Posted inଫୁରସତ

ଯୋଗାମୁଦ୍ରାରେ ପଶୁପତି…

ଯୋଗର ଆରମ୍ଭ ପ୍ରାକ୍‌ ବୈଦିକ ଯୁଗରୁ ହୋଇଛି ବୋଲି ଗ୍ରହଣ କରାଯାଇଥାଏ । ସିନ୍ଧୁ ସଭ୍ୟତାରୁ ମିଳିଥିବା ପୋଡ଼ାମାଟି ମୁଦ୍ରାରେ ପଶୁପତି ଯୋଗାସନ ମୁଦ୍ରାରେ ବସିଥିବାର ଖୋଦେଇ ଛବି ଯୋଗ ବିଦ୍ୟାର ପ୍ରାଚୀନତା ସମ୍ପର୍କରେ ସୂଚନା ପ୍ରଦାନ କରିଥାଏ। ଋଗ୍‌ବେଦରେ ମଧ୍ୟ ଯୋଗ ସମ୍ପର୍କରେ ବର୍ଣ୍ଣନା କରାଯାଇଛି। ବିଭିନ୍ନ ଉପନିଷଦ ଅନୁସାରେ ସ୍ବାସ୍ଥ୍ୟ ରକ୍ଷା କ୍ଷେତ୍ରରେ ଯୋଗ ବହୁ ପୁରାତନ ସମୟରୁ ସମାଜରେ ଲୋକଙ୍କ ମଧ୍ୟରେ ବେଶ୍‌ ଲୋକପ୍ରିୟ ହୋଇ ରହି ଆସିଛି। ବିଭିନ୍ନ ପୁରାତନ ବୌଦ୍ଧ ଗ୍ରନ୍ଥରେ ଯୋଗ ଶାସ୍ତ୍ର ବିଷୟରେ ଦର୍ଶାଯାଇଛି। ପତଞ୍ଜଳିଙ୍କ ଯୋଗସୂତ୍ରରେ ଯୋଗ ଦ୍ୱାରା ସୁସ୍ବାସ୍ଥ୍ୟ, ଏହାର ମାନସିକ ପ୍ରଭାବ ସମ୍ପର୍କରେ ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛି। ବୈଦିକ ଷଡଦର୍ଶନ ଏବଂ ପତଞ୍ଜଳିଙ୍କ ଯୋଗସୂତ୍ର ମଧ୍ୟରେ ବହୁ ସାମ୍ୟତା ମଧ୍ୟ ରହିଛି । ଯୋଗର ବିଭିନ୍ନ ମାର୍ଗ ସମ୍ପର୍କରେ ଶ୍ରୀମଦ୍‌ ଭଗବତ୍‌ ଗୀତାରେ ଉଲ୍ଲେଖ କରାଯାଇଛି। ଏହା ଯୁଗଯୁଗ ଧରି ମାନବ ସମାଜକୁ ଯୋଗ ସାଧନା ଯୋଗୁ ହେଉଥିବା ଅନ୍ତର୍ଚେତନାର ବିକାଶ ଓ ମହାଚେତନା ସହ ମିଳନ ସମ୍ପର୍କରେ ଅବଗତ କରାଉଛି। ମହାଚେତନା ପରମାତ୍ମାଙ୍କ ସହିତ ଅନ୍ତର୍ଚେତନା ଜୀବାତ୍ମାର ମିଳନ ହିଁ ଯୋଗର ଆକ୍ଷରିକ ଅର୍ଥ ବୋଲି ଯୋଗ ଗୁରୁ କହିଥାନ୍ତି। ଯୋଗ ଭାରତର ପ୍ରାଚୀନ ସଂସ୍କୃତିର ଏକ ଅମୂଲ୍ୟ ଉପହାର । ଏହା ମନ ଏବଂ ଶରୀର ମଧ୍ୟରେ ସଂଯୋଗ ସ୍ଥାପନ କରିବାକୁ ସକ୍ଷମ ହୋଇଥାଏ। ବିଭିନ୍ନ କ୍ରିୟା, ସଂଯମତା, ଜୀବନରେ ପୂର୍ଣ୍ଣତା, ପ୍ରକୃତି ସହ ତାଳମେଳ, ସୁସ୍ବାସ୍ଥ୍ୟ ଏବଂ ସମୃଦ୍ଧି ଲାଗି ଯୋଗକୁ ଏକ ସିଦ୍ଧ ଉପଚାର ଭାବେ ଗ୍ରହଣ କରାଯାଏ । ଯୋଗ କେବଳ ଏକ ବ୍ୟାୟାମ ନୁହେଁ ବରଂ ନିଜ ଭିତରେ ଜଗତ ଏବଂ ପ୍ରକୃତି ସହ ଏକାଗ୍ରତାକୁ ଆବିଷ୍କାର କରିବାର ଏକ ମାଧ୍ୟମ। ଯୋଗ ମାଧ୍ୟମରେ ସ୍ବଚେତନା ଉଦ୍ରେକ କରି ସାଧକ ନିଜ ଜୀବନଶୈଳୀରେ ପରିବର୍ତ୍ତନ ଆଣି ପାରିପାର୍ଶ୍ୱିକ ଜଗତ ସହିତ ଖାପ ଖୁଆଇ ଚଳିବାକୁ ସକ୍ଷମ ହୋଇଥାନ୍ତି। ତେଣୁ ପ୍ରତିଦିନ କିଛି ସମୟ ଯୋଗ କରିବା ସଭିଙ୍କ ପାଇଁ ଅପରିହାର୍ଯ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri