ନବରଙ୍ଗପୁର,୨।୧୦(ବି.ପ୍ର.): ମଧୁବାବୁ ପେନସନ ଯୋଜନାରେ ଭତ୍ତା ଟଙ୍କା ହଡ଼ପ ଅଭିଯୋଗରେ ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ଓ ଡାବୁଗାଁ ବ୍ଲକ ସାମାଜିକ ସୁରକ୍ଷା ବିଭାଗ ଦାୟିତ୍ୱରେ ଥିବା ୩ କର୍ମଚାରୀଙ୍କୁ ଜିଲାପାଳ କମଳ ଲୋଚନ ମିଶ୍ର ଶୁକ୍ରବାର ଚାକିରିରୁ ବହିଷ୍କାର କରିଛନ୍ତି। ସେମାନେ ହେଲେ ଚନ୍ଦାହାଣ୍ଡି ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦାୟିତ୍ୱରେ ଥିବା ପ୍ରକାଶ ଚନ୍ଦ୍ର ଢାଲି, କାର୍ଯ୍ୟକ୍ରମ ସହାୟକ ଧର୍ମେନ୍ଦ୍ର ସାହୁ ଏବଂ ଡାବୁଗାଁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦାୟିତ୍ୱରେ ଥିବା ଅତୁନ ଦେଉରୀ।
ସେପ୍ଟେମ୍ବରରେ ମଧୁବାବୁ ପେନସନ ଜରିଆରେ ଅର୍ଥ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଥିଲ। ତେବେ ମଧୁବାବୁ ପେନସନ ବାବଦରେ ଯାଇଥିବା ଅର୍ଥ ମଧ୍ୟରୁ କିଛି ଟଙ୍କା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ନ ପଠାଇ ଦାୟିତ୍ୱରେ ଥିବା କର୍ମଚାରୀମାନେ ନିଜ ସମ୍ପର୍କୀୟଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଇଥିବା ନେଇ ଅଭିଯୋଗ ହୋଇଥିଲା। ଏହାପରେ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର ତଦନ୍ତ କରିଥିଲେ। ଚନ୍ଦହାଣ୍ଡିର ଅତିରିକ୍ତ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପ୍ରକାଶ ସେପ୍ଟେମ୍ବର ମାସରେ ୪୨ ହଜାର ୫ ଶହ ଟଙ୍କା, ଡାବୁଗାଁ ବ୍ଲକ ଅତିରିକ୍ତ ସାମାଜିକ ସୁରକ୍ଷା ଅଧିକାରୀ ଅତୁନୁ ୯୩ ହଜାର ଟଙ୍କା ହଡ଼ପ କରିଥିଲେ। ଚନ୍ଦାହାଣ୍ଡି ଅତିରିକ୍ତ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଧର୍ମେନ୍ଦ୍ର ଟଙ୍କା ହଡ଼ପରେ ସହଯୋଗ କରିଥିଲେ। ପ୍ରାଥମିକ ତଦନ୍ତ ରିପୋର୍ଟ ଜିଲାପାଳଙ୍କ ପାଖରେ ପହଞ୍ଚିବା ପରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ହିତାଧିକାରୀଙ୍କ ଭତ୍ତା ଟଙ୍କା ବ୍ୟାଙ୍କ ଖାତାରେ ଜମା ହୋଇଥାଏ । ଏ ନେଇ ଜିଲା ସ୍ତରରୁ ବ୍ଲକକୁ ଆବଶ୍ୟକ ଆର୍ଥ ପଠାଯାଏ । ଆର୍ଟିଜିଏସ ଓ ନେଫ୍ଟ ମାଧ୍ୟମରେ ଭତ୍ତା ଟଙ୍କା ବ୍ୟାଙ୍କକୁ ଯାଇଥାଏ। ହାର୍ଡ କପି ଓ ସଫ୍ଟ କପି ମଧ୍ୟ ପଠାଯାଏ। ସଫ୍ଟ କପିକୁ ଚଞ୍ଚକତା କରି ଜଣଙ୍କ ଆକାଉଣ୍ଟ ନମ୍ବରରେ ଅନେକ ହିତାଧିକାରୀଙ୍କ ନାଁ ଦେଇ ଭତ୍ତା ଟଙ୍କା ହଡ଼ପ କରାଯାଇଥିବା ତଦନ୍ତରୁ ଜଣାପଡ଼ିଥିବା ଜିଲା ସାମାଜିକ ସୁରକ୍ଷା ଅଧିକାରୀ କହିଛନ୍ତି । ଜିଲାପାଳଙ୍କ ବରଖାସ୍ତ ଚିଠି ଅନୁଯାୟୀ, ପ୍ରକାଶ ଏବ ଅତୁନୁ ଟଙ୍କା ନିଜ ନିଜ ସମ୍ପର୍କୀୟଙ୍କ ନାମରେ ଜମା କରିଥିବାବେଳେ ସନ୍ତୋଷୀ ଇନ୍ଫୋଟେକ ଆଉଟସୋର୍ସିଂ ସଂସ୍ଥା ଜରିଆରେ କାମ କରୁଥିବା ଦୁର୍ନୀତିରେ ସହଯୋଗ କରିଥିତ୍ବାରୁ ତାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସେପ୍ଟେମ୍ବର ମାସରେ ଦୁର୍ନୀତି ସାମ୍ନାକୁ ଆସିବା ପରେ ପୂର୍ବମାସ ଗୁଡ଼ିକରେ ଭତ୍ତା ପ୍ରଦାନକୁ ଦୃଷ୍ଟିକୁ ନେଲେ ୨୦ ଲକ୍ଷ ଟଙ୍କା ହଡ଼ପ କରାଯାଇଥିବା ଜିଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଆକଳନ କରାଯାଉଛି । ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ମାନେ ଭତ୍ତା ଟଙ୍କା ପ୍ରଦାନ ପରେ ମାସିକ ହିସାବ ଜିଲା କାର୍ଯ୍ୟାଳୟକୁ ଠିକଣା ସମୟରେ ଦେଉ ନ ଥିବା ନେଇ ମଧ୍ୟ ପୂର୍ବରୁ ଅଭିଯୋଗ ରହିଥିଲା। ଏହି ୨ ବ୍ଲକରେ ଗତ କିଛି ମାସର ମଧୁବାବୁ ପେନସନ ପ୍ରଦାନ ବିଷୟରେ ତଦନ୍ତ ହେବ। ଏହାପରେ ହସ୍ତଗତ ତଥ୍ୟ ଅନୁଯାୟୀ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣାପଡ଼ିଛି।
Posted inଆମ ଜିଲା ଖବର, ନବରଙ୍ଗପୁର View All
ବଜାପଲ୍ଲୀରେ ଶିଶୁ ମହୋତ୍ସବ ‘ସୁରଭି’: କୋମଳମତି ଶିଶୁଙ୍କ ନୃତ୍ୟ କଳାରେ ମନ୍ତ୍ରମୁଗ୍ଧ ହେଲେ ଦର୍ଶକ
ଦିଗପହଣ୍ଡି,୧୩।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ଅଧୀନ ବଜାପଲ୍ଲୀ ଗ୍ରାମ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ମଙ୍ଗଳବାର ଦିନ ଗୋକର୍ଣ୍ଣପୁର…
ଜଙ୍ଗଲରେ ଚାଲିଥିଲା ଜୁଆ ଆଡ୍ଡା; ପୋଲିସର ଅତର୍କିତ ଚଢ଼ାଉରେ ୬ ଜଣ ଗିରଫ; ଟଙ୍କା-ମୋବାଇଲ ସହ…
ପାରଳାଖେମୁଣ୍ଡି,୧୩।୧୦(ଗିରିଧାରୀ ପରିଛା): ଗଜପତି ଜିଲାରେ ଜୁଆ ଆଡ୍ଡା ବିରୋଧରେ ପୋଲିସର କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପ୍ରହ୍ଲାଦ ସହାୟ ମୀନାଙ୍କ ନିର୍ଦ୍ଦେଶକ୍ରମେ ପାରଳାଖେମୁଣ୍ଡି ଆଦର୍ଶ…
ପାଟଣା କଲେଜ ନିର୍ବାଚନ: ସରିଲା ପ୍ରଚାର, ବିରିୟାନି-ଗୁପ୍ଚୁପ୍ରେ କମ୍ପିଲା କଲେଜ କ୍ୟାମ୍ପସ୍…
ପାଟଣା, ୧୩।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନୀ ପ୍ରଚାରର ଶେଷ ଦିନରେ କଲେଜ ପରିସର ଚଳଚଞ୍ଚଳ…
ବୈତରଣୀ ନଦୀରୁ ନାବାଳକଙ୍କ ଗଳିତ ମୃତଦେହ ଜବତ, ପରିଚୟ ଖୋଜୁଛି ତୁରୁମୁଙ୍ଗା ପୋଲିସ
ପାଟଣା, ୧୩।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଜୁମେଇଁ ଗ୍ରାମ ନିକଟ ବୈତରଣୀ ନଦୀର ସିନ୍ଦୁରିଗୌରୀ ଘାଟରୁ ମଙ୍ଗଳବାର ଦିନ ଜଣେ…
ଦାରିଙ୍ଗବାଡିରେ ପୋଲିସ ପାଟ୍ରୋଲିଂ ବେଳେ ଧରାପଡ଼ିଲେ ଗଞ୍ଜେଇ ବେପାରୀ; ୨୩ କେଜିରୁ ଅଧିକ ଗଞ୍ଜେଇ ଜବତ
ଦାରିଙ୍ଗବାଡି, ୧୩।୧୦ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ପୋଲିସ ପକ୍ଷରୁ ଏକ ବଡ଼ଧରଣର ଗଞ୍ଜେଇ ଜବତ କରାଯାଇଛି। ପାଟ୍ରୋଲିଂ ବେଳେ ପୋଲିସ ୨୩…
ଗଞ୍ଜେଇ ସହ ବାଇକ ଜବତ: ଅଭିଯୁକ୍ତ ଗଲେ ଜେଲ
ଦିଗପହଣ୍ଡି,୧୩|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ ୧୭ ନଂ.ରାଜ୍ୟ ରାଜପଥ କଡ଼ରେ ଥିବା ପଥପାର୍ଶ୍ଵ ସୁବିଧାକେନ୍ଦ୍ର ନିକଟରୁ ମଙ୍ଗଳବାର ପୂର୍ବାହ୍ନ ସାଢେ ୬…
ତେଜିଲା ଆନ୍ଦୋଳନ, ବିଦ୍ୟାଳୟ ଫାଟକରେ ତାଲା ପକାଇଲେ ଗ୍ରାମବାସୀ
ବୈଶିଙ୍ଗା,୧୩।୧୦(ରତନ ଦାଶ): ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ ତଥା ବୈଶିଙ୍ଗା ଥାନା ଅନ୍ତର୍ଗତ ବଣଦାମଦରପୁର ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀଙ୍କ ବଦଳି ନିର୍ଦ୍ଦେଶକୁ ଗ୍ରାମବାସୀ ବିରୋଧ କରିଛନ୍ତି।…
ନିର୍ବାଚନ ବାତିଲକୁ ନେଇ କେସିଙ୍ଗା କଲେଜରେ ରାଜନୈତିକ ଝଡ଼
କେସିଙ୍ଗା, ୧୩।୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବାତିଲ ହେବାକୁ ନେଇ ରାଜନୈତିକ ଉତ୍ତେଜନା ଦେଖାଦେଇଛି। ଏହାର ପ୍ରତିବାଦରେ ବିଜେଡି…

