ଜୁ’ରେ ହୀନସ୍ତା ଜଙ୍ଗଲୀଜୀବ

ଢେଙ୍କାନାଳ ଅଫିସ,୨୫।୭: ରାଜ୍ୟ ତଥା ରାଜ୍ୟ ବାହାର ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି ଢେଙ୍କାନାଳର କପିଳାସ ପ୍ରାଣୀ ଉଦ୍ୟାନ। ଜୁ’ରେ ଏଲିଫ୍ୟାଣ୍ଟ ରେସ୍‌କ୍ୟୁ ସେଣ୍ଟର କାର୍ଯ୍ୟକ୍ଷମ ହେବା ପରେ ଏହାର ଗୁରୁତ୍ୱ ଅନେକାଂଶରେ ବଢ଼ିଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରୁ ଉଦ୍ଧାର ହୋଇ ଏଠାକୁ ଆସୁଛନ୍ତି ମା’ ଦ୍ୱାରା ପରିତ୍ୟକ୍ତ ଏବଂ ଅସୁସ୍ଥ ହାତୀ। ଏଥିସହ ବିଭିନ୍ନ ପ୍ରଜାତିର ୨୬୦ରୁ ଊର୍ଦ୍ଧ୍ୱ ବନ୍ୟପ୍ରାଣୀ ମଧ୍ୟ ଏଠାରେ ରହୁଛନ୍ତି। ତେବେ ଏଭଳି ଏକ ସମ୍ବେଦନଶୀଳ ସ୍ଥାନରେ ଜଙ୍ଗଲୀଜୀବଙ୍କ ଚିକିତ୍ସା ପାଇଁ ନାହିଁ ଭେଟେରିନାରି ସୁବିଧା। ଫଳରେ ଜରୁରୀ ସମୟରେ ନା ମିଳିପାରୁଛି ଚିକିତ୍ସା ସେବା ନା ଆବଶ୍ୟକ ସମୟରେ ହୋଇପାରୁଛି ନମୁନା ପରୀକ୍ଷା। ଏହି କାରଣରୁ ଅନେକ ସମୟରେ ଜୀବଜନ୍ତୁଙ୍କ ମୃତ୍ୟୁ ଘଟୁଥିବା ବେଳେ ଏହାକୁ ନେଇ ଉଦ୍‌ବେଗ ବ୍ୟକ୍ତ କରିଛନ୍ତି ବନ୍ୟପ୍ରାଣୀପ୍ରେମୀ।
ଢେଙ୍କାନାଳ ପର୍ଯ୍ୟଟନ ମାନଚିତ୍ରରେ ଯୋଡ଼ିହୋଇଛି କପିଳାସ ବନ୍ୟପ୍ରାଣୀ ଉଦ୍ୟାନ। ମହାପ୍ରଭୁ ଶ୍ରୀଚନ୍ଦ୍ରଶେଖରଙ୍କୁ ଦର୍ଶନ କରିବାକୁ ଆସୁଥିବା ଶ୍ରଦ୍ଧାଳୁମାନେ ଏଠାକୁ ଆସିବାକୁ ଭୁଲି ନ ଥାନ୍ତି। ଏହାକୁ ଦୃଷ୍ଟିରେ ରଖି ବନ ବିଭାଗ, ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସମୟରେ ଜୁ’ର କଳେବର ବଦଳାଇବାକୁ ଉଦ୍ୟମ ଚାଲିଛି। ଏଥିପାଇଁ ବହୁ କୋଟି ଟଙ୍କା ଖର୍ଚ୍ଚ ହେଉଥିବାବେଳେ ଏକାଧିକ ପ୍ରସ୍ତାବ ରାଜ୍ୟ ସରକାରଙ୍କ ନିକଟରେ ପଡ଼ିରହିଛି। ଏପରି କି ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ନୂଆ ଜୀବଜନ୍ତୁଙ୍କୁ ଆଣିବା ଲାଗି ଯୋଜନା ରହିଛି। ହେଲେ ଜୀବଜନ୍ତୁଙ୍କୁ ଆଶୁ ଚିକିତ୍ସା ଯୋଗାଇ ଦେବା ପାଇଁ ଏକ ସ୍ଥାୟୀ ପ୍ରାଣୀ ଚିକିତ୍ସା କେନ୍ଦ୍ର ଖୋଲିବା ପାଇଁ ଯେଭଳି ତତ୍ପରତା ପ୍ରକାଶ ପାଇବା କଥା, ତାହା ଦେଖିବାକୁ ମିଳୁନାହିଁ। ଏତେ ବନ୍ୟପ୍ରାଣୀଙ୍କ ସ୍ବାସ୍ଥ୍ୟାବସ୍ଥା ତଦାରଖ କରିବା ପାଇଁ ବନ ବିଭାଗ ପକ୍ଷରୁ ମାତ୍ର ଜଣେ ବିଶେଷଜ୍ଞ ଏବଂ ଅନ୍ୟ ଜଣେ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି, ତାହା ମଧ୍ୟ ଠିକାରେ। କିନ୍ତୁ ଚିକିତ୍ସା ପାଇଁ ଆବଶ୍ୟକ ସରଞ୍ଜାମ ଅଭାବ ଅନ୍ୟ ଏକ ପ୍ରମୁଖ ସମସ୍ୟା ହୋଇଛି। ରୋଗାକ୍ରାନ୍ତ ପ୍ରାଣୀଙ୍କ ନମୁନା ପରୀକ୍ଷଣ ପାଇଁ କୌଣସି ସୁବିଧା ନାହିଁ। ଆବଶ୍ୟକ ସମୟରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)କୁ ନମୁନା ପଠାଯାଉଛି। ଏହାର ରିପୋର୍ଟ ଆସିବାକୁ ବହୁ ଦିନ ଲାଗିଯାଉଛି। ରୋଗ ଚିହ୍ନଟରେ ସମସ୍ୟା ଉପୁଜିଲେ ଆବଶ୍ୟକସ୍ଥଳେ ନନ୍ଦନକାନନ, ସାତକୋଶିଆରୁ ବିଶେଷଜ୍ଞ ଆସୁଛନ୍ତି। ଏହା ସମୟସାପେକ୍ଷ ହେଉଥିବାବେଳେ ବନ୍ୟପ୍ରାଣୀଙ୍କ ଜୀବନ ଚାଲିଯାଉଛି। ଅଧିକାଂଶ ସମୟରେ ଏଭଳି ସମସ୍ୟା ଉପୁଜୁଥିବାବେଳେ କପିଳାସ ଚିଡ଼ିଆଖାନାରେ ନନ୍ଦନକାନନ, ସାତକୋଶିଆ ଭଳି ସ୍ଥାୟୀ ବନ୍ୟପ୍ରାଣୀ ଚିକିତ୍ସାକେନ୍ଦ୍ର ଖୋଲିବା, ରୋଗ ପରୀକ୍ଷା ପାଇଁ ଆବଶ୍ୟକ ସରଞ୍ଜାମ ଯୋଗାଇଦେବା, ସ୍ଥାୟୀ କର୍ମଚାରୀ ନିଯୁକ୍ତି ଦେବାକୁ ଦାବି ହେଉଛି।

ରେସ୍‌କ୍ୟୁ ସେଣ୍ଟରରେ ଗଲାଣି ୫ ହାତୀଙ୍କ ଜୀବନ
୧୯୭୯ ଜାନୁୟାରୀ ୨୬ରେ କପିଳାସ ପାଦଦେଶରେ ୫ ହେକ୍ଟର ଜାଗାରେ ଡିଅର ପାର୍କ ପଡ଼ିଥିଲା କପିଳାସ ପ୍ରାଣୀ ଉଦ୍ୟାନର ଭିତ୍ତି। ୧୯୮୬ ଏପ୍ରିଲ ୧ରେ ଏହାକୁ ମିଳିଥିଲା ଜୁ’ର ମାନ୍ୟତା। ୨୬.୬୪ ଏକର ବିଶିଷ୍ଟ ଏହି ଚିଡ଼ିଆଖାନାକୁ ୧୯୯୫ ଏପ୍ରିଲ୍‌ ୧ରେ ସେଣ୍ଟ୍ରାଲ ଜୁ’ ଅଥରିଟି ଅଫ୍‌ ଇଣ୍ଡିଆର ମାନ୍ୟତା ମିଳିଛି। ଏଠାରେ ହାତୀ, କୁମ୍ଭୀର, ହରିଣ, ଭାଲୁ, ସମ୍ବର, ମିଥୁନ ଗାଈ, ଠେକୁଆ, ଅହିରାଜ, ଅଜଗର ସାପ ସମେତ ବିଭିନ୍ନ ପ୍ରଜାତିର ପକ୍ଷୀ ଅଛନ୍ତି। ୨୦୦୭ରୁ ଆରମ୍ଭ ହୋଇଥିବା ଏଲିଫ୍ୟାଣ୍ଟ ରେସ୍‌କ୍ୟୁ ସେଣ୍ଟରରେ ଢେଙ୍କାନାଳ, ଅନୁଗୋଳ, ବ୍ରହ୍ମପୁର, ସମ୍ବଲପୁର, ବରଗଡ଼, କେନ୍ଦୁଝରରୁ ଉଦ୍ଧାର ହୋଇ ଆସିଥିବା ୭ ହାତୀ ଅଛନ୍ତି। ଆବଶ୍ୟକ ଚିକିତ୍ସା ଅଭାବରୁ ବିଭିନ୍ନ ସମୟରେ ୫ ହାତୀ ଛୁଆଙ୍କ ମୃତ୍ୟୁ ଘଟିସାରିଛି।

୧୫ଦିନରେ ହାତୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି
କପିଳାସ ଜୁ’ରେ ବନ୍ୟପ୍ରାଣୀଙ୍କ ଚିକିତ୍ସା ପାଇଁ ଅଭିଜ୍ଞତା ସମ୍ପନ୍ନ ବିଶେଷଜ୍ଞ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଛି। ଜଣେ ସହଯୋଗୀ କର୍ମଚାରୀଙ୍କୁ ଠିକାରେ ରଖାଯାଇଛି। ପ୍ରତି ୧୫ଦିନରେ ଥରେ ହାତୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି। ସ୍ଥାୟୀ ପ୍ରାଣୀ ଚିକିତ୍ସା କେନ୍ଦ୍ର ପାଇଁ ନିର୍ଦ୍ଦେଶନାମା ଆସିନାହିଁ। ମିଳିଥିବା ୩୦ଲକ୍ଷ ଟଙ୍କା ଅନୁଦାନରେ ଚିକିତ୍ସା ସରଞ୍ଜାମ କିଣାଯାଉଛି। ଖୁବ୍‌ଶୀଘ୍ର ଏଥିଲାଗି ଏକ ସ୍ବତନ୍ତ୍ର ଘର ନିର୍ମାଣ କରାଯିବ।
-ଡ. ପ୍ରକାଶଚାନ୍ଦ ଗୋଗିନେନି
ଜିଲା ବନଖଣ୍ଡ ଅଧିକାରୀ


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ମୁଖ୍ୟମନ୍ତ୍ରୀ ୨ଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତାଙ୍କ ଟାର୍ଗେଟ୍‌, କହିଲେ ପାଣ୍ଡିଆନଙ୍କୁ ପଛଦ୍ବାର ବାଟେ…

ଭୁବନେଶ୍ବର, ୨୬।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତା ସମୀର ମହାନ୍ତି ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଗୁମାସ୍ତା, ରିମୋଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri