Posted inଫୁରସତ

ବିମାନର ଏହି ସ୍ଥାନରେ ଭୁଲ୍‌ରେ ବି ରଖନ୍ତୁନି କିଛି ଜିନିଷ

ବିମାନରେ ଯାତ୍ରା କରିବା ସମୟରେ ମନରେ ଅନେକ ପ୍ରଶ୍ନ ଆସିଥାଏ। ଆମେ କ’ଣ ଆମେ କରିବା ଉଚିତ ଏବଂ କ’ଣ କରିବା ଉଚିତ ନୁହେଁ। ବେଳେବେଳେ ଏକ ଛୋଟ ଭୁଲ୍‌ ମଧ୍ୟ ସମସ୍ୟା ସୃଷ୍ଟି କରିଥାଏ। ସମସ୍ତ ବିମାନ କର୍ମଚାରୀ ସୋସିଆଲ ମିଡିଆରେ ଏ ବିଷୟରେ ଟିପ୍ସ ଦେଉଛନ୍ତି। କିଛି ଦିନ ପୂର୍ବରୁ ଜଣେ କ୍ରୁ ସଦସ୍ୟ କହିଥିଲେ, ଝରକା ଉପରେ ମୁଣ୍ଡ ରଖି କେବେବି ଶୋଇବା ଉଚିତ ନୁହେଁ। ଏପରିକି ଜୋତାକୁ କେବେ ବି କାଢ଼ିବା ଉଚିତ ନୁହେଁ। ସେ ଏହାର କାରଣ ମଧ୍ୟ କହିଛନ୍ତି। ବର୍ତ୍ତମାନ ଅନ୍ୟ ଜଣେ ବିମାନ କର୍ମଚାରୀ ଆଉ କିଛି ଟିପ୍ସ ଦେଇଛନ୍ତି। ସେ କହିଛନ୍ତି,ବିମାନର ଏହି ସ୍ଥାନରେ ଭୁଲରେ ବି କିଛି ଜିନିଷ ରଖିବା ଉଚିତ ନୁହେଁ। ଏହା ଆପଣଙ୍କ ସୁରକ୍ଷା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଜାଣନ୍ତୁ ଏ ସମ୍ପର୍କରେ…

Inside our new cabin: Thoughtful touches for the modern traveler - Alaska Airlines News

ସୋସିଆଲ ସାଇଟ୍‌ ରେଡ୍ଡିଟରେ, hossoff darling ନାମକ ଜଣେ ୟୁଜର ଅନେକ ପ୍ରଶ୍ନର ଉତ୍ତର ଦେଇଛନ୍ତି। ସେ କହିଛନ୍ତି, ଯେତେବେଳେ ବିମାନବନ୍ଦରର ଭିଡ଼ ମଧ୍ୟରେ ଆପଣ ବିମାନରେ ବସିବାକୁ ଯାଆନ୍ତି କିଛି ଜିନିଷ ନିଜ ପାଖରେ ରଖିବା ଆବଶ୍ୟକ। ଯେପରିକି ଫୋନ୍‌, ଲାପ୍‌ଟପ୍‌, ବହି ଏବଂ ସ୍ନାକ୍ସ। ବିମାନରେ ବସିବା ମାତ୍ରେ ଆମେ ଏହି ଜିନିଷଗୁଡ଼ିକୁ ସିଟ୍‌ର ଆଗ ପକେଟରେ ରଖିଥାଉ। କିନ୍ତୁ ଭୁଲ୍‌ରେ ମଧ୍ୟ ଏହା କେବେ କରିବା ଉଚିତ ନୁହେଁ। ବିମାନ କର୍ମଚାରୀ କହିଛନ୍ତି, କେବେ ସିଟ୍‌ ପକେଟ ବ୍ୟବହାର କରନ୍ତୁ ନାହିଁ।

What's the dirtiest surface on an airplane? The result may surprise you | CBC News

କ୍ରୁ ସଦସ୍ୟ କହିଛନ୍ତି, ଏଥିରେ ମଇଳା ଟିସୁ, ଶର୍ଟସ ଚୁଡ଼ି, ଲାଇଟ୍‌, ଅଧା ଖିଆ ମିଠା, ଆପଲ ଖଣ୍ଡ ଏବଂ ଏପରିକି ଅବଶିଷ୍ଟ ଖାଦ୍ୟ ମଧ୍ୟ ମିଳିଥିଲା। ଏଥିରେ ଆପଣଙ୍କର ଫୋନ, ଲାପଟପ କିମ୍ବା ଆଇପ୍ୟାଡ୍‌ ରଖିଲେ ଅନେକ ମଇଳା ଆସିବ। ଅନ୍ୟ ଜଣେ କ୍ରୁ ସଦସ୍ୟ ମଧ୍ୟ ବିମାନ କର୍ମଚାରୀଙ୍କ ଏହି କଥାକୁ ସମର୍ଥନ କରିଥିଲେ। ସେ କହିଛନ୍ତି, ବେଳେବେଳେ ଏହି ସିଟ୍‌ ପକେଟରେ କିଛି ଲୋକ ବାନ୍ତି କରି ଦେଇଥାନ୍ତି। ତେଣୁ ଆପଣ ଆପଣଙ୍କ ମୂଲ୍ୟବାନ ଜିନିଷ ଏହି ସିଟ୍‌ ପକେଟରେ ରଖନ୍ତୁ ନାହିଁ। ନଚେତ ଜୀବାଣୁ ସଂକ୍ରମଣ ଆଶଙ୍କା ରହିବ। ଏହି କଥାକୁ ଧ୍ୟାନରେ ରଖିଲେ ଆପଣ ସୁରକ୍ଷିତ ବିମାନ ଯାତ୍ରା କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?