ଜୁ’ରେ ହୀନସ୍ତା ଜଙ୍ଗଲୀଜୀବ

ଢେଙ୍କାନାଳ ଅଫିସ,୨୫।୭: ରାଜ୍ୟ ତଥା ରାଜ୍ୟ ବାହାର ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି ଢେଙ୍କାନାଳର କପିଳାସ ପ୍ରାଣୀ ଉଦ୍ୟାନ। ଜୁ’ରେ ଏଲିଫ୍ୟାଣ୍ଟ ରେସ୍‌କ୍ୟୁ ସେଣ୍ଟର କାର୍ଯ୍ୟକ୍ଷମ ହେବା ପରେ ଏହାର ଗୁରୁତ୍ୱ ଅନେକାଂଶରେ ବଢ଼ିଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରୁ ଉଦ୍ଧାର ହୋଇ ଏଠାକୁ ଆସୁଛନ୍ତି ମା’ ଦ୍ୱାରା ପରିତ୍ୟକ୍ତ ଏବଂ ଅସୁସ୍ଥ ହାତୀ। ଏଥିସହ ବିଭିନ୍ନ ପ୍ରଜାତିର ୨୬୦ରୁ ଊର୍ଦ୍ଧ୍ୱ ବନ୍ୟପ୍ରାଣୀ ମଧ୍ୟ ଏଠାରେ ରହୁଛନ୍ତି। ତେବେ ଏଭଳି ଏକ ସମ୍ବେଦନଶୀଳ ସ୍ଥାନରେ ଜଙ୍ଗଲୀଜୀବଙ୍କ ଚିକିତ୍ସା ପାଇଁ ନାହିଁ ଭେଟେରିନାରି ସୁବିଧା। ଫଳରେ ଜରୁରୀ ସମୟରେ ନା ମିଳିପାରୁଛି ଚିକିତ୍ସା ସେବା ନା ଆବଶ୍ୟକ ସମୟରେ ହୋଇପାରୁଛି ନମୁନା ପରୀକ୍ଷା। ଏହି କାରଣରୁ ଅନେକ ସମୟରେ ଜୀବଜନ୍ତୁଙ୍କ ମୃତ୍ୟୁ ଘଟୁଥିବା ବେଳେ ଏହାକୁ ନେଇ ଉଦ୍‌ବେଗ ବ୍ୟକ୍ତ କରିଛନ୍ତି ବନ୍ୟପ୍ରାଣୀପ୍ରେମୀ।
ଢେଙ୍କାନାଳ ପର୍ଯ୍ୟଟନ ମାନଚିତ୍ରରେ ଯୋଡ଼ିହୋଇଛି କପିଳାସ ବନ୍ୟପ୍ରାଣୀ ଉଦ୍ୟାନ। ମହାପ୍ରଭୁ ଶ୍ରୀଚନ୍ଦ୍ରଶେଖରଙ୍କୁ ଦର୍ଶନ କରିବାକୁ ଆସୁଥିବା ଶ୍ରଦ୍ଧାଳୁମାନେ ଏଠାକୁ ଆସିବାକୁ ଭୁଲି ନ ଥାନ୍ତି। ଏହାକୁ ଦୃଷ୍ଟିରେ ରଖି ବନ ବିଭାଗ, ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସମୟରେ ଜୁ’ର କଳେବର ବଦଳାଇବାକୁ ଉଦ୍ୟମ ଚାଲିଛି। ଏଥିପାଇଁ ବହୁ କୋଟି ଟଙ୍କା ଖର୍ଚ୍ଚ ହେଉଥିବାବେଳେ ଏକାଧିକ ପ୍ରସ୍ତାବ ରାଜ୍ୟ ସରକାରଙ୍କ ନିକଟରେ ପଡ଼ିରହିଛି। ଏପରି କି ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ନୂଆ ଜୀବଜନ୍ତୁଙ୍କୁ ଆଣିବା ଲାଗି ଯୋଜନା ରହିଛି। ହେଲେ ଜୀବଜନ୍ତୁଙ୍କୁ ଆଶୁ ଚିକିତ୍ସା ଯୋଗାଇ ଦେବା ପାଇଁ ଏକ ସ୍ଥାୟୀ ପ୍ରାଣୀ ଚିକିତ୍ସା କେନ୍ଦ୍ର ଖୋଲିବା ପାଇଁ ଯେଭଳି ତତ୍ପରତା ପ୍ରକାଶ ପାଇବା କଥା, ତାହା ଦେଖିବାକୁ ମିଳୁନାହିଁ। ଏତେ ବନ୍ୟପ୍ରାଣୀଙ୍କ ସ୍ବାସ୍ଥ୍ୟାବସ୍ଥା ତଦାରଖ କରିବା ପାଇଁ ବନ ବିଭାଗ ପକ୍ଷରୁ ମାତ୍ର ଜଣେ ବିଶେଷଜ୍ଞ ଏବଂ ଅନ୍ୟ ଜଣେ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି, ତାହା ମଧ୍ୟ ଠିକାରେ। କିନ୍ତୁ ଚିକିତ୍ସା ପାଇଁ ଆବଶ୍ୟକ ସରଞ୍ଜାମ ଅଭାବ ଅନ୍ୟ ଏକ ପ୍ରମୁଖ ସମସ୍ୟା ହୋଇଛି। ରୋଗାକ୍ରାନ୍ତ ପ୍ରାଣୀଙ୍କ ନମୁନା ପରୀକ୍ଷଣ ପାଇଁ କୌଣସି ସୁବିଧା ନାହିଁ। ଆବଶ୍ୟକ ସମୟରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)କୁ ନମୁନା ପଠାଯାଉଛି। ଏହାର ରିପୋର୍ଟ ଆସିବାକୁ ବହୁ ଦିନ ଲାଗିଯାଉଛି। ରୋଗ ଚିହ୍ନଟରେ ସମସ୍ୟା ଉପୁଜିଲେ ଆବଶ୍ୟକସ୍ଥଳେ ନନ୍ଦନକାନନ, ସାତକୋଶିଆରୁ ବିଶେଷଜ୍ଞ ଆସୁଛନ୍ତି। ଏହା ସମୟସାପେକ୍ଷ ହେଉଥିବାବେଳେ ବନ୍ୟପ୍ରାଣୀଙ୍କ ଜୀବନ ଚାଲିଯାଉଛି। ଅଧିକାଂଶ ସମୟରେ ଏଭଳି ସମସ୍ୟା ଉପୁଜୁଥିବାବେଳେ କପିଳାସ ଚିଡ଼ିଆଖାନାରେ ନନ୍ଦନକାନନ, ସାତକୋଶିଆ ଭଳି ସ୍ଥାୟୀ ବନ୍ୟପ୍ରାଣୀ ଚିକିତ୍ସାକେନ୍ଦ୍ର ଖୋଲିବା, ରୋଗ ପରୀକ୍ଷା ପାଇଁ ଆବଶ୍ୟକ ସରଞ୍ଜାମ ଯୋଗାଇଦେବା, ସ୍ଥାୟୀ କର୍ମଚାରୀ ନିଯୁକ୍ତି ଦେବାକୁ ଦାବି ହେଉଛି।

ରେସ୍‌କ୍ୟୁ ସେଣ୍ଟରରେ ଗଲାଣି ୫ ହାତୀଙ୍କ ଜୀବନ
୧୯୭୯ ଜାନୁୟାରୀ ୨୬ରେ କପିଳାସ ପାଦଦେଶରେ ୫ ହେକ୍ଟର ଜାଗାରେ ଡିଅର ପାର୍କ ପଡ଼ିଥିଲା କପିଳାସ ପ୍ରାଣୀ ଉଦ୍ୟାନର ଭିତ୍ତି। ୧୯୮୬ ଏପ୍ରିଲ ୧ରେ ଏହାକୁ ମିଳିଥିଲା ଜୁ’ର ମାନ୍ୟତା। ୨୬.୬୪ ଏକର ବିଶିଷ୍ଟ ଏହି ଚିଡ଼ିଆଖାନାକୁ ୧୯୯୫ ଏପ୍ରିଲ୍‌ ୧ରେ ସେଣ୍ଟ୍ରାଲ ଜୁ’ ଅଥରିଟି ଅଫ୍‌ ଇଣ୍ଡିଆର ମାନ୍ୟତା ମିଳିଛି। ଏଠାରେ ହାତୀ, କୁମ୍ଭୀର, ହରିଣ, ଭାଲୁ, ସମ୍ବର, ମିଥୁନ ଗାଈ, ଠେକୁଆ, ଅହିରାଜ, ଅଜଗର ସାପ ସମେତ ବିଭିନ୍ନ ପ୍ରଜାତିର ପକ୍ଷୀ ଅଛନ୍ତି। ୨୦୦୭ରୁ ଆରମ୍ଭ ହୋଇଥିବା ଏଲିଫ୍ୟାଣ୍ଟ ରେସ୍‌କ୍ୟୁ ସେଣ୍ଟରରେ ଢେଙ୍କାନାଳ, ଅନୁଗୋଳ, ବ୍ରହ୍ମପୁର, ସମ୍ବଲପୁର, ବରଗଡ଼, କେନ୍ଦୁଝରରୁ ଉଦ୍ଧାର ହୋଇ ଆସିଥିବା ୭ ହାତୀ ଅଛନ୍ତି। ଆବଶ୍ୟକ ଚିକିତ୍ସା ଅଭାବରୁ ବିଭିନ୍ନ ସମୟରେ ୫ ହାତୀ ଛୁଆଙ୍କ ମୃତ୍ୟୁ ଘଟିସାରିଛି।

୧୫ଦିନରେ ହାତୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି
କପିଳାସ ଜୁ’ରେ ବନ୍ୟପ୍ରାଣୀଙ୍କ ଚିକିତ୍ସା ପାଇଁ ଅଭିଜ୍ଞତା ସମ୍ପନ୍ନ ବିଶେଷଜ୍ଞ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଛି। ଜଣେ ସହଯୋଗୀ କର୍ମଚାରୀଙ୍କୁ ଠିକାରେ ରଖାଯାଇଛି। ପ୍ରତି ୧୫ଦିନରେ ଥରେ ହାତୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି। ସ୍ଥାୟୀ ପ୍ରାଣୀ ଚିକିତ୍ସା କେନ୍ଦ୍ର ପାଇଁ ନିର୍ଦ୍ଦେଶନାମା ଆସିନାହିଁ। ମିଳିଥିବା ୩୦ଲକ୍ଷ ଟଙ୍କା ଅନୁଦାନରେ ଚିକିତ୍ସା ସରଞ୍ଜାମ କିଣାଯାଉଛି। ଖୁବ୍‌ଶୀଘ୍ର ଏଥିଲାଗି ଏକ ସ୍ବତନ୍ତ୍ର ଘର ନିର୍ମାଣ କରାଯିବ।
-ଡ. ପ୍ରକାଶଚାନ୍ଦ ଗୋଗିନେନି
ଜିଲା ବନଖଣ୍ଡ ଅଧିକାରୀ


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?