Posted inଫୁରସତ

୨୪ ଥରରେ ଏମ୍‌ଏସ୍‌ସି ପାସ୍‌

ଭୋପାଳ: ଜଣେ ମଣିଷ କିଛି ହାସଲ କରିବାକୁ ଚାହିଁଲେ, ସେଥିପାଇଁ ତାଙ୍କୁ ବହୁତ ବାଧାବିଘ୍ନ ଦେଇ ଗତି କରିବାକୁ ପଡ଼ିଥାଏ। ଏହାପରେ ସେ ସଫଳତା ପାଇପାରେ। ସେପରି ଜଣେ ବ୍ୟକ୍ତି ହେଉଛନ୍ତି ମଧ୍ୟପ୍ରଦେଶର ରାଜକରଣ ବରୁଆ। ସେ ୫୬ ବର୍ଷ ବୟସରେ ବେସରକାରୀ ଜଗୁଆଳି ଏବଂ ଚାକର କାମ କରି ମଧ୍ୟ ଏମ୍‌ଏସ୍‌ସି ପାସ୍‌ କରିଛନ୍ତି। ରାଜକରଣ ତାଙ୍କ ବୟସର ପ୍ରାୟ ଅଧା ସମୟ ଏମ୍‌ଏସ୍‌ସି ପାଇବାକୁ ନଷ୍ଟ କରି ଦେଇଛନ୍ତି। ହେଲେ ସେ କେବେ ତାଙ୍କର ଇଚ୍ଛାଶକ୍ତି ହରାଇ ନ ଥିଲେ। ତାଙ୍କ ଜୀବନରେ ଯେମିତି ବି ପରିସ୍ଥିତି ଆସିଲେ ମଧ୍ୟ ସେ ଲକ୍ଷ୍ୟଚ୍ୟୁତ ହୋଇ ନ ଥିଲେ। ସେ ନିରନ୍ତର ଭାବେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ଚେଷ୍ଟା ଚଳାଇଥିଲେ। ୨୫ ବର୍ଷରେ ରାଜକିରଣ ୨୩ ଥର ଫେଲ୍‌ ହେବା ପରେ ଏବେ ତାଙ୍କୁ ସଫଳତା ମିଳିଛି। ପରୀକ୍ଷାରୁ ରାଜକିରଣ ପ୍ରୟାସ ଏବଂ ଧୈର୍ଯ୍ୟ ୨ଟି ଜିନିଷ ଶିଖିଥିବା କହିଛନ୍ତି। ୧୯୯୬ରେ ରାଜକିରଣ ଗଣିତରେ ସ୍ନାତକ ହାସଲ ପାଇଁ ରାଣୀ ଦୁର୍ଗାବତୀ ବିଶ୍ୱବିଦ୍ୟାଳୟରେ ଏମ୍‌ଏସ୍‌ସିରେ ନାମ ଲେଖାଇଲେ। ଏହାପରେ ୧୯୯୭ରେ ସେ ପ୍ରଥମ ଥର ଏମ୍‌ଏସ୍‌ସି ପରୀକ୍ଷା ଦେଇଥିଲେ। ହେଲେ ସେଥିରେ ସେ ଫେଲ୍‌ ହୋଇଥିଲେ। ଆଗାମୀ ୧୦ ବର୍ଷରେ ସେ ୫ଟି ବିଷୟରୁ କେବଳ ୨ଟି ବିଷୟରେ ପାସ୍‌ କରିଥିଲେ। ଶେଷରେ ସେ ୨୦୨୧ରେ ଏମ୍‌ଏସ୍‌ସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରିଲେ। ହେଲେ ଏହି ସଫଳତା ପଛରେ ତାଙ୍କୁ ବହୁତ କଷ୍ଟ ସହିବାକୁ ପଡ଼ିଛି। ସେ ରହିବା ଏବଂ ଖାଇବା ପାଇଁ ଏକ ବଙ୍ଗଳାରେ ଚାକର କାମ କଲେ। ଏଥିରୁ ତାଙ୍କୁ ପ୍ରାୟ ୧୫୦୦ ଟଙ୍କା ମିଳୁଥିଲା। ଏଥିସହ ସେ ରାତିରେ ଜଗୁଆଳି କାମ କରୁଥିଲେ। ଯେଉଁଥିରୁ ତାଙ୍କୁ ୫ ହଜାର ଟଙ୍କା ମିଳୁଥିଲା। ଏହି ଟଙ୍କାରେ ସେ ତାଙ୍କ ଘର ଚଳାଉଥିଲେ। ତା’ ଭିତରୁ କିଛି ସଞ୍ଚୟ କରି ବହି କିଣୁଥିଲେ। ଏହି ୨୫ ବର୍ଷ ମଧ୍ୟରେ ସେ ପାଠ ପଢିବାକୁ ପ୍ରାୟ ୨ ଲକ୍ଷ ଖର୍ଚ୍ଚ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଜବତ ମାମଲା: ବନ୍ଧା ହେଲେ ବିଶ୍ୱଜିତ୍‌

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳର ଏକ ଘରୋଇ କଲେଜ ହଷ୍ଟେଲରେ ଛାତ୍ରୀ ବୁଗୁଡା ଘୋଡ଼ାପଡ଼ା ଗ୍ରାମର ଶୃତି ଭୋଳଙ୍କ ସନ୍ଦେହଜନକ ମୃତ୍ୟୁ…

ବ୍ରହ୍ମପୁରରେ ଚାଞ୍ଚଲ୍ୟ, ପ୍ରେମିକାଙ୍କୁ ଡାକ୍ତରଖାନାରେ ଛାଡି ପଳାଇଥିବା ପ୍ରେମିକ ଗିରଫ

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ ): ଅସୁସ୍ଥ ପ୍ରେମିକାଙ୍କୁ ଏମ୍‌କେସିଜି ମେଡିକାଲରେ ଛାଡି ପଳାଇଥିବା ଯୁବକ ବ୍ରହ୍ମପୁର ଶ୍ରୀରାମନଗର ୧୦ମ ଲାଇନର ତ୍ରିନାଥ ସାହୁ(୩୦)ଙ୍କୁ ବଡବଜାର ଥାନା ପୋଲିସ…

ମୁଜାଗଡ଼ ବିଦ୍ୟାଳୟରେ ଯୋଗ ଦିବସ

ଭଞ୍ଜନଗର,୨୧।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖେଳ ପଡ଼ିଆରେ ରବିବାର ପଞ୍ଚାୟତସ୍ତରୀୟ ଜନ କଲ୍ୟାଣ ଶିବିର ସହ ଯୋଗ…

ଇରାନକୁ ପୁଣି ଆକ୍ରମଣ ଧମକ ଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୧।୬: ସୁଇଜରଲାଣ୍ଡରେ ଆମେରିକା ସହ ଶାନ୍ତି ଆଲୋଚନାରେ ଇସ୍ରାଏଲ୍‌ ଏବଂ ଲେବାନନ୍‌ର ଆତଙ୍କବାଦୀ ଗୋଷ୍ଠୀ ହେଜ୍‌ବୋଲ୍ଲା ମଧ୍ୟରେ ଚାଲିଥିବା ଯୁଦ୍ଧ ମୁଖ୍ୟ ପ୍ରସଙ୍ଗ ହେବ ବୋଲି ଇରାନ…

୨ ବର୍ଷ ହେଲା ଖଲାସିଙ୍କୁ ମିଳୁନି ଟଙ୍କା, ଆନ୍ଦୋଳନ ଚେତାବନୀ

ଝରିଗାଁ,୨୧ା୬(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ପ୍ରଶାସନ ପକ୍ଷରୁ ବିଭିନ୍ନ ଧାନ ମଣ୍ଡିରେ ଖାଲାସିମାନେ ଧାନ ଓଜନ କରିଥିବା ବେଳେ ଦୁଇବର୍ଷ ଧରି ଖଲାସିମାନଙ୍କ…

ତାମିଲନାଡୁ ଗ୍ୟାସ ଟ୍ରାଜେଡି: ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧।୬: ତାମିଲନାଡୁର ତିରୁଭଲ୍ଲୁର ଜିଲାରେ ରବିବାର ଏକ ସି-ଫୁଡ (ସାମୁଦ୍ରିକ ଖାଦ୍ୟ) ରପ୍ତାନି କାରଖାନାରେ ଆମୋନିଆ ଗ୍ୟାସ ଲିକ୍‌ ହେବା ଯୋଗୁ ୭ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା…

ହଠାତ୍‌ ଢିଲା ହୋଇଗଲା ବସ୍‌ର ଷ୍ଟିଅରିଂ, ଡ୍ରାଇଭର ଏମିତି ଉପସ୍ଥିତି ବୁଦ୍ଧି ଖଟାଇବାରୁ…

ରିଆମାଳ,୨୧ା୬(ବଦ୍ରିନାରାୟଣ ଅଗ୍ରଓ୍ବାଲ): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅନ୍ତର୍ଗତ ସୁରଙ୍ଗିପାଳ ନିକଟରେ ଆଜି ଶୁଭଲକ୍ଷ୍ମୀ ନାମକ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ରେଙ୍ଗାଲି ଡ୍ୟାମ୍‌…

ଧରାପଡ଼ିଲା ମଇଁଷି ବୋଝେଇ କଣ୍ଟେନର

କୋକସରା,୨୧।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଡ଼ଙ୍ଗରିଗୁଡ଼ା ନିକଟରେ ରବିବାର ବେଆଇନ ଭାବେ ଚାଲାଣ ହେଉଥିବା ମଇଁଷି ବୋଝେଇ କଣ୍ଟେନରକୁ ପୋଲିସ ଜବତ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri