Posted inଜାତୀୟ

ସଂସଦ ସୁରକ୍ଷାରେ ତ୍ରୁଟି: ଆଉ ପରିଦର୍ଶକଙ୍କୁ ମିଳିବନି ପାସ୍, ବିମାନ ବନ୍ଦର ପରି ହେବ ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ,୧୩ା୧୨: ପରିଦର୍ଶକଙ୍କ ପାଇଁ ବନ୍ଦ ହେଲା ପାର୍ଲାମେଣ୍ଟ ଦ୍ୱାର। ବୁଧବାର ସଂସଦରେ ଏକ ବଡ଼ ସୁରକ୍ଷା ତ୍ରୁଟି ପରେ ଏହି ନିଷ୍ପତ୍ତି ନେଇଛନ୍ତି ଲୋକସଭା ପରିଚାଳନା ସଚିବ। ଏନେଇ ସେ କେନ୍ଦ୍ର ଗୃହ ମନ୍ତ୍ରାଳାୟକୁ ଏକ ଚିଠି ଲେଖି ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିବା ସହିତ ପରବର୍ତ୍ତୀ ନିଷ୍ପତି ପର୍ଯ୍ୟନ୍ତ ପରିଦର୍ଶକଙ୍କୁ ପାସ୍ ଦେବାକୁ ମନା କରିଛନ୍ତି।

ଏହା ପୂର୍ବରୁ ଲୋକସଭା ବାଚସ୍ପତି ଓମ ବିର୍ଲା ବିଭିନ୍ନ ଦଳର ନେତା ମାନଙ୍କ ସହିତ ଆଲୋଚନା କରିଥିଲେ। ଏହି ସମୟରେ ବିରୋଧୀ ଦଳର ନେତାମାନେ ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରିଥିବା ବେଳେ ସେ ଏଥିରେ ସହମତ ହୋଇଥିଲେ ଏବଂ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବା ନେଇ ଆଶ୍ୱାସନା ଦେଇଥିଲେ।

ଏହି ଘଟଣା ପରେ ଏମପି, କର୍ମଚାରୀ ଏବଂ ଗଣମାଧ୍ୟମକୁ ପୃଥକ ପ୍ରବେଶ ଦ୍ୱାର ଦିଆଯିବା ସହିତ ସୁରକ୍ଷା ପ୍ରୋଟୋକଲଗୁଡ଼ିକର ପୁନଃ ପ୍ରସ୍ତୁତ କରାଯାଇଛି। ପରେ ଯେଉଁ ସମୟରେ ପରିଦର୍ଶକମାନଙ୍କୁ ଅନୁମତି ମିଳିବ ସେତେବେଳେ ସେମାନେ ଚତୁର୍ଥ ଫାଟକରୁ ପ୍ରବେଶ କରିବେ। ତେବେ ବର୍ତମାନ ପାଇଁ ଏହି ସୁବିଧା ବନ୍ଦ ରହିବ।

ଏହା ସହିତ ଆଗକୁ ଭିଜିଟର ଗ୍ୟାଲେରୀରେ କାଚ ଲାଗିବ, ଯାହା ଦ୍ୱାରା ସେମାନେ ତଳକୁ ଡେଇଁ ପାରିବେ ନାହିଁ। ବିମାନ ବନ୍ଦର ପରି ବଡି ସ୍କାନର ଏବେ ସଂସଦରେ ମଧ୍ୟ ଲଗାଯିବ। ସେହିପରି ସଂସଦ ଭିତରେ ସୁରକ୍ଷାକର୍ମୀଙ୍କ ସଂଖ୍ୟା ବୃଦ୍ଧି କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

୩୦୦ କୋଟି ଟଙ୍କାର ଡ୍ରଗ୍ସ ଜବତ

ମୁମ୍ବାଇ,୧୮ା୮: ମୁମ୍ବାଇର ଜବାହରଲାଲ ନେହେରୁ ବନ୍ଦର ନିକଟ କଣ୍ଟେନର ଫ୍ରେଇଟ୍‌ ଷ୍ଟେଶନରେ ମକା ଚାଲାଣ ଭିତରୁ ୫୫ କେ.ଜି. ମେଥାମ୍ଫେଟାମାଇନ୍‌ ଜବତ ହୋଇଛି। ରାଜସ୍ବ ଗୋଇନ୍ଦା ନିର୍ଦ୍ଦେଶାଳୟ…

୨୦୨୭ ନିର୍ବାଚନ ପାଇଁ ଭାଜପାର ମାଷ୍ଟରପ୍ଲାନ୍‌: ବିରୋଧୀ ମହଲରେ ହଟଚମଟ

ନୂଆଦିଲ୍ଲୀ, ୧୮।୮: ଭାଜପା ଉତ୍ତର ପ୍ରଦେଶରେ ସଂଗଠନର ଦାୟିତ୍ୱ ବରିଷ୍ଠ ନେତା ବିନୋଦ ତାୱଡେଙ୍କୁ ଦେଇଛି। ତାଙ୍କୁ ଉତ୍ତର ପ୍ରଦେଶର ପ୍ରଭାରୀ ନିଯୁକ୍ତ କରାଯାଇଛି। ଏଥିରୁ ସଙ୍କେତ…

୧୦୦ ବର୍ଷ ମଧ୍ୟରେ ପ୍ରଥମ: ଟାଟା ସନ୍ସର ବାର୍ଷିକ ସାଧାରଣ ବୈଠକ ସ୍ଥଗିତ

ନୂଆଦିଲ୍ଲୀ,୧୮।୮: କୋରମ ଅଭାବରୁ ଟାଟା ସନ୍ସର ବାର୍ଷିକ ସାଧାରଣ ବୈଠକ (AGM) ସ୍ଥଗିତ ରଖାଯାଇଛି। ବୈଠକ ପାଇଁ ଆବଶ୍ୟକ ସଂଖ୍ୟକ ସଦସ୍ୟ ଉପସ୍ଥିତ ନଥିଲେ, ଯାହା ଫଳରେ…

ନୂଆ ଡିଜିପି ଚୟନ ଶୁଣାଣି ଘୁଞ୍ଚିଲା: ପକ୍ଷ ରଖିଲେ ରାଜ୍ୟ ସରକାର

ନୂଆଦିଲ୍ଲୀ,୧୮।୮: ଓଡ଼ିଶାର ନୂଆ ଡିଜିପି ଚୟନ ନେଇ ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ସୁପ୍ରିମକୋର୍ଟରେ ନିଜ ପକ୍ଷ ରଖିଛନ୍ତି ଓଡ଼ିଶା ସରକାର। ସେପ୍ଟେମ୍ବର ୨ ତାରିଖରେ ମାମଲାର…

‘ମଦ ପିଇ ସ୍କୁଲ ଆସୁଥିଲେ ପ୍ରଧାନଶିକ୍ଷକ’, ଅଭିଜିତ ଦୀପକେଙ୍କ ଚେତାବନୀ ପରେ…

ନୂଆଦିଲ୍ଲୀ, ୧୮।୮: କକରୋଚ ଜନତା ପାର୍ଟି (CJP) ସାରା ଦେଶରେ ‘ସ୍କୁଲ ଠିକ କର’ ଅଭିଯାନ ଚଳାଉଛି। ଏହି ମଧ୍ୟରେ ମହାରାଷ୍ଟ୍ରର ହିଙ୍ଗୋଲି ଜିଲାର ଏକ ସ୍କୁଲରେ…

ବିଜୟ ପାଇଁ ବିଶାଳ ଟାର୍ଗେଟ ଦେଲା ଭାରତ: ଶ୍ରୀଲଙ୍କାକୁ ଲୋଡ଼ା ‘ଚମତ୍କାର’

ଗାଲେ,୧୮।୮: ଗାଲେରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ଟିମ ଇଣ୍ଡିଆ ଚତୁର୍ଥ ଦିନରେ ଶ୍ରୀଲଙ୍କା ପାଇଁ ୩୭୨ ରନର ଟାର୍ଗେଟ ଦେଇଥିଲା। ପ୍ରଥମ ଇନିଂସରେ ୪୫୦ରୁ ଅଧିକ ରନ…

‘ଫାଶୀ ଦିଅ କିମ୍ବା ଜେଲ ପଠାଅ, ମୁଁ…’, କଂଗ୍ରେସ ନେତାଙ୍କ ବୟାନକୁ ନେଇ ରାଜନୀତି ହଲଚଲ

ନୂଆଦିଲ୍ଲୀ, ୧୮।୮: ବନ୍ଦେ ମାତରମ’ର ସମ୍ପୂର୍ଣ୍ଣ ଛନ୍ଦ ଗାନକୁ ନେଇ ଜାରି ରହିଥିବା ରାଜନୈତିକ ହଙ୍ଗାମା ମଧ୍ୟରେ କର୍ନାଟକ କଂଗ୍ରେସ ସଭାପତି ବି.କେ. ହରିପ୍ରସାଦ ବଡ଼ ବୟାନ…

ସୁପ୍ରିମକୋର୍ଟର ମଞ୍ଜୁରୀ ପରେ ‘ମହାପ୍ରଭୁ ଜଗନ୍ନାଥ’ର ରିଲିଜ୍‌ ତାରିଖ ଫାଇନାଲ, ଜାଣନ୍ତୁ କେବେ ଆସିବ ଫିଲ୍ମ

ନୂଆଦିଲ୍ଲୀ, ୧୮।୮: ଆନିମେଟେଡ ଫିଲ୍ମ ‘ମହାପ୍ରଭୁ ଜଗନ୍ନାଥ’ ଜୁଲାଇ ୧୭ ତାରିଖରେ ସିନେମା ହଲ୍‌ରେ ରିଲିଜ ହେବାର ଥିଲା। କିନ୍ତୁ ଆଇନଗତ ବିବାଦରେ ଫସିବା ପରେ ଏହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri