ହଜିଲା ବ୍ୟାଗ ପାଇଲେ ଯାତ୍ରୀ, ଆର୍‌ପିଏଫ୍‌ କର୍ମଚାରୀ ଦେଖାଇଲେ ବଦାନ୍ୟତା

ବବରଗଡ଼ ଅଫିସ୍‌,୨୧।୨: ଭୁବନେଶ୍ୱରରୁ ବରଗଡ଼ ଆସୁଥିବା ବେଳେ ଶନିବାର ଆୟୁଷ୍ମାନ ପ୍ରଧାନ ନାମକ ଜଣେ ରେଳଯାତ୍ରୀ ପୁରୀ-ଦୁର୍ଗ ଏକ୍ସପ୍ରେସରେ ଏକ ବ୍ୟାଗ ଛାଡ଼ି ଦେଇଥିଲେ। ତେବେ ଆର୍‌ପିଏଫ କର୍ମଚାରୀଙ୍କ ତତ୍ପରତା ଯୋଗୁ ରେଳଯାତ୍ରୀ ତାଙ୍କ ହଜିଲା ବ୍ୟାଗକୁ ଫେରି ପାଇଛନ୍ତି । ବ୍ୟାଗରେ ନଗଦ ୩୪୧୦ଟଙ୍କା, ପାୱାରବେଙ୍କ୍‌, ପେନଡ୍ରାଇଭ, ଚଷମା, ହାତଘଣ୍ଟା ଆଦି ରହିଥିଲା । ସୂଚନା ଅନୁଯାୟୀ, ଆୟୁଷ୍ମାନ ପୁରୀ-ଦୁର୍ଗ ଏକ୍ସପ୍ରେସରେ ଭୁବନେଶ୍ୱରରୁ ଚଢ଼ି ବରଗଡ଼ ରୋଡ୍‌ ରେଳଷ୍ଟେଶନରେ ଓହ୍ଲାଇଥିଲେ। ଟ୍ରେନ ଛାଡ଼ିବା ପରେ ସେ ବ୍ୟାଗ ଟ୍ରେନ ଭିତରେ ଛାଡ଼ି ଦେଇଥିବା ଜାଣିବାକୁ ପାଇଥିଲେ। ତେବେ ବ୍ୟାଗ ସମ୍ପର୍କରେ ସମ୍ବଲପୁର ଆର୍‌ପିଏଫ ସିକ୍ୟୁରିଟି କଣ୍ଟ୍ରୋଲଠାରୁ ସୂଚନା ପାଇବା ପରେ ବରଗଡ଼ ଆରପିଏଫ ଏସକର୍ଟିଂ ପାର୍ଟିର ଏଏସ୍‌ଆଇ ଜି. ଗଡ଼ତିଆ ଏବଂ ଏସ୍‌. ତ୍ରିପାଠୀ ସମ୍ପୃକ୍ତ ରେଳଯାତ୍ରୀଙ୍କୁ ଯୋଗାଯୋଗ କରିଥିଲେ। ଏହା ସହିତ ବ୍ୟାଗଟି ଉଦ୍ଧାର ହୋଇଥିବା ସେମାନେ ସୂଚନା ଦେଇଥିଲେ। ପରେ ସେହି ବ୍ୟାଗକୁ ବଲାଙ୍ଗୀର ଷ୍ଟେଶନରେ ତାଙ୍କ ଜଣେ ସମ୍ପର୍କୀୟ ସରୋଜ ବିଶ୍ୱାଳଙ୍କୁ ଦେବାକୁ ଆୟୁଷ୍ମାନ ଆର୍‌ପିଏଫ ଏସ୍‌କର୍ଟିଂ ପାର୍ଟିର କର୍ମଚାରୀଙ୍କୁ କହିଥିଲେ। ଆବଶ୍ୟକ ପରିଚୟପତ୍ର ପାଇବା ପରେ ଆର୍‌ପିଏଫ କର୍ମଚାରୀ ସରୋଜଙ୍କୁ ବଲାଙ୍ଗୀର ଷ୍ଟେଶନରେ ବ୍ୟାଗ ପ୍ରଦାନ କରିଥିଲେ । ଆର୍‌ପିଏଫ୍‌ କର୍ମଚାରୀଙ୍କ ଏଭଳି ବଦାନ୍ୟତାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଅଭୟାରଣ୍ୟ, ହାତୀ କରିଡର୍‌ ପାଇଁ ବିପଦ ପାଲଟିଛି ଖଣି ଖାଦାନ

ଭୁବନେଶ୍ୱର,୪ା୧୧୧(ବ୍ୟୁରୋ) : ରାଜ୍ୟରେ ଅଭୟାରଣ୍ୟ ଓ ହାତୀ କରିଡର୍‌ ପାଇଁ ବିପଦ ସୃଷ୍ଟି କରୁଛି ଖଣି ଖାଦାନ। ଏନେଇ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି) ଉଦ୍‌ବେଗ ପ୍ରକାଶ...

ଲୁଣା, ହେନ୍ତାଳବଣ ପ୍ରତି ବଢୁଛି ବିପଦ

ମହାକାଳପଡ଼ା,୧୫ା୪(ଡି.ଏନ୍‌.ଏ.): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ଉପକୂଳ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ପଡ଼ୋଶୀ ଜଗତ୍‌ସିଂହପୁର ଜିଲା ପାରାଦୀପ...

ଗୁଣିଗାରେଡ଼ି ସନ୍ଦେହରେ ହତ୍ୟାକରି ପୋଡ଼ିଦେଲେ

ପଦ୍ମପୁର,୨୭ା୨: ଗୁଣିଗାରେଡ଼ି ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ନିର୍ମମ ଭାବେ ହତ୍ୟା ପରେ ପୋଡ଼ି ଦିଆଯାଇଛି। ରାୟଗଡ଼ା ଜିଲା ପଦ୍ମପୁର ବ୍ଲକ୍‌ ନୂଆଗଡ଼ ପଞ୍ଚାୟତ ପାଜିଲିବନ୍ଧ ଗାଁ...

ବଗିଚାକୁ ଯାଉଥିବା ବେଳେ ୩ ଭାଲୁଙ୍କ ଆକ୍ରମଣ: ବାପ, ପୁଅ ଗୁରୁତର

ଛେଣ୍ଡିପଦା,୧୪।୭(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବନାଞ୍ଚଳ ଅନ୍ତର୍ଗତ ବ୍ରାହ୍ମଣବିଲା ଗ୍ରାମରେ ରବିବାର ଭାଲୁ ଆକ୍ରମଣରେ ବାପ ଓ ପୁଅ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ...

ଏଣିକି କଳାବଜାରକାରୀଙ୍କ ଉପରେ କଡ଼ା ନଜର

ଭୁବନେଶ୍ୱର, ୨୨ା୫(ବ୍ୟୁରୋ): କୋଭିଡ୍‌-୧୯ର ତାଲା ବନ୍ଦ ସ୍ଥିତିରେ ଏବଂ ସମ୍ଭାବ୍ୟ ବାତ୍ୟା ଆଶଙ୍କା ଦୃଷ୍ଟିରୁ ଅତ୍ୟାବଶ୍ୟକ ସାମଗ୍ରୀର କଳାବଜାରକାରୀ ଓ ବେଆଇନ ମହଜୁଦକାରୀଙ୍କ ବିରୋଧରେ ଦୃଢ଼...

ବିଳମ୍ବରେ ବହି ମିଳିବା ଘଟଣାର ତଦନ୍ତ ହେବ: ମନ୍ତ୍ରୀ

ଭୁବନେଶ୍ୱର,୧୭ା୨(ବ୍ୟୁରୋ): ମାଟ୍ରିକ ପରୀକ୍ଷାର କିଛିଦିନ ପୂର୍ବରୁ ଏସ୍‌ସି, ଏସ୍‌ଟି ଛାତ୍ରୀଛାତ୍ରଙ୍କୁ ବହି ମିଳିବା ଘଟଣାର ତଦନ୍ତ ହେବ। ଏଥିପାଇଁ ମାଧ୍ୟମିକ ଶିକ୍ଷା ବୋର୍ଡକୁ ନିର୍ଦ୍ଦେଶ ଦିଆଯାଇଥିବା...

ଗଞ୍ଜାମ ଆସିଲେ ୪ ଡିଏସ୍‌ପି, ୪ ପ୍ଲାଟୁନ ଫୋର୍ସ: କରିବେ କୋଭିଡ ପରିଚାଳନା ତଦାରଖ

ଛତ୍ରପୁର,୫।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଦିନକୁ ଦିନ କୋଭିଡ-୧୯ ପଜିଟିଭ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହିପରିପ୍ରେକ୍ଷୀରେ କୋଭିଡ ପରିଚାଳନା ଓ ନିୟମକୁ କଡାକଡି ପାଳନର ତଦାରଖ...

ଛତ୍ରପୁର ବିଡିଓଙ୍କ ପରେ ପାତ୍ରପୁର ତହସିଲଦାରଙ୍କୁ ଆକ୍ରମଣ ଅଭିଯୋଗ

ଛତ୍ରପୁର, ୨୩।୫(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାରେ କରୋନା ଯୋଦ୍ଧାଙ୍କୁ ଅସମ୍ମାନ ଏବଂ ଦୁର୍ବ୍ୟବହାର କରାଯାଉଥିବା ଅଭିଯୋଗ ବଢ଼ିବାରେ ଲାଗିଛି। ଡାକ୍ତର, ଆଶାକର୍ମୀ, ଶିକ୍ଷକ, ମହିଳା ସଂଘ ସଦସ୍ୟ...

Advertisement
Archives

Model This Week