୩୫୦୦ ଫୁଟ ଉଚ୍ଚରେ ଉଡୁଥିବା ବିମାନକୁ ଗୁଳିମାଡ଼, ଜଣେ ଆହତ

ବର୍ମା,୨ା୧୦: ମ୍ୟାନମାରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ୩୫୦୦ ଫୁଟ ଉଚ୍ଚରେ ଉଡ଼ୁଥିବା ବିମାନକୁ ଶୁକ୍ରବାର କେହି ଦୁର୍ବୃତ୍ତ ଗୁଳି ଚଳାଇବାରୁ ଏଥିରେ ବସିଥିବା ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ଉକ୍ତ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ମ୍ୟାନମାର ନ୍ୟାଶନାଲ ଏୟାରଲାଇନ୍ସର ଏହି ବିମାନରେ ୬୩ ଜଣ ଯାତ୍ରୀ ଥିଲେ। ପୂର୍ବ ରାଜ୍ୟ କାୟାର ରାଜଧାନୀ ଲୋଇକାଭରେ ଅବତରଣ କରିଥାନ୍ତା। ଏହି ସମୟରେ ଆକ୍ରମଣ ହୋଇଥିଲା। ଏହି ଘଟଣା ସହ ଜଡ଼ିତ ଅନେକ ଫଟୋ ସାମ୍ନାକୁ ଆସିଛି। ଜଣେ ପୁରୁଷ ଯାତ୍ରୀ ତାଙ୍କ ସିଟ୍‌ରେ ରକ୍ତ ଜୁଡୁବୁଡୁ ହୋଇ ବସିଥିବା ଫଟୋରେ ଦେଖିବାକୁ ମିଳିଛି। ଗୁଳିଟି ତାଙ୍କ ବେକ ପାଖରେ ବାଜିଛି।

ମ୍ୟାନମାର ଶାସକ ସାମରିକ ପରିଷଦର ମୁଖପାତ୍ର ମେଜର ଜେନେରାଲ ଜ’ ମିନ୍‌ ଟୁନ୍‌ କହିଛନ୍ତି, ଯାତ୍ରୀବାହୀ ବିମାନ ଉପରେ ଏପରି ଆକ୍ରମଣ ଏକ ଯୁଦ୍ଧ ଅପରାଧ ଅଟେ। ଏୟାରଲାଇନ୍ସ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶ ଯେ, ସହରର ସମସ୍ତ ବିମାନ ଉଡ଼ାଣକୁ ବାତିଲ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରୁଷିଆର ଆଣବିକ ଅସ୍ତ୍ର ବ୍ୟବହାର ମାନବିକତା ପାଇଁ ଏକ ବଡ଼ ବିପଦ: କିଶିଦା…

ଟୋକିଓ/ ମସ୍କୋ,୨୨।୧୦: ବିଶ୍ୱର ରଣନୀତିକ ପରିସ୍ଥିତି ବଦଳିବା ସହିତ ପରମାଣୁ ଅସ୍ତ୍ରର ବିପଦ ମଧ୍ୟ ବଦଳି ଯାଉଛି। ଗୋଟିଏ ପଟେ ରୁଷିଆ ପରମାଣୁ ଅସ୍ତ୍ରଶସ୍ତ୍ରର ବ୍ୟବହାର...

ଡବ୍ଲ୍ୟୁଏଚ୍‌ଓରେ ଯୋଗଦେବ ଆମେରିକା

ଓ୍ବାଶିଂଟନ, ୨୧।୧୧: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)ରେ ଆମେରିକା ପୁନର୍ବାର ଯୋଗଦେବ ବୋଲି ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି। ଚାଇନା ଯେପରି ନିୟମ ଅନୁଯାୟୀ...

ସ୍ଥାନାନ୍ତର ହେବ ଇଣ୍ଡୋନେସିଆ ରାଜଧାନୀ

ଜାକର୍ତ୍ତା,୧୮ା୮: ବିଶ୍ୱ ମାନଚିତ୍ରରୁ ହଜିବାକୁ ଯାଉଛି ଇଣ୍ଡୋନେସିଆ ରାଜଧାନୀ ଜାକର୍ତ୍ତା। ପରିବେଶ ବିଶେଷଜ୍ଞମାନଙ୍କ ମତରେ ଯଦି ବର୍ତ୍ତମାନ ହାରରେ ସମୁଦ୍ରର ଜଳପତ୍ତନ ବୃଦ୍ଧି ପାଏ ତେବେ...

ଫିଲିପାଇନ୍ସ ବନ୍ୟାରେ ୪୨ ମୃତ

ମାନିଲା,୨୯ା୧୦: ଦକ୍ଷିଣପୂର୍ବ ଏସୀୟ ଦ୍ୱୀପପୁଞ୍ଜ ରାଷ୍ଟ୍ର ଫିଲିପାଇନ୍ସରେ ଝଡ଼ତୋଫାନଜନିତ ବର୍ଷା ଯୋଗୁ ବିପର୍ଯ୍ୟୟ ସୃଷ୍ଟି ହୋଇଛି। ବନ୍ୟା ଓ ଭୂସ୍ଖଳନ ଯୋଗୁ ଶୁକ୍ରବାର ୪୨ ଜଣଙ୍କ...

ୱାଶିଂଟନ ପହଞ୍ଚିଲେ ମୋଦି, ସ୍ୱାଗତ କଲେ ପ୍ରବାସୀ ଭାରତୀୟ

ୱାଶିଂଟନ,୨୩ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ ଦିନିଆ ଆମେରିକା ଗସ୍ତରେ ଯାଇ ୱାଶିଂଟନରେ ପହଞ୍ଚି ସାରିଛନ୍ତି । ବୁଧବାର ସେ ତାଙ୍କର ଗସ୍ତ ଆରମ୍ଭ...

ବାଧ୍ୟତାମୂଳକ ଶ୍ରମ ଉତ୍ପାଦିତ ଦ୍ରବ୍ୟ ବ୍ୟାନ୍‌ କରିବ ଇୟୁ

ବ୍ରସେଲ୍ସ, ୧୫ା୯: ଲୋକଙ୍କୁ ଜବରଦସ୍ତି ଶ୍ରମିକ ସଜାଇ ସେମାନଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀ ଉପରେ କଟକଣା ଲଗାଇବାକୁ ୟୁରୋପିଆନ୍‌ ୟୁନିୟନ୍‌(ଇୟୁ) ଯୋଜନା ପ୍ରସ୍ତୁତ କରିଛି। ମହାମାରୀ,...

ଆମେରିକାର କଡ଼ା ଚେତାବନୀ, ୟୁକ୍ରେନ୍‌ ସମସ୍ୟା ମଧ୍ୟରେ ତାଇଓ୍ବାନଠାରୁ ଦୂରେଇ ରହୁ ଚାଇନା…

ଓ୍ବାଶିଂଟନ, ୨୪।୧ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ବୃଦ୍ଧି ପାଉଥିବା ଯୁଦ୍ଧ ଆଶଙ୍କା ମଧ୍ୟରେ ଆମେରିକା ଚାଇନାକୁ ଚେତାବନୀ ଦେଇଛି। ତାଇୱାନ ମାମଲାରେ ହସ୍ତକ୍ଷେପ...

ମର୍ମନ୍ତୁଦ ସଡକ ଦୁର୍ଘଟଣା:ଚାଲିଗଲା ୨୨ ଜୀବନ

ଇସଲାମବାଦ: ପାକ ଅଧିକୃତ କାଶ୍ମୀର ତଥା ପିଓକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ନାଳକୁ ବସ ଖସିପଡିବାରୁ ୨୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୮ ଜଣ...

Advertisement
Archives

Model This Week