠ ଆଇଏଫଏସ୍‌ ଅଧିକାରୀ ତଥା ରାଜ୍ୟର ଅତିରିକ୍ତ ପିସିସିଏଫ୍‌ ଅଭୟକାନ୍ତ ପାଠକ ଏବଂ ତାଙ୍କର ପୁତ୍ର ଆକାଶ ପାଠକଙ୍କୁ ଭିଜିଲାନ୍ସ ଗିରଫ କରିଥିଲା। ଅଭୟକାନ୍ତଙ୍କ ରାଜ୍ୟ ଓ ରାଜ୍ୟ ବାହାରେ ଥିବା ବିଭିନ୍ନ ଘର, ଫାର୍ମ ହାଉସ୍‌ ଓ କାଯର୍‌ୟାଳୟରେ ଭିଜିଲାନ୍ସ ଚଢାଉ କରି ସମ୍ପତ୍ତି ଯାଞ୍ଚ କରିଥିଲା। ଭିଜିଲାନ୍ସର ଚଢ଼ାଉ ସମୟରେ ଅଭୟକାନ୍ତ ପାଠକଙ୍କ ଭୁବନେଶ୍ୱର, ମୁମ୍ବାଇ, ପୁଣେ, ଉଦୟପୁରରେ ଥିବା ଘରୁ ମିଳିଛି ପ୍ରାୟ ୬୦ଲକ୍ଷ ନଗଦ ଟଙ୍କା, ୮୦୦ଗ୍ରାମର ସୁନା ଅଳଙ୍କାର ସହିତ ୨୩ ଲକ୍ଷ ଟଙ୍କାର ସୁନାଗହଣା କିଣାଯାଇଥିବା କାଗଜପତ୍ର ଜବତ ହୋଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?