Posted inଜାତୀୟ

କର୍ନାଟକ ଭାଜପା ମୁଖ୍ୟଙ୍କ ଟିପୁ ବିରୋଧୀ ମନ୍ତବ୍ୟକୁ ନେଇ ଦଳ ଦୁଇଭାଗ

ନୂଆଦିଲ୍ଲୀ,୧୮ା୨: କର୍ନାଟକରେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଦଳୀୟ ରଣନୀତି ଚୂଡ଼ାନ୍ତ କରିବା ଉଦ୍ଦେଶ୍ୟରେ ରାଜ୍ୟ ଭାଜପା ମୁଖ୍ୟ ଟିମ୍‌ର ମାରାଥନ୍‌ ବୈଠକ ବାରମ୍ବାର ବସୁଛି। ଅନ୍ୟପକ୍ଷରେ ଦଳର ରାଜ୍ୟ ସଭାପତି ନଳିନ କୁମାର କାତିଲଙ୍କର ଟିପୁ ସୁଲ୍‌ତାନ ବନାମ ଭି.ଡି. ସଭରକର ବର୍ଣ୍ଣନାକୁ ନେଇ ଦଳ ଭିତରେ ମତଭେଦ ବଢ଼ିବାରେ ଲାଗିଛି। ଅଷ୍ଟାଦଶ ଶତାବ୍ଦୀର ମହୀଶୂର ଶାସକ ଟିପୁ ସୁଲତାନଙ୍କୁ ନେଇ କାତିଲ ଭାଜପା ପ୍ରଚାରକୁ କେନ୍ଦ୍ରୀଭୂତ କରିବାକୁ ଉଦ୍ୟମ କରୁଥିବା ଗୋଟିଏ ଗୋଷ୍ଠୀ କହୁଥିବାବେଳେ ଦଳର କେନ୍ଦ୍ରୀୟ ନେତୃତ୍ୱ ଏହାକୁ ଗ୍ରହଣ କରୁନାହିଁ। ଏଥର ନିର୍ବାଚନ କଂଗ୍ରେସ ଏବଂ ଭାଜପା ମଧ୍ୟରେ ଲଢ଼େଇ ହେବନାହିଁ ବରଂ ସଭରକର ଏବଂ ଟିପୁଙ୍କ ନୀତି ଆଦର୍ଶ ମଧ୍ୟରେ ହେବ ବୋଲି କିଛିଦିନ ପୂର୍ବରୁ କାତିଲ କହିଥିଲେ। ଟିପୁ ସମର୍ଥକମାନଙ୍କୁ କର୍ନାଟକରୁ ତଡ଼ିଦେବାକୁ କାତିଲ ବୁଧବାର ଆହ୍ବାନ ଦେଇ ପୁଣିଥରେ ବିବାଦ ଘେରକୁ ଆସିଛନ୍ତି। କର୍ନାଟକ ରାମଙ୍କ ଭୂମି। ଯେଉଁମାନେ ରାମଙ୍କ ଭଜନ ଗାଇବେ କେବଳ ସେମାନେ ଏହି ଭୂମିରେ ରହିବେ ବୋଲି ଭାଜପା ରାଜ୍ୟ ସଭାପତି କାତିଲ କୋପାଲ ଜିଲାର ୟେଲବୁର୍ଗାଠାରେ ଏକ ରାଲିକୁ ସମ୍ବୋଧିତ କରି କହିଥିଲେ।
ଭାଜପା କର୍ନାଟକରେ ପୁଣି ଥରେ କ୍ଷମତାରେ ରହିବା ଲାଗି ଉଦ୍ୟମ ଚଳାଇଥିବାବେଳେ ଏଥର କଂଗ୍ରେସଠାରୁ କଡ଼ା ଟକ୍କରର ସମ୍ମୁଖୀନ ହେବ ବୋଲି କୁହାଯାଉଛି। ଏଭଳି ସମୟରେ କାତିଲଙ୍କ ଟିପୁ ସୁଲ୍‌ତାନ ମନ୍ତବ୍ୟ ଭାଜପା ପାଇଁ ଭୋଟ ଯୋଗାଡ଼ କରିବାରେ କେତେଦୂର ସଫଳ ହେବ ତାକୁ ନେଇ ଭିନ୍ନ ମତ ପ୍ରକାଶ ପାଇଛି। ଏହା ଏକ ସ୍ମାର୍ଟ ଫର୍ମୁଲା ବୋଲି ଦଳର ଗୋଟିଏ ଗୋଷ୍ଠୀ କହିଛି। ଅନ୍ୟପକ୍ଷରେ କର୍ନାଟକ ଭଳି ଏକ ସମ୍ବେଦନଶୀଳ ରାଜ୍ୟରେ ଗୋଟିଏ ପ୍ରସଙ୍ଗ ସାରା ରାଜ୍ୟରେ ପ୍ରଭାବ ପକାଇବା ଆଶା କରାଯାଉ ନାହିଁ ବୋଲି ଜଣେ ଦଳୀୟ ନେତା କହିଛନ୍ତି। ଟିପୁ ପ୍ରସଙ୍ଗ ଉପକୂଳର କେତେକ ଅଞ୍ଚଳ ଏବଂ ପୁରୁଣା ମହୀଶୂର ଅଞ୍ଚଳରେ ପ୍ରଭାବ ପକାଇପାରେ। ତେଣୁ ଭାଜପା କେନ୍ଦ୍ରୀୟ ନେତୃତ୍ୱ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲୋକପ୍ରିୟତା ଏବଂ କାର୍ଯ୍ୟକ୍ରମକୁ ଅଧିକ ଫୋକସ୍‌ କରିବାକୁ ଉଦ୍ୟମ କରୁଛି। ଅନ୍ୟପକ୍ଷରେ ଭାଜପା ଏମ୍‌୍‌ପି କହିଛନ୍ତି, କାତିଲଙ୍କ ରଣନୀତି ଦଳ ପାଇଁ ଲାଭଦାୟକ ହୋଇପାରେ ଏବଂ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଦଳ ଅଧିକ ସମର୍ଥନ ହାସଲ କରିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?