Posted inଜାତୀୟ

ପାର୍ଥ ଚାଟାର୍ଜୀଙ୍କୁ ଭୁବନେଶ୍ୱର ଏମ୍ସ ଅଣାଯିବ

କୋଲକାତା, ୨୫ା୭: ପଶ୍ଚିମବଙ୍ଗ ବିଦ୍ୟାଳୟ ସେବା ଆୟୋଗ (ଡବ୍ଲ୍ୟୁବିଏସ୍‌ଏସ୍‌ସି) ଅଧୀନରେ ଶିକ୍ଷକ ନିଯୁକ୍ତି ଦୁର୍ନୀତି ଅଭିଯୋଗରେ ଗିରଫ ହୋଇଥିବା ଶିଳ୍ପ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଭୁବନେଶ୍ୱରସ୍ଥିତ ଏମ୍ସରେ ଭର୍ତ୍ତି କରାଯିବ। ପାର୍ଥଙ୍କ ସ୍ବାସ୍ଥ୍ୟ ବିିଗିଡ଼ିଯିବା ପରେ ରବିବାର କାଲ୍‌କାଟା ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।
ତୃଣମୂଳ କଂଗ୍ରେସ(ଟିଏମ୍‌ସି) ନେତା ପାର୍ଥଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଘରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ହିସାବ ବହିର୍ଭୂତ ୨୧ କୋଟି ଟଙ୍କା ଜବତ କରିବା ପରେ ଉଭୟଙ୍କୁ ଶନିବାର ଗିରଫ କରିଥିଲା। ଗିରଫ ପରେ ପାର୍ଥଙ୍କୁ ଏକ ସ୍ଥାନୀୟ କୋର୍ଟରେ ହାଜର କରି ଇଡି ଦୁଇଦିନିଆ ରିମାଣ୍ଡରେ ନେଇଥିଲା। ମେଟ୍ରୋ ପଲିଟାନ୍‌ ମାଜିଷ୍ଟ୍ରେଟ୍‌ ନମ୍ରତା ସିଂ ପାର୍ଥଙ୍କୁ ସୋମବାର କୋର୍ଟରେ ହାଜର କରିବାକୁ ଇଡିକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ସେ ହଠାତ୍‌ ଅସୁସ୍ଥ ହୋଇଯିବାରୁ ତାଙ୍କୁ କୋଲକାତା ସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଟିଏମ୍‌ସି ଏହି ମାମଲାର ସମୟବଦ୍ଧ ଶୁଣାଣି ଦାବି କରିଥିବାବେଳେ ଏସ୍‌ଏସ୍‌କେଏମ୍‌ ହସ୍ପିଟାଲରେ ପାର୍ଥ ଚିକିତ୍ସିତ ହେଲେ ସାକ୍ଷୀମାନଙ୍କୁ ପ୍ରଭାବିତ କରିପାରନ୍ତି ବୋଲି ଆଶଙ୍କା କରି ଇଡି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ଇଡି ପକ୍ଷରୁ ଦାଏର ରିଭିଜନ୍‌ ପିଟିଶନର ଶୁଣାଣି କରି ଜଷ୍ଟିସ୍‌ ବିବେକ ଚୌଧୁରୀଙ୍କ ଖଣ୍ଡପୀଠ କହିଛନ୍ତି, ପାର୍ଥଙ୍କୁ ସୋମବାର ଭୋର୍‌ ସମୟରେ ଏୟାର ଆମ୍ବୁଲାନ୍ସରେ କୋଲକାତାରୁ ଭୁବନେଶ୍ୱରରେ ନିଆଯିବ। ତାଙ୍କୁ ଏମ୍ସରେ ଚିକିତ୍ସା କରାଯିବ।

ସେଠାରୁ ଭର୍ଚୁଆଲ ମୋଡ୍‌ରେ ଅପରାହ୍ନ ୪ଟାରେ ସ୍ବତନ୍ତ୍ର ଇଡି କୋର୍ଟରେ ହାଜର କରାଯିବ। ପାର୍ଥଙ୍କ ଚିକିତ୍ସା ପାଇଁ ଏମ୍ସ କର୍ତ୍ତୃପକ୍ଷ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ ଗଠନ କରିବେ। ଉକ୍ତ ଟିମ୍‌ରେ କାର୍ଡିଓଲୋଜି, ନେଫ୍ରୋଲୋଜି, ରେସ୍ପିରେଟୋରି ମେଡିସିନ ଏବଂ ଏଣ୍ଡୋକ୍ରାଇନୋଲୋଜି ବିଭାଗର ବିଶେଷଜ୍ଞମାନେ ଚିକିିତ୍ସା କରିବେ। ଏଥିପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ ଜଷ୍ଟିସ୍‌ ଚୌଧୁରୀ ଏମ୍ସ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରକାଶ ଯେ, ପାର୍ଥ ୨୦୧୪ରୁ ୨୦୨୧ ପର୍ଯ୍ୟନ୍ତ ଶିକ୍ଷାମନ୍ତ୍ରୀ ଥିବାବେଳେ ଡବ୍ଲ୍ୟୁବିଏସ୍‌ଏସ୍‌ସି ଅଧୀନରେ ଶିକ୍ଷକ ନିଯୁକ୍ତି ବେଳେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ଆସିଥିଲା। ୨୦୧୬ରେ ଡବ୍ଲ୍ୟୁବିଏସ୍‌ଏସ୍‌ସିଙ୍କ ସୁପାରିସ କ୍ରମେ ସରକାରୀ ଓ ସରକାରଙ୍କ ପକ୍ଷରୁ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକରେ ଗ୍ରୁପ୍‌-ସି, ଗ୍ରୁପ୍‌-ଡି ଷ୍ଟାଫ୍‌ ଏବଂ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଥିବା ନେଇ ମାମଲା କାଲ୍‌କାଟା ହାଇକୋର୍ଟରେ ପହଞ୍ଚତ୍ଲା। ହାଇକୋର୍ଟ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

ଗତ ଏପ୍ରିଲ ଓ ମେ’ରେ ପାର୍ଥଙ୍କୁ ସିବିଆଇ ଜେରା କରିଥିଲା। ଇଡି ମଧ୍ୟ ଏହାର ଆର୍ଥିକ ଅନିୟମିତତା ଦିଗକୁ ନେଇ ତଦନ୍ତ ଚଳାଇଥିଲା। ଶୁକ୍ରବାର ଇଡି ପକ୍ଷରୁ ପାର୍ଥ ଓ ତାଙ୍କ ଘନିଷ୍ଠ କୁହାଯାଉଥିବା ଅର୍ପିତାଙ୍କ ଘରେ ଚଢ଼ାଉ କରାଯାଇଥିଲା। ଚଢ଼ାଉବେଳେ ଅର୍ପିତାଙ୍କ ଘରୁ ବିପୁଳ ଅର୍ଥ, କୋଟିଏରୁ ଊର୍ଦ୍ଧ୍ୱ ମୂଲ୍ୟର ସୁନା ଓ ଅନେକ ଦସ୍ତାବିଜ ଜବତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୧୧୩ ଦିନ ପରେ ସର୍ବାଧିକ ଦୈନିକ ସଂକ୍ରମଣ, ଟପିଲା ୫ ଶହ…

ନୂଆଦିଲ୍ଲୀ, ୧୨।୩: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ...

ଗୋଟିଏ ମାସର ବିଦ୍ୟୁତ ବିଲ୍‌ ଆସିଲା ୪୦ ହଜାର ଟଙ୍କା, ଏହା ଦେଖି ଏମିତି ନିଷ୍ପତ୍ତି ନେଲେ ବ୍ୟକ୍ତି

ମୁମ୍ବାଇ,୧୦।୮: ମହାରାଷ୍ଟ୍ର ନାଗପୁରରେ ବିଦ୍ୟୁତ୍‌ ବିଲ୍‌ ଦେଖି ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି। ବିଜୁଳି ବିଲ୍‌ ୪୦ ହଜାର ଦେଖି ଆଶ୍ଚର୍ଯ୍ୟ ହୋଇ ଏଭଳି ନିଷ୍ପତ୍ତି...

ଗୁଜରାଟ ଗସ୍ତରେ ରାଷ୍ଟ୍ରପତି

ଗାନ୍ଧିନଗର,୨୯।୧୦: ରାଷ୍ଟ୍ରପତି ରାମନାଥ କୋବିନ୍ଦ ୩ ଦିନିଆ ଗୁଜରାଟ ଗସ୍ତରେ ଅଛନ୍ତି। ଶୁକ୍ରବାର ଗୁଜରାଟର ଭବନଗର ଜିଲାରେ ଅର୍ଥନୈତିକ ଦୁର୍ବଳ ଶ୍ରେଣୀ ଇଡବ୍ଲ୍ୟୁଏସ୍‌ ପାଇଁ ଆବାସ...

ପ୍ରଧାନମନ୍ତ୍ରୀ ମୋଦି ଡିସ୍‌କଭରୀ ଚ୍ୟାନେଲ୍‌ର ମ୍ୟାନ୍‌ ଭର୍ସେସ୍‌ ଓ୍ବାଇଲ୍ଡ୍‌ରେ ଅତିଥି: ସୋମବାର ରାତି ୯ଟା ରେ ୧୮୦ ଦେଶରେ ହେବ ପ୍ରସାରିତ

ନୂଆଦିଲ୍ଲୀ, ୧୧।୮: ଡିସ୍‌କଭରୀ ଚ୍ୟାନେଲ୍‌ର ମ୍ୟାନ୍‌ ଭର୍ସେସ୍‌ ଓ୍ବାଇଲ୍ଡ୍‌ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅତିଥିଭାବେ ଯୋଗଦେଇଛନ୍ତି। ଏହାର ପ୍ରସାରଣ ସୋମବାର ରାତି ୯ଟାରେ ହେବ।...

ଚାଇନା ସହିତ ଯୁଦ୍ଧ ହେଲେ ଭାରତକୁ ସମର୍ଥନ କରିବେ ୭ ଦେଶ…

ନୂଆଦିଲ୍ଲୀ , ୫।୯: ଭାରତ ଚାଇନା ମଧ୍ୟରେ ଏଲ୍‌ଏସିରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଯଦି ଦୁଇଦେଶ ମଧ୍ୟରେ ଯୁଦ୍ଧ ହୁଏ ତେବେ ଭାରତକୁ ୭ ଦେଶ...

ସିଆର୍‌ପିଏଫ୍‌ ପାଟ୍ରୋଲିଂ ଟିମ୍‌ ଉପରେ ଆକ୍ରମଣ: ଜଣେ ଯବାନ ଶହୀଦ୍‌, ୩ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା

ଶ୍ରୀନଗର, ୩୦।୮: ଜମ୍ମୁ-କଶ୍ମୀରରେ ଆତଙ୍କବାଦ ବିରୋଧୀ ଅପରେଶନ୍‌ ଜାରି ରହିଛି। ଶନିବାର ବିଳମ୍ବିତ ରାତ୍ରରେ ସିଆର୍‌ପିଏଫ୍‌ ପାଟ୍ରୋଲିଂ ଟିମ୍‌ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଏଥିରେ...

୩୦ ବର୍ଷ ପରେ ୪ ବାୟୁସେନା ଯବାନଙ୍କ ହତ୍ୟା ମାମଲାର ଶୁଣାଣି: ମୁଖ୍ୟ ଅଭିଯୁକ୍ତ ୟାସିନ୍‌ ମାଲିକ୍‌ଙ୍କୁ ଟାଡା କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ

ଶ୍ରୀନଗର,୧୧।୯: ବାୟୁସେନା ଯବାନଙ୍କୁ ହତ୍ୟା କରାଯିବା ମାମଲାରେ ଜେକେଏଲଏଫ୍‌ ମୁଖ୍ୟ ତଥା ବିଚ୍ଛିନ୍ନତାବାଦୀ ନେତା ୟାସିନ୍‌ ମାଲିକ୍‌ଙ୍କୁ ହାଜର ହେବାକୁ ଜମ୍ମୁର ଟାଡା କୋର୍ଟ ପକ୍ଷରୁ...

ଭାରତର ଲକ୍ଷ୍ୟ ଆମଦାନୀ ହ୍ରାସ, ରପ୍ତାନି ବୃଦ୍ଧି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୭।୮: ନୀତି ଆୟୋଗର ସପ୍ତମ ଗଭର୍ନିଂ କାଉନସିଲ ବୈଠକ ରବିବାର ଦିଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ରାଷ୍ଟ୍ରପତି ଭବନର କଲଚରାଲ ସେଣ୍ଟରରେ...

Advertisement
Archives

Model This Week