Posted inଜାତୀୟ

ସମ୍ବିଧାନରେ ସ୍ବତନ୍ତ୍ର ଅଧିବେଶନକୁ ନେଇ କୌଣସି ଉଲ୍ଲେଖ ନାହିଁ

ନୂଆଦିଲ୍ଲୀ,୧୮।୯: ସଂସଦର ୫ ଦିନିଆ ସ୍ବତନ୍ତ୍ର ଅଧିବେଶନ ସୋମବାର ଆରମ୍ଭ ହେବାକୁ ଯାଉଛି। ଅଗଷ୍ଟ ୧୧ରେ ମୌସୁମୀ ଅଧିବେଶନ ଶେଷ ହେବାର କିଛି ସପ୍ତାହ ପରେ ହିଁ ସ୍ବତନ୍ତ୍ର ଅଧିବେଶନର ଘୋଷଣା କରାଯାଇଥିଲା। ସରକାର ଏହି ଅଧିବେଶନର ପ୍ରସ୍ତାବିତ ଏଜେଣ୍ଡା ଉପସ୍ଥାପନ କରିଦେଇଛନ୍ତି।

କୁହାଯାଇଥିଲା ଯେ ଅଧିବେଶନର ପ୍ରଥମ ଦିନରେ ସଂସଦର ୭୫ ବର୍ଷର ଯାତ୍ରା ରାଜ୍ୟ ସଭା ଓ ଲୋକ ସଭାରେ ଆଲୋଚନା ହେବ। ଅବଶିଷ୍ଟ ଚାରି ଦିନ ମଧ୍ୟରେ ଚାରୋଟି ବିଲ ଉପରେ ଆଲୋଚନା ହେବ। ତେବେ ବିରୋଧୀଦଳ ଅନୁଭବ କରୁଛନ୍ତି ଯେ ସରକାର କିଛି ବଡ କାର୍ଯ୍ୟ କରିପାରିବେ ଏବଂ ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ସହ ଦେଶର ନାମ କେବଳ ଭାରତ କିମ୍ବା ୟୁନିଫର୍ମ ସିଭିଲ କୋଡରେ ପରିବର୍ତ୍ତନ କରାଯାଇପାରିବ। ୧୯୬୨ରେ ଭାରତ-ଚାଇନା ଯୁଦ୍ଧ ଠାରୁ ଆରମ୍ଭ କରି ଦ୍ରବ୍ୟ ଏବଂ ସେବା କର ଅର୍ଥାତ ୨୦୧୭ରେ ଜିଏସଟି ଲାଗୁ ହେବା ପର୍ଯ୍ୟନ୍ତ ୮ ଥର ସ୍ବତନ୍ତ୍ର ଅଧିବେଶନ ଡକା ଯାଇଥିଲା।
୧୯୪୭ରୁ ୨୦୨୩ ପର୍ଯ୍ୟନ୍ତ ଏକ ସ୍ବତନ୍ତ୍ର ଅଧିବେଶନକୁ ଅନେକ ଥର ଡକାଯାଇଥିଲା, କିନ୍ତୁ ଏହା ଏଷତ ଆଲୋଚନା ହୋଇ ନ ଥିଲା ଯାହା ଏଥର ହେଉଛି। କେତେବେଳେ ଏକ ସ୍ବତନ୍ତ୍ର ଅଧିବେଶନ ଡକାଯାଇଥାଏ, ବିରୋଧୀଙ୍କ ଅନୁମତି ଜରୁରୀ କି, ଏହାକୁ କେବେ ଡକାଯାଏ ଏବଂ ଏହାର ପ୍ରକ୍ରିୟା କ’ଣ ରହିଛି ଏବେ ଏହାକୁ ନେଇ ଅନେକଙ୍କ ମନରେ ପ୍ରଶ୍ନ ବି ଉଠୁଥିବ।
ସଂସଦର ତିନୋଟି ସାଧାରଣ ଅଧିବେଶନ ବ୍ୟତୀତ ଆବଶ୍ୟକ ହେଲେ ସଂସଦର ଏକ ଅଧିବେଶନ ମଧ୍ୟ ଡକାଯାଇପାରିବ। ଯଦି ସରକାର ଏକ ନିର୍ଦ୍ଦିଷ୍ଟ ବିଷୟ ଉପରେ ଜରୁରୀ ସଂସଦ ଅଧିବେଶନ ଡାକିବାର ଆବଶ୍ୟକତା ଅନୁଭବ କରନ୍ତି, ତେବେ ଏହା ଏକ ସ୍ବତନ୍ତ୍ର ଅଧିବେଶନ ଡକାଯାଇ ପାରିବ। ଏଭଳି ପରିସ୍ଥିତିରେ ଧାରା ୮୫ (୧) ରାଷ୍ଟ୍ରପତିଙ୍କୁ ଉଭୟ ଗୃହର ଅଧିବେଶନ ଡାକିବାର ଅଧିକାର ଦେଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?