ମଣିଷ ପରି କଥା କହୁଥିବା ଶୁଆ ଗାଏବ: ଖୋଜି ଆଣିଲେ ମିଳିବ ଏତିକି ଟଙ୍କାର ପୁରସ୍କାର

ଲକ୍ଷ୍ନୌ,୧୧।୩: ଉତ୍ତରପ୍ରଦେଶର ଆଲିଗଡ଼ରେ ଏକ ଶୁଆକୁ ଖୋଜିବା ପାଇଁ ପୋଲିସ ସହର ସାରା ପୋଷ୍ଟର ଲଗାଇଛି। ମଣିଷ ପରି କଥା କହୁଥିବା ଏହି ଶୁଆ କିଛିଦିନ ହେବ ନିଖୋଜ ହୋଇଯାଇଛି। ଏନେଇ ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ପ୍ରତ୍ୟେକ ସ୍ଥାନରେ ଏହି ଶୁଆକୁ ଖୋଜୁଛି।

ସୂଚନାଯୋଗ୍ୟ, ରମେଶ ବିହାର ନିକଟରେ ରହୁଥବା ସରୋଜ ସିଂହଙ୍କ ପୁତ୍ରବଧୂ ନୀଶୁ ୨ ବର୍ଷ ତଳେ ଆଫ୍ରିକୀୟ ପ୍ରଜାତିର ଏକ ଶୁଆ ଅନ୍‌ଲାଇନ୍‌ରେ ମଗାଇଥିଲେ। ଏହି ଶୁଆର ରଙ୍ଗ ଧୂସରିଆ ହୋଇଥିବା ବେଳେ ଏହାର ଲାଞ୍ଜ ଲାଲ୍‌ ରଙ୍ଗର। ଶୁଆଟି ପୂରା ମଣିଷ ପରି କଥାବାର୍ତ୍ତା କରିଥାଏ। ସିଟି ବି ବଜାଇଥାଏ। ଘରର ପ୍ରତ୍ୟେକ ସଦସ୍ୟଙ୍କୁ ନାଁ ଧରି ଡାକିଥାଏ।

ନୀଶୁ ଚାକିରି ପାଇଁ ଶୁଆକୁ ଆଲିଗଡ଼ରେ ଛାଡ଼ି ଲଣ୍ଡନ ଯାଇଥିଲେ। ୨ ମାର୍ଚ୍ଚରେ ଏହି ଶୁଆଟି ଘରୁ ହଠାତ୍‌ କେଉଁଆଡ଼େ ଗାଏବ ହୋଇଗଲା। ଏହା ପରେ ପରିବାର ଲୋକେ କ୍ୱାରସି ଥାନାରେ ଶୁଆ ନିଖୋଜ ନେଇ ଅଭିଯୋଗ କରିଥିଲେ।

ଶୁଆକୁ ଖୋଜି ଆଣିଦେଲେ ୧୦୦୦୦ ଟଙ୍କା ପୁରସ୍କାର ଦିଆଯିବ ବୋଲି ନୀଶୁ ଘୋଷଣା କରିଛନ୍ତି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଶୁଆର କୌଣସି ସନ୍ଧାନ ମିଳିନାହିଁ।

ପୋଲିସ କହିଛି, ଶୁଆ ନିଖୋଜ ନେଇ ଅଭିଯୋଗ ହୋଇଛି। ବିଭିନ୍ନ ସ୍ଥାନରେ ଖୋଜା ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗର୍ଭବତୀ କାଉନସିଲରଙ୍କୁ ଭାଜପା ବିଧାୟକ ଦେଲେ ଧକ୍କା: ଗର୍ଭପାତ ଅଭିଯୋଗ ଆଣିଲେ ସ୍ବାମୀ

ବେଙ୍ଗାଲୁରୁ,୨।୧୨: କର୍ନାଟକରେ ଜଣେ ଗର୍ଭବତୀ କାଉନସିଲରଙ୍କୁ ଭାଜପା ବିଧାୟକ ଏବଂ ତାଙ୍କ ସମର୍ଥକ ଧକ୍କା ମାରିବା ଅଭିଯୋଗ ହୋଇଛି। ଏହା ଯୋଗୁ ଗର୍ଭବତୀ କାଉନସିଲରଙ୍କ ଗର୍ଭପାତ...

ସୋନଭଦ୍ରା ପୀଡିତଙ୍କ ପାଇଁ ସାହାଯ୍ୟର ହାତ ବଢାଇଲେ ଯୋଗୀ

ସୋନଭଦ୍ରା,୨୧।୭: ଜମି ବିବାଦକୁ ନେଇ ଉତ୍ତର ପ୍ରଦେଶର ସୋନଭଦ୍ରାରେ ୧୦ ଜଣଙ୍କୁ ଗୁଳିକରି ହତ୍ୟା କରାଯିବା ପରେ ରାଜନୀତି ହୋଇଛି ଉଷ୍ମ। ଏହି ଘଟଣାକୁ ନେଇ...

ଶିବସେନା ନାଁ-ନିର୍ବାଚନୀ ଚିହ୍ନ ବିବାଦ: ଉଦ୍ଧବ ଗୋଷ୍ଠୀର ଆବେଦନକୁ ଗ୍ରହଣ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୧।୨: ମହାରାଷ୍ଟ୍ରରେ ଶିବସେନା ନାଁ ଓ ନିର୍ବାଚନୀ ଚିହ୍ନକୁ ନେଇ ବିବାଦ ଥମିବାର ନାଁ ନେଉନାହିଁ। ଶିବସେନାଙ୍କ ନାଁ ଓ ନିର୍ବାଚନୀ ଚିହ୍ନକୁ ଶିନ୍ଦେ ଗୋଷ୍ଠୀକୁ...

ଥଟ୍ଟାରୁ ଭାଙ୍ଗିଥିଲା ବିବାହ: ୧୦୮ଥର ‘ତୁମର ଚାମ୍‌ଚା ହୋଇ ରହିବି’ କହିବା ପରେ ରାଜି ହେଲେ କନ୍ୟା

ମଧ୍ୟପ୍ରଦେଶର ଭୋପାଳରେ ଏକ ରୋଚକ ଘଟଣା ଘଟିଛି। ଭାବି ସ୍ବାମୀଙ୍କ ସାମାନ୍ୟ ଏକ ଥଟ୍ଟାରୁ ବିବାହ ଭାଙ୍ଗିଦେଇଥିଲେ କନ୍ୟା। ପରେ ସେ ୧୦୮ଥର ‘ତୁମର ଚାମ୍‌ଚା...

ଟ୍ରମ୍ପଙ୍କ ଗସ୍ତ ଲାଗି ୩୮ ଲକ୍ଷ ଖର୍ଚ୍ଚ କରିଥିଲା କେନ୍ଦ୍ର

ନୂଆଦିଲ୍ଲୀ,୧୯।୮:ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ୨୦୨୦ ଫେବୃୟାରୀ ୨୪ ଓ ୨୫ରେ ଭାରତ ଗସ୍ତରେ ଆସିଥିଲେ। ତାଙ୍କ ସହ ସ୍ତ୍ରୀ ମେଲାନିଆ, ଝିଅ ଇଭାଙ୍କା...

ରଥଯାତ୍ରା: ମୋଦି-ମମତା ଗୋଟିଏ ସ୍ବରରେ କହିଲେ ଜୟ ଜଗନ୍ନାଥ

ନୂଆଦିଲ୍ଲୀ,୪।୭: ଶ୍ରୀଜଗନ୍ନାଥଙ୍କ ପୃଥିବୀ ପ୍ରସିଦ୍ଧ ରଥଯାତ୍ରା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ସ୍ବରରେ ଜୟ ଜଗନ୍ନାଥ କହିଛନ୍ତି।...

ପବିତ୍ର ରଥଯାତ୍ରାର ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୧।୭: : ଆଜି ପବିତ୍ର ଘୋଷଯାତ୍ରା। ଏଥର କରୋନା କଟକଣା ହଟିଥିବାରୁ ପୁଣି ଶ୍ରୀକ୍ଷେତ୍ର ମୁହାଁ ହୋଇଛନ୍ତି ଅଗଣିତ ଭକ୍ତ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି...

କୋର୍ଟରେ ବିଚାରପତିଙ୍କୁ ଚପଲ ଫୋପାଡ଼ିଲେ ହତ୍ୟା ଅଭିଯୁକ୍ତ

ଥାଣେ,୧୦।୧୧: ଏକ ହତ୍ୟା ମାମଲାର ଅଭିଯୁକ୍ତ ଶୁଣାଣି ବେଳେ ବିଚାରପତିଙ୍କୁ ଚପଲ ଫୋପାଡ଼ିଛନ୍ତି। ମହାରାଷ୍ଟ୍ରର ଥାଣେ ଜିଲାର କଲ୍ୟାନ କୋର୍ଟରେ ଘଟିଛି ଏଭଳି ଘଟଣା। ମାମଲାର...

Advertisement
Archives

Model This Week