Posted inଫୁରସତ

ପଶ୍ମିନା ଶାଲ୍‌

ପଶ୍ମିନା ଶାଲ୍‌ କେବଳ ଭାରତରେ କାହିଁକି ବିଦେଶରେ ବି ବେଶ୍‌ ଲୋକପ୍ରିୟ। ଏବେ ତ ଏହା ଷ୍ଟାଟସ୍‌ର ପ୍ରତିକ ପାଲଟିଗଲାଣି। ବଡ଼ ବଡ଼ ସେଲିବ୍ରିଟିଙ୍କର ଏହା ପ୍ରଥମ ପସନ୍ଦ। ହେଲେ ଜାଣନ୍ତି କି ଏହା କେବେଠୁ ଆରମ୍ଭ ଓ କେମିତି ହେଲା ଏତେ ଲୋକପ୍ରିୟ। ଜାଣନ୍ତୁ ସେ ସମ୍ପର୍କରେ…

ପଶ୍ମିନା ଶାଲ୍‌କୁ କେହି କେହି ‘କଶ୍ମିରୀ ଶାଲ୍‌’ ବି କୁହନ୍ତି। ପଶ୍ମିନା ଶବ୍ଦଟି ଫାରସୀ ଶବ୍ଦ ‘ପଶ୍ମ’ରୁ ଆସିଛି। ଯାହାର ଅର୍ଥ ହେଉଛି ଉଲ୍‌। ପଶ୍ମିନା ଉଲ୍‌ କଶ୍ମିରର ଏକ ଖାସ୍‌ ପ୍ରଜାତିର ପାହାଡି ଛେଳିରୁ ବାହାର କରାଯାଇଥାଏ, ଯାହାର ନାଁ ଚ୍ୟାଙ୍ଗରା। ଏହି ଛେଳି ଶୀତଦିନେ ନିଜ ଶରୀରର ଉଲ୍‌ର ଉପର ସ୍ତରକୁ ନିଜେ ତ୍ୟାଗ କରିଥାଏ। ତେଣୁ ଏହାକୁ କାଟିବାକୁ ପଡି ନ ଥାଏ। ହେଲେ ପଶ୍ମିନା ଶାଲ ପ୍ରସ୍ତୁତି ପ୍ରକ୍ରିୟା ବହୁତ ଜଟିଳ। ଗୋଟିଏ ଶାଲ ତିଆରି କରିବା ପାଇଁ ତିନିଟି ଚ୍ୟାଙ୍ଗରା ଛେଳିର ଉଲ ଆବଶ୍ୟକ ହୁଏ। ୭-୧୦ ଦିନ ଲାଗେ ଗୋଟିଏ ଶାଲ ତିଆରି କରିବାକୁ। ତେଣୁ ଏହାର ମୂଲ୍ୟ ବହୁତ ଥାଏ। ଐତିହାସିକଙ୍କ ମତରେ କଶ୍ମିରର ପଞ୍ଚଦଶ ଶତାବ୍ଦିର ଶାସକ ଜୈନୁଲ ଆବ୍‌ଦିନ ସୁବେଠାରେ ଉଲ୍‌ ଉଦ୍ୟୋଗର ସ୍ଥାପନା କରିଥିଲେ ଓ କଶ୍ମିରୀ ପଶ୍ମିନା ଶାଲ୍‌କୁ ପ୍ରୋତ୍ସାହିତ କରିଥିଲେ। ତେବେ କିଛି ଐତିହାସିକ ପଶ୍ମିନା ଶାଲ୍‌ର ଇତିହାସ ଏହାଠାରୁ ବି ବହୁ ପୂର୍ବର ବୋଲି କୁହନ୍ତି। ମୋଗଲ ଶାସନ ସମୟରେ କଶ୍ମିରୀ ଶାଲ୍‌ର ଲୋକପ୍ରିୟତା ବଢିଲା। ଆଉ କଶ୍ମିର ବ୍ୟତିତ ଏହା ଭାରତର ବିଭିନ୍ନ ସ୍ଥାନ ସହ ପୃଥିବୀର ବିଭିନ୍ନ କୋଣକୁ ଏହାର ସୁଗନ୍ଧ ପହଞ୍ଚତ୍ଥିଲା। ଐତିହାସିକଙ୍କ ମତରେ ବାବରଙ୍କ ଶାସନକାଳରେ ବିଶ୍ୱସ୍ଥ ତଥା ଖାସ୍‌ ବ୍ୟକ୍ତିଙ୍କୁ ଖିଲତ୍‌ ‘ସମ୍ମାନ ବସ୍ତ୍ର’ ପ୍ରଦାନ କରିବା ପରମ୍ପରା ଆରମ୍ଭ ହୋଇଥିଲା। ଖିଲତ୍‌ରେ ପଗଡି, କୋଟ୍‌, ଗାଉନ୍‌ ଓ ଅନ୍ୟାନ୍ୟ ବସ୍ତ୍ର ସହ କଶ୍ମିରୀ ପଶ୍ମିନା ଉଲ୍‌ରେ ପ୍ରସ୍ତୁତ ସାମଗ୍ରୀ ବି ସାମିଲ କରାଯାଇଥିଲା। ପରେ ୧୫୬୮ରେ ଯେବେ ଆକବର କଶ୍ମିର ଉପରେ ପୂର୍ଣ୍ଣ ବିଜୟ ଲାଭ କଲେ, ଏକ ଖାସ୍‌ ଖିଲତ୍‌ ସମାରୋହ କରାଯାଇଥିଲା। ଯେଉଁଥିରେ କଶ୍ମିରୀ ପଶ୍ମିନା ଶାଲ ଉପହାର ସ୍ବରୂପ ପ୍ରଦାନ କରାଯାଇଥିଲା। ଏହି ସମୟରେ ଅନ୍ୟ ସମ୍ରାଟ ଯେମିତିକି ସଫଓ୍ବିଦ ଓ କଜରୋଁ ମଧ୍ୟ ପଶ୍ମିନା ଶାଲ ପିନ୍ଧିବା ସହ ଭେଟି ସ୍ବରୂପ ପ୍ରଦାନ କରୁଥିଲେ। ଏହିଭଳି ଭାବେ ଧୀରେ ଧୀରେ ପଶ୍ମିନା ଶାଲ୍‌ ଭାରତ ବ୍ୟତିତ ପଡୋଶୀ ଦେଶରେ ବି ପ୍ରସିଦ୍ଧ ହେବାରେ ଲାଗିଲା। ନେପାଳ ଓ ଅନ୍ୟ ଦେଶରେ ଏହି ଶାଲ୍‌କୁ ଯୌତୁକରେ ଦେବା ଅନିବାର୍ଯ୍ୟ କରାଗଲା। ୟୁରୋପର ସବୁ ଦେଶରେ ବି ଏହା ଲୋକପ୍ରିୟ ହେବାକୁ ଲାଗିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri